-+91-9937148622 |
prerana_bgr@rediffmail.com |
Wednesday 1st July 2026 |
R.N.I. Regd No. ODIODI/2010/46693
Breaking News
22-Jun-2025
ଲୋଇସିଂହା, (ପ୍ରେରଣା ଖବର) ଲୋଇସିଂହା ବ୍ଲକ୍ କାର୍ଯ୍ୟାଳୟ ପରିସରରେ ବ୍ଲକ୍ ସ୍ତରୀୟ ଆନ୍ତର୍ଜାତୀୟ ଯୋଗ ଦିବସ ଶୁକ୍ରବାର ପାଳିତ ହୋଇଯାଇଛି। ବିଡ଼ିଓ ଅକ୍ଷୟ ପାଣି ଉଡ୍ଡୁ ଙ୍କ ଅଧ୍ୟକ୍ଷତା ରେ ଅନୁଷ୍ଠିତ ଉକ୍ତ କାର୍ଯ୍ୟକ୍ରମ ରେ ବ୍ଲକ ଅଧ୍ୟକ୍ଷ ଯତୀନ୍ଦ୍ର ପଟେଲ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଯୋଗ କାର୍ଯ୍ୟକ୍ରମ ର ଉଦଘାଟନ କରିଥିଲେ l ଏହି ଅବସରରେ ବିଡ଼ିଓ ଅକ୍ଷୟ ପାଣି ଉଡ୍ଡୁ ଯୋଗ ଦ୍ୱାରା କଣ ଲାଭ ମିଳେ ସେ ନେଇ ଆଲୋକପାତ କରିଥିଲେ।ପରେ ଯୋଗ ଶିକ୍ଷକ କରୁଣାକର ପ୍ରଧାନ ସୂର୍ଯ୍ୟ ନମସ୍କାର, ଯୋଗ, ପ୍ରାଣାୟାମ ଆଦି ଶିଖାଇ ଥିଲେ। ଏହି ଅବସରରେ ଜି ପି ଓ କିଶୋର ମାନସିଂହ, ଲୋଇସିଂହା ସରପଞ୍ଚ ନବକିଶୋର ନାଏକ,ଏ.ଇ.ଇ ସିଦ୍ଧାର୍ଥ ପାଢ଼ୀ ଙ୍କ ସମେତ ବ୍ଲକ୍ କର୍ମଚାରୀ, ଜନ ପ୍ରତିନିଧି, ଗଣମାଧ୍ୟମ ପ୍ରତିନିଧି ଯୋଗଦେଇଥିବା ବେଳେ ସୁସ୍ଥ ମନ ଓ ଶରୀର ପାଇଁ ଯୋଗ ଜରୁରୀ ବୋଲି ତାଲିମ ଦାତା କହିଥିଲେ l କାର୍ଯ୍ୟକ୍ରମ କୁ ପରିଚାଳନା କରିଥିଲେ ଜି. ପି. ଓ କିଶୋର ମାନସିଂହ l