-+91-9937148622 |

prerana_bgr@rediffmail.com |

  Wednesday 16th September 2026 |

| | | |

R.N.I. Regd No. ODIODI/2010/46693

Breaking News

ତରାପୁରରେ ଧୁମ ଧାମ ରେ ନୂଆଖାଇ ପାଳିତ    (16-Sep-2026)       ||      ହରଭଙ୍ଗାରେ ନୂଆଁଖାଇ ଭେଟଘାଟ ନାଚଗୀତ ପ୍ରତିଯୋଗିତାରେ ମନମୁଗ୍ଧ କଲେ କଳାକାର, ମଞ୍ଚସ୍ଥ ହେଲା ‘ଗାଁ ବୁଡ଼ି’ ଡ୍ରାମା   (16-Sep-2026)       ||      ରାଜ୍ୟପାଳ ତଥା ରାଷ୍ଟ୍ରପତି ପୁରସ୍କରପ୍ରାପ୍ତ ପ୍ରଧାଶିକ୍ଷକ ଅଭିନ କିଶୋର ରଥଙ୍କ ପରଲୋକ - ଅଞ୍ଚଳରେ ଶୋକାକୁଳ ପରିବେଶ    (16-Sep-2026)       ||      ସମ୍ବଲପୁରରେ ୯୬୦ କୋଟିର ୫୦ଟି ବିକାଶମୂଳକ ପ୍ରକଳ୍ପର ଉଦ୍‌ଘାଟନ ଓ ଶିଳାନ୍ୟାସ କଲେ ମୁଖ୍ୟମନ୍ତ୍ରୀ♦️ ୧୩୩.୪୭ କୋଟିର ଲୋକାର୍ପଣ, ୮୨୫.୮୩ କୋଟିର ଶିଳାନ୍ୟାସ   (16-Sep-2026)       ||      ସୁଭଦ୍ରା’ ଯୋଜନାର ସଫଳରେ ଘରେ ଘରେ ଦୀପ ଜାଳିବାକୁ ଉପମୁଖ୍ୟମନ୍ତ୍ରୀ ଆହ୍ୱାନ   (16-Sep-2026)       ||      *ମେଦନ ଗ୍ରାମରେ ବାବା ଭଙ୍ଗାରମ ପରିବାର ତରଫରୁ ନୁଆଁଖାଇ ପର୍ବ ପାଳିତ*   (16-Sep-2026)       ||      ଶରତ ଇଲେଭେନ୍ କୁ ହରାଇ ଜାରିଂ ଚାମ୍ପିଅନ   (16-Sep-2026)       ||      ନୁଆଁଖାଇ ଉପଲକ୍ଷେ ମାଁ ମାହେଶ୍ବରୀ ସେନା ପକ୍ଷରୁ ଖାଦ୍ୟବଣ୍ଟନ    (16-Sep-2026)       ||      ଆଦିବାସୀ ଭାଇ ମାନଙ୍କ ପାରମ୍ପରିକ ଗରଣ୍ଡି ଯାତ୍ରା   (16-Sep-2026)       ||      ବିଶିପାଲି ରେ ନୁଆଁଖାଇ ଭେଟଘାଟ କାର୍ଯ୍ୟକ୍ରମ   (16-Sep-2026)       ||      ଗମ୍ଭାରୀପାଲି ଗଣେଷ ପୂଜା କମିଟି ତରଫରୁ ନୂଆଁଖାଇ ଭେଟଘାଟ କାର୍ଯ୍ୟକ୍ରମ   (16-Sep-2026)       ||      ପରିବାର ସହ ନୂଆଁଖାଇଲେ ନରସିଂହ ଗାଁ କୁ ଯାଇ ଲୋକଙ୍କ ସହ ହେଲେ ଜୁହାର ଭେଟ ନୂଆଁଖାଇ ଆମ ଅଂଚଳର ଏକତାକୁ ଆହୁରି ସୁଦୃଢ କରୁଛି -ନରସିଂହ   (15-Sep-2026)       ||      କଟକ ବିଜେପିରେ ନୂଆ ରାଜନୈତିକ ଗୋଟିଚାଳନା? ବିଜେଡିର ହେଭିୱେଟ୍‌ଙ୍କୁ ନେଇ ଚର୍ଚ୍ଚା   (15-Sep-2026)       ||      ଟିଟିଲାଗଡ ପ୍ରଭାବତୀ ପବ୍ଲିକ ସ୍କୁଲରେ ଗଣେଶ ପୂଜା    (14-Sep-2026)       ||      ନିରଞ୍ଜନ ବିଶିଙ୍କ ଦାବି ଉପରେ ରେଳବୋର୍ଡର ପ୍ରତିକ୍ରିୟା, ପ୍ରସ୍ତାବ ରେଳବାଇର ଚାଲୁ ପ୍ରକ୍ରିୟାର ଅଂଶ ବୋଲି ସୂଚନା ଦେଲେ ରେଳ ବିଭାଗ    (14-Sep-2026)       ||      ଡାବୁଗାଁ ଅଂଚଳରେ ଧୂମଧାମରେ ପାଳିତ ହେଲା ଗଣେଶ ପୂଜା   (14-Sep-2026)       ||      ଗାନ୍ଧି ପାଠଗାର (ପୂଜା ମଣ୍ଡପ), ଟିକ୍ରାପଡା ର ଦୁର୍ଗାପୂଜା ଆୟୋଜନ ପାଇଁ ପ୍ରସ୍ତୁତି ବୈଠକ   (14-Sep-2026)       ||      ମାରାଗୁଡା ସାହିତ୍ୟ ସଂସଦ ଦ୍ବାରା ପ୍ରକାଶିତ ପ୍ରଣବପ୍ରଭା ଇ -ପତ୍ରିକାର ଆଭାସୀ ଉନ୍ମୋଚନ ଉତ୍ସବ   (14-Sep-2026)       ||      ପିଏମ୍‌ ଶ୍ରୀ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟରେ ଭକ୍ତିମୟ ପରିବେଶରେ ଗଣେଶ ପୂଜା "ହିମାଳୟ ପର୍ବତ ଅବଧାରଣାରେ ଚିତ୍ତାକର୍ଷକ ସାଜସଜ୍ଜା,ପୂର୍ବତନ ଛାତ୍ରୀଙ୍କ ଯୋଗଦାନ"   (14-Sep-2026)       ||      ସେବା ସଂକଳ୍ପ’ ଅଭିଯାନକୁ ଜନଆନ୍ଦୋଳନରେ ପରିଣତ କରିବାକୁ ଆହ୍ୱାନ* *ସେବାରୁ ସଂକଳ୍ପ, ସଂକଳ୍ପରୁ ବିକଶିତ ଓଡ଼ିଶା : ଗୃହନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ ଡଃ କୃଷ୍ଣ ଚନ୍ଦ୍ର ମହାପାତ୍ର   (14-Sep-2026)       ||     

