-+91-9937148622 |

prerana_bgr@rediffmail.com |

  Friday 19th June 2026 |

| | | |

R.N.I. Regd No. ODIODI/2010/46693

Breaking News

ବଲାଙ୍ଗିର ସାଜିଛି ନିଶାଖୋର ଅପରାଧୀଙ୍କ ସୁରକ୍ଷିତ ପେଣ୍ଠସ୍ଥଳୀ   (19-Jun-2026)       ||      ଭୋଟର ତାଲିକାକୁ ସ୍ୱଚ୍ଛ ଓ ତ୍ରୁଟିଶୂନ୍ୟ କରିବା ଉଦ୍ଦେଶ୍ୟରେ ବିଭିନ୍ନ ମତଦାନ କେନ୍ଦ୍ର ବୁଲିଲେ ବଲାଙ୍ଗୀର ଜିଲ୍ଲାପାଳ    (19-Jun-2026)       ||      ଓଡିଶା ସରକାର ଙ୍କ ଦୁଇ ବର୍ଷ ପୂର୍ତ୍ତି ଅବସରରେ ଆଗଲପୁର ବ୍ଲକ୍ ରେ ବ୍ଲକ୍ ସ୍ତରୀୟ କୃଷକ ସମାବେଶ    (18-Jun-2026)       ||      ଅଧିକାର ମେଳାରେ ୭୧ ଜଣ ବରିଷ୍ଠ ନାଗରିକଙ୍କୁ ସହାୟକ ଉପକରଣ ବଣ୍ଟନ   (18-Jun-2026)       ||      ପୁରୁଣାପାଣି ଶିତଳ ଷଷ୍ଠୀ ମହୋତ୍ସବ ରେ ନରସିଂହ, ଶିକ୍ଷା, ପିଇବା ପାଣି ଓ ଗମନାଗମନ ପ୍ରତି ଦୃଷ୍ଟି ଦେଉ ସରକାର - ନରସିଂହ   (18-Jun-2026)       ||      *ଡାବୁଗାଁ ଡ଼ଙ୍ଗରୀଗୁଡା ଠାରେ ପ୍ରତିଷ୍ଠା ହେଲା ମାଁ ସମଲେଇଙ୍କ ମନ୍ଦିର*   (18-Jun-2026)       ||      ବରପାଲି ୧୪୯ ତମ ଶୀତଳ ଷଷ୍ଠୀ ଯାତ୍ରା ଚତୁର୍ଥ ଦିବସରେ ବୈଦିକ ରୀତିରେ ହେଲା ଗଣ୍ଠିଆଳ ଫିଟା , ରାତ୍ରରେ ବରାନୁଗମନ ସମାପନ   (18-Jun-2026)       ||      ଦୟାନିଧି ପ୍ରତିଭା ବିକାଶ ପ୍ରତିଷ୍ଠାନ ପକ୍ଷରୁ ଭ୍ରାମ୍ୟମାଣ ସେବା   (18-Jun-2026)       ||      ଡୁଙ୍ଗୁରିପାଲିରେ ଶୀତଳ ଷଷ୍ଠୀ ଯାତ୍ରା ଆରମ୍ଭ |ମା ପାର୍ବତୀଙ୍କୁ କନ୍ୟା ରୂପେ ପାଇ ମିଶ୍ର ଦମ୍ପତି ଆନନ୍ଦିତ   (18-Jun-2026)       ||      ବରଗଡ଼ ସାଂସଦ ପ୍ରଦୀପ ପୁରୋହିତଙ୍କ ପଶ୍ଚିମବଙ୍ଗ ଗସ୍ତ : ନବ ନିର୍ବାଚିତ ମୁଖ୍ୟମନ୍ତ୍ରୀ ଶୁଭେନ୍ଦୁ ଅଧିକାରୀଙ୍କୁ ନୃସିଂହନାଥ ଧାମ ପରିଦର୍ଶନ ପାଇଁ ନିମନ୍ତ୍ରଣ    (18-Jun-2026)       ||      ଆବର୍ଜନା ଉଠାଇଲେ ଏନଏସି ଅଧ୍ୟକ୍ଷ, କାଉନସିଲର ଓ ଯୁବ ଗୋଷ୍ଠୀ, ସଫେଇ କର୍ମଚାରୀଙ୍କ ସହ ମୁହାଁ ମୁହିଁ ପରିସ୍ଥିତି ନାକେଦମ୍ ପୁଲିସ, ଦୁଇ ଘଣ୍ଟା ତୁଷୁରା - ବଲାଙ୍ଗୀର ରାସ୍ତା ଅବରୋଧ   (18-Jun-2026)       ||      ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜଙ୍କ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ଗତ ଦୁଇ ବର୍ଷରେ ରାଜ୍ୟ ସରକାରଙ୍କ ବିକାଶମୂଳକ ଯୋଜନା ଏବଂ ସଫଳତା ସମ୍ପର୍କରେ ଉପସ୍ଥାପନ କଲେ ମନ୍ତ୍ରୀ    (18-Jun-2026)       ||      ବଲାଙ୍ଗୀର ଜିଲ୍ଲା ଓକିଲ ସଂଘ ପକ୍ଷରୁ ସାଇବର୍ ଆଇନ ସମ୍ପର୍କିତ ଆଲୋଚନାଚକ୍ର ୨୧ ରେ    (18-Jun-2026)       ||      ବ୍ରାହ୍ମଣୀ ଗ୍ରାମରେ ମାଇକ୍ରୋ ଟୁରିଜିମ୍‌ ପ୍ରକଳ୍ପର ପରିଦର୍ଶନ କଲେ ପ୍ରଶାସନିକ ଦଳ    (18-Jun-2026)       ||      ଆନ୍ତର୍ଜାତୀୟ ଯୋଗ ଦିବସ ପାଳନ ନେଇ ପ୍ରସ୍ତୁତି ବୈଠକ   (18-Jun-2026)       ||      ଶିଶୁ ମଙ୍ଗଳ କମିଟି କୋର୍ଟ କ୍ୟାମ୍ପ: ବ୍ଲକ ସ୍ତରୀୟ ପିତୃ-ମାତୃହୀନ ଶିଶୁଙ୍କ ଉପସ୍ଥାପନା ଓ ପରାମର୍ଶ ଶିବିର   (18-Jun-2026)       ||      ମା ଜାଗୁଳାଇ ରାମଲୀଳା ସମିତି ପକ୍ଷରୁ ଦୁଇଦିନିଆ ରାମଲୀଳା ଉତ୍ସବ    (18-Jun-2026)       ||      ଆଗଲପୁର ବ୍ଲକ୍ ରେ ବିକାଶ ର ଧାରା ଓଡ଼ିଶା ସାରା କାର୍ଯକ୍ରମ   (17-Jun-2026)       ||      ବରପାଲି ୧୪୯ ତମ ଶୀତଳ ଷଷ୍ଠୀ ଯାତ୍ରାର ତୃତୀୟ ଦିବସ, ଭୈରବ ବାବାଙ୍କ ଗୁଆଗୁଣ୍ଡା ନିଉତା ସମ୍ପନ୍ନ   (17-Jun-2026)       ||      ବଲାଙ୍ଗିର ର ୯ ଗୋଟି ଶିତଳ ଷଷ୍ଠୀ ଅନୁଷ୍ଠାନକୁ ମୁଖ୍ୟମନ୍ତ୍ରୀଙ୍କ ୩୬ ଲକ୍ଷ ଟଙ୍କା ଅନୁଦାନ   (17-Jun-2026)       ||     

