-+91-9937148622 |
prerana_bgr@rediffmail.com |
Tuesday 15th September 2026 |
R.N.I. Regd No. ODIODI/2010/46693
Breaking News
30-Jun-2025
ସୋନପୁର (ମନୋରଞ୍ଜନ ତ୍ରିପାଠୀ)
ସୁବର୍ଣ୍ଣପୁର ଜିଲ୍ଲାର ବିଶିଷ୍ଟ ବ୍ୟକ୍ତି ଇଞ୍ଜିନିୟର ପ୍ରମୋଦ ଆଚାର୍ଯ୍ୟ ଓ ମୌସୁମୀ ଆଚାର୍ଯ୍ୟ ଙ୍କ ୩୧ ତମ ବିବାହ ବାର୍ଷିକ ଅବସର ରେ ଏକ ସ୍ବେଛାକୃତ ରକ୍ତଦାନ ଶିବିର ଆୟୋଜନ କରାଯାଇଅଛି । ଏହି ରକ୍ତ ଦାନ ଶିବିର କୁ ଉଭୟ ଦମ୍ପତି ଓ ଜିଲ୍ଲା ମୁଖ୍ୟ ସ୍ବାସ୍ଥ୍ୟ ଅଧିକାରୀ ଡ଼ା ଦୁର୍ଗା ଦତ୍ତ ଦାସ ଓ ଡି ଏଫ୍ ଓ ମଦନ ଲାଲ ଶର୍ମା ଶିବିର କୁ ଉଦ୍ଘାଟନ କରିଥିଲେ । ଏହି ରକ୍ତ ଦାନ ଶିବିର ରେ ୯ ଜଣ ମହିଳା ଙ୍କ ସହିତ ସମୁଦାୟ ୪୦ ୟୁନିଟ୍ ରକ୍ତ ସଂଗ୍ରହ କରାଯାଇ ଥିଲା । ଜିଲ୍ଲାର ରକ୍ତ କେନ୍ଦ୍ର ର ଟେକ୍ନିସିଆନ ସୁଦାମ ବିଶ୍ଵାଳ, ଜଗତ ଦରୁଆନ୍ , ୟୁଧିଷ୍ଟିର ନାଏକ ରକ୍ତ ସଂଗ୍ରହ କରି ଥିଲେ। ରୟାଲ ବୁଲେଟ ସୋ ରୁମ୍ ର ସମସ୍ତ କର୍ମକର୍ତ୍ତା ଙ୍କ ସହିତ ଜିଲ୍ଲା ରକ୍ତ ଦାତା ସେବା ସଂଘ ସଭାପତି ମନୋଜ ପଣ୍ଡା , ସାମ୍ୱାଦିକ ପିତାମ୍ବର ମହାପାତ୍ର, ସଞ୍ଜୟ ସାହୁ ଏହି ଶିବିର କୁ ପରିଚାଳନା ରେ ସହଯୋଗ କରିଥିଲେ l ଡ଼ା .ସରୋଜ ପଟେଲ ରକ୍ତ ଦାତା ଙ୍କ ସ୍ବାସ୍ଥ୍ୟ ପରୀକ୍ଷା କରିଥିଲେ । ଆଜି କାଲି ର ଆଧୁନିକ ଯୁଗରେ ବିବାହ ବାର୍ଷିକୀ ଅବସରରେ ଲୋକେ ବହୁ ଆଡମ୍ବର ରେ ହୋଟେଲ୍ ମାନଙ୍କ ରେ ନାଚ ଗୀତ ଭୋଜି ଭାତ କରି ପାର୍ଟି ମନାଉ ଥିବା ବେଳେ ଏଇ ଇଞ୍ଜିନିୟର ଦମ୍ପତ୍ତି କିନ୍ତୁ ପ୍ରତି ବର୍ଷ କିଛି ନା କିଛି ଏଭଳି ମହତ କାର୍ଯ୍ୟ ସହ ଏକ ଅଭିନବ ଢଙ୍ଗ ରେ ବିବାହ ବାର୍ଷିକୀ ଉତ୍ସବ ପାଳନ କରୁଥିବା ଜଣା ଯାଇଛି l ଯାହାକି ସମଗ୍ର ସମାଜ ପାଇଁ ଯୁବ ପିଢୀ ପାଇଁ ଏକ ଅନନ୍ୟ ଉଦାହରଣ ଅଟେ l