-+91-9937148622 |

prerana_bgr@rediffmail.com |

  Thursday 17th September 2026 |

| | | |

R.N.I. Regd No. ODIODI/2010/46693

Breaking News

କୁସଙ୍ଗ ଜଗନ୍ନାଥ ମନ୍ଦିରରେ ନୂଆଖାଇ ଭେଟଘାଟ ପାଳିତ   (17-Sep-2026)       ||      ୨୭ତମ ରାଜ୍ୟସ୍ତରୀୟ ତୀରନ୍ଦାଜ ପ୍ରତିଯୋଗିତା   (17-Sep-2026)       ||      ବାପୁଜୀ ନଗର ମହିଳା କ୍ଲବ ସଂପୂର୍ଣାର ବାର୍ଷିକ ଉତ୍ସବ ଏବଂ ସମ୍ବର୍ଦ୍ଧନା ଉତ୍ସବ    (16-Sep-2026)       ||      ତରାପୁରରେ ଧୁମ ଧାମ ରେ ନୂଆଖାଇ ପାଳିତ    (16-Sep-2026)       ||      ହରଭଙ୍ଗାରେ ନୂଆଁଖାଇ ଭେଟଘାଟ ନାଚଗୀତ ପ୍ରତିଯୋଗିତାରେ ମନମୁଗ୍ଧ କଲେ କଳାକାର, ମଞ୍ଚସ୍ଥ ହେଲା ‘ଗାଁ ବୁଡ଼ି’ ଡ୍ରାମା   (16-Sep-2026)       ||      ରାଜ୍ୟପାଳ ତଥା ରାଷ୍ଟ୍ରପତି ପୁରସ୍କରପ୍ରାପ୍ତ ପ୍ରଧାଶିକ୍ଷକ ଅଭିନ କିଶୋର ରଥଙ୍କ ପରଲୋକ - ଅଞ୍ଚଳରେ ଶୋକାକୁଳ ପରିବେଶ    (16-Sep-2026)       ||      ସମ୍ବଲପୁରରେ ୯୬୦ କୋଟିର ୫୦ଟି ବିକାଶମୂଳକ ପ୍ରକଳ୍ପର ଉଦ୍‌ଘାଟନ ଓ ଶିଳାନ୍ୟାସ କଲେ ମୁଖ୍ୟମନ୍ତ୍ରୀ♦️ ୧୩୩.୪୭ କୋଟିର ଲୋକାର୍ପଣ, ୮୨୫.୮୩ କୋଟିର ଶିଳାନ୍ୟାସ   (16-Sep-2026)       ||      ସୁଭଦ୍ରା’ ଯୋଜନାର ସଫଳରେ ଘରେ ଘରେ ଦୀପ ଜାଳିବାକୁ ଉପମୁଖ୍ୟମନ୍ତ୍ରୀ ଆହ୍ୱାନ   (16-Sep-2026)       ||      *ମେଦନ ଗ୍ରାମରେ ବାବା ଭଙ୍ଗାରମ ପରିବାର ତରଫରୁ ନୁଆଁଖାଇ ପର୍ବ ପାଳିତ*   (16-Sep-2026)       ||      ଶରତ ଇଲେଭେନ୍ କୁ ହରାଇ ଜାରିଂ ଚାମ୍ପିଅନ   (16-Sep-2026)       ||      ନୁଆଁଖାଇ ଉପଲକ୍ଷେ ମାଁ ମାହେଶ୍ବରୀ ସେନା ପକ୍ଷରୁ ଖାଦ୍ୟବଣ୍ଟନ    (16-Sep-2026)       ||      ଆଦିବାସୀ ଭାଇ ମାନଙ୍କ ପାରମ୍ପରିକ ଗରଣ୍ଡି ଯାତ୍ରା   (16-Sep-2026)       ||      ବିଶିପାଲି ରେ ନୁଆଁଖାଇ ଭେଟଘାଟ କାର୍ଯ୍ୟକ୍ରମ   (16-Sep-2026)       ||      ଗମ୍ଭାରୀପାଲି ଗଣେଷ ପୂଜା କମିଟି ତରଫରୁ ନୂଆଁଖାଇ ଭେଟଘାଟ କାର୍ଯ୍ୟକ୍ରମ   (16-Sep-2026)       ||      ପରିବାର ସହ ନୂଆଁଖାଇଲେ ନରସିଂହ ଗାଁ କୁ ଯାଇ ଲୋକଙ୍କ ସହ ହେଲେ ଜୁହାର ଭେଟ ନୂଆଁଖାଇ ଆମ ଅଂଚଳର ଏକତାକୁ ଆହୁରି ସୁଦୃଢ କରୁଛି -ନରସିଂହ   (15-Sep-2026)       ||      କଟକ ବିଜେପିରେ ନୂଆ ରାଜନୈତିକ ଗୋଟିଚାଳନା? ବିଜେଡିର ହେଭିୱେଟ୍‌ଙ୍କୁ ନେଇ ଚର୍ଚ୍ଚା   (15-Sep-2026)       ||      ଟିଟିଲାଗଡ ପ୍ରଭାବତୀ ପବ୍ଲିକ ସ୍କୁଲରେ ଗଣେଶ ପୂଜା    (14-Sep-2026)       ||      ନିରଞ୍ଜନ ବିଶିଙ୍କ ଦାବି ଉପରେ ରେଳବୋର୍ଡର ପ୍ରତିକ୍ରିୟା, ପ୍ରସ୍ତାବ ରେଳବାଇର ଚାଲୁ ପ୍ରକ୍ରିୟାର ଅଂଶ ବୋଲି ସୂଚନା ଦେଲେ ରେଳ ବିଭାଗ    (14-Sep-2026)       ||      ଡାବୁଗାଁ ଅଂଚଳରେ ଧୂମଧାମରେ ପାଳିତ ହେଲା ଗଣେଶ ପୂଜା   (14-Sep-2026)       ||      ଗାନ୍ଧି ପାଠଗାର (ପୂଜା ମଣ୍ଡପ), ଟିକ୍ରାପଡା ର ଦୁର୍ଗାପୂଜା ଆୟୋଜନ ପାଇଁ ପ୍ରସ୍ତୁତି ବୈଠକ   (14-Sep-2026)       ||     

