-+91-9937148622 |

prerana_bgr@rediffmail.com |

  Monday 15th June 2026 |

| | | |

R.N.I. Regd No. ODIODI/2010/46693

Breaking News

ବଲାଙ୍ଗିରରେ ପଞ୍ଚାୟତିରାଜ ମନ୍ତ୍ରୀଙ୍କୁ ନାଗରିକ କମିଟୀର ଦାବୀପତ୍ର ପ୍ରଦାନ   (15-Jun-2026)       ||      ସପ୍ତଶଯ୍ୟା ମହୋତ୍ସବରେ ବାଲିଗୁଡା ର ନୃତ୍ୟ ଶ୍ରୀ ଡ୍ୟାନ୍ସ ଏକାଡେମୀ ଉଚ୍ଚକୋଟିର ନୃତ୍ୟ ପ୍ରଦର୍ଶନ କରି ସମ୍ମାନିତ    (15-Jun-2026)       ||      ପୌର ନିଗମରେ ଇଂଜିନିୟର୍‌ଙ୍କ ବଦଳି ନାହିଁ ଇଂଜିନିୟରିଂ ବିଭାଗରେ ୩୦ ବର୍ଷ ଧରି କାମ କରୁଛନ୍ତି l   (15-Jun-2026)       ||      ରାଜେନ୍ଦ୍ର ଡ୍ୟାମର ବିକାଶପାଇଁ ବିଧାୟକଙ୍କୁ ଭେଟିଲେ ପ୍ରତିନିଧିଦଳ   (15-Jun-2026)       ||      ତାଳପଦରରେ ଥମୁନି ଚୋରି: ବାରମ୍ବାର ଘଟଣା ସତ୍ତ୍ୱେ ଚୋରଙ୍କୁ ଧରିବାରେ ବିଫଳ ବିଜେପୁର ପୋଲିସ !   (15-Jun-2026)       ||      ପଶ୍ଚିମ ଓଡିଶା ଗୀତିକାର ସଂଘ ଦ୍ୱିତୀୟ ଵୈଠକ ଅନୁଷ୍ଠିତ ~~~~~~~~~~~~~ପଦ୍ମଶ୍ରୀ ବିନୋଦ ପଶାୟତଙ୍କୁ ଜୀବନବ୍ୟାପୀ ସାଧନା ସମ୍ମାନ    (15-Jun-2026)       ||      ପଟ୍ଟାମୁଣ୍ଡାଇରେ ବରାହ ସାମଲଙ୍କ ଜୟନ୍ତୀ ପାଳନ ପାଇଁ ପ୍ରସ୍ତୁତି   (15-Jun-2026)       ||      ଗତିରାଉତପାଟଣାରେ ବହୁମୁଖୀ ଷ୍ଟାଡିୟମର ଶିଳାନ୍ୟାସ|   (15-Jun-2026)       ||      ଏକ ମାସ ହେଲା ଠିକାଦାର ରାସ୍ତା ମଝିରେ ଖୋଳି ଛାଡ଼ି ଛୁ, ସାଧାରଣ ଲୋକ ଖାଲରେ ପଡି ମଲେକେତେ ଗଲେ କେତେ ଗେଲ୍ ଇଣ୍ଡିଆର ଯାଏ ଆସେ କଣ ।   (15-Jun-2026)       ||      ମାହେଶ୍ୱରୀ ସଂଗଠନର ବାର୍ଷିକ ଉତ୍ସବ   (15-Jun-2026)       ||      *କନ୍ୟାଶ୍ରମ ନିକଟରେ ୨ବାଇକ ଧକା ଜଣେ ଗୁରୂତର ୪ଆହତ*   (15-Jun-2026)       ||      ବାରପାଳି ୨୨ ମୌଜାର ଇଷ୍ଟଦେବତା ଶ୍ରୀ ଶ୍ରୀ ବୁଢାରାଜାଙ୍କ ମନ୍ଦିରର ମୁଖ୍ୟ ପୂଜକ ଭାବେ ଅଭିଷିକ୍ତ ହେଲେ ଶ୍ରୀଯୁକ୍ତ ହେରାମ୍ବ ସିଂ ପୁଝାରୀ   (15-Jun-2026)       ||      ଚାଉଳିଆଗଞ୍ଜ ଖେଳ ପଡ଼ିଆରେ ରଜ ମହୋତ୍ସବ ଉଦ୍‌ଘାଟିତ |   (15-Jun-2026)       ||      ୱାଇ.ସି. ଡି.ଏ ଦ୍ଵାରା ଆଠଗାଁ ଗ୍ରାମ ରେ ଶିଶୁ ସ୍ବାସ୍ଥ୍ୟ ମେଳା ଏବଂ ରଜ ଉତ୍ସବ,   (14-Jun-2026)       ||      କଚେରୀ ଛକରେ ଟ୍ରାଫିକ ଷ୍ଟାଣ୍ଡିଂ ସେଡ୍‌ର ଶୁଭ ଉଦଘାଟନ, ଆଗାମୀ ଦିନରେ ସମସ୍ତ ସିଗନାଲରେ ନିର୍ମାଣ ହେବ ସେଡ୍   (14-Jun-2026)       ||      କଚେରୀ ଛକରେ ଟ୍ରାଫିକ ଷ୍ଟାଣ୍ଡିଂ ସେଡ୍‌ର ଶୁଭ ଉଦଘାଟନ, ଆଗାମୀ ଦିନରେ ସମସ୍ତ ସିଗନାଲରେ ନିର୍ମାଣ ହେବ ସେଡ୍   (14-Jun-2026)       ||      *ସୋନପୁର ଷ୍ଟେଟବ୍ୟାଙ୍କ ପକ୍ଷରୁ ରକ୍ତଦାନ ଶିବିର*-;   (14-Jun-2026)       ||      ତାଳଦଣ୍ଡା କେନାଲ୍ ପାଚେରି ନିର୍ମାଣରେ ସାଙ୍ଘାତିକ ଦୁର୍ନୀତି । କାମ ସରିନି ୨ କୋଟି ଟଙ୍କା ଖର୍ଚ୍ଚ ହେଲା କିପରି ।ଆଉ ୧୫ ଦିନ ପରେ ଚାକିରିରୁ ଅବସର ନେବେ ।ଭିଜିଲାନ୍ସ ତଦନ୍ତ ପାଇଁ ଦାବି ।   (14-Jun-2026)       ||      *ସୁବର୍ଣ୍ଣପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ରେ ବିଶ୍ୱ ରକ୍ତ ଦାତା ଦିବସ ଓ ରକ୍ତ ଦାନ ଶିବିର ଅନୁଷ୍ଠିତ*   (14-Jun-2026)       ||      ଜୈନ ତେରାପନ୍ଥ ଯୁବକ ପରିଷଦର ନୂତନ ଅଧ୍ୟକ୍ଷ ହେଲେ ସାମ୍ବାଦିକ ମନୋଜ କୁମାର ଜୈନ   (14-Jun-2026)       ||     

