-+91-9937148622 |
prerana_bgr@rediffmail.com |
Wednesday 29th April 2026 |
R.N.I. Regd No. ODIODI/2010/46693
Breaking News
21-Jun-2025
ବୋଡ଼େନ (ରାମନାଥ ପଣ୍ଡା)ନୂଆପଡ଼ା ଜିଲ୍ଲା ବୋଡ଼େନ ବ୍ଲକର +୨ ବିଜୁ ପଟ୍ଟନାୟକ କଲେଜ ପରିସରରେ ବି ଡି ଓ ସୁଶାନ୍ତ କୁମାର ରଣାଙ୍କ ତତ୍ତ୍ଵାବଧାନରେ ଆୟୋଜିତ ଆନ୍ତର୍ଜାତୀୟ ଯୋଗ ଦିବସ ପାଳନ ଅବସରରେ ମୁଖ୍ୟ ଅତିଥି ଭାବରେ ବ୍ଲକ ଅଧ୍ୟକ୍ଷା ପ୍ରେମ ଶିଳା ନାଗ ଯୋଗଦାନ କରିଥିଲେ ।ଆଜିର କାର୍ଯ୍ୟକ୍ରମରେ ଯୋଗ ଗୁରୁ ଅରବିନ୍ଦ ବେହେରା ବିଭିନ୍ନ ଯୋଗାସନର ଅଭ୍ୟାସ କରାଇ ଯୋଗ ଦ୍ଵାରା ଆମ ଶରୀରର କ'ଣ ସବୁ ଲାଭ ହୁଏ,କେଉଁ ଯୋଗାସନ ଦ୍ଵାରା କେଉଁ ପ୍ରକାର ରୋଗ ବିନାଶ କରିହୁଏ ତାହାରି ଉପରେ ଅବଗତ କରାଇଥିଲେ। ଆଇ ଆଇ ସି / ଡି ଏସ ପି ଗୋବିନ୍ଦ ଚନ୍ଦ୍ର ମାଝୀ,ତହସିଲଦାର ଅନସୂୟା ବାଗଦେବୀ,ପ୍ରାଧ୍ୟାପକ ଗୟାଧର ମହାନ୍ତି,ସି ଡି ପି ଓ ଅର୍ଚ୍ଚନା ରାଉତ,ବି ଏଲ ସି ସୁନିତା ସୁନା,ଏ ପି ଓ ରବିନାରାୟଣ ରାଉତ,ବି ଆର୍ ସି ହେରାମ୍ୱ ବିଶ୍ଵାଳଙ୍କ ସମେତ ବ୍ଲକ ସ୍ତରୀୟ ସମସ୍ତ ଅଧିକାରୀ,କଲେଜର ଅଧ୍ୟାପକ ଅଧ୍ୟାପିକା,ଛାତ୍ର ଛାତ୍ରୀ ,ଶିକ୍ଷାବିତ୍,ବୁଦ୍ଧିଜୀବୀ, ଅଗ୍ନିଶମ ବିଭାଗ କର୍ମଚାରୀ,ପୋଲିସ କର୍ମଚାରୀ,କଲେଜ ଷ୍ଟାଫ,ମିଶନ ଶକ୍ତିର କର୍ମଚାରୀ ତଥା ଜନସାଧାରଣ ଅଂଶ ଗ୍ରହଣ କରିଥିଲେ ।ବ୍ଲକର ପ୍ରତ୍ୟେକ ପଞ୍ଚାୟତ ମାନଙ୍କରେ ସରପଂଚ ମାନଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ,ପ୍ରତ୍ୟେକ ଶିକ୍ଷାନୁଷ୍ଠାନ ମାନଙ୍କରେ,ଅନ୍ୟ କାର୍ଯ୍ୟାଳୟ ମାନଙ୍କରେ ମଧ୍ୟ ଆଜି ବିଶ୍ୱ ଯୋଗ ଦିବସ ପାଳନ କରାଯାଇଛି ।