-+91-9937148622 |
prerana_bgr@rediffmail.com |
Thursday 17th September 2026 |
R.N.I. Regd No. ODIODI/2010/46693
Breaking News
10-Jul-2025
ବଲାଙ୍ଗୀର(ଦେବାଶିଷ ବହିଦାର): ଜିଲ୍ଲା ମତ୍ସ୍ୟ ଅଧିକାରୀ ବଲାଙ୍ଗୀର କାର୍ଯ୍ୟାଳୟ ଠାରେ ଜିଲ୍ଲା ମତ୍ସ୍ୟ ବିଭାଗ ତରଫରୁ ଜାତୀୟ ମତ୍ସ୍ୟ ଦିବସ ୨୦୨୫ ଜିଲ୍ଲା ମତ୍ସ୍ୟ ଅଧିକାରୀ ଉମେଶ ଚନ୍ଦ୍ର ଧରୁଆ ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ଉପ ମତ୍ସ୍ୟ ନିର୍ଦ୍ଦେଶକ କୁଟିଳ ଚନ୍ଦ୍ର ଦାଶ ମୁଖ୍ୟ ଅତିଥି ଏବଂ ଅତିରିକ୍ତ
ମତ୍ସ୍ୟ ଅଧିକାରୀ ଜୟଶ୍ରୀ ଛତ୍ରିଆ ସମ୍ମାନିତ ଅତିଥି ଭାବେ ଯୋଗ ଦାନ ଦେଇଥିଲେ। ସହକାରୀ ମତ୍ସ୍ୟ ସମ୍ପ୍ରସାରଣ ଅଧିକାରୀ ତୃପ୍ତିମୟୀ ନେଗୀ ସଭା ପରିଚାଳନା କରି ଥିଲେ। ଏଥିରେ ବିଭିନ୍ନ ବ୍ଳକରୁ ଆସିଥିବା ସଫଳ ମତ୍ସ୍ୟ ଚାଷୀଙ୍କୁ ଉପଢୌକନ ଦେଇ ସମ୍ମାନିତ କରାଯାଇଥିଲା। ବିଭିନ୍ନ ବ୍ଳକରୁ ଶତାଧିକ ମତ୍ସ୍ୟ ଚାଷୀ ଅଂଶଗ୍ରହଣ କରିଥିଲେ।