HOME   ଜିଲ୍ଲା

ବଲାଙ୍ଗୀର ବନ ବିଭାଗର ତୁହାକୁ ତୁହା ଚୋରା କାଠ ଚାଲାଣ ଧର ପଗଡ

16-Jun-2025



ବଲାଙ୍ଗିର ବନ ବିଭାଗ ଇତି ମଧ୍ୟରେ ସକ୍ରିୟ ହୋଇ ଅନେକ ଚୋରା କାଠ ଚାଲାଣ ଗାଡ଼ି ସହ କିଛି କାଠ ଚୋରଙ୍କୁ ଧରି କେସ ରୁଜୁ କରିସାରିଲାଣି। କାଠ ଚୋର ମାନେ ଜଙ୍ଗଲ ବିଭାଗର ଏତାଦୃଶ କାର୍ଯ୍ୟରେ ତ୍ରାହିତ୍ରାହି ଭଜିଲେଣି। ହେଲେ କାଠ ଚୋର ମାନେ ଜଙ୍ଗଲ ବିଭାଗର ଚଢ଼ାଉ ସତ୍ତ୍ୱେ ବେଫିକର୍। ଜଙ୍ଗଲ ଭିତରେ ପଶି ବେଧଡକ ନାମୀଦାମୀ ବୃକ୍ଷ କାଟି ଚୋରା ଚାଲାଣ କରିବାରେ ବ୍ୟସ୍ତ। ଚୋରା କାଠ ଚାଲାଣ ହେଉଥିବା ସମୟରେ ବିଭାଗ କାଠ ଏବଂ ଗାଡ଼ିକୁ ଧରିବାରେ ସଫଳ ହେଉ ଥିବା ବେଳେ ଚୋର ଧରିବାରେ ବିଫଳ ହୋଇଛି।

                   ■■■■

କିଛି କାଠ ଚୋରଙ୍କୁ ଧରିଥିବା ବେଳେ ଅନେକ କାଠ ଚୋର ପଳାୟନ କରିଛନ୍ତି। ନକଲି କାଗଜ ପତ୍ର ର ଗାଡ଼ି ମାନଙ୍କରେ ଏହି ଚୋରା କାଠ ଚାଲାଣ ହେଉଥିବା ବେଳେ ଅଳ୍ପ ଦାମରେ କିଣିଥିବା ଗାଡ଼ି ପ୍ରତି ଚୋର ଧ୍ୟାନ ଦେଉ ନ ଥିବା ପରିଲକ୍ଷିତ ହୁଏ। ପ୍ରତିଦିନ ଏତେ ପରିମାଣରେ କାଠ ସହ ଗାଡ଼ି ଜବତ ହେଉଥିଲେ ହେଁ କାଠ ଚୋର ମାନେ କିଭଳି କେଉଁ କେଉଁ ଜଙ୍ଗଲରୁ ଏହି କାଠ କାଟି ଚୋରା ଚାଲାଣ କରୁଛନ୍ତି ତଦନ୍ତ ସାପେକ୍ଷ୍ୟ।ଯଦି ଏଭଳି ପ୍ରକ୍ରିୟା ଜାରି ରହେ ତେବେ ଆଗାମୀ ଦିନରେ ବଲାଙ୍ଗିର ଜିଲ୍ଲା ଜଙ୍ଗଲଶୂନ୍ୟ ହୋଇଯିବ ବୋଲି ଅନୁମାନ କରାଯାଏ। କାଠ ମାଫିଆ ମାନେ ବେଧଡକ ଜିଲ୍ଲାର ବିଭିନ୍ନ ସଂରକ୍ଷିତ ଜଙ୍ଗଲକୁ ପ୍ରବେଶ କରି ଅନେକ ନାମୀଦାମୀ ବୃକ୍ଷ କାଟି ବାହାର ରାଜ୍ୟକୁ ଚୋରା ଚାଲାଣ କରୁଥିବା ବେଳେ ଜଙ୍ଗଲ ବିଭାଗ ଚୋରକୁ ଜଗିଛି ବାଟରେ। ଜଙ୍ଗଲ କଟିଲା ସମୟରେ ଧରିବା ପରିବର୍ତ୍ତେ ମାଫିଆ କାଠ କାଟି ଆଣୁଥିବା ବେଳେ ଧରି ବେଶ୍ ଖୁସି ଅନୁଭବ କରୁଥିବା ପରିଲକ୍ଷିତ ହୁଏ।ଲଜ୍ୟାର ବିଷୟ ସରକାର ଜଙ୍ଗଲକୁ ସୁରକ୍ଷା ଦେବା ପାଇଁ ଅନେକ କର୍ମଚାରୀଙ୍କୁ ଦରମା ଦେଇ ନିୟୋଜିତ କରିଥିବା ବେଳେ 

ଜଙ୍ଗଲ ଭିତରୁ ବୃକ୍ଷ କଟି ଚାଲାଣ ହେଉଥିବା ସମୟରେ ଧରି ବାହାବାହା ନେବା କେତେଦୂର ଯଥାର୍ଥ।ଏଣୁ ବଲାଙ୍ଗିର ଜଙ୍ଗଲ ବିଭାଗ ଜଙ୍ଗଲରେ ଥିବା ବୃକ୍ଷ ମାନଙ୍କୁ ସୁରକ୍ଷା ଦେବାରେ ବିଫଳ ହୋଇଛି। ଜୀବନ୍ତ ବୃକ୍ଷ ମାନଙ୍କୁ ସୁରକ୍ଷା ଦେବା ପରିବର୍ତ୍ତେ କାଠ ମାଫିଆର ନିର୍ମମ କୁଠାରଘାତରେ ନିର୍ଜୀବ ହୋଇଥିବା ବୃକ୍ଷ ମାନଙ୍କୁ ଧରି ବେଶ୍ ଖୁସି।ଜଙ୍ଗଲ ବିଭାଗ ତାର ପ୍ରକୃତ କାର୍ଯ୍ୟରୁ ଦୂରେଇ ରହୁଥିବା ପ୍ରତିତ ହେଉଛି।ବଲାଙ୍ଗିର ଜିଲ୍ଲା ଜଙ୍ଗଲ ବିଭାଗରେ ଅନେକ କର୍ମଚାରୀ ପଦବୀ ଏବଂ କାର୍ଯ୍ୟପନ୍ଥା ଅନୁଯାୟୀ ନିୟୋଜିତ ହୋଇଛନ୍ତି।ଜିଲ୍ଲାରେ ଡିଏଫ୍ଓ, ରେଞ୍ଜର, ଏସିଏଫ୍, ଫରେଷ୍ଟର,ଫରେଷ୍ଟ ଗାର୍ଡ, ପାରା ଫରେଷ୍ଟ ଷ୍ଟାଫ୍, ଏଲିଫେଣ୍ଟ ସ୍କ୍ୱାର୍ଡ,ୱାଇଲ୍ଡ ଆନିମାଲ୍ସ ପ୍ରୋଟେକ୍ସନ୍ ସ୍କ୍ୱାର୍ଡ କାର୍ଯ୍ୟରତ ଅଛନ୍ତି।ତେବେ ଏମାନେ କରୁଛନ୍ତି କଣ ବୋଲି ପ୍ରଶ୍ନ ହୁଏ। ବୋଧହୁଏ କର୍ମଚାରୀ ମାନେ ମାସାଧିକ କାଳ ଜଙ୍ଗଲକୁ ଯାଉ ନ ଥିବାରୁ ଏଭଳି ବେଆଇନ ଭାବେ ବୃକ୍ଷ କଟୁଥିବା ଅନୁମାନ କରାଯାଏ।ସରକାରୀ କର୍ମଚାରୀ ଏବଂ ବନବାସୀଙ୍କୁ ନେଇ ଗଠିତ ଯୌଥ ବନ ପରିଚାଳନା କ୍ରମେ ଜଙ୍ଗଲ ସୁରକ୍ଷା ପାଇଁ ସରକାରଙ୍କ ଠାରୁ ପ୍ରୋତ୍ସାହନ ରାଶି ଆସୁଥିବା ବେଳେ ବିଭାଗର ସମନ୍ୱୟ ଏବଂ ସଚେତନତା ଅଭାବ ଯୋଗୁଁ ଜଙ୍ଗଲ ସୁରକ୍ଷାରେ ଅବହେଳା ହେଉଥିବା ଚର୍ଚ୍ଚା ହେଉଛି।ବଲାଙ୍ଗିର ଜଙ୍ଗଲ ବିଭାଗରେ ଡି ଏଫ୍ ଓ 

