-+91-9937148622 |

prerana_bgr@rediffmail.com |

  Saturday 19th September 2026 |

| | | |

R.N.I. Regd No. ODIODI/2010/46693

Breaking News

ସମାଜସେବୀଙ୍କ ବଦାନ୍ୟତା♦️ ହଜାଇଥିବା ଟଙ୍କା ଓ ପର୍ସ୍ ଫେରାଇଲେ    (18-Sep-2026)       ||      ଅଖିଳ ଭାରତୀୟ ସାହିତ୍ୟ ପରିଷଦ ତରଫରୁ ଗଙ୍ଗାଧର ମେହେର ସାହିତ୍ୟ କୁ ନେଇ ଆଲୋଚନାଚକ୍ର    (18-Sep-2026)       ||      ରାମପୁର ମେହେର ପଡା ଗଣେଶ ପୂଜା ଅବସରରେ ଡାନ୍ସ ଧମାକା   (18-Sep-2026)       ||      ଜିଲ୍ଲା ଖେଳକୁଦ ପାଇଁ ବ୍ଲକସ୍ତରୀୟ ଖେଳକୁଦ ଚୟନ ଶିବିର   (18-Sep-2026)       ||      କେନାଲ ପାଣିରେ ଗୋଡ଼ ଖସି ବୃଦ୍ଧଙ୍କ ମୃତ୍ୟୁ ଅଗ୍ନିଶମ ବିଭାଗ ପକ୍ଷରୁ ମୃତ ଦେହ ଉଦ୍ଧାର   (18-Sep-2026)       ||      *ଗିର୍ଲା ଗ୍ରାମରେ ପୋଖୋରିରେ ବୁଡି ଯୁବକ ମୃତ*   (18-Sep-2026)       ||      ଶିଆରମାଲ ଗାଁର ୨୯ ଜଣଙ୍କୁ ଜଙ୍ଗଲ ଜମି ପଟ୍ଟା ପ୍ରଦାନ   (18-Sep-2026)       ||      ଦକ୍ଷିଣ ଆଫି୍ରକାର କେପ୍‌ଟାଉନ୍‌ଠାରେ ବାଚସ୍ପତି ରାଜ୍ୟ ଗୋଷ୍ଠୀ ମହିଳା ସଂସଦ କାର୍ଯ୍ୟକ୍ରମରେ ଯୋଗଦାନ   (18-Sep-2026)       ||      ଓଡ଼ିଶାର ପୌରପରିଷଦ, ଏନ୍‌.ଏ.ସି. ଓ ମହାନଗର ନିଗମ ସାଧାରଣ ନିର୍ବାଚନ♦️ ୱାର୍ଡ ସୀମା ପୁନଃନିର୍ଦ୍ଧାରଣ ଓ ଆସନ ସଂରକ୍ଷଣ ପାଇଁ ସଂଶୋଧିତ କାର୍ଯ୍ୟସୂଚୀ ଜାରି*   (18-Sep-2026)       ||      ବାଗଡିଆ ଗାଁରେ ମହାଆଡମ୍ବର ପୂର୍ଣରେ ବିଶ୍ୱକର୍ମା ପୂଜା ପାଳିତ   (18-Sep-2026)       ||      ଲଣ୍ଡନରେ ଯୋଗ ଦ୍ୱାରା ଶାନ୍ତି କାମନା କାର୍ଯ୍ୟକ୍ରମ ଆୟୋଜନ   (18-Sep-2026)       ||       ଲୋକସେବା ଭବନରେ ଚାରା ରୋପଣ କଲେ, ପ୍ରଦର୍ଶନୀ ପଡିଆରେ  ମେଗା-ରକ୍ତଦାନ ଶିବିର କାର୍ଯ୍ୟକ୍ରମରେ ଯୋଗଦେଲେ ମୁଖ୍ୟମନ୍ତ୍ରୀ   (18-Sep-2026)       ||      ଲାଞ୍ଚନେବା ଘଟଣାରେ ୨ ଅଡିଟର୍ ଧରାପଡିଲେ ବଲାଙ୍ଗୀର ଓ ସୋନପୁର ଜିଲ୍ଲାରେ କେବେ  ?   (18-Sep-2026)       ||      ମୁକ୍ତେଶ୍ୱର ପ୍ରାଙ୍ଗଣରେ ଆଶୀର୍ବାଦର ଦୀପ ଜାଳି ପ୍ରଧାନମନ୍ତ୍ରୀଙ୍କ ଦୀର୍ଘ ଆୟୁ କାମନା କଲେ ମୁଖ୍ୟମନ୍ତ୍ରୀ♦️ଜଳିଲା ୧୧ ହଜାର ‘ଆଶୀର୍ବାଦର ଦୀପ’   (18-Sep-2026)       ||      ସମ୍ବଲପୁର ବରିଷ୍ଠ ନାଗରିକ ସମାଜ ପକ୍ଷରୁ ଵୟୋବନ୍ଦନା କାର୍ଯ୍ୟକ୍ରମ ll 94 ବର୍ଷୀୟ ଧର୍ମପରାୟଣ ବ୍ୟକ୍ତିତ୍ୱ ଶ୍ରୀବତ୍ସ ପାଣିଗ୍ରାହୀ ସମ୍ବର୍ଦ୍ଧିତ ll   (17-Sep-2026)       ||      ବିଏମସି ୫୬ ନମ୍ବର ୱାର୍ଡରେ ଓଜେସିର ସାଂଗଠନିକ ବୈଠକ ସଂଗଠନ ସୁଦୃଢ଼ କରିବା ସହ ଜନସମସ୍ୟାକୁ ଗୁରୁତ୍ୱ ଦେଲେ ଓଜେସି ସଭାପତି ମହମ୍ମଦ ମୋକିମ୍   (17-Sep-2026)       ||      ଅର୍ଜୁନ କୁମାର ସାହୁଙ୍କ କୋସଲି କଥାନୀ ସଂକଳନ "ଆଏଜ ବି ଟାକିଛେଁ" ଉନ୍ମୋଚିତ   (17-Sep-2026)       ||      ଭଅଁରାରେ ଆନନ୍ଦ ଉଲ୍ଲାସର ସହ ଗଣେଶ ପୂଜା ଅନୁଷ୍ଠିତ ।।   (17-Sep-2026)       ||      ନବଜାତ ଶିଶୁ କନ୍ୟା ଉଦ୍ଧାର   (17-Sep-2026)       ||      ସରଗାଡ଼ ଠାରେ ମର୍ଣ୍ଣିଙ୍ଗ ଷ୍ଟାର ତରଫରୁ ‘୫ମ ନୂଆଁଖାଇ ଭେଟ୍‌ଘାଟ୍‌-୨୦୨୬’ ଅନୁଷ୍ଠିତ: ମୁଖ୍ୟ ଅତିଥି ଭାବେ ଯୋଗଦେଲେ ମନ୍ତ୍ରୀ ଡ. ମୁକେଶ ମହାଲିଙ୍ଗ   (17-Sep-2026)       ||     

