-+91-9937148622 |
prerana_bgr@rediffmail.com |
Thursday 30th April 2026 |
R.N.I. Regd No. ODIODI/2010/46693
Breaking News
16-Jul-2025
ଲୋଇସିଂହା, (ପ୍ରେରଣା ଖବର) ବଲାଙ୍ଗୀର ଜିଲ୍ଲା ଲୋଇସିଂହା ପୋଲିସ କୁ ବଡ଼ ସଫଳତା। ଗତକାଲି ଲୋଇସିଂହା ପୋଲିସ ଅଚାନକ ଚଢ଼ାଉ କରି ୪ ଜଣ ସଟ୍ଟା ଖେଳ ବେପାରୀକୁ ଗିରଫ କରି କୋର୍ଟ ଚାଲାଣ କରିଛି । ସୂଚନା ଅନୁଯାଇ ଲୋଇସିଂହା ଆଇଆଇସି ଶ୍ରୀମତୀ ଯାଜ୍ଞସେନୀ ନାୟକ ଙ୍କ ନେତୃତ୍ୱରେ ଏକ ଟିମ୍ ଗଠିତ ହୋଇଥିଲା।ଉକ୍ତ ଟିମ ରେ ଲୋଇସିଂହା ପୋଲିସ ଏସ.ଆଇ ମନୋଜ କୁମାର ମୁଣ୍ଡା ଙ୍କ ସହ ଅନ୍ୟ ପୋଲିସ କର୍ମଚାରୀ ସାମିଲ ଥିଲେ। ଆଶିଷ କୁମାର ଅଗ୍ରୱାଲ (୪୨), ସହଦେଵ ତାଣ୍ଡି (୪୩), କପିଳେଶ୍ଵର ପଧାନ (୪୩), ଇସ୍ମାଇଲ ନନ୍ଦ (୪୦)ଙ୍କୁ ଲୋଇସିଂହା ପୋଲିସ ଗିରଫ କରିଛି । ପୋଲିସର କହିବା ଅନୁଯାୟୀ ଏମାନେ ବିନା ଲାଇସେନ୍ସରେ ସର୍ବସାଧାରଣରେ ଲୋଇସିଂହା ଅଂଚଳ ରେ ସଟ୍ଟା ଖେଳାଉଥିଲେ । ଗିରଫ ବ୍ୟକ୍ତିଙ୍କ ପାଖରୁ ମୋଟ ୧୭,୦୬୦ ଟଙ୍କା ଜବତ ହୋଇଛି । ଏମାନଙ୍କ ବିରୁଦ୍ଧରେ ତିନୋଟି କେସ ନମ୍ବର ୧୮୫/୨୫,୧୮୬/୨୫,୧୮୭/୨୫ ଧାରା – ୩୧୮(୪) ରୁଜୁ ହୋଇ ଗତକାଲି ସଟ୍ଟା ବେପାରୀଙ୍କୁ କୋର୍ଟ ଚାଲାଣ କରିଛି ଲୋଇସିଂହା ପୋଲିସ l