HOME   ଜିଲ୍ଲା

ସୁବର୍ଣ୍ଣପୁର ଜିଲ୍ଲା ଯୋଗାଣ ବିଭାଗ ହାଲ୍ ଚାଲ୍ ଛତିଶଗଡୀଧାନ ଧରପଗଡ ଓ ମିଲ୍ ଯାଞ୍ଚ ହେଉନି !

02-Jul-2025



ବଲାଙ୍ଗିର/ସୋନପୁର(ମଳୟ ମିଶ୍ରଙ୍କ ରିପୋର୍ଟ) ଚଳିତବର୍ଷର ରବିଋତୁରେ ଡବଲଇଞ୍ଜିନ୍ ସରକାର ବନାମ ମୁଖ୍ଯମନ୍ତ୍ରୀଙ୍କ ଅତ୍ୟୁତ୍ସାହରେ କଥିତ  ଟ୍ରିପଲ୍ ଇଞ୍ଜିନ୍ ସରକାରଙ୍କ ଏଥରର ନୂତନ ଧାନର ସର୍ବନିମ୍ନ ସହାୟକ ଦର ବା ଏସଏମପି କେନ୍ଦ୍ର ଓ ରାଜ୍ଯ ସରକାରଙ୍କ ଘୋଷିତ କ୍ବିଣ୍ଟାଲ୍ ପିଛା ୩୧୦୦ ଟଙ୍କା ପ୍ରଦାନ କରାଯାଉଛି। କହିବାବାହୁଲ୍ୟ ଯେ ମୁଖ୍ଯମନ୍ତ୍ରୀଙ୍କ ନେତୃତ୍ବରେ ଏହି ରାଜ୍ଯର ୮୦୦ ଟଙ୍କାର ଇନପୁଟ୍ ରାଶି ପଶ୍ଚିମଓଡିଶାର ବରଗଡରେ ପ୍ରଥମେ ଚଳିତବର୍ଷର ଖରିଫ ଋତୁରେ ପ୍ରଦାନ ଆରମ୍ଭ ହୋଇଥିଲା। ରବିଋତୁରେ ମଧ୍ଯ ଏହି ନୂତନଘୋଷିତ ଦର ଦିଆଯିବାକୁ ସରକାରଙ୍କ ଘୋଷଣାମତେ ଦିଆଯାଉଛି। 