HOME   ଜିଲ୍ଲା

ଖୋର୍ଦ୍ଧା-ବଲାଙ୍ଗୀର ରେଳପଥରେ ବୌଦ୍ଧ, ପୁରୁଣାକଟକ ରେଳଚଚଳାଚଳ ଉଦଘାଟନୀ ଉତ୍ସବ: ରେଳପଥ ସମନ୍ୱୟ କମିଟିସଭ୍ୟ ସମ୍ବର୍ଦ୍ଧିତ

20-Jun-2025



ବଲାଙ୍ଗୀର(ପ୍ରେରଣା ଖବର): ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଭୁବନେଶ୍ୱର ଗସ୍ତରେ ଖୋର୍ଦ୍ଧା-ବଲାଙ୍ଗୀର ରେଳପଥରେ ବୌଦ୍ଧ ପୁରୁଣାକଟକ ପର୍ଯ୍ୟନ୍ତ ରେଳଚଳାଚଳର ଆଭାସୀ ମାଧ୍ୟମରେ ଆଜି ଶୁଭ ଉଦଘାଟନ ହୋଇଯାଇଛି। ବୌଦ୍ଧ ଜିଲ୍ଲାକୁ ବହୁପ୍ରତିକ୍ଷିତ ଟ୍ରେନ ଗଡିଥିବାରୁ ବୌଦ୍ଧ ଜିଲ୍ଲାବାସୀ ଖୁବ ଉତ୍ସାହିତ ହୋଇଛନ୍ତି । ସେଥିପାଇଁ ବୌଦ୍ଧ ଓ ପୁରୁଣାକଟକ ଷ୍ଟେସନରେ ଭବ୍ୟ ସମାରୋହ ଅନୁଷ୍ଠିତ ହୋଇଯାଇଛି ଓ ଏଥିରେ ବୌଦ୍ଧ ଜିଲ୍ଲାର ହଜାର ହଜାର ସଂଖ୍ୟାରେ ଲୋକ ସମ୍ମିଳିତ ହୋଇ ରେଳଚଳାଚଳକୁ ସ୍ୱାଗତ କରିଛନ୍ତି । ଠିକ ଅପରାହ୍ନ ୪.୩୦ରେ ବୌଦ୍ଧ ଷ୍ଟେସନରୁ ବୌଦ୍ଧ-ସମ୍ବଲପୁର ରେଳ ଚଳାଚଳ ଆରମ୍ଭ ହୋଇଥିଲା ।  ଦୀର୍ଘ ୫୦ବର୍ଷର ସ୍ୱପ୍ନ ସାକାର ହୋଇଥିବାରୁ ବୌଦ୍ଧବାସୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଓ ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କୁ କୃତଜ୍ଞତା ଜଣାଇଛନ୍ତି । ବୌଦ୍ଧ ଷ୍ଟେସନରେ ଆଜି ଅନୁଷ୍ଠିତ କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାବରେ ବୌଦ୍ଧ ବିଧାୟକ ତଥା ସରକାରୀଦଳର ଉପମୁଖ୍ୟସଚେତକ ସରୋଜ ପ୍ରଧାନ, ସମ୍ମାନିତ ଅତିଥି 

