-+91-9937148622 |
prerana_bgr@rediffmail.com |
Saturday 26th September 2026 |
R.N.I. Regd No. ODIODI/2010/46693
Breaking News
25-Jan-2021
ଅନୁଗୁଳ (ପ୍ରେରଣା ଖବର ବ୍ୟୁରୋ): ତାଳଚେରରେ ଅର୍ଥନୈତିକ ଆନ୍ଦୋଳନ ଆରମ୍ଭ। ତାଳଚେର ସୁରକ୍ଷା ମଞ୍ଚ ପକ୍ଷରୁ ଆଜିଠାରୁ ଅନିର୍ଦ୍ଦିଷ୍ଟ କାଳ ପାଇଁ ତାଳଚେରରେ ଅର୍ଥନୈତିକ ଅବରୋଧ ଆରମ୍ଭ ହୋଇଛି । ଯାହାଫଳରେ ତାଳଚେରର ସମସ୍ତ କୋଇଲା ଖଣି ଗୁଡିକରୁ ଟ୍ରେନ ଏବଂ ଟ୍ରକ ଯୋଗେ କୋଇଲା ପରିବହନ ବନ୍ଦ ରହିଛି।
ସେହିପରି ଲିଙ୍ଗରାଜ, ଭୁବନେଶ୍ଵରୀ, ଅନନ୍ତ, ଜଗନ୍ନାଥ, ବଳରାମ, ଭରତପୁର, ହିଙ୍ଗୁଳା ଏବଂ କଣିହାଁ କୋଇଲା ଖଣିରୁ ଉତ୍ପାଦନ ବନ୍ଦ ରହିଛି। ମୁଖ୍ୟତଃ TTPS ପ୍ଲାଣ୍ଟ କୁ ଚାଲୁରଖି ଏକକାଳୀନ ନୂତନ ପ୍ଲାଣ୍ଟ ନିର୍ମାଣ, ନବ ନିର୍ମିତ ତାଳଚେର ମେଡିକାଲ କଲେଜକୁ ତୁରନ୍ତ ଚାଲୁ କରି MBBS ରେ ନାମ ଲେଖାଇବା, ତାଳଚେର ଅନୁଗୁଳ ରେଳ ଲୁପ ଲାଇନ କୁ ତିଆରି କରିବାକୁ ଦାବି ହୋଇଛି ।
ଅନ୍ୟପଟେ ତାଳଚେର ପୁରୀ ପାସେଞ୍ଜର ଟ୍ରେନକୁ NTPC କଣିହାଁ ପର୍ଯ୍ୟନ୍ତ ସମ୍ପ୍ରସାରଣ କରିବା ସହ ପ୍ରଦୂଷଣ ରୋକିବା ପାଇଁ ଟ୍ରେନ ଯୋଗେ କୋଇଲା ପରିବହନ ହେଉଥିବା ବଗି ଗୁଡିକରରେ ପାଲ ଭିଡ଼ିବା ସହ ବେକାରୀ ସମସ୍ୟା ଦୂର କରିବା ପାଇଁ ବ୍ୟାପକ ଅସ୍ଥାୟୀ ନିଯୁକ୍ତି ସୁଯୋଗ ସୃଷ୍ଟି କରିବାକୁ ଦାବି କରିଛନ୍ତି ଆନ୍ଦୋଳନକାରୀ । ଯେ ପର୍ଯ୍ୟନ୍ତ ଦାବି ପୂରଣ ନହୋଇଛି ସେ ପର୍ଯ୍ୟନ୍ତ ଆନ୍ଦୋଳନ ଜାରି ରହିବ ବୋଲି ସୁରକ୍ଷା ମଞ୍ଚ ଆନ୍ଦୋଳନ ପକ୍ଷରୁ ଚେତାବନୀ ଦିଆଯାଇଛି।