-+91-9937148622 |

prerana_bgr@rediffmail.com |

  Friday 18th September 2026 |

| | | |

R.N.I. Regd No. ODIODI/2010/46693

Breaking News

ସମ୍ବଲପୁର ବରିଷ୍ଠ ନାଗରିକ ସମାଜ ପକ୍ଷରୁ ଵୟୋବନ୍ଦନା କାର୍ଯ୍ୟକ୍ରମ ll 94 ବର୍ଷୀୟ ଧର୍ମପରାୟଣ ବ୍ୟକ୍ତିତ୍ୱ ଶ୍ରୀବତ୍ସ ପାଣିଗ୍ରାହୀ ସମ୍ବର୍ଦ୍ଧିତ ll   (17-Sep-2026)       ||      ବିଏମସି ୫୬ ନମ୍ବର ୱାର୍ଡରେ ଓଜେସିର ସାଂଗଠନିକ ବୈଠକ ସଂଗଠନ ସୁଦୃଢ଼ କରିବା ସହ ଜନସମସ୍ୟାକୁ ଗୁରୁତ୍ୱ ଦେଲେ ଓଜେସି ସଭାପତି ମହମ୍ମଦ ମୋକିମ୍   (17-Sep-2026)       ||      ଅର୍ଜୁନ କୁମାର ସାହୁଙ୍କ କୋସଲି କଥାନୀ ସଂକଳନ "ଆଏଜ ବି ଟାକିଛେଁ" ଉନ୍ମୋଚିତ   (17-Sep-2026)       ||      ଭଅଁରାରେ ଆନନ୍ଦ ଉଲ୍ଲାସର ସହ ଗଣେଶ ପୂଜା ଅନୁଷ୍ଠିତ ।।   (17-Sep-2026)       ||      ନବଜାତ ଶିଶୁ କନ୍ୟା ଉଦ୍ଧାର   (17-Sep-2026)       ||      ସରଗାଡ଼ ଠାରେ ମର୍ଣ୍ଣିଙ୍ଗ ଷ୍ଟାର ତରଫରୁ ‘୫ମ ନୂଆଁଖାଇ ଭେଟ୍‌ଘାଟ୍‌-୨୦୨୬’ ଅନୁଷ୍ଠିତ: ମୁଖ୍ୟ ଅତିଥି ଭାବେ ଯୋଗଦେଲେ ମନ୍ତ୍ରୀ ଡ. ମୁକେଶ ମହାଲିଙ୍ଗ   (17-Sep-2026)       ||      ବଲାଙ୍ଗୀର ଓକିଲ ମାନଙ୍କ ନୂଆଁଖାଇ ଭେଟଘାଟ ସେପ୍ଟେମ୍ବର ୨୦ରେ    (17-Sep-2026)       ||      ପ୍ରଧାନମନ୍ତ୍ରୀଙ୍କ ଜନ୍ମଦିନରେ ହସ୍ପିଟାଲରେ ଫଳ ବଣ୍ଟନ :ମୋଦୀଙ୍କ ଦୀର୍ଘାୟୁ କାମନା କଲେ ବିଧାୟକ ଲକ୍ଷ୍ମଣ ବାଗ   (17-Sep-2026)       ||      ଡାବୁଗାଁ ଠାରେ ଏକ ପେଡ୍ ମାକେ ନାମ କାର୍ଯ୍ୟକ୍ରମ ଅନୁଷ୍ଠିତ   (17-Sep-2026)       ||      ଯାତ୍ରୀବାହୀ ବେଲୁନ ବସ୍‌ରୁ ଗଞ୍ଜେଇ ଜବତ : ମୋବାଇଲ, ନଗଦ ଟଙ୍କା ସହ ୩ ଜଣ ବସ କର୍ମଚାରୀ ଗିରଫ   (17-Sep-2026)       ||      ଅବକାରୀ ବିଭାଗ ର ନିଷ୍କ୍ରିୟତା କୁ ନେଇ ଅସନ୍ତୋଷ ବୃଦ୍ଧି ପାଉଛି   (17-Sep-2026)       ||      କୁସଙ୍ଗ ଜଗନ୍ନାଥ ମନ୍ଦିରରେ ନୂଆଖାଇ ଭେଟଘାଟ ପାଳିତ   (17-Sep-2026)       ||      ୨୭ତମ ରାଜ୍ୟସ୍ତରୀୟ ତୀରନ୍ଦାଜ ପ୍ରତିଯୋଗିତା   (17-Sep-2026)       ||      ବାପୁଜୀ ନଗର ମହିଳା କ୍ଲବ ସଂପୂର୍ଣାର ବାର୍ଷିକ ଉତ୍ସବ ଏବଂ ସମ୍ବର୍ଦ୍ଧନା ଉତ୍ସବ    (16-Sep-2026)       ||      ତରାପୁରରେ ଧୁମ ଧାମ ରେ ନୂଆଖାଇ ପାଳିତ    (16-Sep-2026)       ||      ହରଭଙ୍ଗାରେ ନୂଆଁଖାଇ ଭେଟଘାଟ ନାଚଗୀତ ପ୍ରତିଯୋଗିତାରେ ମନମୁଗ୍ଧ କଲେ କଳାକାର, ମଞ୍ଚସ୍ଥ ହେଲା ‘ଗାଁ ବୁଡ଼ି’ ଡ୍ରାମା   (16-Sep-2026)       ||      ରାଜ୍ୟପାଳ ତଥା ରାଷ୍ଟ୍ରପତି ପୁରସ୍କରପ୍ରାପ୍ତ ପ୍ରଧାଶିକ୍ଷକ ଅଭିନ କିଶୋର ରଥଙ୍କ ପରଲୋକ - ଅଞ୍ଚଳରେ ଶୋକାକୁଳ ପରିବେଶ    (16-Sep-2026)       ||      ସମ୍ବଲପୁରରେ ୯୬୦ କୋଟିର ୫୦ଟି ବିକାଶମୂଳକ ପ୍ରକଳ୍ପର ଉଦ୍‌ଘାଟନ ଓ ଶିଳାନ୍ୟାସ କଲେ ମୁଖ୍ୟମନ୍ତ୍ରୀ♦️ ୧୩୩.୪୭ କୋଟିର ଲୋକାର୍ପଣ, ୮୨୫.୮୩ କୋଟିର ଶିଳାନ୍ୟାସ   (16-Sep-2026)       ||      ସୁଭଦ୍ରା’ ଯୋଜନାର ସଫଳରେ ଘରେ ଘରେ ଦୀପ ଜାଳିବାକୁ ଉପମୁଖ୍ୟମନ୍ତ୍ରୀ ଆହ୍ୱାନ   (16-Sep-2026)       ||      *ମେଦନ ଗ୍ରାମରେ ବାବା ଭଙ୍ଗାରମ ପରିବାର ତରଫରୁ ନୁଆଁଖାଇ ପର୍ବ ପାଳିତ*   (16-Sep-2026)       ||     