ଭାବରେ ବୌଦ୍ଧ ଜିଲ୍ଲାପାଳ ସୁବ୍ରତ କୁମାର ପଧାନ,ଏସପି ରାହୁଲ ଗୋୟଲ ଓ ସମ୍ବଲପୁର  ରେଲୱେ ଡିଆରଏମ ସୁଭାଷଚନ୍ଦ୍ର ଚୌଧୁରୀ ଯୋଗଦେଇ ଥିଲେ। ମୁଖ୍ୟଅତିଥି ଶ୍ରୀ ପଧାନ ଖୋର୍ଦ୍ଧା-ବଲାଙ୍ଗୀର ରେଳପଥ କାମ ତ୍ୱରାନ୍ୱିତ କରିବାକୁ ବିଭିନ୍ନ ସମୟରେ ଆନ୍ଦୋଳନ କରି ସରକାରଙ୍କୁ ଚାପ ପକାଇଥିବା ଖୋର୍ଦ୍ଧା-ବଲାଙ୍ଗୀର ରେଳପଥ ସମନ୍ୱୟ କମିଟିର କର୍ମକର୍ତ୍ତାଙ୍କୁ ଭୂୟସୀ ପ୍ରଶଂସା କରିବା ସହିତ ତାଙ୍କୁ ସମ୍ବର୍ଦ୍ଧିତ କରିଥିଲେ । ବଲାଙ୍ଗୀର ଜିଲ୍ଲାରୁ ଯୋଗଦେଇଥିବା ସମନ୍ୱୟ ସମିତିର ଅଧ୍ୟକ୍ଷ ବରିଷ୍ଠ ଭାଜପା ନେତା ଗୋପାଳଜୀ ପାଣିଗ୍ରାହୀ ଓ ବରିଷ୍ଠ ଆଇନଜୀବୀ ଭବାନୀଶଙ୍କର ଶତପଥିଙ୍କ ନେତୃତ୍ୱରେ ଯାଇଥିବା ଟିମରେ ସାମ୍ବାଦିକ ପୂର୍ଣ୍ଣଚନ୍ଦ୍ର ପଣ୍ଡା ଓ କମିଟି ସଦସ୍ୟ ରମେଶ ଅଗ୍ରୱାଲଙ୍କୁ ମୁଖ୍ୟଅତିଥି ବିଧାୟକ ଶ୍ରୀ ସରୋଜ ପଧାନ ଫୁଲତୋଡା ଓ ଉପଢୌକନ ଦେଇ ସମ୍ବର୍ଦ୍ଧିତ କରିଥିଲେ। ଠିକ ସେହିପରି ସୋନପୁର ଜିଲ୍ଲାରୁ ଯାଇଥିବା ଶ୍ରମିକନେତା ଗୋବିନ୍ଦ ମହାରଣା, ବୌଦ୍ଧ ଜିଲ୍ଲାର ପ୍ରତ୍ୟୁଷ ମିଶ୍ର, ବିଶେଶ୍ୱର ପୃଷ୍ଟି, ଦେବାଶିଷ ପୁରୋହିତ, ରଘୁନାଥ ଷଢଙ୍ଗୀ, ଯୁଗଲ ସାମଲଙ୍କୁ ଅତିଥିଗଣ ସମ୍ବର୍ଦ୍ଧନା ଦେଇଥିଲେ । ଆଜିଠାରୁ ବୌଦ୍ଧରୁ ସମ୍ବଲପୁରକୁ ଓ ପୁରୁଣାକଟକରୁ ବୌଦ୍ଧକୁ ଦୁଇଟି ଟ୍ରେନଚଳାଚଳର ଶୁଭାରମ୍ଭ କରାଯାଇଥିଲା। ଏହି କାର୍ଯ୍ୟକ୍ରମରେ ରେଳବିଭାଗର ଅଧିକାରୀ କର୍ମଚାରୀ ତଥା ବୌଦ୍ଧ ଜିଲ୍ଲାର ପ୍ରଶାସନିକ ଅଧିକାରୀଗଣ ଯୋଗଦେଇଥିଲେ । ପ୍ରକାଶ ଯେ,ଖୋର୍ଦ୍ଧା-ବଲାଙ୍ଗୀର ରେଳପଥ ଗତ ୧୯୯୪ ମସିହାରୁ ଅନୁମୋଦନ ଲାଭ କରିଥିଲେ ହେଁ କାମ ତ୍ୱରାନ୍ୱିତ ହେଉନଥିଲା । ବିଭିନ୍ନ ସମୟରେ ଏନେଇ ବଲାଙ୍ଗୀର, ସୋନପୁର, ବୌଦ୍ଧ, ଫୁଲବାଣୀ, ନୟାଗଡବାସୀ ଆନ୍ଦୋଳନ କରି ଆସୁଥିଲେ। ଗତ ୨୦୧୫ ମସିହାରେ ରେଳବିଭାଗ ଓ ରାଜ୍ୟସରକାରଙ୍କ ମଧ୍ୟରେ ଚୁକ୍ତି ହୋଇ କାମକୁ ତ୍ୱରାନ୍ୱିତ କରାଗଲା। କିନ୍ତୁ ତଥାପି ୨୦୨୦ ମସିହା ସୁଦ୍ଧା ସେତେଟା ଅଗ୍ରଗତି ହୋଇପାରିଲା ନାହିଁ । ତେଣୁ ଗତ ୨୦୨୨ ମସିହାରେ ବୌଦ୍ଧଠାରେ ଏକ ବୈଠକ କରାଯାଇ ଏକ ସମନ୍ୱୟ କମିଟି ଗଠନ କରାଯାଇ ବଲାଙ୍ଗୀରର ଭାଜପା ନେତା ଗୋପାଳଜୀ ପାଣିଗ୍ରାହୀଙ୍କୁ ଅଧ୍ୟକ୍ଷ ଦାୟିତ୍ୱ ଦିଆଯାଇ ଥିଲା। ଏହାପରେ ବୌଦ୍ଧ,ସୋନପୁର ଓ ବଲାଙ୍ଗୀର ଜିଲ୍ଲାରେ ବୈଠକ କରାଯାଇ ତିନି ଜିଲ୍ଲାର ଜିଲ୍ଲାପାଳ କାର୍ଯ୍ୟାଳୟକୁ ବନ୍ଦ କରାଯାଇଥିଲା । ଏପରିକି ତତକାଳିନ ଜଙ୍ଗଲମନ୍ତ୍ରୀ ପ୍ରଦୀପ ଅମାତଙ୍କୁ କମିଟି ସଦସ୍ୟ ଭେଟି ଜଙ୍ଗଲ ଓ ପରିବେଶ ଅନୁମତି କରାଇବାକୁ ଆଲୋଚନା କରାଯାଇଥିଲା । କମିଟି ସଦସ୍ୟ ମାନେ ଭୁବନେଶ୍ୱର ଯାଇ ସେଠାରେ ବିଭିନ୍ନ ମନ୍ତ୍ରୀ ଓ ବିଭାଗୀୟ ଅଧିକାରୀଙ୍କୁ ଭେଟି ଆଲୋଚନା କରାଯାଇ 