ତେବେ ବର୍ତ୍ତମାନ ପଡୋଶୀ ଛତିଶଗଡ ରାଜ୍ୟରୁ ପ୍ରଚୁର ପରିମାଣରେ ରବିଋତୁ ବା ଖରାଟିଆ ଧାନ ଓଡିଶା ସୀମାର ବରଗଡ ଜିଲ୍ଲା ଦେଇ ସୁବର୍ଣ୍ଣପୁର ଓ ବଲାଙ୍ଗୀର ଜିଲ୍ଲାର ମିଲ୍ ଗୁଡିକୁ ପଶୁଛି। ଏଣୁ ଏହିଜିଲ୍ଲା ଗୁଡିକର ମଣ୍ଡିରୁ ନ ନେଇ ମିଲ୍ ରେ ଏହି କମ୍ ଧାନ ଭର୍ତ୍ତି ହୋଇ ଗଲାଣି। ଏପରିକି ସୁବର୍ଣ୍ଣପୁର ଜିଲ୍ଲା ସୀମାନ୍ତରେ ଲୋକଙ୍କ ଦ୍ବାରା ୨ ଟି ଛତିଶଗଡୀ ଧାନଭର୍ତ୍ତି ଗାଡି ଧରାପଡିବା ପରେ ସୁବର୍ଣ୍ଣପୁର ଓ ବଲାଙ୍ଗୀର ଜିଲ୍ଲାର ଚାଷୀଙ୍କର ଉଦବେଗ ପ୍ରକାଶ ପାଇଛି। ଏଭଳି ଅଭିଯୋଗ ପ୍ରକାଶ ପରେ ଗତ ୧୭ ତାରିଖରେ ବଲାଙ୍ଗୀରରେ ଅନୁଷ୍ଠିତ ରାଜ୍ୟସ୍ତରୀୟ କୃଷକ ଶକ୍ତି ସମାବେଶରେ ମୁଖ୍ଯମନ୍ତ୍ରୀଙ୍କ ଉପସ୍ଥିତିରେ ଉପମୁଖ୍ୟମନ୍ତ୍ରୀ ତଥା କୃଷିମନ୍ତ୍ରୀ କନକବର୍ଦ୍ଧନ ସିଂହଦେଓ ଯେଉଁମାନେ ଏପରି ବେଆଇନ କାର୍ଯ୍ଯକଳାପରେ ଜଡିତ ରହି ଛତିଶଗଡରୁ ଧାନ ଆଣି ଆମ ସରକାରଙ୍କ ଦାମ୍ ରେ ମୁନାଫା ନେଉଛନ୍ତି, ସେମାନଙ୍କୁ ଧରାଯାଇ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବାକୁ ତାଗିଦ୍ କରିଥିଲେ। ଏପରିକି ଏଭଳି ମିଲ୍ କୁ ଷ୍ଟକ୍ ଯାଞ୍ଚ  କରାଯାଇ ପ୍ରମାଣିତ ହେଲେ କଳାତାଲିକାଭୁକ୍ତ କରାଯିବ ବୋଲି ମଧ୍ୟ ଚେତାବନୀ ଦେଇଥିଲେ। 

କିନ୍ତୁ ରବିଋତୁର ଧାନକିଣା ସରିଥିବାରୁ ବି ଏଭଳି କୌଣସିପ୍ରକାର କାର୍ଯ୍ୟାନୁଷ୍ଠାନ ଗ୍ରହଣ ହୋଇଥିବା ଜଣାଯାଇନାହିଁ  l  ଉଦାହରଣସ୍ୱରୂପ ସୁବର୍ଣ୍ଣପୁର ଜିଲ୍ଲାରେ ଔପଚାରିକ ଭାବେ ୫/୬ ଟି ଏପରି ଗାଡି ଯୋଗାଣବିଭାଗ ପକ୍ଷରୁ ଧରାପଡିଥିବା ଓ ସେଗୁଡିକର ତଦନ୍ତ କରାଯାଉଥିବା ପ୍ରକାଶ। ତେବେ ପ୍ରକୃତରେ ତାହା ଛତିଶଗଡୀ ଧାନ କି ନୁହେଁ, ସ୍ପଷ୍ଟ ହୋଇପାରି ନଥିବା ଓ ଉକ୍ତ ଗାଡିଗୁଡିକର ଛତିଶଗଡ ରେଜିଷ୍ଟ୍ରେସନ୍ ଥିବା ସୁବର୍ଣ୍ଣପୁର ସିସିଏସଓ ସଫେଇ ଦେଇଛନ୍ତି ।  ଏଥିନେଇ ମିଲ୍ ଯାଞ୍ଚ କରାଯାଉଛି କି  ?'  ବୋଲି ଓ କୃଷି ମନ୍ତ୍ରୀଙ୍କର ତାଗିଦ୍ ବିଷୟରେ ପଚରାଯିବାରୁ ସିସିଏସଓ ନୀରଦ କୁମାର ଦାସ ସାମ୍ବାଦିକଙ୍କୁ କହିଛନ୍ତି ଯେ, ମନ୍ତ୍ରୀ ଏହା ସୁବର୍ଣ୍ଣପୁର ଜିଲ୍ଲା ପାଇଁ କେବଳ କହିନାହାଁନ୍ତି  ଏବଂ ଆମର ଯେମିତି ନିୟମିତ ବିଭାଗୀୟ ମିଲ୍ ର ଷ୍ଟକ୍ ଯାଞ୍ଚ  ହେବାକଥା, ଚାଲିଛି । ଏବେ ସିଷ୍ଟମ୍ ଏମିତି ହୋଇଛି ଯେ ସେଭଳି ଅନିୟମିତତା ହେବାର ସମ୍ଭାବନା ନାହିଁ ।'

କିଛିମାସ ତଳେ ବଲାଙ୍ଗୀରର ପୂର୍ବତନ  ସିସିଏସଓ ଜି. ପ୍ରଭାକର ପାତ୍ର ଓ ପୂର୍ବତନ ସିସିଏସଓ ସୁରେଶ କୁମାର ପାଣିଗ୍ରାହୀ ଭିଜିଲାନ୍ସରେ ପଡିବା ଘଟଣା ପରେ ସୁବର୍ଣ୍ଣପୁର ସିସିଏସଓ ଭାବେ ଯୋଗଦେଇଥିବା ଶ୍ରୀ ଦାସଙ୍କୁ ଗତବର୍ଷ ଖରିଫ ଋତୁରେ ହୋଇଥିବା ତରଭା ବ୍ଲକର କମସରା ପେକ୍ସର ମଣ୍ଡିରେ ହୋଇଥିବା ଡିଇଓ- ସେକ୍ରେଟାରୀଙ୍କ  ଫେକ୍ ଭେଣ୍ଡର ଏଣ୍ଟ୍ରିରେ ୩୫ ଲକ୍ଷରୁ ଉର୍ଦ୍ଧ୍ବ ଟଙ୍କାର କାରବାରର ଅଭିଯୋଗ ବିଷୟ ଦୃଷ୍ଟ୍ବାନ୍ତ ଦିଆଯାଇଥିଲା।  ଯାହା କି  ପରେ କଙ୍ଗାରୁ କୋର୍ଟରେ ଫୈସଲା କରାଯାଇ ଯୋଗାଣ ଅଧିକାରୀ, ଏଆରସିଏସ୍, ତରଭା ଥାନା ଓ ଜିଲ୍ଲାପାଳଙ୍କ ଦିଆଯାଇଥିବା ଲିଖିତ ଅଭିଯୋଗ ଫେରସ୍ତ ହୋଇଥିଲା। କିନ୍ତୁ ସିସିଏସଓ ଶ୍ରୀ ଦାସ  କମସରାରେ କୌଣସି ପେକ୍ସ ବା ଧାନକ୍ରୟକେନ୍ଦ୍ର ନାହିଁ ବୋଲି କହିଥିଲେ। ପରେ  ବଡଯୋର ରାସ୍ତାରେ ଥିବା ଉକ୍ତ କମସରା ପେକ୍ସର ଫଟୋ ଦେଖାଇବାରୁ ସେ ଅତିରିକ୍ତ ଜିଲ୍ଲା ଯୋଗାଣ ଅଧିକାରୀ ଯୋଗେଶ୍ବର ସାଏଙ୍କୁ ଡକାଇ ପଚାରିବାରୁ ସେ ହଁ ସେଠରେ ପେକ୍ସ ଅଛି। ଖରିଫଋତୁରେ ମଣ୍ଡି ଥିଲା ଓ ଏଥର ରବିଋତୁରେ ଧାନ  ନମିଳିବାରୁ ମଣ୍ଡି ଖୋଲାଯାଇ ନ ଥିବା କହିଥିଲେ। ତେଣୁ ସୁବର୍ଣ୍ଣପୁର ଜିଲ୍ଲା ଯୋଗାଣ ବିଭାଗ ଅଫିସ୍ ରେ ପୂର୍ବ ଅନିୟମିତତାର କୌଣସି ରେକର୍ଡ ରହି ନଥିବା ବା  ଏଠାକୁ ଆସୁଥିବା ଅଧିକାରୀଙ୍କର ସେ ସମ୍ପର୍କରେ କୌଣସି ଧାରଣା ନଥିବା ଜଣାଯାଇଛି। 