HOME   ଜିଲ୍ଲା

ଆସନ୍ତା ୧୭ରେ ମୁଖ୍ୟମନ୍ତ୍ରୀଙ୍କ ବଲାଙ୍ଗୀର ଗସ୍ତ.. ଆଇଏସଏସ ନିର୍ମାଣ, କୃଷିବିଶ୍ୱବିଦ୍ୟାଳୟ, ଇକୋଟୁରିଜମ ଦାବି ରଖିଲା ଜିଲ୍ଲା ଉନ୍ନୟନ ପରିଷଦ

15-Jun-2025



ବଲାଙ୍ଗୀର(ପ୍ରେରଣା ଖବର): ଆସନ୍ତା ଜୁନ ୧୭ ତାରିଖ ମଙ୍ଗଳବାର ଦିନ ଓଡିଶା ମୁଖ୍ୟମନ୍ତ୍ରୀ ମୋହନଚରଣ ମାଝୀ ବଲାଙ୍ଗୀର ଜିଲ୍ଲା ଗସ୍ତରେ ଆସୁଛନ୍ତି। ପଥରଚେପା ପଡିଆ ଠାରେ ଆୟୋଜିତ କୃଷକ ଶକ୍ତି ସମାବେଶରେ ଯୋଗଦେବେ। ମୋହନ ସରକାରଙ୍କୁ ଇତି ମଧ୍ୟରେ ଏକବର୍ଷ ପୂର୍ତ୍ତି ହୋଇଛି । ଏହି ସମୟ ମଧ୍ୟରେ ଜିଲ୍ଲାର କିଛି ପ୍ରକଲ୍ପ ଅନୁମୋଦନ ଲାଭ କରିଛି। କିନ୍ତୁ ଅନେକଗୁଡିଏ ପ୍ରମୁଖ ସମସ୍ୟା ପଡିରହିଛି।ସେଗୁଡିକ ଉପରେ ମୁଖ୍ୟମନ୍ତ୍ରୀ ଦୃଷ୍ଟିଦେଇ ସମାଧାନ କରାଇ ବାକୁ ଆଜି ଏକ ସାମ୍ବାଦିକ ସମ୍ବିଳନୀ ଜରିଆରେ ଦାବି ଉପସ୍ଥାପନ କରିଛି ଜିଲ୍ଲା ଉନ୍ନୟନ ପରିଷଦ । ଜିଲ୍ଲା ଉନ୍ନୟନ ପରିଷଦ ମୁଖ୍ୟମନ୍ତ୍ରୀଙ୍କ ଏହି ଗସ୍ତକୁ ସ୍ୱାଗତ କରିଥିବା ବେଳେ ସମସ୍ୟାଗୁଡିକର ନିଶ୍ଚୟ ସମାଧାନ ହେବ ବୋଲି ଆଶା ବ୍ୟକ୍ତ କରିଛି । ଉନ୍ନୟନ ପରିଷଦର ସଭାପତି ତଥା ବିଡିସିସି ବ୍ୟାଙ୍କର ପୂର୍ବତନ ସଭାପତି ଲକ୍ଷ୍ମଣ କୁମାର ମେହେର, ସଂପାଦକ ବିଶିଷ୍ଟ ଚାଷିନେତା ଜତି ପଧାନ, କୋଷାଧ୍ୟକ୍ଷ ତଥା ଆଦିବାସୀନେତା ଗୁଣସାଗର ମାଝୀ ଜିଲ୍ଲାର ବିଭିନ୍ନ ପ୍ରକଲ୍ପ ନେଇ ଆଜି ସାମ୍ବାଦିକସମ୍ବିଳନୀରେ ଦାବି ଉପସ୍ଥାପନ କରିଛନ୍ତି । ଉନ୍ନୟନ ପରିଷଦ ଦାବି କରିଛି ଯେ, ବଲାଙ୍ଗୀର ଜିଲ୍ଲା ହେଉଛି ଏକ କୃଷିବହୁଳ ଜିଲ୍ଲା। ଜିଲ୍ଲାର ୭୫% ଲୋକ କୃଷି ଉପରେ ନିର୍ଭରଶୀଳ। କୃଷିକାର୍ଯ୍ୟ ପାଇଁ ଚାଷଜମିକୁ ଜଳସେଚନର ଆବଶ୍ୟକତା ରହିଛି। କିନ୍ତୁ ଦୁର୍ଭାଗ୍ୟର ବିଷୟ ଯେ, ଆଜି ପର୍ଯ୍ୟନ୍ତ ବଲାଙ୍ଗୀର ଜିଲ୍ଲାରେ ମାତ୍ର କିଛି ଅଂଶକୁ ଛାଡିଦେଲେ ନିଶ୍ଚିତ ଜଳସେଚନ ହାର ବଢିପାରିନାହିଁ । ଜିଲ୍ଲାର ଆଗଲପୁର ବ୍ଲକର କିଛିଅଂଶ ହୀରାକୁଦ କେନାଲ ତଥା ଗାଈଖାଇ ଜଳସେଚନ ପ୍ରକଲ୍ପରୁ ଓ ବଙ୍ଗୋମୁଣ୍ଡା, ମୁରିବାହାଲର କିଛି ଅଂଶରେ ଲୋୟରଇନ୍ଦ୍ର ପ୍ରକଲ୍ପରୁ ଜଳସେଚିତ ହେଉଛି। ବାକି ଅଞ୍ଚଳରେ ପ୍ରାୟତଃ ମୌସୁମୀ ବର୍ଷା କିମ୍ବା ଲଘୁଚାପଜନିତ ବର୍ଷା ଉପରେ ନିର୍ଭରଶୀଳ। ଜଳସେଚନ ଅଭାବରୁ ମରୁଡି ଯୋଗୁଁ ବଲାଙ୍ଗୀର ଜିଲ୍ଲାର ଚାଷିଙ୍କ ଅର୍ଥନୈତିକ ସ୍ଥିତି ଠିକ ନାହିଁ । ବର୍ଷର ୬ମାସ ଜିଲ୍ଲାର ନଦୀନାଳ ସୁଖିଲା ରହୁଥିବାରୁ ଜିଲ୍ଲାର ଭୂତଳ ଜଳସ୍ତର ମଧ୍ୟ କମିଚାଲିଛି। ତେଣୁ ଜିଲ୍ଲାରେ ଜଳସେଚନ ହାର ବଢାଇବାକୁ ଏକ ସ୍ୱତନ୍ତ୍ର କେନ୍ଦ୍ରିୟ ଯୋଜନା ତଥା ଅନୁଦାନର ଆବଶ୍ୟକତା ରହିଛି। ସେଥିପାଇଁ ଲୋୟର ସୁକତେଲ ପ୍ରକଲ୍ପକୁ ସଂପୂର୍ଣ୍ଣ କାର୍ଯ୍ୟକ୍ଷମ କରାଯିବା, ଏହି ପ୍ରକଲ୍ପରେ ବିସ୍ଥାପିତ ହୋଇଥିବା ଚାଷିଙ୍କୁ ସ୍ୱତନ୍ତ୍ର ପ୍ୟାକେଜ ଦିଆଯିବାକୁ ଦାବି କରାଯାଇଛି । ବେଲପଡାଠାରେ ପ୍ରସ୍ତାବିତ ଅପରଲାନ୍ଥ ଜଳସେଚନ ପ୍ରକଲ୍ପ କାମ ଶୀଘ୍ର ଆରମ୍ଭ କରାଯିବା, ୨ଟି ଭୂତଳ ଜଳ ସଂରକ୍ଷଣ ପ୍ରକଲ୍ପ (ଆଇଏସଏସ) ଯଥା-ସୁକତେଲର ଛତାମଖନା ଆଇଏସଏସ (୧୫୬ କୋଟି), ରାହୁଲ ନଦୀରେ ଗୁଡଭେଲା ଠାରେ (୫୧ କୋଟି)ର କାମ ଶୀଘ୍ର ସଂପୂର୍ଣ୍ଣ କରାଯିବା। ଏହା ସହିତ ତେଲନଦୀରେ ପ୍ରସ୍ତାବିତ କୁକେଡମାଳ ଆଇଏସଏସ (୫୮୨କୋଟି), ଉନ୍ଦେର ନଦୀରେ କୁରସୁଡ ଆଇଏସଏସ (୧୬୫କୋଟି), ପଥର୍ଲା ଆଇଏସଏସ (୧୭୫କୋଟି), ଲାନ୍ଥ ନଦୀରେ ତୁଷ୍ଟାପାଲି ଆଇଏସଏସ (୧୩୪କୋଟି) ଟଙ୍କାର, ଦେଓଗାଁର ସୋନଗଡ ନଦୀରେ ସିକୁଆଁଠାରେ (୪୯କୋଟି)  ଓ ଅଙ୍ଗନଦୀରେ ଆଗଲପୁର ବ୍ଲକର କୁଟାସିଂହାଠାରେ (୨୪୯ କୋଟି) ହେବାକୁ ଥିବା ଆଇଏସଏସକୁ ଯଥାଶୀଘ୍ର ଅନୁଦାନ ଦେଇ କାମ ଆରମ୍ଭ କରାଇବାକୁ ଦାବି କରାଯାଇଛି। ଏହି ପ୍ରକଲ୍ପ ନିର୍ମାଣ ହେଲେ କେବଳ ଭୂତଳ ଜଳସଂରକ୍ଷଣ ହେବ ନାହିଁ ବରଂ ଚାଷୀମାନେ ଏହି ପ୍ରକଲ୍ପରୁ ଉଠାଜଳସେଚନ ପ୍ରକଲ୍ପ ଜରିଆରେ ଜମିକୁ ଜଳସେଚିତ ମଧ୍ୟ କରିପାରିବେ ବୋଲି ଲକ୍ଷ୍ଣଣ ମେହେର କହିଛନ୍ତି । କେବଳ ସେତିକି ନୁହେଁ ଏବେ ନଦୀ ମାନଙ୍କରେ ଜଳସ୍ରୋତ ଓ ଭୂତଳ ଜଳସ୍ତର କମି ଯାଉଥିବାରୁ ଅନେକ ସ୍ଥାନରେ ଗ୍ରାମ୍ୟପାନୀୟ ଜଳପ୍ରକଲ୍ପ ମଧ୍ୟ ପ୍ରଭାବିତ ହେଉଛି। ଗ୍ରାମାଞ୍ଚଳରେ ପାଇପ ପାନୀୟଜଳ ଯୋଗାଣ ହୋଇପାରୁନାହିଁ । ଏହି ସବୁ ସମସ୍ୟାର ଏକମାତ୍ର ସମାଧାନର ରାସ୍ତା ହେଉଛି ନଦୀଗୁଡିକରେ ଜଳପ୍ରକଲ୍ପ ନିର୍ମାଣ । ତେଣୁ ମୁଖ୍ୟମନ୍ତ୍ରୀ ଏହି ପ୍ରସଙ୍ଗକୁ ନିଶ୍ଚୟ ଗୁରୁତ୍ୱ ଦେବେ ଓ ଏହା ସହିତ ଆଗଲପୁର ବ୍ଲକର ଗାଈଖାଇ ପ୍ରକଲ୍ପ, ଖପ୍ରାଖୋଲ ର ଅପର ସୁକତେଲ ପ୍ରକଲ୍ପ ଓ ଟିଟିଲାଗଡର ମାଥନପଲା ପ୍ରକଲ୍ପର ଉନ୍ନତିକରଣ କରାଯାଇ  ଜଳଧାରଣ କ୍ଷମତା ବଢା ଯାଉ ବୋଲି ଦାବି କରାଯାଇଛି । ଠିକ ସେହିପରି ଜିଲ୍ଲାରେ କୃଷି ଓ କୃଷକଙ୍କ ବିକାଶ ପାଇଁ ଓଡିଶାର ଦ୍ୱିତୀୟ କୃଷି ବିଶ୍ୱବିଦ୍ୟାଳୟ ସ୍ଥାପନ, ପ୍ରତ୍ୟେକ ବ୍ଲକରେ ଶୀତଳଭଣ୍ଡାର ନିର୍ମାଣ  ସହିତ କୃଷିଭିତ୍ତିକ ଶିଳ୍ପ ଯଥା- ଦେଓଗାଁ ଚିନିକଳକୁ ପୁନଃକାର୍ଯ୍ୟକ୍ଷମ କରିବା ଓ କପାର ସୁପରିଚାଳନା ପାଇଁ ଟେକ୍ସଟାଇଲ ମିଲ ସ୍ଥାପନ କରିବାକୁ ଦାବି କରାଯାଇଛି।
