-+91-9937148622 |

prerana_bgr@rediffmail.com |

  Monday 14th September 2026 |

| | | |

R.N.I. Regd No. ODIODI/2010/46693

Breaking News

ଆଞ୍ଚଳିକ ବରିଷ୍ଠ ନାଗରିକ ମଞ୍ଚ ର ପ୍ରତିଭା ସମ୍ନାନ ସମାରୋହ,   (13-Sep-2026)       ||      ବ୍ଲକ୍ କଲୋନୀ କ୍ଲଷ୍ଟରସ୍ତରୀୟ ତୃତୀୟ ମାସିକ ବୈଠକ ଅନୁଷ୍ଠିତ   (13-Sep-2026)       ||      ଭଞ୍ଜନଗର ପୋଲିସ କୁ ବଡ ସଫଳତା : ବ୍ୟାପକ ନକଲି ମଦ ଜବତ    (13-Sep-2026)       ||      କ୍ଲଷ୍ଟର ସ୍ତରୀୟ ମାସିକ ବୈଠକ ଅନୁଷ୍ଠିତ    (13-Sep-2026)       ||      କୁଡ଼ାପଡ଼ା ସ୍କୁଲରେ ସ୍ୱଚ୍ଛତା ପକ୍ଷ ପାଳନ   (13-Sep-2026)       ||      ଗଞ୍ଜାମରେ ପାର୍ବଣପୂର୍ବରୁ ଫୁଟିଲା ଗୁଳି   (13-Sep-2026)       ||      ଟିଟିଲାଗଡରେ ଫିକା ପଡିଛି ନୂଆଁଖାଇ ବଜାର - ବଜାର ଖାଁ ଖାଁ - ବ୍ୟବସାୟୀ ଚିନ୍ତାରେ    (13-Sep-2026)       ||      ସ୍ବର୍ଗତ ଉମେଶ ଚନ୍ଦ୍ର ମହାନ୍ତିଙ୍କ ଦ୍ୱାଦଶରେ ଯୋଗଦେଲେ ସହରର ବିଭିନ୍ନ ମାନ୍ୟଗଣ୍ୟ ବ୍ୟକ୍ତି    (13-Sep-2026)       ||      ଧରପଗଡ ପରେ ବଢୁଛି ଓମ୍ଫେଡ୍ ପନିର ଓ ଉତ୍ପାଦର ଚାହିଦା ‘ଗୁଣବତ୍ତାରେ କୌଣସି ସାଲିସ୍ କରାଯିବ ନାହିଁ’-ପରିଚାଳନା ନିର୍ଦେଶକ   (13-Sep-2026)       ||      ଶ୍ରୀ ଦାଦିଜି ମନ୍ଦିର ଟ୍ରଷ୍ଟ ପ୍ରଭାବତୀ ପବ୍ଲିକ ସ୍କୁଲରେ ଦୁଇ ଦିନିଆ ଦକ୍ଷତା ବିକାଶ କାର୍ଯ୍ୟକ୍ରମ   (13-Sep-2026)       ||      ରେଟାମୁଣ୍ଡା ୟୁଥ୍ କ୍ଲବ ଆନୁକୁଲ୍ୟରେ ୫୦ ତମ ଫୁଟବଲ୍ ଟୁର୍ଣ୍ଣlମେଣ୍ଟ ଉଦଯାପିତ, ଆମ୍ବେଦକର ଏଫ୍ସି ବରଗଡ ଚମ୍ପିୟାନ   (13-Sep-2026)       ||      ପ୍ରତିଭାର ଆଲୋକରେ ଉଦ୍‌ଭାସିତ ହେଲା ପଥରଚେପା ଆଦର୍ଶ ବିଦ୍ୟାଳୟର ୧୨ତମ ପ୍ରତିଷ୍ଠା ଦିବସ   (13-Sep-2026)       ||      ଓଡ଼ିଶା ନାରୀ ସେବା ସଂଘ ପକ୍ଷରୁ ସଚେତନତା କାର୍ଯକ୍ରମ   (13-Sep-2026)       ||      ଏଜି ଆମ୍ବୁଲାନ୍ସ ପକ୍ଷରୁ ବିଶ୍ୱ ପ୍ରାଥମିକ ଚିକିତ୍ସା ଦିବସ ପାଳିତ l ଜରୁରୀକାଳୀନ ପରିସ୍ଥିତିରେ ପ୍ରତି ସେକେଣ୍ଡ ଦୁର୍ଘଟଣାଗ୍ରସ୍ତ ଆହତଙ୍କ ଜୀବନରକ୍ଷା ପାଇଁ ଗୁରୁତ୍ୱପୂର୍ଣ୍ଣ    (12-Sep-2026)       ||      ରାଷ୍ଟ୍ରୀୟ ଲୋକ ଅଦାଲତ♦️୬୨,୪୮୭ ମାମଲାର ଫଇସଲା   (12-Sep-2026)       ||      *ଅବୈଧ ମଦ କାରବାର ବନ୍ଦ ପାଇଁ ଡାବୁଗାଁ ଅବକାରୀ ଥାନା ରେ ଅଭିଯୋଗ ପତ୍ର ଦିଆଗଲା*   (12-Sep-2026)       ||      ମାୟାବର୍ହା ଉଚ୍ଚ ବିଦ୍ୟାଳୟଠାରେ ବିଶ୍ୱ ପ୍ରାଥମିକ ଚିକିତ୍ସା ଦିବସ ପାଳିତ   (12-Sep-2026)       ||      ସଇଁତଳାକୁ ଏନ୍‌ଏସି ମାନ୍ୟତା ଦାବିକୁ ଜ଼ିଲ୍ଲା ଆଦିବାସୀ କଲ୍ୟାଣ ସଂଘର ସମର୍ଥନ   (12-Sep-2026)       ||      ବୋଧାୟନ ବିରଚିତ ସଂସ୍କୃତ ପ୍ରହସନ ଭଗବତଜ୍ଜୁକମ୍ ମଞ୍ଚସ୍ଥ   (12-Sep-2026)       ||      ଜଗବନ୍ଧୁ ଦାଶ ସ୍ନାତକ ମହିଳା ମହାବିଦ୍ୟାଳୟରେ ଛାତ୍ରୀ ମାନଙ୍କର ପ୍ରବେଶ ଉତ୍ସବ   (12-Sep-2026)       ||     

HOME   ଜିଲ୍ଲା

ମାସ୍ ବାୟ ଫୁଏଲ କମ୍ପାନୀର ଦୁର୍ଗନ୍ଧ ପାଣିରେ ଅତିଷ୍ଠ ଗ୍ରାମବାସୀ: ରାସ୍ତା ଖୋଲି ପ୍ରତିବାଦ କଲେ

24-Jun-2025



ତରଭା(କପିଳାସ ସେଠ୍) ତରଭା ବ୍ଲକର ପାଣିମୁରା ଗ୍ରାମ ସ୍ଥିତ ମାସ୍ ବାୟୋଫୁଏଲ କମ୍ପାନୀର କାର୍ଯ୍ୟକଳାପରେ ଅସନ୍ତୋଷ ପ୍ରକାଶ କରି କମ୍ପାନୀ ସମ୍ମୁଖରେ ପାଣିମୁ୍ରାର ଶତାଧିକ ଗ୍ରାମବାସୀ ଧାରଣାରେ ବସିବା ସହ ରାସ୍ତା କଟି ପ୍ରତିବାଦ କରିଥିଲେ l ସୁବର୍ଣ୍ଣପୁର ଜିଲ୍ଲା ତରଭା ବ୍ଲକ ପାଣିମୁରା ଠରେ ଥିବା ମାସ ବାୟୋ ଫୁଏଲ କମ୍ପାନୀରୁ ନିର୍ଗତ ହେଉଥିବା ଦୂଷିତ ପାଣି, ଧୂଆଁ ଏବଂ ଶବ୍ଦ ପ୍ରଦୁଷଣ ଯୋଗୁଁ ଜନଜୀବନ ଅସ୍ତବ୍ୟସ୍ତ ହୋଇ ପଡୁଛି l ନିର୍ଗତ ହେଉଥିବା ଦୂଷିତ ପାଣି ସ୍ଥାନୀୟ ନାଳ ଏବଂ ନଦୀରେ ମିଶୁଛି I ଏହାର ପ୍ରଭାବରେ ଅଞ୍ଚଳବାସୀଙ୍କ  ଚର୍ମରୋଗ ବ୍ୟପୁଥିବାର ଅଭିଯୋଗ ହେଉଛି । କମ୍ପାନୀ ଆରମ୍ଭ ପୂର୍ଵରୁ  ସ୍ଥାନୀୟ ଯୁବକ ଓ ଲୋକଙ୍କୁ ନିଯୁକ୍ତି ପାଇଁ ପ୍ରାଥମିକତା ଦିଆଯିବ ବୋଲି ଅଞ୍ଚଳବାସୀଙ୍କୁ  ପ୍ରତିଶୃତି ଦିଆଯାଇ ଥିଲା I କିନ୍ତୁ ପାଣିମୁ୍ରା ଠାରେ କମ୍ପାନୀ ଆରମ୍ଭ ହେଲା ପରେ ମଧ୍ୟ୍ୟ ସ୍ଥାନୀୟ ଲୋକଙ୍କୁ ନିଯୁକ୍ତି କ୍ଷେତ୍ରରେ ପ୍ରାଥମିକତା ଦିଆଯାଇନାହିଁ I କମ୍ପାନୀର କାର୍ଯ୍ୟଉପକାରିତା ଫଳ ଶୂନ ରହିଥିଲା I କମ୍ପାନୀ ଦ୍ୱାରା ବିଭିନ୍ନ ସମସ୍ୟାର ସମ୍ମୁଖୀନ ହେଉଥିବା ଓ ଅସନ୍ତୋଷ ଧୂଆଁ ସୋମବାର ଅପରାହ୍ନ ରେ ଗ୍ରାମବାସୀଙ୍କ ପକ୍ଷରୁ ଆନ୍ଦୋଳନର ରୂପ ନେଇ ଥିଲା I  ଏହାର ପ୍ରତିବାଦରେ ସୋମବାର ଶତାଧିକ ଲୋକ ଆସି ପ୍ରତିବାଦ କରିଥିଲେ l  କମ୍ପାନୀକୁ ଯାଇଥିବା ମୁଖ୍ୟ ରାସ୍ତାକୁ ଖୋଲି ରାସ୍ତା ଅବରୋଧ କରିଥିଲେ l  ରାସ୍ତା ଅବରୋଧ ଓ ଖୋଲି ଦିଆଯାଇଥିବା ଖବର ପାଇ   ସୋନପୁର ଏସଡିପିଓ ପ୍ରତାପ ତ୍ରିପାଠୀ,  ତରଭା ଆଇ ଆଇ ସି. ଅନିତା କିଡୋ, ତହସିଲଦାର ଶ୍ଵେତାଲିନା ମହାଣା, ଅତିରିକ୍ତ ତହସିଲଦାର ଦୀପ୍ତିମୟୀ ଭୁଏଙ୍କ ସମେତ ଏକ ପୋଲିସ ଟିମ ଘଟଣାସ୍ଥଳରେ ପହଞ୍ଚି ଉତ୍ୟକ୍ତ ଲୋକଙ୍କୁ ବୁଝାଇବାକୁ ଚେଷ୍ଟା କରିଥିଲେ I କିନ୍ତୁ କମ୍ପାନୀର ବୈମାତୃକ ମନୋଭାବ,  ଗ୍ରାମବାସୀଙ୍କୁ ହଇରାଣ କରିବା ନେଇ କମ୍ପାନୀରୁ ବାହାରୁ ଥିବା ଦୁର୍ଗନ୍ଧ, ମଇଳା ପାଣି, ଧୂଆଁ ଛାଡିବା, ଓ ବିକଟାଲ ଶବ୍ଦ ନେଇ ଅତିଷ୍ଠ ହୋଇପଡିଥିବା ଗ୍ରାମବାସୀ ତାଙ୍କ ଜିଦରେ ଅଟଳ ରହିଥିଲେ I ପୋଲିସ ପ୍ରଶାସନ ଓ ରାଜସ୍ୱ ବିଭାଗ ତଥା ଗ୍ରାମବାସୀଙ୍କ କଥାର କୌଣସି ଗରୁତ୍ୱ ନ ଦେଇ କମ୍ପାନୀ ପରିଚାଳକ ଘଟଣାସ୍ଥଳରୁ ପଳାଇଥିଲେ I ପରେ ପୋଲିସ ପ୍ରଶାସନ ପକ୍ଷରୁ ଏସ ପି. ଙ୍କ ହସ୍ତକ୍ଷେପ ପରେ ଘଟଣା ସ୍ଥଳରେ ଆଲୋଚନା ନ ହୋଇ ରାତ୍ରି ୭ ଟା ସମୟରେ  ସୁବର୍ଣ୍ଣପୁର ଏସ ପି ନାରାୟଣ ନାୟକଙ୍କ ଅଧ୍ୟକ୍ଷତାରେ ତରଭା ଥାନା ପରିସରରେ ଆଲୋଚନା ହୋଇ ଥିଲା I ଏସ ଡିପିଓ, ରାଜସ୍ବ ବିଭାଗରୁ ତହସିଲଦାର, ଅତିରିକ୍ତ ତହସିଲଦାର , ତରଭା ଆଇ ଆଇ ସି,  ପାଣିମୁରା ଗ୍ରାମବାସୀ, କମ୍ପାନୀର ପରିଚାଳକ କର୍ମଚାରୀ ଏବଂ ସ୍ଥାନୀୟ ଗଣମାଧ୍ୟମ ଙ୍କ ଉପସ୍ଥିତିରେ ସମସ୍ୟା ସମାଧାନ ପାଇଁ ଆଲୋଚନା ହୋଇ ଥିଲା  I ଦୀର୍ଘ ସମୟ ଧରି ଆଲୋଚନା ହେବା ସହ ରାତ୍ରି 9-30ପ୍ରୟନ୍ତ ଆଲୋଚନା ପରେ  ପ୍ରଶାସନକୁ ବିଶ୍ୱାସ ଓ କଥା ରକ୍ଷା କରି ଗ୍ରାମବାସୀ ତାଙ୍କ ଜିଦ ରୁ ନାରମି ଥିଲେ I କମ୍ପାନୀ ପକ୍ଷରୁ ଆସନ୍ତା ୫ ଦିନ ମଧ୍ୟରେ ଦୁର୍ଗନ୍ଧଯୁକ୍ତ ପାଣି ନିଷ୍କାସନର ସୁବିଧା, ଓ ପାଣି ଯିବା ସୁବିଧା କରାଯିବାରସହ ଅଭିଯୋଗ କରିଥିବା ଚାଷୀ କ୍ଷତିଗ୍ରସ୍ତ ଆର୍ଥିକ ଟଙ୍କା ଦେବାର ସହ ଅନ୍ୟନ୍ୟ ପ୍ରତିଶୃତି ଦେବା ପରର ପାଣିମୁ୍ରା ଗ୍ରାମବାସୀ ରାଜି ହୋଇ ଆନ୍ଦୋଳନରୁ ଓହରି ଥିଲେ I ତରଭା ଥାନା ପରିସରର ବୈଠକରେ ଅକ୍ଷୟ କୁଅଁର, ସଂଜୀବ ପ୍ରଧାନ, ଧ୍ରୁବଚରଣ ନାଏକ, ବିଜୟ ମଲ୍ଲିକ, ବିଶ୍ଵାମିତ୍ର ମଲ୍ଲିକ, ରାଜେଶ ସାହୁ, ଅରକ୍ଷିତ ତରିଆ, ଦୋଳମଣୀ କୁଅଁରଙ୍କ ସମେତ ବହୁ ପାଣିମୁରା ଗ୍ରାମବାସୀ ଉପସ୍ଥିତ ରହି ଆଲୋଚନାରେ ଭାଗ ନେଇଥିଲେ I 
 