HOME   ଜିଲ୍ଲା

ପୂର୍ବତନ ସରପଞ୍ଚ ଙ୍କୁ ନିର୍ମମ ହତ୍ୟା*- : *ପୁଲିସର ଛାନଭିନ ଜାରି*- *ଘଟଣା ସ୍ଥଳ ପରିଦର୍ଶନ କଲେ ଏସପି*-

11-Jul-2025



ସୁବର୍ଣ୍ଣପୁର (ମନୋରଞ୍ଜନ ତ୍ରିପାଠୀ)
 ଜିଲ୍ଲା ର ରାମପୁର ଥାନା ତଥା ଡୁଙ୍ଗୁରିପାଲି ବ୍ଳକର ଗଜବନ୍ଧ ପଂଚାୟତର ପୂର୍ବତନ ସରପଞ୍ଚ ତଥା ବର୍ତମାନ ର ସରପଞ୍ଚ ବାସନ୍ତୀ କ୍ଷେତୀଙ୍କ ସ୍ବାମୀ ବଲ୍ଲଭ କ୍ଷେତି ଙ୍କୁ ଗତ ରାତିରେ ଅତି ନିର୍ମମ ଭାବରେ ଖଣ୍ଡାରେ ହାଣି ହତ୍ୟା କରାଯାଇଛି । ପ୍ରାପ୍ତ ସୂଚନା ଅନୁସାରେ ଗତ ସଂଧ୍ୟାରେ ଗଜବନ୍ଧ ଛକଠାରେ ତାଙ୍କର କେତେକ ବନ୍ଧୁମାନଙ୍କ ସହିତ ରାତି ପ୍ରାୟ ୯.୩୦ ପର୍ଯ୍ୟନ୍ତ ରହିଥିଲେ । ଫେରିବାବେଳେ ସେ ଅନ୍ୟ ଜଣକୁ ତାଙ୍କ ଘରକୁ ଛାଡି ଆସି ନିଜ ଗ୍ରାମ ଗଜବନ୍ଧ ପଂଚାୟତ କେନ୍ଦୁପାଲିକୁ ବାଇକ ଯୋଗେ ଯାଉଥିଲେ । ପ୍ରାୟ ରାତି ୧୦ଟା ସମୟରେ ଗଜବନ୍ଧଠାରୁ ୨କିମି ଦୂର ବ୍ରାହ୍ମଣିପାଲି, ପଣ୍ଡରାପାଲି ଓ କେନ୍ଦୁପାଲି ଗ୍ରାମର ମଧ୍ଯ ଭାଗରେ ଥିବା ଛକ ନିକଟରେ କେତେ ଜଣ ଦୁବୃର୍ତ ଛପି ରହିଥିଲେ । ସେଠାରେ ପହଂଚିବା ପରେ ତାଙ୍କୁ ଅତର୍କିତ ଭାବରେ ଖଣ୍ଡାରେ ଆକ୍ରମଣ କରିଥିଲେ । ଖଣ୍ଡl ଚୋଟରେ ସେ ତଳେ ପଢି ଯାଇଥିଲେ । ଖବର ପାଇ ପରିବାର ଏବଂ ସଂପର୍କୀୟମାନେ ତାଙ୍କୁ ଡୁଙ୍ଗୁରିପାଲି ଡାକ୍ତରଖାନାକୁ ଆଣିଥିଲେ । ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ସଳାଳେ ଏହି ଖବର ପ୍ରଚାରିତ ହେବା ପରେ ବ୍ଳକର ବିଭିନ୍ନ ଗ୍ରାମର ଲୋକେ ତଥା ଜିଲ୍ଲା ସରପଞ୍ଚ ସଂଘ ର କର୍ମକର୍ତ୍ତା ଡାକ୍ତର ଖାନା ରେ ପହଂଚିଥିଲେ । ସ୍ୱର୍ଗତ କ୍ଷେତୀ ଗତ ଥର ଉକ୍ତ ପଂଚାୟତର ସରପଞ୍ଚ ରହିଥ‌ିବା ବେଳେ ଚଳିତ ଥର ମହିଳାଙ୍କ ପାଇଁ ସଂରକ୍ଷିତ ରହିଥ‌ିବାରୁ ତାଙ୍କ ସ୍ତ୍ରୀ ବାସନ୍ତୀ କ୍ଷେତୀ ଏ ଥର ସରପଞ୍ଚ ରହିଛନ୍ତି । ଏଥୁରୁ ସେ  ଅଞ୍ଚଳରେ ସେ ବେଶ ଲୋକପ୍ରିୟତା  ଥିବା ଜଣାପଡ଼ିଛି । ସେ ଜଣେ ପରୋପକାରୀ, ସଂଗଠକ, ମେଳାପୀ ବ୍ୟକ୍ତି ଥିଲେ । ତାଙ୍କ ବିୟୋଗରେ ବିଭିନ୍ନ ମହଲରେ ଶୋକ ପ୍ରକାଶ କରାଯାଇଛି । ତାଙ୍କର ଗୋଟିଏ  ପୁଅ ଓ ଝିଅ ଅଛନ୍ତି । ଉକ୍ତ ଘଟଣା ପରେ ରାମପୁର ପୁଲିସ ସନ୍ଦେହରେ ୨ଜଣକୁ ଅଟକ ରଖି ପଚରାଉଚୁରା ଜାରି ରଖିଛି । ତାଙ୍କର ହତ୍ୟା କାଣ୍ଡକୁ ନେଇ ବିଭିନ୍ନ ମହଲରେ ଭିନ୍ନ ଭିନ୍ନ କଥା ଆଲୋଚନା ହେଉଛି । କେତେକ ପୁର୍ବ ଶତୃତାରୁ ଏହା ଘଟିଥ‌ିବା ଆଲୋଚନା ହେଉଥିବା ବେଳେ ଆଉ କେତେକ ଜମିବାଡିକୁ ନେଇ ମଧ୍ଯ ନାନା କଥା ଶୁଣିବାକୁ ମିଳୁଛି । ସେ ବିଜେଡି ଦଳର ଜଣେ ଆଗଧାଡିର ନେତା ଭାବରେ ଜଣାଶୁଣା ଥିଲେ l ଏହି ଘଟଣାକୁ ନେଇ ଡୁଙ୍ଗୁରିପାଲି ବ୍ଲକ ସରପଞ୍ଚ ସଂଘ ନିନ୍ଦା କରିଛି। ଯେବେ ଜଣେ ସରପଞ୍ଚ ଙ୍କୁ ଏଭଳି ହତ୍ୟା କରାଯାଉଛି ତାହେଲେ ସାଧାରଣ ଜନତାଙ୍କ କଥା କିଏ ପଚାରେ ବୋଲି ସଂଘ ପକ୍ଷରୁ ନିନ୍ଦା କରାଯାଇଛି ।  ସ୍ମରଣଯୋଗ୍ୟ ଯେ ଗତବର୍ଷ  ଇଚ୍ଛାପୁର ସରପଞ୍ଚ ଙ୍କୁ ବ୍ଳକ କାର୍ଯ୍ୟାଳୟ ତଥା ବି ଡି ଓ ଙ୍କ ସରକାରୀ ବାସଭବନ ସମ୍ମୁଖରେ ମରଣାନ୍ତକ ଆକ୍ରମଣ କରାଯାଇଥିଲା । ବର୍ଷେ ମଧ୍ୟରେ ଜଣେ ଲୋକ ପ୍ରତିନିଧୁକୁ ମରଣାନ୍ତକ ଆକ୍ରମଣ ଓ ଜଣକୁ ନିର୍ମମ ହତ୍ୟା ଘଟଣା ଅଂଚଳରେ ଆଇନ ଶୃଙ୍ଖଳା ବିପର୍ଯ୍ୟସ୍ତ ହୋଇ ପଡିଛି ବୋଲି ସରପଂଚ ସଂଘ ସଭାପତି ମନୋଜ ପୁରୋହିତ ତାଙ୍କ ପ୍ରତିକ୍ରୀୟାରେ ପ୍ରକାଶ କରିଛନ୍ତି । ବଲାଙ୍ଗିର ସାଇଣ୍ଟିଫିକ ଦଳ ଡୁଙ୍ଗୁରିପାଲି ଡାକ୍ତରଖାନା ଏବଂ ଘଟଣା ସ୍ଥଳରେ ପହଂଚି ତଦନ୍ତ ଚଳାଇଛନ୍ତି । ସେହିପରି ସୁବର୍ଣ୍ଣପୁର ଜିଲ୍ଲା ଆରକ୍ଷୀ ଅଧିକ୍ଷକ ନାରାୟଣ ନାୟକ ମଧ୍ଯ ଘଟଣା ସ୍ଥଳ ପରିଦର୍ଶନ କରି ଫେରି ଯାଇଛନ୍ତି । ହତ୍ୟାକାଣ୍ଡରେ ସଂପୃକ୍ତ ଆସାମୀମାନଙ୍କୁ ଧରି ଘଟଣାର ପର୍ଦ୍ଦାଫାସ କରିବା ରାମପୁର ପୁଲିସ ପାଇଁ ଏକ ଚେଲେଞ ସୃଷ୍ଟି କରିଛି । ଗାଁ ଗାଁରେ ଅବାଧ ମଦ ବିକ୍ରୀ, ଖୁଲମଖୁଲା ନିଶାକାରବାର, ହୁଗୁଳା ଆଇନ ବ୍ୟବସ୍ଥା ଯୋଗୁଁ ଦିନକୁ ଦିନ ଅସାମାଜିକ କାର୍ଯ୍ୟ, ଚୋରି, ଢକାୟତି, ରାହାଜାନୀ, ହତ୍ୟା ବଢିବାରେ ଲାଗିଛି । ରାମପୁର ପୁଲିସ ଶବ ପଞ୍ଚନାମା ପରେ ବ୍ୟବଚ୍ଛେଦ ପାଇଁ ବିନିକା ପଠାଇଛନ୍ତି । ରାମପୁର ଥାନାରେ ଏକ ହତ୍ୟାକାଣ୍ଡ ମାମଲା ଋଜୁ କରାଯାଇ ଥାନାଧିକାରୀ ପଦ୍ମାସିନୀ ମହେର ନିଜେ ଦାୟିତ୍ୱ ନେଇ ତଦନ୍ତ ଜାରି ରଖୁଛନ୍ତି । ଦୁଇ ଜଣ ଆସାମୀ ଙ୍କୁ ଆଜି ଗିରଫ କରା ଯାଇଥିବା ବେଳେ ଖୁବ ଶିଘ୍ର  ବାକି ସମସ୍ତ ଆସାମୀମାନଙ୍କୁ ଧରାଯିବ ବୋଲି ସେ ତାଙ୍କ ପ୍ରତିକ୍ରୀୟାରେ ପ୍ରକାଶ କରିଛନ୍ତି ।


