-+91-9937148622 |
prerana_bgr@rediffmail.com |
Thursday 24th September 2026 |
R.N.I. Regd No. ODIODI/2010/46693
Breaking News
05-Jul-2025
ସୋନପୁର (ମନୋରଞ୍ଜନ ତ୍ରିପାଠୀ)
ପବିତ୍ର ବାହୁଡା଼ ଦଶମୀ ରେ ଆଜି ରତ୍ନ ମଣ୍ଡପ ସୋନପୁର ଘୋଡ଼ା ଘାଟ ପଡ଼ା ଅଭିମୁଖେ ବାହୁଡ଼ିଲେ ଶ୍ରୀ ଦଧିବାମନ ମହାପ୍ରଭୁ l ମାଉସୀ ମନ୍ଦିର ରୁ ଭଜନ ନାମ କିର୍ତ୍ତନ୍ୟ ସହ ମହା ସମାରୋହରେ ପହଣ୍ଡି ରେ ଆସି ରଥା ରୁଢ଼ ହେଲେ ମହା ପ୍ରଭୂ l ପହଣ୍ଡି ବେଳେ ପ୍ରତି ଘର ସମ୍ବୁଖ ରେ ମହାପ୍ରଭୂ ତିନି ଠାକୁର ଙ୍କୁ ପୂଜା ଅର୍ଚ୍ଚନା କରି ଭୋଗ ଅର୍ପଣ କରିଥିଲେ ମହିଳା ମାନେ l ଯେଉଁଥିରେ କି ହଜାର ସଂଖ୍ୟାରେ ମହିଳା ଭକ୍ତ ଙ୍କ ଭିଡ ଦେଖିବାକୁ ମିଳିଥିଲା l ପୋଲିସ ପ୍ରଶାସନ ର ଉପସ୍ଥିତି ରେ ଶୃଙ୍ଖଳା ସହ ରଥ ଟଣା ଯାଇଥିଲା ଏବଂ ରୀତି ନୀତି ବିଳମ୍ୱ ଯୋଗୁଁ ସନ୍ଧ୍ୟାରେ ଶ୍ରୀ ଦଧି ବାମନ ମହାପ୍ରଭୂ ଙ୍କ ରଥ ଆଜି ମଝିପଡ଼ା ଠାରେ ଅଟକି ତିନି ଠାକୁର ପୂଜା ପାଇବା ସହ ଭକ୍ତ ଙ୍କୁ ଦର୍ଶନ ଦେଉଛନ୍ତି l ଉପ ଜିଲ୍ଲାପାଳ ଙ୍କ ଷ୍ଟେନୋ ସଞ୍ଜୀବ ମଲ୍ଲିକ, ଦେବୋତ୍ତର କମିଟି ର ସଦସ୍ୟ ଶ୍ରୀବତ୍ସ ମଲ୍ଲିକ, ଲଡୁ କିଶୋର ମଲ୍ଲିକ, ମାଉସୀ ମନ୍ଦିର କମିଟି ର ମନ ବୋଧ ଭୋଇ, ପୀୟୂଷ ପଣ୍ଡା, ସୁବାସ ପାଢ଼ୀ, ବିକାଶ ପଣ୍ଡା, ପ୍ରମୁଖ ସଦସ୍ୟ ଙ୍କ ତତ୍ତ୍ଵl ବଧାନ ରେ ପହଣ୍ଡି ଓ ରଥ ଟଣା କାର୍ଯ୍ଯ କ୍ରମ ହୋଇଛି l ମହା ପ୍ରଭୁ ଙ୍କ ପହଣ୍ଡି ବିଜେ ବେଳେ ପ୍ରଦୀପ ସାହୁ ଛେରା ପହରା ନୀତି ଦାୟିତ୍ବ ସମ୍ପନ୍ନ କରିଥିଲେ l