ପ୍ରକଲ୍ପର ପରିବେଶ ଅନୁମତି କରାଇବାରେ ସଫଳ ହୋଇଥିଲେ। ବିଭିନ୍ନ ସମୟରେ କେନ୍ଦ୍ର ରେଳମନ୍ତ୍ରୀ, ଅନ୍ୟାନ୍ୟମନ୍ତ୍ରୀ ତଥା ବଲାଙ୍ଗିର ସାଂସଦ ସଂଗୀତା କୁମାରୀ ସିଂଦେଓଙ୍କୁ ମଧ୍ୟ କମିଟି ଭେଟି ଆଲୋଚନା କଲା ପରେ ରେଳବିଭାଗ ଏହାର ବଜେଟ ବଢାଇ କାମକୁ ତ୍ୱରାନ୍ୱିତ କରାଇଥିଲେ । ସାଂସଦ ଶ୍ରୀମତୀ ସିଂଦେଓ ପାର୍ଲାମେଣ୍ଟ ରେ ଏନେଇ ପ୍ରଶ୍ନ ଉପସ୍ଥାପନ କରିବା ସହିତ ରେଳମନ୍ତ୍ରୀଙ୍କୁ ଭେଟି କାମ ତ୍ୱରାନ୍ୱିତ କରିବାକୁ ଦାବି କରି ଆସୁଥିଲେ l ଶେଷରେ ଆଜି ବୌଦ୍ଧର ପୁରୁଣାକଟକ ପର୍ଯ୍ୟନ୍ତ ରେଳଚଳାଚଳ ଆରମ୍ଭ ହୋଇଥିବା ବେଳେ ଆସନ୍ତା ୨୦୨୬ ସୁଦ୍ଧା ବହୁପ୍ରତୀକ୍ଷିତ ଖୋର୍ଦ୍ଧା ରେଳପଥ ସଂପୂର୍ଣ୍ଣ ହେବ ବୋଲି ଆଶା କରାଯାଉଛି । ଏହି ରେଳପଥ ରାସ୍ତାରେ ପ୍ରାୟ ୮ଟି ଟନେଲକାମ ମଧ୍ୟ ସରି ଯାଇଥିବା ସୂଚନା ମିଳିଛି । ଆଉ ମାତ୍ର ୭୨ କିମି ରାସ୍ତା କାମ ସରିଲେ ୨୦୨୬ ସୁଦ୍ଧା ରେଳ ଚଳାଚଳ ଆରମ୍ଭ ହେବ ବୋଲି କୁହାଯାଇଛି ।