ଅଜିତ ବିଶି ଯୋଗଦାନ କରିବା ଦିନ ଠାରୁ ଜଙ୍ଗଲ ମାଫିଆଙ୍କ ନିଦ ହଜି ଯାଇଛି।ବର୍ତ୍ତମାନ ଜଙ୍ଗଲ ମାଫିଆ ମାନେ ଯେପରି ଜଙ୍ଗଲର ବୃକ୍ଷ କାଟି ନ ପାରିବେ ଏବଂ ଜଙ୍ଗଲକୁ ସୁରକ୍ଷା ଦିଆଯିବ ସେଥି ପ୍ରତି ଦୃଷ୍ଟି ଦେବାର ସମୟ ଆସିଯାଇଛି।ଏଣୁ ନୂତନ ଭାବେ ଯୋଗଦାନ କରିଥିବା ଡିଏଫ୍ଓ ଏଥିପ୍ରତି ଦୃଷ୍ଟି ଦେଲେ ଜଙ୍ଗଲ ମାଫିଆ ସମୂଲେ ଧ୍ଵଂସ ହୋଇଯିବେ।ବୃକ୍ଷକୁ କାଟିବା ପାଇଁ ବୃକ୍ଷ ର କାଠ କୁରାଢିରେ ବେଣ୍ଟ ଭାବରେ ଲଗାଯାଇଥାଏ। ଅନୁମାନ କରାଯାଏ ଜଙ୍ଗଲ ବିଭାଗର ମଧ୍ୟ କିଛି କର୍ମଚାରୀଙ୍କ ଜଙ୍ଗଲ ମାଫିଆ ସହ ଅସାଧୁ ମେଣ୍ଟ ଥାଇପାରେ, ଯଦ୍ୱାରା ଏତେ ପରିମାଣର ବେଆଇନ କାଠ ଚୋରାଚାଲାଣ ହେଉଛି ଯାହାକି ତଦନ୍ତ ସାପେକ୍ଷ।ଏଣୁ ଜଙ୍ଗଲ ବିଭାଗ ମୁଖ୍ୟ ଏଭଳି ମୁଖାଧାରି ଅସାଧୁ କର୍ମଚାରୀ ମାନଙ୍କୁ ଚିହ୍ନଟ କରି ଉଚିତ୍ କାର୍ଯ୍ୟାନୁଷ୍ଠାନ ଗ୍ରହଣ କଲେ ଆଗାମୀ ଦିନରେ ଏକ ଭୟ ର ବାତାବରଣ ସୃଷ୍ଟି ହେବା ସହ ଜଙ୍ଗଲ ବଞ୍ଚିବ ବୋଲି ସାଧାରଣରେ ଚର୍ଚ୍ଚା ହୁଏ।ଜଙ୍ଗଲ ର ବୃକ୍ଷ ଗୁଡ଼ିକୁ କିପରି ସୁରକ୍ଷିତ ରଖାଯିବ ବିଭାଗ ମୁଖ୍ୟ ଏ ଦିଗରେ ତାଙ୍କ ଅଧୀନ ରେ ଥିବା କର୍ମଚାରୀ ମାନଙ୍କୁ ସକ୍ରିୟ କଲେ ଜଙ୍ଗଲ ଉଜୁଡ଼ିବା ପରିବର୍ତ୍ତେ ସୁରକ୍ଷାର ବଳୟରେ ଜଙ୍ଗଲ ସୁରକ୍ଷିତ ରହିବ।