HOME   ଜିଲ୍ଲା

ନବରଙ୍ଗପୁର ଜିଲ୍ଲାର ନଅଟି ପ୍ରସିଦ୍ଧ ଶୈବ ପୀଠ

10-Jul-2025



ନବରଙ୍ଗପୁର(ମିହିର ଶଙ୍କର ପାତ୍ର): ନବରଙ୍ଗପୁରରେ ମଧ୍ୟ ଅନେକ ସ୍ଥାନରେ ଯେଉଁ ପୁରାତନ ପ୍ରତିଷ୍ଠିତ ଐତିହାସିକ ଶୈବପୀଠ ସମ୍ବନ୍ଧିତ ଲୋକ କଥା, କିମ୍ବଦନ୍ତୀ ଅଛି ଯାହା ସମସ୍ତେ ଅବଗତ ହେବା ସହ ଶିବଉକ୍ତ ମାନେ ନିଜର ସମୟ ସୁବିଧା ଅନୁସାରେ ମହାଦେବଙ୍କୁ ଦର୍ଶନ ପୂର୍ବକ ମନୋସ୍କାମନା ପୂର୍ଣ୍ଣ କରିପାରିବେ । ସେଥି ନିମନ୍ତେ ମୁଁ ଶିବ ଭକ୍ତ ମିହିର ଶଙ୍କର ପାତ୍ର ସଂକ୍ଷେପରେ ଆଲୋଚନା କରୁଛି ।
ଆଧ୍ୟାତ୍ମିକ ଦୃଷ୍ଟିକୋଣରୁ ଆଉ ଏକ ପରିବର୍ତ୍ତିତ ମାନସିକତା ହେଲା ଗତ ଏକ ଦଶନ୍ଧି ଧରି କ୍ରମଶଃ ବୃଦ୍ଧି ପାଇ ଥିବା ଯୁବ ଶିବ ଭକ୍ତ ଯେଉଁମାନେ 'କାଉଡିଆ'ଭାବେ ଅଭିହିତ ଓ ସୁପରିଚିତ । ଶ୍ରାବଣ ମାସରେ ବର୍ଷା ଶୀତରେ ଭିଜି ଭିଜି ବଂ ବଂ ଭୋଲେ , ଆମେ ତ କାଉଡିବାଲା ଇତ୍ୟାଦି ଭକ୍ତିଗୀତର ତାଳେତାଳେ ଖାଲି ପାଦରେ ଚାଲି ଚାଲି ଦୂରଦୂରାନ୍ତ ପଥ ଅତିକ୍ରମ କରି କାଉଡିରେ ଜଳପୂର୍ଣ୍ଣ କଳସକୁ ନେଇ ବିଭିନ୍ନ ଶୈବ ପୀଠକୁ ପବିତ୍ରତା ପୂର୍ବକ ଯାଇ ଶିବ ଭଗବାନଙ୍କୁ ଜଳ ଅଭିଷେକ କରନ୍ତି, ତାହା ଦେଖିବାକୁ ଯେତିକି ଆନନ୍ଦ ଦାୟକ ସେତିକି ଭକ୍ତି ପ୍ଲାବିତ ।

 ୧.କେଲିଆ ଶୈବପୀଠ

ନବରଙ୍ଗପୁର ଜିଲ୍ଲାର ଅନ୍ୟ ଏକ ପ୍ରସିଦ୍ଧ ଶୈବପୀଠ ହେଲା ପ୍ରାକୃତିକ ସନ୍ଦର୍ଯ୍ୟର ଗନ୍ତାଘର ବିଖ୍ୟାତ ଶୈବପୀଠ କେଲିଆ""
ଡାବୁଗାଁ ବ୍ଲକ ଅଧିନସ୍ଥ କେଲିଆ ଶୈବପୀଠ ଏକ ପର୍ଯ୍ୟଟନସ୍ଥଳୀ  ଓ ଧର୍ମାନୁଷ୍ଠାନ କହିଲେ ଚାଲେ ଏଠାରେ  ଶିବରାତ୍ରି ପୂର୍ବରୁ ଭକ୍ତ  ମାନଙ୍କ ଭିଡ ଆରମ୍ଭ କହାଇଗଲାଣି |  ମନ୍ଦିର ଚତୁର୍ପାସର ମୋନରମା ଭରା ଶୋଭା ସତେଯେପତି ପର୍ଯ୍ୟଟକ ମାନଙ୍କୁ ସ୍ଵାଗତ କରିବାରେ ତତ୍ପର ହୋଇ ଉଠିଛି | ନବରଙ୍ଗପୁର ଜଲିା ସେଦରମହକୁମା ଠାରୁ ୪୫ କିମିି ତଥା ଡାବୁଗାଁ ବ୍ଲକ ସଦରମହକୁମା ଠାରୁ ୧୩ କିମି ଦୂରରେ ରହଛିି କେଲିଆ  ଶୈବପୀଠ । ମାନ୍ୟତା ଅନୁସାରେ ଏଠାରେ ପୂଜା ପାଉଥିବା ବାବା ଝାଡେସ୍ୱର ମହାଦେବଙ୍କ ପ୍ରସାେଦ ସେବନ ଓ ପାଦୁକା  ଲେପନ କଲେ କୁଷ୍ଠ ରୋଗ ମଧ୍ୟ ଭଲ ହୋଇଥାଏ ବୋଲି ଲୋକ ବିଶ୍ୱାସ ରହିଛି ।

୨.ପାପଡାହାଣ୍ଡି ଶୈବପୀଠ

ନବରଙ୍ଗପୁର ଠାରୁ ମାତ୍ର 10 କିଲୋମିଟର ଦୂରରେ ଅବସ୍ଥିତ ଐତିହାସିକ ପାପଡାହାଣ୍ଡି ଶୈବପୀଠ । ଏହା ଯେତିକି ପୂରାତନ ସେତିକି ପ୍ରତିଷ୍ଠିତ।

୩.ପୋଡାଗଡ ଶୈବପୀଠ

ଏକ ଜୀର୍ଣ୍ଣଶୀର୍ଣ୍ଣ ଭଗ୍ନାବଶେଷ ମନ୍ଦିର କୁ ପରିବେଷ୍ଟିତ ସୁରମ୍ୟ ବନାନୀ ଅନେକ ଶିଳାଖଣ୍ଡ ଶିଳାଲେଖ ଓ ଶିଳାମୂର୍ତ୍ତି ସହ କିଛି ଭଗ୍ନାବେଶ ଏବଂ ଐଶ୍ଚର୍ଯ୍ଯପୂର୍ଣ ବିଭବ ଭରା ରାଜବଂଶ ଓ ଇତିହାସ ର ସ୍ବାକ୍ଷର ବହନ କରି ଆଜିବି ନୀରବ ନିଶ୍ଚଳ ଭାବେ ଦଣ୍ଡାୟମାନ ପୋଡାଗଡ । ଏହାର ଇତିହାସ ଯେତିକି ରହସ୍ୟମୟ ସେତିକି ଗବେଷଣା ସାପେକ୍ଷ । ଏହି ଦର୍ଶନୀୟ ସ୍ଥାନ ର ଦୂରତା ନବରଙ୍ଗପୁର ଠାରୁ ମାତ୍ର ୫୩ଧୋଡ୍ରା ଠାରୁ ଡାହାଣ ପଟେ ଏକ ପୋଷ୍ଟର୍ ଥିବା ରାସ୍ତା ଦେଇ ଯିବାକୁ ପଡେ 

୪.ଗର୍ଭରାଇ ଶୈବପୀଠ

ନବରଙ୍ଗପୁର ସହର ଠାରୁ ୨୫କିଲୋମିଟର ଦୂରରେ ଅବସ୍ଥିତ ମୈଦଲପୁର ବ୍ଲକ ଅନ୍ତର୍ଗତ ଗର୍ଭରାଇ ଶୈବପୀଠ ଶିବଭକ୍ତ ଶୈବଙ୍କ ପାଇଁ ଯେତିକି ପବିତ୍ର ସେତିକି ଆକର୍ଷଣୀୟ 

୫.ନବରଙ୍ଗପୁର ଶୈବପୀଠ

ନବରଙ୍ଗପୁର ସହର ରେ ଅନେକ ଗୁଡିଏ ଶିବ ମନ୍ଦିର ଥିବା ସତ୍ତ୍ବେ ରାଜୁ ସାହି ନିକଟସ୍ଥ ପ୍ରସିଦ୍ଧ ନୀଳକଣ୍ଠେଶ୍ବର ମନ୍ଦିର ସ୍ବତନ୍ତ୍ର ଏବଂ ପୁରାତନ ଅଟେ। କେବଳ ଯେ ଶିବରାତ୍ରୀ ବା କାର୍ତ୍ତିକ ସୋମବାର ଏଠି ପୂଜା ହୁଏ ଏବଂ ଲମ୍ବା ଧାଡି ଲାଗିଥାଏ ତା ନୁହେଁ ବରଂ ଅନ୍ୟ ସୋମବାର ଏବଂ ପର୍ବପର୍ବାଣି ରେ ମଧ୍ୟ ପ୍ରଭୁଙ୍କ ଆଶିଷ ପାଇଁ ଭକ୍ତ ମାନଙ୍କର ଭିଡ ଲାଗିରହେ । ପୂଜାରୀଙ୍କ ମତରେ ଏହି ମନ୍ଦିର ୧୮୧୮ଖ୍ରୀଷ୍ଟାବ୍ଦରୁ ପ୍ରତିଷ୍ଠିତ ଏବଂ ସେହି ସମୟରୁ ନୀଳ କଣ୍ଠେଶ୍ବର ଙ୍କର ରୀତିମତ ପୂଜା ଅନୁଷ୍ଠିତ ହୋଇ ଆସୁଛି ।

