-+91-9937148622 |
prerana_bgr@rediffmail.com |
Sunday 8th March 2026 |
R.N.I. Regd No. ODIODI/2010/46693
Breaking News
11-Jul-2025
ଅତାବିରା( ଆକାଶ ମିଶ୍ର): ପୂଜ୍ୟପୂଜାର ପରମ୍ପରାରେ ସମୃଦ୍ଧ ଆମ ଦେଶରେ ପ୍ରତ୍ୟେକ ବ୍ୟକ୍ତିଙ୍କ ଜୀବନରେ ଗୁରୁଙ୍କ ସ୍ଥାନ ସ୍ୱତନ୍ତ୍ର ହୋଇଥଏ। ଆଜିପବିତ୍ର ଗୁରୁ ପୂର୍ଣ୍ଣିମା ଅବସରରେ ଅତାବିରା ବ୍ଲକ ଅନ୍ତର୍ଗତ ହିର୍ଲି ପାଲି ଉଚ୍ଚ ବିଦ୍ୟାଳୟ ରେ ଛାତ୍ର ଛାତ୍ରୀ ମାନେ ଗୁରୁଙ୍କ ପାଦ ଧୌତ କରି ଫୁଲ ଚନ୍ଦନ ଦେଇ ପୂଜା କରି ଆଶୀର୍ବାଦ ଭିକ୍ଷା କରିଥିଲେ । ବିଦ୍ୟାଳୟ ର ପ୍ରଧାନ ଶିକ୍ଷକ ରବୀନ୍ଦ୍ର କୁମାର ପଣ୍ଡା ଙ୍କ ତତ୍ବାବଧାନରେ ରେ ଗୁରୁ ପୂର୍ଣ୍ଣିମା ଅବସରରେ ଏକ ସଚେତନ ସଭା କରାଯାଇ ଥିଲା ଛାତ୍ର ଛାତ୍ରୀ ମାନଙ୍କର ନୈତିକତା ବୃଦ୍ଧି ଉଦ୍ଦେଶ୍ୟରେ।ଏଥିରେ ବିଦ୍ୟାଳୟ ର ସହକାରୀ ଶିକ୍ଷକ ଦୀପକ କୁମାର ପ୍ରଧାନ, ବଳରାମ ସାହୁ,ପ୍ରତାପ ଗଡତିଆ କର୍ମଚାରୀ ଅଚ୍ୟୁତ ନାଥ ପ୍ରମୁଖ ଉପସ୍ଥିତ ଥିଲେ । ଶିକ୍ଷକ ବଳରାମ ସାହୁ ପୂଜ୍ୟ ପୂଜାର ପରମ୍ପରା ସହ ପରିବେଶ ର ସମ୍ପର୍କ ଉପରେ ଆଲୋକପାତ କରି କହିଥିଲେ ଗୁରୁଙ୍କ ପ୍ରତି ଭକ୍ତି ଓ ସମ୍ମାନ ଜଣେଇ ତାଙ୍କରି ନୀତି ଆଦର୍ଶରେ ଦୈନନ୍ଦିନ ଜୀବନ ଅତିବାହିତ କରିବା ପ୍ରତ୍ୟେକ ଛାତ୍ର ଛାତ୍ରୀ ଙ୍କ କର୍ତ୍ତବ୍ୟ,କିନ୍ତୁ ତାହା ସହ ଆମେ ପ୍ରକୃତି,ପରିବେଶ କୁ ମଧ୍ୟ ସୁସ୍ଥ ଓ ସବୁଜିମା ରଖିବା ଆର୍ କର୍ତ୍ତବ୍ୟ ।ଏବଂ ଏହି ପରିବେଶ ରେ ବୃକ୍ଷ ଅନନ୍ୟ ଭୂମିକା ଗ୍ରହଣ କରିଥାଏ ।ତେଣୁ ବୃକ୍ଷ ରୋପଣ କରି ତାର ଯତ୍ନ ନେଲେ ପୂଜ୍ୟ ପୂଜା ପରମ୍ପରା ସମୃଦ୍ଧି ଲାଭ କରିଥାଏ ।ପରେ ବିଦ୍ୟାଳୟ ରେ ସମସ୍ତେ ମିଶି ୧୦୫ ଟି ଚାରା ରୋପଣ କରିଥିଲେ ।