-+91-9937148622 |
prerana_bgr@rediffmail.com |
Friday 19th June 2026 |
R.N.I. Regd No. ODIODI/2010/46693
Breaking News
18-Jun-2025
ନବରଙ୍ଗପୁର(ମିହିର ଶଙ୍କର ପାତ୍ର): ପୁଜାରିଗୁଡା ଗ୍ରାମର ଜଣେ ଯୁବକ ଗୀତିନାଟ୍ୟରେ ଅଭିନୟ କରି ନାରୀ, ସାଧୁସନ୍ଥ ଓ ମହିମା ଅଲେଖଙ୍କୁ ଅପମାନ କରିଥିବା ଅଭିଯୋଗ ଆଣି ଥିଲା ହିନ୍ଦୁ ମହାସଂଘ ଓ ମହିମା ସମାଜ। ବୁଦ୍ଧିଜୀବୀ ମାନେ ଏହାର ନିନ୍ଦା କରିଥିଲେ ଏବଂ ବିଭିନ୍ନ ଖବରକାଗଜରେ ଓ ଓ୍ବେବ୍ ମିଡ଼ିଆରେ ଏହା ପ୍ରକାଶିତ ହୋଇଥିଲା। ଆଜି ହିନ୍ଦୁ ମହାସଂଘର ପ୍ରମୁଖ ଜୟନ୍ତ କୁମାର ପାତ୍ରଙ୍କ ଉପସ୍ଥିତିରେ ସେହି ଯୁବକ, ତା ସହଯୋଗୀ କଳାକାର ଏବଂ ଗ୍ରାମବାସୀ ଆସି ସୌଭାଗ୍ୟ ବାବା, ଯଦୁମଣି ବାବା, ଋଷିଦାସ ବାବା ଓ ଭକ୍ତ ଲକି ବାବାଙ୍କୁ ନିଜ ଭୁଲ ପାଇଁ କ୍ଷମା ମାଗିଲେ। ବାବା ମାନେ ନିଜ ପୁତ୍ରତୁଲ୍ୟ ଗ୍ରାମବାସୀ ମାନଙ୍କୁ କ୍ଷମା କରିବା ସହ ଧର୍ମ ରକ୍ଷା ପାଇଁ ଉଦ୍ୟମ କରିବାକୁ ସଂଦେଶ ଦେଲେ। ସାଧୁସନ୍ଥଙ୍କ କ୍ଷମାଦାନ ପରେ ବିବାଦର ପ୍ରାୟତଃ ଅନ୍ତ ହେଲା। ହିନ୍ଦୁ ଆଗାମୀ ଦିନରେ ସାଧୁସନ୍ଥଙ୍କ ଅପମାନ ସହ୍ୟ କରାଯିବ ନାହିଁ। ଆଇନ ଅନୁସାରେ ନିଶ୍ଚିତ ଦୃଢ଼ ପଦକ୍ଷେପ ନିଆଯିବ ବୋଲି ହିନ୍ଦୁ ମହାସଂଘ ପ୍ରମୁଖ ଜୟନ୍ତ କୁମାର ପାତ୍ର ସୂଚନା ଦେଇଛନ୍ତି l