-+91-9937148622 |
prerana_bgr@rediffmail.com |
Wednesday 29th April 2026 |
R.N.I. Regd No. ODIODI/2010/46693
Breaking News
21-Jun-2025
କଣ୍ଟାମାଳ (ଜୟ କୁମାର ମହାରଣା)
କଣ୍ଟାମାଳ ବ୍ଲକ ପ୍ରଶାସନ ତତ୍ୱାବଧାନରେ କଣ୍ଟାମାଳ ହାଇସ୍କୁଲ ପଡିଆଠାରେ ବ୍ଲକ ସ୍ତରୀୟ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ ହୋଇଯାଇଛି । ଏହି ଅବସରରେ କଣ୍ଟାମାଳ ଭାରପ୍ରାପ୍ତ ଗୋଷ୍ଠି ଉନ୍ନୟନ ଅଧିକାରୀ ଧନଞ୍ଜୟ ସାହୁ ଙ୍କ ତତ୍ୱାବଧାନରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ କଣ୍ଟାମାଳ ତହସିଲଦାର ଶ୍ୱେତପଦ୍ମା ଯୋଶୀ ଅତିଥି ଭାବେ ଓଡିଶା ସରକାରଙ୍କ ମାନ୍ୟବର ମନ୍ତ୍ରୀ ଗୃହ ନିର୍ମାଣ ଓ ନଗର ଉନ୍ନୟନ ତଥା ସାଧାରଣ ଉଦ୍ୟୋଗ ବିଭାଗ ଡ. କୃଷ୍ଣଚନ୍ଦ୍ର ମହାପାତ୍ର ସମ୍ମାନିତ ଅତିଥି ଭାବେ ଯୋଗଦାନ କରିଥିଲେ । ସାମ୍ପ୍ରତିକ ପରିସ୍ଥିତିରେ ଦୈନନ୍ଦିନ ଜୀବନ ଚର୍ଯ୍ୟାରେ ଯୋଗର ଭୂମିକା ଗୁରୁତ୍ୱପୂର୍ଣ୍ଣ ନିୟମିତ ଯୋଗ ସାଧନା ଦ୍ୱାରା ନିଜ ଶରୀରକୁ ନିରୋଗ ରଖିବା ସହିତ ଏକ ସୁସ୍ଥ ପୃଥିବୀ ଗଠନ କରିବା ଦିଗରେ ଏହା ସହାୟକ ହେବ ବୋଲି କଣ୍ଟାମାଳ ତହସିଲଦାର ଶ୍ରୀମତୀ ଯୋଶୀ କହିଥିଲେ l ସରକାରଙ୍କ ଦ୍ୱାରା ପ୍ରଦତ୍ତ ମାର୍ଗଦର୍ଶିକା ଅନୁସାରେ ବିଭିନ୍ନ ପ୍ରକାର ୨୦ ଟି ଯୋଗ କ୍ରିୟା ସମ୍ପାଦନ କରାଯାଇଥିଲା । ଏହାପରେ ଯୋଗ ଦିବସ ଉପଲକ୍ଷେ ସାମୁହିକ ଶପଥ ପାଠ ସହିତ କାଯ୍ୟକ୍ରମକୁ ସମାପନ କରାଯାଇଥିଲା l ସେହିପରି କଣ୍ଟାମାଳ ବ୍ଲକର ଋଣ୍ଡିମହୁଲ, ଓଡିଶା ଆଦର୍ଶ ବିଦ୍ୟାଳୟ ଆଇଁଲାଚୁଆଁ ବିଭିନ୍ନ ସରସ୍ବତୀ ଶିଶୁମନ୍ଦିର, ମହାବିଦ୍ୟାଳୟ ଓ ବିଭିନ୍ନ ସଂଗଠନ ପକ୍ଷରୁ ବିଶ୍ୱ ଯୋଗଦିବସ ପାଳିତ ହୋଇଛି l