୬.ପାରୁଆ ଶୈବପୀଠ

ରାଇଘର ବ୍ଲକ୍ ଠାରୁ ମାତ୍ର ୪କିଲୋମିଟର ଦୂରରେ ଅବସ୍ଥିତ ଏହି ପାରୁଆ ଶୈବପୀଠ । ଏହି ଅଞ୍ଚଳରେ 'ଗଣ୍ଡ' ସଂପ୍ରଦାୟ ଆଦିବାସୀ ଓ ଅନ୍ୟମାନଙ୍କର ଶ୍ରଦ୍ଧା ବିଶ୍ବାସ ପୂଜା ଓ ଯାତ୍ରା ର ଏକ ପ୍ରମୁଖ କେନ୍ଦ୍ରସ୍ଥଳୀ ଅଟେ ଏଠାରୁ ଅନତି ଦୂରରେ ରାଣୀ ପଦର ଗାଁ ଦୃଶ୍ୟାମାନ । ପଦର ମାନେ ସାହି । ଏଠାରେ ରାଣୀ ମାଁ ଙ୍କ ଅବସ୍ଥାନ ପଡୋଶୀ ରାଜ୍ୟ ବସ୍ତର ରାଜ ପରିବାର ରାଜବଂଶ ସହ ଜଡିତ ଥିବା କିଛି ରହସ୍ୟ ଓ କିମ୍ବଦନ୍ତୀ ଶ୍ରୁତିଗୋଚର ହୁଏ । ରାଇଘର ନିକଟସ୍ଥ ରାଣୀଗୁମ୍ଫା ସହ ମଧ୍ୟ ଶୈବ ପୀଠର କିଛି ଲୁକ୍କାୟିତ ତଥ୍ୟ ଲୋକମୁଖରେ ଶୁଣିବାକୁ ମିଳେ ଯାହାର ସତ୍ୟତା ଓ ବିବରଣୀ ହୁଏତ ଭବିଷ୍ୟତରେ ପ୍ରକଟ ହୋଇପାରେ ଯଦି ଗବେଷଣା କରାଯାଏ । 

୭.ମାଣ୍ଡା ଡଙ୍ଗରୀ ଶୈବ ପୀଠ

ନବରଙ୍ଗପୁର ର ଅନ୍ୟ ଏକ ଆକର୍ଷଣ ହେଲା ଏଠାରୁ ମାତ୍ର ୧୧ କିଲୋମିଟର ଦୂରରେ ଥିବା ଚଟାହାଣ୍ଡି ନିକଟସ୍ଥ ମାଣ୍ଡା ଡଙ୍ଗରୀ ଶୈବ ପୀଠ । ଡଙ୍ଗରୀ ଅର୍ଥ ପାହାଡ । ଅତଏବ ଏହା କୁ କୈଳାସ ପର୍ବତର ମାନ୍ୟତା ଦେଇ ନିରୀହ ଆଦିବାସୀ ମାନେ ତାଙ୍କ ଦେବତା ଈଶ୍ବରଙ୍କୁ ଯେଉଁ ପରି ଭାବେ ଭକ୍ତିପୂତ ପ୍ରାଣରେ ପ୍ରତିଷ୍ଠିତ କରନ୍ତି ତାହା ଅନନ୍ୟ । ମନ୍ଦିର ପ୍ରାଙ୍ଗଣରେ ଶିବ ପାଦୁକା ସ୍ବରୁପ ଝରି ଯାଉଥିବା ନିର୍ଝରିଣୀ ଏହି ପବିତ୍ର ସ୍ଥାନକୁ ଅଧିକ ନୈସର୍ଗିକ ଓ ଉପଭୋଗ୍ଯ କରିଥାଏ । ଏହାର ବିଶେଷତା ହେଲା ଶିବରାତ୍ରୀ ପରଦିନ ଏଠାରେ ଅନୁଷ୍ଠିତ ଯାତ୍ରା ଏବଂ ପ୍ରବଳ ଜନସମାଗମ ର ଏକ ଅପୂର୍ବ ଦୃଶ୍ୟ 