News Comment




Photo in News

Advertisment
Lastest News
  ଜିଲ୍ଲା  
ତରାପୁରରେ ଧୁମ ଧାମ ରେ ନୂଆଖାଇ ପାଳିତ   16-Sep-2026
  ଜିଲ୍ଲା  
ହରଭଙ୍ଗାରେ ନୂଆଁଖାଇ ଭେଟଘାଟ ନାଚଗୀତ ପ୍ରତିଯୋଗିତାରେ ମନମୁଗ୍ଧ କଲେ କଳାକାର, ମଞ୍ଚସ୍ଥ ହେଲା ‘ଗାଁ ବୁଡ଼ି’ ଡ୍ରାମା   16-Sep-2026
  ଜିଲ୍ଲା  
ରାଜ୍ୟପାଳ ତଥା ରାଷ୍ଟ୍ରପତି ପୁରସ୍କରପ୍ରାପ୍ତ ପ୍ରଧାଶିକ୍ଷକ ଅଭିନ କିଶୋର ରଥଙ୍କ ପରଲୋକ - ଅଞ୍ଚଳରେ ଶୋକାକୁଳ ପରିବେଶ   16-Sep-2026
  ରାଜ୍ୟ  
ସମ୍ବଲପୁରରେ ୯୬୦ କୋଟିର ୫୦ଟି ବିକାଶମୂଳକ ପ୍ରକଳ୍ପର ଉଦ୍‌ଘାଟନ ଓ ଶିଳାନ୍ୟାସ କଲେ ମୁଖ୍ୟମନ୍ତ୍ରୀ♦️ ୧୩୩.୪୭ କୋଟିର ଲୋକାର୍ପଣ, ୮୨୫.୮୩ କୋଟିର ଶିଳାନ୍ୟାସ   16-Sep-2026
  ଜିଲ୍ଲା  
ସୁଭଦ୍ରା’ ଯୋଜନାର ସଫଳରେ ଘରେ ଘରେ ଦୀପ ଜାଳିବାକୁ ଉପମୁଖ୍ୟମନ୍ତ୍ରୀ ଆହ୍ୱାନ   16-Sep-2026
  ଜିଲ୍ଲା  
*ମେଦନ ଗ୍ରାମରେ ବାବା ଭଙ୍ଗାରମ ପରିବାର ତରଫରୁ ନୁଆଁଖାଇ ପର୍ବ ପାଳିତ*   16-Sep-2026
  ରାଜ୍ୟ  
ଶରତ ଇଲେଭେନ୍ କୁ ହରାଇ ଜାରିଂ ଚାମ୍ପିଅନ   16-Sep-2026
  ଜିଲ୍ଲା  
ନୁଆଁଖାଇ ଉପଲକ୍ଷେ ମାଁ ମାହେଶ୍ବରୀ ସେନା ପକ୍ଷରୁ ଖାଦ୍ୟବଣ୍ଟନ   16-Sep-2026
  ଜିଲ୍ଲା  
ଆଦିବାସୀ ଭାଇ ମାନଙ୍କ ପାରମ୍ପରିକ ଗରଣ୍ଡି ଯାତ୍ରା   16-Sep-2026
  ଜିଲ୍ଲା  
ବିଶିପାଲି ରେ ନୁଆଁଖାଇ ଭେଟଘାଟ କାର୍ଯ୍ୟକ୍ରମ   16-Sep-2026
  ଜିଲ୍ଲା  
ଗମ୍ଭାରୀପାଲି ଗଣେଷ ପୂଜା କମିଟି ତରଫରୁ ନୂଆଁଖାଇ ଭେଟଘାଟ କାର୍ଯ୍ୟକ୍ରମ   16-Sep-2026
  ଜିଲ୍ଲା  
ପରିବାର ସହ ନୂଆଁଖାଇଲେ ନରସିଂହ ଗାଁ କୁ ଯାଇ ଲୋକଙ୍କ ସହ ହେଲେ ଜୁହାର ଭେଟ ନୂଆଁଖାଇ ଆମ ଅଂଚଳର ଏକତାକୁ ଆହୁରି ସୁଦୃଢ କରୁଛି -ନରସିଂହ   15-Sep-2026

You Might Also Like