-+91-9937148622 |
prerana_bgr@rediffmail.com |
Wednesday 11th March 2026 |
R.N.I. Regd No. ODIODI/2010/46693
Breaking News
09-Jul-2025
ପାଟଣାଗଡ(ପୂର୍ଣ୍ଣ ଶଶୀ ଶେଖର ରାଓ): ବଲାଙ୍ଗିର ଜିଲ୍ଲା ବେଲପଡା ଅଞ୍ଚଳ ରେ ରଥଯାତ୍ରା ୫ଦିନ ଓ ବାହୁଡା଼ ରଥଯାତ୍ରା ୫ଦିନ ପାଳନ କରାଯାଏ । ପୂର୍ବରୁ ଏହି ଅଞ୍ଚଳ ରେ ଜୁଆଡ଼ି ମାନଙ୍କ ପାଦୁର୍ଭାବ ବଢ଼ି ଚାଲିଥିଲା ଏବଂ ବିଭିନ୍ନ ସମୟ ରେ ଲୋକଙ୍କ ମଧ୍ୟରେ ଝଗଡା ହେଉଥିବାର ମଧ୍ୟ ଦେଖିବାକୁ ମିଳୁଥିଲା । ଏହି ଥାନାରେ ଗତ ବର୍ଷ ଅନନ୍ତ କୁମାର ପ୍ରଧାନ ଯୋଗ ଦେବା ପରେ ଥାନା ଅଞ୍ଚଳର ସମସ୍ତ ଯାତ୍ରା କମିଟିକୁ ଜୁଆ ନ ଖେଳିବାକୁ ପରାମର୍ଶ ଦେଇଥିବା ସତ୍ବେ କିଛି ଅମାନିଆ ଜୁଆଡ଼ି ଲୁଚିଛପି ଜୁଆ ଖେଳାଇ ଆସୁଥିଲେ!ଆଜି ବେଲପଡା ଥାନା ଅଞ୍ଚଳ ର ଅଏଁଲାଭଟା ଗାଁ ରେ ବାହୁଡା଼ ରଥଯାତ୍ରା ଚାଲିଥିବା ବେଳେ କଣ୍ଟାବାଞ୍ଜି ଅଞ୍ଚଳର କିଛି ଜୁଆଡ଼ି ଜୁଆ ଖେଳ ଖେଳାଉଥିଲେ!ଉକ୍ତ ବିଷୟରେ ଖବର ପାଇ ଥାନା ଧିକାରୀ ଅନନ୍ତ କୁମାର ପ୍ରଧାନ ହୋମଗାର୍ଡ ହରି ଶଗଡିଆ ସହିତ ନିଜେ ଆସି ସନ୍ଧ୍ୟା ୬.୩୦ ଟା ସମୟ ରେ ଜୁଆଡ଼ି ମାନଙ୍କୁ କାବୁ କରିଥିଲେ!ବଲାଙ୍ଗିର ଜିଲ୍ଲା କଣ୍ଟାବାଞ୍ଜି ଥାନା ଚଟୁଅନକା ଗାଁ ର ବାଦଲ ବାଗ(୨୦)ପିତା. ସତ୍ୟ ନାରାୟଣ ବାଗ ଓ ଲବ ପୁଞ୍ଜି ପିତା. ମଙ୍ଗଳ ସାଏ ପୁଞ୍ଜି କୁ ଗିରଫ କରି ଥାନାରେ ରଖାଯାଇଛି!ଦୁଇ ଜଣକ ନାଁ ରେ ବେଲପଡା ଥାନା କେଶ ନମ୍ବର ୧୮୮/୨୦୨୫ ଦଫା ୩ ଓ ପି ଜି ଏକ ମାମଲା ରୁଜୁ କରି ଆସନ୍ତାକାଲି ଦୁଇ ଜଣଙ୍କୁ କୋର୍ଟ ଚାଲାଣ କରାଯିବ ବୋଲି ଥାନାଧିକାରୀ ଅନନ୍ତ କୁମାର ପ୍ରଧାନ ସୂଚନା ଦେଇଛନ୍ତି!ଥାନାଧିକାରୀଙ୍କ ଏହି କାର୍ଯ୍ୟ ପାଇଁ ଅଞ୍ଚଳର ବୁଦ୍ଧିଜୀବୀ ମାନେ ପ୍ରଶଂସା କରୁଛନ୍ତି l