-+91-9937148622 |
prerana_bgr@rediffmail.com |
Saturday 7th March 2026 |
R.N.I. Regd No. ODIODI/2010/46693
Breaking News
11-Jul-2025
ବଲାଙ୍ଗୀର (ପ୍ରେରଣା ଖବର): ଆସନ୍ତା ରବିବାର ୧୩/୦୭/୨୫ ରେ ସୃଜନ ସଳିତା ନବନୀତା ସାହିତ୍ୟ ପତ୍ରିକା ଯୁବ ସାହିତ୍ୟିକ ସମ୍ମିଳନୀ 'ପଲ୍ଲବନ 'କରିବାକୁ ଯାଉଛି ।
ଦିନକୁ ଦିନ ସାରସ୍ୱତ କର୍ମ ଯୁବପିଢ଼ିମାନଙ୍କ ମଧ୍ୟାରେ ହଜିବାକୁ ବସୁଛି । ତେଣୁ ଯୁବ ଲେଖକମାନଙ୍କୁ ଉତ୍ସାହିତ ଓ ପ୍ରେରଣା ଯୋଗାଇବା ପାଇଁ ଏ କାର୍ଯ୍ୟକ୍ରମ ମୁଖ୍ୟ ଭୂମିକା ନେବ ବୋଲି ଆଶା କରାଯାଉଛି | 'ସାହିତ୍ୟ ଆସନ୍ତା କାଲିର : ଆହ୍ବାନ ଓ ସମ୍ଭାବନା ' ବିଷୟକୁ ନେଇ ଓଡ଼ିଶାର ବିଶିଷ୍ଟ ସାହିତ୍ୟିକମାନେ ମତ ରଖିବା ସହ ନୂତନ ପିଢ଼ିର ଲେଖକଙ୍କୁ ଦିଗଦର୍ଶନ ଦେବେ । ଏଥିରେ ନ ' ଜଣ ତରୁଣ ଲେଖକ ଲେଖିକାଙ୍କୁ ସମ୍ବର୍ଦ୍ଧିତ କରାଯିବ | ସେମାନେ ନିଜ ରଚିତ ଗପ ଓ କବିତା ପାଠ କରିବେ । ସୃଜନ ସଳିତା ନବନୀତାର ପଲ୍ଲବନ ସଂଖ୍ୟା ଉନ୍ମୋଚନ ହେବ | ପରିଚାଳନା ସମ୍ପାଦକ ଯୁଜେଷ୍ଟି ମେହେର ସାହିତ୍ୟିକ ଓ ଆଗ୍ରହୀ ବ୍ୟକ୍ତିବିଶେଷ ଉପସ୍ଥିତ ରହିବା ପାଇଁ ଅନୁରୋଧ ଜଣାଇଛନ୍ତି ।