୮.ଚନ୍ଦନଧାରାର ଶୈବପୀଠ

ଝରିଗାଁ ବ୍ଲକର ସାନଟେମରା ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ଏହି ଚନ୍ଦନଧାରା ଜଳପ୍ରପାତର ସୁଶୋଭିତ ସୁଷମା ଦୃଷ୍ଟିଗୋଚର ହୁଏ । ନବରଙ୍ଗପୁର ସହରରୁ ଏହାର ଦୂରତା ଯଦିଚ ୧୦୦ କିଲୋମିଟର ଡାବୁଗାଁ ପଟରୁ ଜାଣିବା ଲୋକ ଯା'ନ୍ତି ଯଦ୍ବାରା ବାଟର ଦୂରତା ବହୁତ କମିଯାଏ ।

୯. ଘୁମରେଶ୍ବର ଶୈବ ପୀଠ

ଏହି ଶୈବପୀଠ ତେନ୍ତୁଳିଖୁଣ୍ଟି ବ୍ଲକ ଅନ୍ତର୍ଗତ ଝରିଗୁମ୍ମା ଠାରେ ଅବସ୍ଥିତ । ଏହା ଉଭୟ ଶୈବପୀଠ ଏବଂ ପର୍ଯ୍ୟଟନସ୍ଥଳୀ ହିସାବରେ ଜଣାଶୁଣା ଏବଂ ପ୍ରାୟ ବର୍ଷ ସାରା ଲୋକଙ୍କ ୟାତାୟାତ ଜାରି ରହିଥାଏ।ଏହିକୁ ଅବିଭକ୍ତ କୋରାପୁଟ ଜିଲ୍ଲାର ପ୍ରାଚୀନତମ ଐତିହାସିକ ସର୍ବଶ୍ରେଷ୍ଠ ଶୈବପୀଠ 'ଗୁପ୍ତେଶ୍ବର' ଙ୍କ ପରେ ଲୋକେ ଘୁମରେଶ୍ବରକୁ ଦ୍ବିତୀୟ ଗୁପ୍ତେଶ୍ବରର ମାନ୍ୟତା ଦେଲେଣି । 

ଜିଲ୍ଲାର ଅନେକ ଶିବ ମନ୍ଦିର ର ଅବସ୍ଥିତି ସତ୍ତ୍ବେ ଉପରୋକ୍ତ ନଅ ଗୋଟି ପ୍ରସିଦ୍ଧ ଶୈବପୀଠ ର ସ୍ବତନ୍ତ୍ର ବୈଶିଷ୍ଠ୍ୟତା , ଅଲୌକିକତା, ଐତିହାସିକତା , ଆଧ୍ୟାତ୍ମିକତା, ଅନୁପମ ପ୍ରାକୃତିକ ସୌନ୍ଦର୍ଯ୍ୟ ଓ ସ୍ବର୍ଗୀୟ ବାତାବରଣ ରେ ଭରି ରହିଥିବା ପ୍ରାଚୁର୍ଯ୍ୟତା ଯେ ନିଶ୍ଚିତ ଭାବେ ନବରଙ୍ଗପୁର ଜିଲ୍ଲାର ଧର୍ମ ,ସଂସ୍କୃତି ଓ ସାହିତ୍ୟ ର ଏକ ବଳିଷ୍ଠ ଉତ୍ସ ଓ କେନ୍ଦ୍ରସ୍ଥଳୀ ଏହା କହିବା ଅତ୍ଯୁକ୍ତି ହେବ ନାହିଁ ।