 ବଲାଙ୍ଗୀର ଜିଲ୍ଲାରେ ଦାଦନ ହେଉଛି ସବୁଠୁ ବଡସମସ୍ୟା । ରାଜ୍ୟସରକାର ଉପମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଏକ ଟାକ୍ସ ଫୋର୍ସ ଗଠନ କରିଛନ୍ତି। କିନ୍ତୁ ତଥାପି ଦାଦନ ସମସ୍ୟାର ସମାଧାନ ହେଉନି । ଏହି ଦାଦନ ସମସ୍ୟାର ସମାଧାନ ପାଇଁ ଏକ ସ୍ଥାୟୀ ବ୍ୟବସ୍ଥା କରାଯିବାକୁ ଦାବି କରିଛନ୍ତି । ବଲାଙ୍ଗୀର ଜିଲ୍ଲାରେ ବିଗତ ନବୀନ ସରକାର ଅମଳରେ ୫ଟି ବୃହତ ପାନୀୟଜଳ ପ୍ରକଲ୍ପ ଅନୁମୋଦନ ହୋଇଥିଲା । କେତେକ କମ୍ପାନୀ ଏହାକୁ ଟେଣ୍ଡରରେ ନେଇ କାମ କରୁଛନ୍ତି । “ଜଳଜୀବନ ମିଶନ ଯୋଜନାର ଚାଲିଥିବା ଏହି କାମଗୁଡିକୁ ଉଭୟ କେନ୍ଦ୍ର ଓ ରାଜ୍ୟସରକାର ୫୦-୫୦% ଅନୁଦାନ ଦେଉଥିଲେ । ଏବେ ଅନୁଦାନ ବନ୍ଦଥିବା କୁହାଯାଉଛି । ଏହାକୁ ଅନୁଦାନ ଦେଇ ପ୍ରକଲ୍ପଗୁଡିକୁ କାର୍ଯ୍ୟକ୍ଷମ କରାଯାଉ । ଠିକ ସେହିପରି ମୋହନ ସରକାର ପରିବେଶଗତ ତଥା ଜଙ୍ଗଲ,ପାହାଡର ସୁରକ୍ଷା କରିବା ସହିତ ଏହାକୁ ଇକୋଟୁରିଜମରେ ସାମିଲ କରି ଉନ୍ନତିକରଣ ଓ ସୌନ୍ଦର୍ଯ୍ୟକରଣ କରାଇବାକୁ ଘୋଷଣା କରିଛନ୍ତି ଯାହାକି ସ୍ୱାଗତ ଯୋଗ୍ୟ ପଦକ୍ଷେପ । ଜିଲ୍ଲାର ପର୍ଯ୍ୟଟନସ୍ଥଳି ଯଥା-ହରିଶଙ୍କର, ରାଣୀପୁର ଝରିଆଳ, ଭୀମଡୁଙ୍ଗୁରୀ, ଚାନ୍ଦଲି, କୁମୁଡା ଓ ଗାଈଖାଇ ଇତ୍ୟାଦି ପର୍ଯ୍ୟଟନକୁ ପର୍ଯ୍ୟାପ୍ତ ଅନୁଦାନ ଦେଇ ବିକଶିତ କରିବାକୁ ଜିଲ୍ଲା ଉନ୍ନୟନ ପରିଷଦ ପକ୍ଷରୁ ଗଣମାଧ୍ୟମ ଜରିଆରେ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଦାବି କରାଯାଇଛି ।