ବେଆଇନ ଚାଲାଣ କାଠ ଜବତ ପରେ ତାକୁ ଡିପୋ କୁ ହସ୍ତାନ୍ତର କରାଯାଉ ଥିବା ବେଳେ ଏହି କାଠ ବିକ୍ରି ହୋଇ ଫର୍ଣିଚର ସାମଗ୍ରୀ ତିଆରି ହେଉଥିବା ଦେଖିବାକୁ ମିଳୁଛି।ଆଉ କିଛି କାଠକୁ ଇଟାଭାଟି ମାଲିକ ମାନେ ମଧ୍ୟ କିଣିନେଇ ଇଟା ପୋଡ଼ୁଛନ୍ତି। ଯଦ୍ୱାରା ଜଙ୍ଗଲ ଏବଂ ପରିବେଶ ପ୍ରଦୂଷଣ ହେଉଛି।ଅନେକ କେନ୍ଦୁ ଏବଂ ଖଇର କାଠ କୁଆଡେ କିଛି ଜମି ମାଲିକ ମାନଙ୍କ ଜମିରେ ଥିବାରୁ ସେଠାରୁ କଟି ଚାଲାଣ ହେଉଥିବା ବିଷୟ ବିଭାଗର କିଛି କର୍ମଚାରୀ ମାନଙ୍କ ଠାରୁ ଶୁଣିବାକୁ ମିଳେ। ତେବେ ଏତେ ପରିମାଣର କେନ୍ଦୁ ଏବଂ ଖଇର ଯଦି ଜମି ମାଲିକ ମାନଙ୍କ ଜମିରେ ଅଛି ତେବେ ବଲାଙ୍ଗିର ଜିଲ୍ଲା ଜଙ୍ଗଲରେ ଏହି ସ୍ପେଶିସ୍ ର କଣ ମରୁଡି ହୋଇଛି କି ବୋଲି ପ୍ରଶ୍ନ ହୁଏ। ଜଙ୍ଗଲ ବିଭାଗ ଅନ୍ୟ ଉପରେ ଥୋପ ନ ପକାଇ ନିଜ କାମ ସୁଚାରୁ ରୁପେ ସମ୍ପାଦନ କଲେ ମାଫିଆ କବଳରୁ ଜଙ୍ଗଲକୁ ସୁରକ୍ଷା ଦିଆଯାଇ ପାରିବ।
ତେବେ ୧୪.୬.୨୫ ରିଖ ରାତ୍ର ପେଟ୍ରୋଲିଂ ବେଳେ ରାତ୍ର ପ୍ରାୟ ୨.୧୦  ସମୟରେ ଲାଠୋର ବିଟ୍,ଲାଠୋର ସେକ୍ସନ ର ଖର୍ଲି ଗ୍ରାମ ନିକଟ ରେ ଲାଠୋର୍ ରେଞ୍ଜ ଷ୍ଟାଫ୍ ଏକ ପୀକ୍ ଅପ୍ ଗାଡ଼ି OR07S6978 କୁ ଧରିଥିଲେ।ଏହି ଗାଡ଼ି ରେ ୨୦ କ୍ଵିଣ୍ଟାଲ ଚୋରା ଖଇର କାଠ ବୋଝେଇ ହୋଇ ଚୋରାଚାଲାଣ ହେଉଥିଲା।ଏ ସମ୍ପର୍କରେ କାଠ ବୋଝେଇ ଗାଡ଼ିକୁ ଜବତ କରି ଅଧିକ ତଦନ୍ତ ଚାଲିଛି।


