-+91-9937148622 |
prerana_bgr@rediffmail.com |
Thursday 30th April 2026 |
R.N.I. Regd No. ODIODI/2010/46693
Breaking News
21-Jun-2025
ବୀରମହାରାଜପୁର,( ବିନୋଦ ପାଣ୍ଡେ ): ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ମହାବିଦ୍ୟାଳୟରେ ଶନିବାର ଅନ୍ତର୍ଜାତୀୟ ଯୋଗ ଦିବସ ପାଳିତ ହୋଇଯାଇଛି । ଚଳିତ ବର୍ଷର ଥିମ୍ ରହିଛି “ଏକ ପୃଥିବୀ, ଏକ ସ୍ୱାସ୍ଥ୍ୟ ପାଇଁ ଯୋଗ” । ଏନସିସି ଅଫିସର କ୍ୟାପଟେନ୍ ସୂର୍ଯ୍ୟନାରାୟଣ ପଣ୍ଡାଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ଅନୁଷ୍ଠିତ ଯୋଗ ଶିବିରକୁ ମହାବିଦ୍ୟାଳୟର ଅଧ୍ୟକ୍ଷ ଡ. ହିମାଂଶୁ ଶେଖର ପାଢୀ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଉଦଘାଟନ କରିବା ସହ ଯୋଗାଭ୍ୟାସ କରିଥିଲେ । ଯୋଗ ଶିକ୍ଷକ ରାକେଶ ବାରିକ ଯୋଗଦେଇ ବିଭିନ୍ନ ଆସନ ଅଭ୍ୟାସ କରାଇବା ସହ ଏହାଦ୍ୱାରା ଶରୀରକୁ କି ଉପକାର ମିଳେ ସେ ସମ୍ପର୍କରେ ତାଲିମ ଦେଇଥିଲେ । ଶିବିରରେ ଅଧ୍ୟାପକ, ଅଧ୍ୟାପିକା, ଅଣଶିକ୍ଷା କର୍ମଚାରୀ ଓ ସମର ଶିକ୍ଷାର୍ଥୀ ବାହିନୀ ସାମିଲ ହୋଇଥିଲେ ।