-+91-9937148622 |
prerana_bgr@rediffmail.com |
Friday 1st May 2026 |
R.N.I. Regd No. ODIODI/2010/46693
Breaking News
14-Jul-2025
ଆଜି ସୋମବାର ଅପରାହ୍ନ ୩ ଘଟିକାରେ ସରକାରୀ ଉଚ୍ଚ ବିଦ୍ୟାଳୟ ଦେୱାନପାଲିରେ ପ୍ରଧାନଶିକ୍ଷକ ନରେଶ ପଟେଲଙ୍କ ସଭାପତିତ୍ବରେ ବନମହୋତ୍ସବ ତଥା ଚାରାବଣ୍ଟନ କାର୍ଯ୍ୟକ୍ରମ ପାଳନ ହୋଇଥିଲା। ଏଥିରେ ମୁଖ୍ୟ ଅତିଥି ଭାବେ ପ୍ରକୃତିବନ୍ଧୁ ଭୁବନେଶ୍ୱର ପ୍ରଧାନ ଏବଂ ମୁଖ୍ୟ ବକ୍ତା ଭାବେ ପ୍ରକୃତିବନ୍ଧୁ ମୀନକେତନ ସାହୁ ଯୋଗ ଦେଇଥିଲେ। ସଭାକୁ ଶିକ୍ଷକ ମୁକୁନ୍ଦ ରଣା ପରିଚାଳନା କରିଥିବା ବେଳେ ବିଶିକେସନ ଧରୂଆ ଅଥିତି ପରିଚୟ ପ୍ରଦାନ ଏବଂ ସଚିନ୍ଦ୍ର ପ୍ରଧାନ ଧନ୍ୟବାଦ ଅର୍ପଣ କରିଥିଲେ। ଶିକ୍ଷକ ଗଣେଶ ପଟେଲ, ନିରାକାର ପଟେଲ, ସୁଶାନ୍ତ ତ୍ରିପାଠୀ, ରଶ୍ମିତା ପଟେଲ, ଭାରତୀ ନାଏକ, ସୌଦାମିନୀ ଭୋଇ ସାହାଯ୍ୟ କରିଥିଲେ। ସଭାରେ ଛାତ୍ରଛାତ୍ରୀଙ୍କୁ ଅତିଥି ମାନେ ବୃକ୍ଷରୋପଣର ମହତ୍ତ୍ଵ ବୁଝାଇବା ସହ ଜନ୍ମଦିନ, ବିବାହ ଆଦି ପାଳନରେ ବୃକ୍ଷରୋପଣ ପାଇଁ ଅନୁରୋଧ କରିଥିଲେ। ଶେଷ ରେ ଛାତ୍ରଛାତ୍ରୀଙ୍କୁ ଚାରାରୋପଣ କରାଯାଇଥିଲା।