-+91-9937148622 |
prerana_bgr@rediffmail.com |
Thursday 19th March 2026 |
R.N.I. Regd No. ODIODI/2010/46693
Breaking News
08-Jul-2025
ବରପାଲି, (ସୁଦାମ ଦୀପ)
ବରପାଲି ବ୍ଲକ ଅନ୍ତର୍ଗତ ବଡ଼ଗାଁରେ ଭାରତ ସରକାର ସଂସ୍କୃତି ମନ୍ତ୍ରାଳୟ ପକ୍ଷରୁ ଓ ଉଦିଆ ତରା କଳାପରିଷଦ ବଡ଼ଗାଁର ସହଯୋଗୀତାରେ ସଙ୍ଗୀତ ଓ ନୃତ୍ୟର ସାଂସ୍କୃତିକ ପୁନଃରୁଦ୍ଧାର କାର୍ଯ୍ୟକ୍ରମ-ଗୋପାଲୀଳା କଳାପରିଷଦର ସଭାପତି ସୁରେନ୍ଦ୍ରବୀର ଭୁବନ ଭୋଇଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଥିଲା l ଏଥିରେ ମୁଖ୍ୟ ଅତିଥି ଭାବରେ ସଂଗୀତ ନାଟକ ପୁରଷ୍କାର ପ୍ରାପ୍ତ ଦଣ୍ଡନୃତ୍ୟ ସମ୍ରାଟ ରସିକ ସାହୁ,ସଭାପତି ପଶ୍ଚିମ ଓଡିଶା ଲୋକକଳା ପୁନରୁଦ୍ଧାର ପରିଷଦ ଓ ବନ୍ଦେ ଉତ୍କଳ ମହାସଂଘ ଓଡ଼ିଶାର ଉପ ସଭାପତି ଅମିଲ ପୁଟେଲ, ସଂପାଦକ ଜୀବନ୍ୟାସ ଓ କଳାସଂଗଠକ ପଶ୍ଚିମ ଓଡିଶା ମିନକେତନ ପଧାନ ଓ ସମ୍ମାନିତ ଅତିଥି ଭାବରେ ସଭାପତି ଭି ଏସ ଏସ ଆଖଡ଼l, ଶବ୍ଦନୃତ୍ୟ ରିସର୍ଚ୍ଚ ଏଣ୍ଡ ଟ୍ରେନିଙ୍ଗ ସେଣ୍ଟର କୁମ୍ଭାରୀ ଯୋଗଦାନ କରି ଅତୀତର କଳା ସଂସ୍କୃତି ବିନା ବର୍ତ୍ତମାନର କଳା ସଂସ୍କୃତି ତିଷ୍ଠି ପାରିବ ନାହିଁ ବୋଲି ମତବ୍ୟକ୍ତ କରିଥିଲେ l ସ୍ୱାଗତ ଓ ପରିଚୟ କଳାପରିଷଡ଼ର ସଂପାଦକ ବସୁଦେବ ପଧାନ ପ୍ରଦାନ କରିଥିଲେ l ନୃତ୍ୟ ଗୁରୁ ସାତ୍ତିକ ନାଏକ ସମେତ କଳାକାର ମାନଙ୍କୁ ମାନପତ୍ର ଦେଇ ସମ୍ମାନିତ କରିଥିଲେ l ନୃତ୍ୟଗୀତର ସମାହାରରେ ମନ୍ତ୍ରମୁଗ୍ଧ ହୋଇଥିଲେ ଉପସ୍ଥିତ ଦର୍ଶକ l ଶେଷରେ ହର୍ଷ ବେହେରା ଧନ୍ୟବାଦ ଅର୍ପଣ କରିଥିଲେ l