-+91-9937148622 |
prerana_bgr@rediffmail.com |
Saturday 20th June 2026 |
R.N.I. Regd No. ODIODI/2010/46693
Breaking News
25-Jan-2021
ବରଗଡ଼ (ମୁକୁନ୍ଦ ଦାସ) : ରାସ୍ତାରେ ଓଲଟିଲା ଦଶଚକିଆ ଟ୍ରକ ।ବରଗଡ଼ ଜିଲ୍ଲା ଅତାବିରା ନିକଟସ୍ଥ ଦମମଦା ବ୍ରିଜ୍ ନିକଟରେ ଓଲଟିଛି ଦଶଚକିଆ ଟ୍ରକ । ଯାହାଫଳରେ କି ରାସ୍ତା ଅବରୋଧ ହୋଇଛି । ଯାତାୟତ ଠପ୍ ହୋଇଯାଇଛି ।
ଖବର ଅନୁଯାୟୀ, ଅତାବିରା ଦମଦମା ବ୍ରିଜ ନିକଟ ଜାତୀୟ ରାଜପଥରେ ସୋମବାର ଦିନ ଏକ ଟ୍ରକ ଓଲଟିପଡିଛି ।ଭାରସାମ୍ୟ ହରାଇ ଓଲଟି ପଡିଛି ଟ୍ରକ । ମାଲବୋଝେଇ ଗାଡିଟି ଓଲଟି ଯିବା ଫଳରେ ରାସ୍ତା ବନ୍ଦ ହୋଇଯାଇଛି । ଯାହାଫଳରେ କି ଲୋକଙ୍କ ଯାତାୟତରେ ବାଧା ପାଇଛି । ଦୁର୍ଘଟଣା ସଂପର୍କରେ ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଛାନ୍ଭିନ୍ ଜାରି ରଖିଛି ।