ଉଲ୍ଲେଖଯୋଗ୍ୟ ଯେ ଚଳିତବର୍ଷର ଖରିଫ ଧାନକିଣା ପୂର୍ବରୁ ସାଂସଦ ସଙ୍ଗୀତା ସିଂହଦେଓ ଜିଲ୍ଲାପାଳଙ୍କ ସହ କେତୋଟି ମିଲ୍ ଉପରେ ରାତିଅଧିଆ ଚଢଉ କରି ସିଲ୍ କରି ଷ୍ଟକ୍ ଯାଞ୍ଚ କରିବା ଘଟଣା ବିବଦମାନ ହୋଇ ଚର୍ଚ୍ଚିତ ହୋଇଥିଲା । 

ତେବେ ଚଳିତବର୍ଷ  ଛତିଶଗଡରୁ ଓଡ଼ିଶା ବନାମ ବରଗଡ ବଲାଙ୍ଗୀର  ସୁବର୍ଣ୍ଣପୁର ଆଦି ଜିଲ୍ଲାକୁ ରବିଋତୁରେ ଧାନ ପଶିବାର କାରଣ କ'ଣ ବୋଲି ସୁବର୍ଣ୍ଣପୁର ସିସିଏସଓଙ୍କ ସହ ଗତକାଲି ଏକ ଅନୌପଚାରିକ ଆଲୋଚନାରେ ସେ ପ୍ରକାଶ କରିଥିଲେ ଯେ ' ଛତିଶଗଡରେ ନୂତନ ଏସଏମପି ବର୍ଦ୍ଧିତ ମୂଲ୍ୟରେ ଧାନ କିଣା ଯାଉ ନ ଥିବାରୁ ପଡୋଶୀ ଆମ ରାଜ୍ୟକୁ ଏହା ପଶିବାର ସୁଯୋଗ ସୃଷ୍ଟି କରିଛି। ତେଣୁ କେନ୍ଦ୍ର ସରକାର ଛତିଶଗଡରେ ନୂତନ ଏସ ଏମ ପି ଲାଗୁ ପୂର୍ବକ ଓଡ଼ିଶାର ଧାନର ଅନୁପ୍ରବେଶ ରୋକିବା ଦିଗରେ ସଚେତନ ରହିବା ଆବଶ୍ୟକ। ସେହିପରି ବରଗଡ ବଲାଙ୍ଗୀର ବା ସୁବର୍ଣ୍ଣପୁର ଜିଲ୍ଲାର ଯୋଗାଣବିଭାଗର ମିଲ୍ ଯାଞ୍ଚ ସମେତ ବେଆଇନ ଧାନ ଚାଲାଣକୁ କଡାକଡି ଧରପଗଡ କରିବା ଦିଗରେ ସକ୍ରିୟ ରହିବାକୁ ଲୋକେ ପରାମର୍ଶ ଦେଇଛନ୍ତି ।