News Comment




Photo in News

Advertisment
Lastest News
  ଜିଲ୍ଲା  
ସମ୍ବଲପୁର ବରିଷ୍ଠ ନାଗରିକ ସମାଜ ପକ୍ଷରୁ ଵୟୋବନ୍ଦନା କାର୍ଯ୍ୟକ୍ରମ ll 94 ବର୍ଷୀୟ ଧର୍ମପରାୟଣ ବ୍ୟକ୍ତିତ୍ୱ ଶ୍ରୀବତ୍ସ ପାଣିଗ୍ରାହୀ ସମ୍ବର୍ଦ୍ଧିତ ll   17-Sep-2026
  ଜିଲ୍ଲା  
ବିଏମସି ୫୬ ନମ୍ବର ୱାର୍ଡରେ ଓଜେସିର ସାଂଗଠନିକ ବୈଠକ ସଂଗଠନ ସୁଦୃଢ଼ କରିବା ସହ ଜନସମସ୍ୟାକୁ ଗୁରୁତ୍ୱ ଦେଲେ ଓଜେସି ସଭାପତି ମହମ୍ମଦ ମୋକିମ୍   17-Sep-2026
  ଜିଲ୍ଲା  
ଅର୍ଜୁନ କୁମାର ସାହୁଙ୍କ କୋସଲି କଥାନୀ ସଂକଳନ "ଆଏଜ ବି ଟାକିଛେଁ" ଉନ୍ମୋଚିତ   17-Sep-2026
  ଜିଲ୍ଲା  
ଭଅଁରାରେ ଆନନ୍ଦ ଉଲ୍ଲାସର ସହ ଗଣେଶ ପୂଜା ଅନୁଷ୍ଠିତ ।।   17-Sep-2026
  ଜିଲ୍ଲା  
ନବଜାତ ଶିଶୁ କନ୍ୟା ଉଦ୍ଧାର   17-Sep-2026
  ଜିଲ୍ଲା  
ସରଗାଡ଼ ଠାରେ ମର୍ଣ୍ଣିଙ୍ଗ ଷ୍ଟାର ତରଫରୁ ‘୫ମ ନୂଆଁଖାଇ ଭେଟ୍‌ଘାଟ୍‌-୨୦୨୬’ ଅନୁଷ୍ଠିତ: ମୁଖ୍ୟ ଅତିଥି ଭାବେ ଯୋଗଦେଲେ ମନ୍ତ୍ରୀ ଡ. ମୁକେଶ ମହାଲିଙ୍ଗ   17-Sep-2026
  ଜିଲ୍ଲା  
ବଲାଙ୍ଗୀର ଓକିଲ ମାନଙ୍କ ନୂଆଁଖାଇ ଭେଟଘାଟ ସେପ୍ଟେମ୍ବର ୨୦ରେ   17-Sep-2026
  ଜିଲ୍ଲା  
ପ୍ରଧାନମନ୍ତ୍ରୀଙ୍କ ଜନ୍ମଦିନରେ ହସ୍ପିଟାଲରେ ଫଳ ବଣ୍ଟନ :ମୋଦୀଙ୍କ ଦୀର୍ଘାୟୁ କାମନା କଲେ ବିଧାୟକ ଲକ୍ଷ୍ମଣ ବାଗ   17-Sep-2026
  ଜିଲ୍ଲା  
ଡାବୁଗାଁ ଠାରେ ଏକ ପେଡ୍ ମାକେ ନାମ କାର୍ଯ୍ୟକ୍ରମ ଅନୁଷ୍ଠିତ   17-Sep-2026
  ଜିଲ୍ଲା  
ଯାତ୍ରୀବାହୀ ବେଲୁନ ବସ୍‌ରୁ ଗଞ୍ଜେଇ ଜବତ : ମୋବାଇଲ, ନଗଦ ଟଙ୍କା ସହ ୩ ଜଣ ବସ କର୍ମଚାରୀ ଗିରଫ   17-Sep-2026
  ଜିଲ୍ଲା  
ଅବକାରୀ ବିଭାଗ ର ନିଷ୍କ୍ରିୟତା କୁ ନେଇ ଅସନ୍ତୋଷ ବୃଦ୍ଧି ପାଉଛି   17-Sep-2026
  ରାଜ୍ୟ  
କୁସଙ୍ଗ ଜଗନ୍ନାଥ ମନ୍ଦିରରେ ନୂଆଖାଇ ଭେଟଘାଟ ପାଳିତ   17-Sep-2026

You Might Also Like