News Comment




Photo in News

Advertisment
Lastest News
  ଅପରାଧ  
ବଲାଙ୍ଗିର ସାଜିଛି ନିଶାଖୋର ଅପରାଧୀଙ୍କ ସୁରକ୍ଷିତ ପେଣ୍ଠସ୍ଥଳୀ   19-Jun-2026
  ଜିଲ୍ଲା  
ଭୋଟର ତାଲିକାକୁ ସ୍ୱଚ୍ଛ ଓ ତ୍ରୁଟିଶୂନ୍ୟ କରିବା ଉଦ୍ଦେଶ୍ୟରେ ବିଭିନ୍ନ ମତଦାନ କେନ୍ଦ୍ର ବୁଲିଲେ ବଲାଙ୍ଗୀର ଜିଲ୍ଲାପାଳ   19-Jun-2026
  ଜିଲ୍ଲା  
ଓଡିଶା ସରକାର ଙ୍କ ଦୁଇ ବର୍ଷ ପୂର୍ତ୍ତି ଅବସରରେ ଆଗଲପୁର ବ୍ଲକ୍ ରେ ବ୍ଲକ୍ ସ୍ତରୀୟ କୃଷକ ସମାବେଶ   18-Jun-2026
  ଜିଲ୍ଲା  
ଅଧିକାର ମେଳାରେ ୭୧ ଜଣ ବରିଷ୍ଠ ନାଗରିକଙ୍କୁ ସହାୟକ ଉପକରଣ ବଣ୍ଟନ   18-Jun-2026
  ଜିଲ୍ଲା  
ପୁରୁଣାପାଣି ଶିତଳ ଷଷ୍ଠୀ ମହୋତ୍ସବ ରେ ନରସିଂହ, ଶିକ୍ଷା, ପିଇବା ପାଣି ଓ ଗମନାଗମନ ପ୍ରତି ଦୃଷ୍ଟି ଦେଉ ସରକାର - ନରସିଂହ   18-Jun-2026
  ଜିଲ୍ଲା  
*ଡାବୁଗାଁ ଡ଼ଙ୍ଗରୀଗୁଡା ଠାରେ ପ୍ରତିଷ୍ଠା ହେଲା ମାଁ ସମଲେଇଙ୍କ ମନ୍ଦିର*   18-Jun-2026
  ଜିଲ୍ଲା  
ବରପାଲି ୧୪୯ ତମ ଶୀତଳ ଷଷ୍ଠୀ ଯାତ୍ରା ଚତୁର୍ଥ ଦିବସରେ ବୈଦିକ ରୀତିରେ ହେଲା ଗଣ୍ଠିଆଳ ଫିଟା , ରାତ୍ରରେ ବରାନୁଗମନ ସମାପନ   18-Jun-2026
  ଜିଲ୍ଲା  
ଦୟାନିଧି ପ୍ରତିଭା ବିକାଶ ପ୍ରତିଷ୍ଠାନ ପକ୍ଷରୁ ଭ୍ରାମ୍ୟମାଣ ସେବା   18-Jun-2026
  ଜିଲ୍ଲା  
ଡୁଙ୍ଗୁରିପାଲିରେ ଶୀତଳ ଷଷ୍ଠୀ ଯାତ୍ରା ଆରମ୍ଭ |ମା ପାର୍ବତୀଙ୍କୁ କନ୍ୟା ରୂପେ ପାଇ ମିଶ୍ର ଦମ୍ପତି ଆନନ୍ଦିତ   18-Jun-2026
  ଜିଲ୍ଲା  
ବରଗଡ଼ ସାଂସଦ ପ୍ରଦୀପ ପୁରୋହିତଙ୍କ ପଶ୍ଚିମବଙ୍ଗ ଗସ୍ତ : ନବ ନିର୍ବାଚିତ ମୁଖ୍ୟମନ୍ତ୍ରୀ ଶୁଭେନ୍ଦୁ ଅଧିକାରୀଙ୍କୁ ନୃସିଂହନାଥ ଧାମ ପରିଦର୍ଶନ ପାଇଁ ନିମନ୍ତ୍ରଣ   18-Jun-2026
  ଜିଲ୍ଲା  
ଆବର୍ଜନା ଉଠାଇଲେ ଏନଏସି ଅଧ୍ୟକ୍ଷ, କାଉନସିଲର ଓ ଯୁବ ଗୋଷ୍ଠୀ, ସଫେଇ କର୍ମଚାରୀଙ୍କ ସହ ମୁହାଁ ମୁହିଁ ପରିସ୍ଥିତି ନାକେଦମ୍ ପୁଲିସ, ଦୁଇ ଘଣ୍ଟା ତୁଷୁରା - ବଲାଙ୍ଗୀର ରାସ୍ତା ଅବରୋଧ   18-Jun-2026
  ଜିଲ୍ଲା  
ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜଙ୍କ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ଗତ ଦୁଇ ବର୍ଷରେ ରାଜ୍ୟ ସରକାରଙ୍କ ବିକାଶମୂଳକ ଯୋଜନା ଏବଂ ସଫଳତା ସମ୍ପର୍କରେ ଉପସ୍ଥାପନ କଲେ ମନ୍ତ୍ରୀ   18-Jun-2026

You Might Also Like