News Comment




Photo in News

Advertisment
Lastest News
  ରାଜ୍ୟ  
କୁସଙ୍ଗ ଜଗନ୍ନାଥ ମନ୍ଦିରରେ ନୂଆଖାଇ ଭେଟଘାଟ ପାଳିତ   17-Sep-2026
  ଜିଲ୍ଲା  
୨୭ତମ ରାଜ୍ୟସ୍ତରୀୟ ତୀରନ୍ଦାଜ ପ୍ରତିଯୋଗିତା   17-Sep-2026
  ଜିଲ୍ଲା  
ବାପୁଜୀ ନଗର ମହିଳା କ୍ଲବ ସଂପୂର୍ଣାର ବାର୍ଷିକ ଉତ୍ସବ ଏବଂ ସମ୍ବର୍ଦ୍ଧନା ଉତ୍ସବ   16-Sep-2026
  ଜିଲ୍ଲା  
ତରାପୁରରେ ଧୁମ ଧାମ ରେ ନୂଆଖାଇ ପାଳିତ   16-Sep-2026
  ଜିଲ୍ଲା  
ହରଭଙ୍ଗାରେ ନୂଆଁଖାଇ ଭେଟଘାଟ ନାଚଗୀତ ପ୍ରତିଯୋଗିତାରେ ମନମୁଗ୍ଧ କଲେ କଳାକାର, ମଞ୍ଚସ୍ଥ ହେଲା ‘ଗାଁ ବୁଡ଼ି’ ଡ୍ରାମା   16-Sep-2026
  ଜିଲ୍ଲା  
ରାଜ୍ୟପାଳ ତଥା ରାଷ୍ଟ୍ରପତି ପୁରସ୍କରପ୍ରାପ୍ତ ପ୍ରଧାଶିକ୍ଷକ ଅଭିନ କିଶୋର ରଥଙ୍କ ପରଲୋକ - ଅଞ୍ଚଳରେ ଶୋକାକୁଳ ପରିବେଶ   16-Sep-2026
  ରାଜ୍ୟ  
ସମ୍ବଲପୁରରେ ୯୬୦ କୋଟିର ୫୦ଟି ବିକାଶମୂଳକ ପ୍ରକଳ୍ପର ଉଦ୍‌ଘାଟନ ଓ ଶିଳାନ୍ୟାସ କଲେ ମୁଖ୍ୟମନ୍ତ୍ରୀ♦️ ୧୩୩.୪୭ କୋଟିର ଲୋକାର୍ପଣ, ୮୨୫.୮୩ କୋଟିର ଶିଳାନ୍ୟାସ   16-Sep-2026
  ଜିଲ୍ଲା  
ସୁଭଦ୍ରା’ ଯୋଜନାର ସଫଳରେ ଘରେ ଘରେ ଦୀପ ଜାଳିବାକୁ ଉପମୁଖ୍ୟମନ୍ତ୍ରୀ ଆହ୍ୱାନ   16-Sep-2026
  ଜିଲ୍ଲା  
*ମେଦନ ଗ୍ରାମରେ ବାବା ଭଙ୍ଗାରମ ପରିବାର ତରଫରୁ ନୁଆଁଖାଇ ପର୍ବ ପାଳିତ*   16-Sep-2026
  ରାଜ୍ୟ  
ଶରତ ଇଲେଭେନ୍ କୁ ହରାଇ ଜାରିଂ ଚାମ୍ପିଅନ   16-Sep-2026
  ଜିଲ୍ଲା  
ନୁଆଁଖାଇ ଉପଲକ୍ଷେ ମାଁ ମାହେଶ୍ବରୀ ସେନା ପକ୍ଷରୁ ଖାଦ୍ୟବଣ୍ଟନ   16-Sep-2026
  ଜିଲ୍ଲା  
ଆଦିବାସୀ ଭାଇ ମାନଙ୍କ ପାରମ୍ପରିକ ଗରଣ୍ଡି ଯାତ୍ରା   16-Sep-2026

You Might Also Like