-+91-9937148622 |
prerana_bgr@rediffmail.com |
Saturday 19th September 2026 |
R.N.I. Regd No. ODIODI/2010/46693
Breaking News
14-Jul-2025
ସୁବର୍ଣ୍ଣପୁର (ମନୋରଞ୍ଜନ ତ୍ରିପାଠୀ)
ଶ୍ରାବଣ ର ପ୍ରଥମ ସୋମବାରରେ ସୁବର୍ଣ୍ଣପୁର ର ତ୍ରିବେଣୀ ସଙ୍ଗମ ସ୍ଥିତ ରାମେଶ୍ଵର ଶୈବପୀଠ ରେ କାଉଡ଼ିଆ ଙ୍କ ପ୍ରବଳ ଭିଡ ଦେଖିବାକୁ ମିଳିଛି। ଏଥିପାଇଁ ଗତକାଲି ସଂଧ୍ୟାଠାରୁ ସହରର ବିଭିନ୍ନ ଦେବାଳୟ ମାନଙ୍କରେ ହଜାର ସଂଖ୍ୟକ କାଉଡ଼ିଆ ଅପେକ୍ଷାରତ ଥାଇ ଆଜି ସକାଳେ ତ୍ରିବେଣୀ ସଙ୍ଗମ ଠାରୁ ଜଳ ନେଇ ବିଭିନ୍ନ ଶୈବପୀଠ ମାନଙ୍କୁ ଯାଇ ଜଳାଭିଷେକ କରିଥିଲେ। ସମଗ୍ର ସହର ବୋଲବମ୍ ଶବ୍ଦରେ ପ୍ରକମ୍ପିତ ରହିଥିଲା। ଆଜି ସକାଳେ ସହରର ଅଷ୍ଟଶମ୍ଭୁ ଙ୍କ ପୀଠରେ ବିଭିନ୍ନ ଭକ୍ତ ଜଳାଭିଷେକ ସହ ପୂଜାର୍ଚ୍ଚନା କରିଥିଲେ। ବିଶେଷ କରି ଇଷ୍ଟଦେବ ବାବା ସୁବର୍ଣ୍ଣ ମେରୁ, ରାମେଶ୍ଵର, ପଶ୍ଚିମ ସୋମନାଥ, ଗୋକର୍ଣେଶ୍ଵର, ପଞ୍ଚରଥ ମନ୍ଦିର ସହ ଚରଦା ର କପିଳେଶ୍ୱର, ବୈଦ୍ୟନାଥ ର କୋଶଳେଶ୍ୱର, ଚମ୍ପାମାଳ ର ଚମ୍ପେଶ୍ଵର, ବୀରମହାରାଜପୁର ର ଗୋଧନେଶ୍ଵର ଭଳି ପ୍ରମୁଖ ଶିବମନ୍ଦିର ରେ କାଉଡ଼ିଆ ମାନଙ୍କର ବିଶେଷ ଭିଡ଼ ପରିଲକ୍ଷିତ ହୋଇଥିଲା। ଶ୍ରାବଣ ମାସରେ କାଉଡିଆ ତଥା ଭକ୍ତମାନଙ୍କର ବିଶେଷ ଭିଡ଼କୁ ଦୃଷ୍ଟିରେ ରଖି ମନ୍ଦିର ପରିଚାଳନା କମିଟି ପକ୍ଷରୁ ବ୍ୟାପକ ବନ୍ଦୋବସ୍ତ କରାଯାଇଥିବା ଦେଖାଯାଇଛି।