-+91-9937148622 |
prerana_bgr@rediffmail.com |
Thursday 17th September 2026 |
R.N.I. Regd No. ODIODI/2010/46693
Breaking News
18-Jun-2025
କୁଚିଣ୍ଡା(ସିଲୁ ସୁନାନୀ): ନୂତନ ସରକାରଙ୍କ ଏକ ବର୍ଷ ପୂର୍ତ୍ତି ଉପଲକ୍ଷେ 'ବର୍ଷ ପୂର୍ତ୍ତି ଏକ ,ଅନୁଭୂତି ଅନେକ' ଶୀର୍ଷକ ଏକ କବି ସମ୍ମିଳନୀ ବିଶିଷ୍ଟ ସାହିତ୍ୟିକ ସୁବାସ ଚନ୍ଦ୍ର ନାୟକଙ୍କ ସଭାପତିତ୍ବରେ କୁଚିଣ୍ଡା ସରକାରୀ ବାଳିକା ଉଚ୍ଚବିଦ୍ୟାଳୟରେ ଅନୁଷ୍ଠିତ ହୋଇ ଯାଇଛି ।ଏଥିରେ କୁଚିଣ୍ଡା ବିଜ୍ଞାପିତ ପରିଷଦ ର ଏକ୍ଜି କ୍ୟୁଟିଭ ଅଫିସର ମନୋରଞ୍ଜନ ସୁନା ମୁଖ୍ୟ ଅତିଥି ଭାବରେ ଯୋଗଦେଇ ଓଡ଼ିଆ ଭାଷାର ସୁରକ୍ଷା ଓ ସ୍ଵଚ୍ଛତା ଅଭିଯାନ ପାଇଁ କବି କୁଆ କ୍ରାନ୍ତି ଆଣିବାର ଆବଶ୍ୟକତା ରହିଛି ବୋଲି କହିଥିଲେ ।ସେ କୁଚିଣ୍ଡା ଯଥା ଶୀଘ୍ର ପାଠାଗାର କୁ କାର୍ଯ୍ୟକାରୀ କରିବାକୁ ପ୍ରତିଶ୍ରୁତି ଦେଇଥିଲେ । ସାହାଜ ବାହାଲ ଆବାସିକ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ସୁଦର୍ଶନ ପାଣି ମୁଖ୍ୟବକ୍ତା ଭାବରେ ଯୋଗ ଦେଇ କୁଚିଣ୍ଡା ଉପଖଣ୍ଡରେ କବି ପ୍ରତିଭାର ଅଭାବ ନାହିଁ ବୋଲି କହିଥିଲେ । ଅନ୍ୟ ମାନଙ୍କ ମଧ୍ୟରେ ଅଧ୍ୟାପକ ରୁଦ୍ର ନାରାୟଣ ମିଶ୍ର,ଅବସରପ୍ରାପ୍ତ ପ୍ରଧାନ ଶିକ୍ଷୟିତ୍ରୀ ଇନ୍ଦୁ ମିଶ୍ର ସମ୍ମାନିତ ଅତିଥି ଭାବରେ ଯୋଗ ଦେଇଥିଲେ ।ବାଳିକା ଉଚ୍ଚ ବିଦ୍ୟାଳୟର ଭାରପ୍ରାପ୍ତ ପ୍ରଧାନ ଶିକ୍ଷକ ଶ୍ରୀକାନ୍ତ ଚୌଧୁରୀ ସ୍ଵାଗତ ଭାଷଣ ସହ ଅତିଥି ପରିଚୟ ପ୍ରଦାନ କରିଥିବା ବେଳେ କୁଚିଣ୍ଡା ଏନ ଏ ସି ପକ୍ଷରୁ ହିମାଂଶୁ ମହାନନ୍ଦ ଧନ୍ୟବାଦ୍ ଅର୍ପଣ କରିଥିଲେ । ସର୍ଵଶ୍ରୀ ଶେଖର ବନମାଳୀ ନାମ ଦେଓ, ଓମ ପ୍ରକାଶ ପଟେଲ, ବିଶ୍ଵନାଥ ସାହୁ, ସରୋଜ ମେହେର ,ସସ୍ମିତା ପଟେଲ,ରଜନୀ ପଟେଲ, ସବିତା ପଟେଲ, ପରମେଶ୍ବର ପଟେଲ,ବସନ୍ତ ଚୌଧୁରୀ, ସୁବାସ ଦେବତା,ନନ୍ଦିନୀ ନାଏକ, ଧନୁର୍ଜୟ ମାଝୀ, ପଙ୍କଜିନି ନାଏକପ୍ରମୁଖ ପଚାଶ ଜନ କବି କବିତା ପାଠ କରିଥିଲେ ।