-+91-9937148622 |
prerana_bgr@rediffmail.com |
Monday 22nd June 2026 |
R.N.I. Regd No. ODIODI/2010/46693
Breaking News
25-Jan-2021
କଣ୍ଟାବାଞ୍ଜି, (ପ୍ରେରଣା ଖବର) : କାଠ ଚୋରା ଚାଲାଣ, କାଠଗଣ୍ଡି ସହ ଟ୍ରାକ୍ଟର ଜବତ l ବଲାଙ୍ଗିର ଜିଲ୍ଲା କଂଟାବାଞ୍ଜି ବିଭାଗ ପେଟ୍ରୋଲିଂଗ କରୁଥିବା ସମୟରେ ମିଲିଲା ଏକ ସଫଳତା । କାଠ ଚୋରା ଚାଳାଣ କରୁଥିବା ବେଳେ କାଠ ଗଣ୍ଡି ସହ ଟ୍ରାକ୍ଟରକୁ ଜବତ କଲା ବନ ବିଭାଗ । ତେବେ କାଠ ଚୋରା ଚାଳାଣ କରୁଥିବା ଟ୍ରାକ୍ଟର ଚାଳକ ଫେରାର ହେବାରେ ସଫଳ ହୋଇଛି । କଂଟାବାଞ୍ଜି ବନ ବିଭାଗ ରାତି ସମୟରେ ପେଟ୍ରୋଲିଂଗ କରୁଥିବା ବେଳେ ସ୍ଥାନିୟ କଲେଜ ପାଖ କାଦୋବସା ରାସ୍ତା ଦେଇ ଏକ ଟ୍ରାକ୍ଟର କାଠଗଣ୍ଡି ନେଇ ଯାଉଥିଲା । ତେବେ କାଠଗଣ୍ଡି ନେବାର କୌଣସି କାଗଜ ପତ୍ର ନଥିବା ବେଳେ ଟ୍ରାକ୍ଟର ଚାଳକ ବନ ବିଭାଗକୁ ଦେଖି ଫେରାର ହୋଇଥିଲା । ବନ ବିଭାଗ କାଠ ଗଣ୍ଡି ଏବଂ ଟ୍ରାକ୍ଟରକୁ ଜବତ କରି ବନ ବିଭାଗ କାର୍ଯ୍ୟାଳୟରେ ରଖିଥିବା ଜଣାଯାଇଛି । ତେବେ କାଠର ମୁଲ୍ୟ ବର୍ତମାନ ସୁଦ୍ଧା ଜଣାପଡିନାହିଁ ସକାଳ ସମୟରେ ହିସାବ କରାଯିବ ବୋଲି କଂଟାବାଞ୍ଜି ରେଂଜର ସୁଚନା ଦେଇଛନ୍ତି ।