News Comment




Photo in News

Advertisment
Lastest News
  ରାଜ୍ୟ  
ଆଞ୍ଚଳିକ ବରିଷ୍ଠ ନାଗରିକ ମଞ୍ଚ ର ପ୍ରତିଭା ସମ୍ନାନ ସମାରୋହ,   13-Sep-2026
  ଜିଲ୍ଲା  
ବ୍ଲକ୍ କଲୋନୀ କ୍ଲଷ୍ଟରସ୍ତରୀୟ ତୃତୀୟ ମାସିକ ବୈଠକ ଅନୁଷ୍ଠିତ   13-Sep-2026
  ଜିଲ୍ଲା  
ଭଞ୍ଜନଗର ପୋଲିସ କୁ ବଡ ସଫଳତା : ବ୍ୟାପକ ନକଲି ମଦ ଜବତ   13-Sep-2026
  ଜିଲ୍ଲା  
କ୍ଲଷ୍ଟର ସ୍ତରୀୟ ମାସିକ ବୈଠକ ଅନୁଷ୍ଠିତ   13-Sep-2026
  ଜିଲ୍ଲା  
କୁଡ଼ାପଡ଼ା ସ୍କୁଲରେ ସ୍ୱଚ୍ଛତା ପକ୍ଷ ପାଳନ   13-Sep-2026
  ଜିଲ୍ଲା  
ଗଞ୍ଜାମରେ ପାର୍ବଣପୂର୍ବରୁ ଫୁଟିଲା ଗୁଳି   13-Sep-2026
  ଜିଲ୍ଲା  
ଟିଟିଲାଗଡରେ ଫିକା ପଡିଛି ନୂଆଁଖାଇ ବଜାର - ବଜାର ଖାଁ ଖାଁ - ବ୍ୟବସାୟୀ ଚିନ୍ତାରେ   13-Sep-2026
  ଜିଲ୍ଲା  
ସ୍ବର୍ଗତ ଉମେଶ ଚନ୍ଦ୍ର ମହାନ୍ତିଙ୍କ ଦ୍ୱାଦଶରେ ଯୋଗଦେଲେ ସହରର ବିଭିନ୍ନ ମାନ୍ୟଗଣ୍ୟ ବ୍ୟକ୍ତି   13-Sep-2026
  ଜିଲ୍ଲା  
ଧରପଗଡ ପରେ ବଢୁଛି ଓମ୍ଫେଡ୍ ପନିର ଓ ଉତ୍ପାଦର ଚାହିଦା ‘ଗୁଣବତ୍ତାରେ କୌଣସି ସାଲିସ୍ କରାଯିବ ନାହିଁ’-ପରିଚାଳନା ନିର୍ଦେଶକ   13-Sep-2026
  ଜିଲ୍ଲା  
ଶ୍ରୀ ଦାଦିଜି ମନ୍ଦିର ଟ୍ରଷ୍ଟ ପ୍ରଭାବତୀ ପବ୍ଲିକ ସ୍କୁଲରେ ଦୁଇ ଦିନିଆ ଦକ୍ଷତା ବିକାଶ କାର୍ଯ୍ୟକ୍ରମ   13-Sep-2026
  ଜିଲ୍ଲା  
ରେଟାମୁଣ୍ଡା ୟୁଥ୍ କ୍ଲବ ଆନୁକୁଲ୍ୟରେ ୫୦ ତମ ଫୁଟବଲ୍ ଟୁର୍ଣ୍ଣlମେଣ୍ଟ ଉଦଯାପିତ, ଆମ୍ବେଦକର ଏଫ୍ସି ବରଗଡ ଚମ୍ପିୟାନ   13-Sep-2026
  ରାଜ୍ୟ  
ପ୍ରତିଭାର ଆଲୋକରେ ଉଦ୍‌ଭାସିତ ହେଲା ପଥରଚେପା ଆଦର୍ଶ ବିଦ୍ୟାଳୟର ୧୨ତମ ପ୍ରତିଷ୍ଠା ଦିବସ   13-Sep-2026

You Might Also Like