News Comment




Photo in News

Advertisment
Lastest News
  ଜିଲ୍ଲା  
ବଲାଙ୍ଗିରରେ ପଞ୍ଚାୟତିରାଜ ମନ୍ତ୍ରୀଙ୍କୁ ନାଗରିକ କମିଟୀର ଦାବୀପତ୍ର ପ୍ରଦାନ   15-Jun-2026
  ଜିଲ୍ଲା  
ସପ୍ତଶଯ୍ୟା ମହୋତ୍ସବରେ ବାଲିଗୁଡା ର ନୃତ୍ୟ ଶ୍ରୀ ଡ୍ୟାନ୍ସ ଏକାଡେମୀ ଉଚ୍ଚକୋଟିର ନୃତ୍ୟ ପ୍ରଦର୍ଶନ କରି ସମ୍ମାନିତ   15-Jun-2026
  ଜିଲ୍ଲା  
ପୌର ନିଗମରେ ଇଂଜିନିୟର୍‌ଙ୍କ ବଦଳି ନାହିଁ ଇଂଜିନିୟରିଂ ବିଭାଗରେ ୩୦ ବର୍ଷ ଧରି କାମ କରୁଛନ୍ତି l   15-Jun-2026
  ଜିଲ୍ଲା  
ରାଜେନ୍ଦ୍ର ଡ୍ୟାମର ବିକାଶପାଇଁ ବିଧାୟକଙ୍କୁ ଭେଟିଲେ ପ୍ରତିନିଧିଦଳ   15-Jun-2026
  ଜିଲ୍ଲା  
ତାଳପଦରରେ ଥମୁନି ଚୋରି: ବାରମ୍ବାର ଘଟଣା ସତ୍ତ୍ୱେ ଚୋରଙ୍କୁ ଧରିବାରେ ବିଫଳ ବିଜେପୁର ପୋଲିସ !   15-Jun-2026
  ଜିଲ୍ଲା  
ପଶ୍ଚିମ ଓଡିଶା ଗୀତିକାର ସଂଘ ଦ୍ୱିତୀୟ ଵୈଠକ ଅନୁଷ୍ଠିତ ~~~~~~~~~~~~~ପଦ୍ମଶ୍ରୀ ବିନୋଦ ପଶାୟତଙ୍କୁ ଜୀବନବ୍ୟାପୀ ସାଧନା ସମ୍ମାନ   15-Jun-2026
  ଜିଲ୍ଲା  
ପଟ୍ଟାମୁଣ୍ଡାଇରେ ବରାହ ସାମଲଙ୍କ ଜୟନ୍ତୀ ପାଳନ ପାଇଁ ପ୍ରସ୍ତୁତି   15-Jun-2026
  ଜିଲ୍ଲା  
ଗତିରାଉତପାଟଣାରେ ବହୁମୁଖୀ ଷ୍ଟାଡିୟମର ଶିଳାନ୍ୟାସ|   15-Jun-2026
  ଜିଲ୍ଲା  
ଏକ ମାସ ହେଲା ଠିକାଦାର ରାସ୍ତା ମଝିରେ ଖୋଳି ଛାଡ଼ି ଛୁ, ସାଧାରଣ ଲୋକ ଖାଲରେ ପଡି ମଲେକେତେ ଗଲେ କେତେ ଗେଲ୍ ଇଣ୍ଡିଆର ଯାଏ ଆସେ କଣ ।   15-Jun-2026
  ଜିଲ୍ଲା  
ମାହେଶ୍ୱରୀ ସଂଗଠନର ବାର୍ଷିକ ଉତ୍ସବ   15-Jun-2026
  ଜିଲ୍ଲା  
*କନ୍ୟାଶ୍ରମ ନିକଟରେ ୨ବାଇକ ଧକା ଜଣେ ଗୁରୂତର ୪ଆହତ*   15-Jun-2026
  ଜିଲ୍ଲା  
ବାରପାଳି ୨୨ ମୌଜାର ଇଷ୍ଟଦେବତା ଶ୍ରୀ ଶ୍ରୀ ବୁଢାରାଜାଙ୍କ ମନ୍ଦିରର ମୁଖ୍ୟ ପୂଜକ ଭାବେ ଅଭିଷିକ୍ତ ହେଲେ ଶ୍ରୀଯୁକ୍ତ ହେରାମ୍ବ ସିଂ ପୁଝାରୀ   15-Jun-2026

You Might Also Like