-+91-9937148622 |
prerana_bgr@rediffmail.com |
Saturday 7th March 2026 |
R.N.I. Regd No. ODIODI/2010/46693
Breaking News
14-Jul-2025
ଆଗଲପୁର, (ବିନୋଦ ଦୀପ) ଆଗଲପୁର ବ୍ଲକ ନଅଗାଁ କ ପଞ୍ଚାୟତ କାର୍ଯ୍ୟାଳୟ ପରିସର ମଧ୍ୟରେ ପଞ୍ଚାୟତ ସ୍ତରୀୟ ଜନ ଅଭିଯୋଗ ଶୁଣାଣି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି l ଉକ୍ତ କାର୍ଯ୍ୟକ୍ରମ ରେ ନଅଗାଁ କ ସରପଞ୍ଚ ଶ୍ରୀମତି ତପସ୍ୱିନୀ ସେଠ ଙ୍କ ଅଧ୍ୟକ୍ଷତାରେ ଶିବିର ପରିଚାଳନା ହୋଇଥିଲା l ଆଜିର ଏହି ଶିବିରରେ ମୋଟ 14 ଟି ଅଭିଯୋଗ ପଞ୍ଜୀକୃତ ହୋଇଥିଲା l ମୁଖ୍ୟତଃ ଭତ୍ତା , ଜମି ଉନ୍ନତି କରଣ, ମନରେଗା, ନଳକୂଅ ଖନନ,ଆବାସ ଗୃହ, ଗୁହାଳ , ରାସନ୍ କାର୍ଡ,ପ୍ରଭୁତି ଉନ୍ନତି ମୂଳକ କାର୍ଯ୍ୟ ଉପରେ ଅଭିଯୋଗ ଶୁଣାଣି ହୋଇଥିଲା l ପଂଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀ ଶ୍ରୀ ଯୁବରାଜ ପୁଟା ଙ୍କ ତତ୍ତ୍ଵାବଧାନରେ ଜନ ଶୁଣାଣି କାର୍ଯ୍ୟକ୍ରମ ପରିଚାଳିତ ହୋଇଥିଲା l
ଆଜିର ଏହି ଜନ ଶୁଣାଣୀ ଶିବିର କୁ ଗୋଷ୍ଠୀ ଉନ୍ନୟନ ଅଧିକାରୀ ମହାପାତ୍ର କୁଲଦୀପ ମହାନ୍ତି ଯୋଗ ଦେଇଥିବା ବେଳେ ସିଡିପିଓଶ୍ରୀମତୀ ଶୁଭଶ୍ରୀ ମିଶ୍ର, ଆଲୋକ ରଞ୍ଜନ ମିଶ୍ର, ସୁଶାନ୍ତ ମହାକୁର, ଯୋଗାଣ ଅଧିକାରୀ ଶ୍ରୀ ଚନ୍ଦନ ସ୍ୱାଇଁ,ଧୁବଳ କିଶୋର ମଲ୍ଲିକ , ଏପିଓ ଜଗତଜିତା ସେଠି, ଅଂଶୁମାନ ବାବୁ, ସୁନୀଲ ସାହୁ , ଅଭି ରାମ ସାହୁ , ଆରଡବ୍ଲୁଏସଏସ ଯନ୍ତ୍ରୀ ଦୁର୍ଗାପ୍ରସାଦ ମିଶ୍ର, ଉନ୍ନୟନ ବିଭାଗ ଯନ୍ତ୍ରୀ ମୁକେଶ ମହାପାତ୍ର, ଏବିଓ ରଜନୀକାନ୍ତ ସାହୁ, ଜ୍ଞାନରଞ୍ଜନ ସା, ଏଡିଇଓ କେଦାର ଦଣ୍ଡସେନା, ପ୍ରଭୃତି ଅଧିକାରୀ ଉପସ୍ଥିତ ଥିଲେ। ତା ସହିତ ଉଦ୍ୟାନ ବିଭାଗ, ରାଜସ୍ବ ବିଭାଗ ସମେତ ପଞ୍ଚାୟତ ର କର୍ମଚାରୀ ମାନେ ଉପସ୍ଥିତ ରହି ସହଯୋଗ କରିଥିଲେ l