News Comment




Photo in News

Advertisment
Lastest News
  ଜିଲ୍ଲା  
ସମାଜସେବୀଙ୍କ ବଦାନ୍ୟତା♦️ ହଜାଇଥିବା ଟଙ୍କା ଓ ପର୍ସ୍ ଫେରାଇଲେ    18-Sep-2026
  ଜିଲ୍ଲା  
ଅଖିଳ ଭାରତୀୟ ସାହିତ୍ୟ ପରିଷଦ ତରଫରୁ ଗଙ୍ଗାଧର ମେହେର ସାହିତ୍ୟ କୁ ନେଇ ଆଲୋଚନାଚକ୍ର   18-Sep-2026
  ଜିଲ୍ଲା  
ରାମପୁର ମେହେର ପଡା ଗଣେଶ ପୂଜା ଅବସରରେ ଡାନ୍ସ ଧମାକା   18-Sep-2026
  ଜିଲ୍ଲା  
ଜିଲ୍ଲା ଖେଳକୁଦ ପାଇଁ ବ୍ଲକସ୍ତରୀୟ ଖେଳକୁଦ ଚୟନ ଶିବିର   18-Sep-2026
  ଜିଲ୍ଲା  
କେନାଲ ପାଣିରେ ଗୋଡ଼ ଖସି ବୃଦ୍ଧଙ୍କ ମୃତ୍ୟୁ ଅଗ୍ନିଶମ ବିଭାଗ ପକ୍ଷରୁ ମୃତ ଦେହ ଉଦ୍ଧାର   18-Sep-2026
  ଜିଲ୍ଲା  
*ଗିର୍ଲା ଗ୍ରାମରେ ପୋଖୋରିରେ ବୁଡି ଯୁବକ ମୃତ*   18-Sep-2026
  ଅପରାଧ  
ଶିଆରମାଲ ଗାଁର ୨୯ ଜଣଙ୍କୁ ଜଙ୍ଗଲ ଜମି ପଟ୍ଟା ପ୍ରଦାନ   18-Sep-2026
  ରାଜ୍ୟ  
ଦକ୍ଷିଣ ଆଫି୍ରକାର କେପ୍‌ଟାଉନ୍‌ଠାରେ ବାଚସ୍ପତି ରାଜ୍ୟ ଗୋଷ୍ଠୀ ମହିଳା ସଂସଦ କାର୍ଯ୍ୟକ୍ରମରେ ଯୋଗଦାନ   18-Sep-2026
  ରାଜ୍ୟ  
ଓଡ଼ିଶାର ପୌରପରିଷଦ, ଏନ୍‌.ଏ.ସି. ଓ ମହାନଗର ନିଗମ ସାଧାରଣ ନିର୍ବାଚନ♦️ ୱାର୍ଡ ସୀମା ପୁନଃନିର୍ଦ୍ଧାରଣ ଓ ଆସନ ସଂରକ୍ଷଣ ପାଇଁ ସଂଶୋଧିତ କାର୍ଯ୍ୟସୂଚୀ ଜାରି*   18-Sep-2026
  ଜିଲ୍ଲା  
ବାଗଡିଆ ଗାଁରେ ମହାଆଡମ୍ବର ପୂର୍ଣରେ ବିଶ୍ୱକର୍ମା ପୂଜା ପାଳିତ   18-Sep-2026
  ଦେଶ ବିଦେଶ  
ଲଣ୍ଡନରେ ଯୋଗ ଦ୍ୱାରା ଶାନ୍ତି କାମନା କାର୍ଯ୍ୟକ୍ରମ ଆୟୋଜନ   18-Sep-2026
  ଜିଲ୍ଲା  
 ଲୋକସେବା ଭବନରେ ଚାରା ରୋପଣ କଲେ, ପ୍ରଦର୍ଶନୀ ପଡିଆରେ  ମେଗା-ରକ୍ତଦାନ ଶିବିର କାର୍ଯ୍ୟକ୍ରମରେ ଯୋଗଦେଲେ ମୁଖ୍ୟମନ୍ତ୍ରୀ   18-Sep-2026

You Might Also Like