-+91-9937148622 |

prerana_bgr@rediffmail.com |

  Monday 14th September 2026 |

| | | |

R.N.I. Regd No. ODIODI/2010/46693

Breaking News

ଆଞ୍ଚଳିକ ବରିଷ୍ଠ ନାଗରିକ ମଞ୍ଚ ର ପ୍ରତିଭା ସମ୍ନାନ ସମାରୋହ,   (13-Sep-2026)       ||      ବ୍ଲକ୍ କଲୋନୀ କ୍ଲଷ୍ଟରସ୍ତରୀୟ ତୃତୀୟ ମାସିକ ବୈଠକ ଅନୁଷ୍ଠିତ   (13-Sep-2026)       ||      ଭଞ୍ଜନଗର ପୋଲିସ କୁ ବଡ ସଫଳତା : ବ୍ୟାପକ ନକଲି ମଦ ଜବତ    (13-Sep-2026)       ||      କ୍ଲଷ୍ଟର ସ୍ତରୀୟ ମାସିକ ବୈଠକ ଅନୁଷ୍ଠିତ    (13-Sep-2026)       ||      କୁଡ଼ାପଡ଼ା ସ୍କୁଲରେ ସ୍ୱଚ୍ଛତା ପକ୍ଷ ପାଳନ   (13-Sep-2026)       ||      ଗଞ୍ଜାମରେ ପାର୍ବଣପୂର୍ବରୁ ଫୁଟିଲା ଗୁଳି   (13-Sep-2026)       ||      ଟିଟିଲାଗଡରେ ଫିକା ପଡିଛି ନୂଆଁଖାଇ ବଜାର - ବଜାର ଖାଁ ଖାଁ - ବ୍ୟବସାୟୀ ଚିନ୍ତାରେ    (13-Sep-2026)       ||      ସ୍ବର୍ଗତ ଉମେଶ ଚନ୍ଦ୍ର ମହାନ୍ତିଙ୍କ ଦ୍ୱାଦଶରେ ଯୋଗଦେଲେ ସହରର ବିଭିନ୍ନ ମାନ୍ୟଗଣ୍ୟ ବ୍ୟକ୍ତି    (13-Sep-2026)       ||      ଧରପଗଡ ପରେ ବଢୁଛି ଓମ୍ଫେଡ୍ ପନିର ଓ ଉତ୍ପାଦର ଚାହିଦା ‘ଗୁଣବତ୍ତାରେ କୌଣସି ସାଲିସ୍ କରାଯିବ ନାହିଁ’-ପରିଚାଳନା ନିର୍ଦେଶକ   (13-Sep-2026)       ||      ଶ୍ରୀ ଦାଦିଜି ମନ୍ଦିର ଟ୍ରଷ୍ଟ ପ୍ରଭାବତୀ ପବ୍ଲିକ ସ୍କୁଲରେ ଦୁଇ ଦିନିଆ ଦକ୍ଷତା ବିକାଶ କାର୍ଯ୍ୟକ୍ରମ   (13-Sep-2026)       ||      ରେଟାମୁଣ୍ଡା ୟୁଥ୍ କ୍ଲବ ଆନୁକୁଲ୍ୟରେ ୫୦ ତମ ଫୁଟବଲ୍ ଟୁର୍ଣ୍ଣlମେଣ୍ଟ ଉଦଯାପିତ, ଆମ୍ବେଦକର ଏଫ୍ସି ବରଗଡ ଚମ୍ପିୟାନ   (13-Sep-2026)       ||      ପ୍ରତିଭାର ଆଲୋକରେ ଉଦ୍‌ଭାସିତ ହେଲା ପଥରଚେପା ଆଦର୍ଶ ବିଦ୍ୟାଳୟର ୧୨ତମ ପ୍ରତିଷ୍ଠା ଦିବସ   (13-Sep-2026)       ||      ଓଡ଼ିଶା ନାରୀ ସେବା ସଂଘ ପକ୍ଷରୁ ସଚେତନତା କାର୍ଯକ୍ରମ   (13-Sep-2026)       ||      ଏଜି ଆମ୍ବୁଲାନ୍ସ ପକ୍ଷରୁ ବିଶ୍ୱ ପ୍ରାଥମିକ ଚିକିତ୍ସା ଦିବସ ପାଳିତ l ଜରୁରୀକାଳୀନ ପରିସ୍ଥିତିରେ ପ୍ରତି ସେକେଣ୍ଡ ଦୁର୍ଘଟଣାଗ୍ରସ୍ତ ଆହତଙ୍କ ଜୀବନରକ୍ଷା ପାଇଁ ଗୁରୁତ୍ୱପୂର୍ଣ୍ଣ    (12-Sep-2026)       ||      ରାଷ୍ଟ୍ରୀୟ ଲୋକ ଅଦାଲତ♦️୬୨,୪୮୭ ମାମଲାର ଫଇସଲା   (12-Sep-2026)       ||      *ଅବୈଧ ମଦ କାରବାର ବନ୍ଦ ପାଇଁ ଡାବୁଗାଁ ଅବକାରୀ ଥାନା ରେ ଅଭିଯୋଗ ପତ୍ର ଦିଆଗଲା*   (12-Sep-2026)       ||      ମାୟାବର୍ହା ଉଚ୍ଚ ବିଦ୍ୟାଳୟଠାରେ ବିଶ୍ୱ ପ୍ରାଥମିକ ଚିକିତ୍ସା ଦିବସ ପାଳିତ   (12-Sep-2026)       ||      ସଇଁତଳାକୁ ଏନ୍‌ଏସି ମାନ୍ୟତା ଦାବିକୁ ଜ଼ିଲ୍ଲା ଆଦିବାସୀ କଲ୍ୟାଣ ସଂଘର ସମର୍ଥନ   (12-Sep-2026)       ||      ବୋଧାୟନ ବିରଚିତ ସଂସ୍କୃତ ପ୍ରହସନ ଭଗବତଜ୍ଜୁକମ୍ ମଞ୍ଚସ୍ଥ   (12-Sep-2026)       ||      ଜଗବନ୍ଧୁ ଦାଶ ସ୍ନାତକ ମହିଳା ମହାବିଦ୍ୟାଳୟରେ ଛାତ୍ରୀ ମାନଙ୍କର ପ୍ରବେଶ ଉତ୍ସବ   (12-Sep-2026)       ||     

HOME   ଜିଲ୍ଲା

ସିଲଭର ଗାନ୍ଧୀଙ୍କର ୧୧ବର୍ଷର ପଦଯାତ୍ରା ପ୍ରଧାନ ମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଉତ୍ସର୍ଗ

13-Jun-2025



ଭୁବନେଶ୍ବର/ନୂଆଦିଲ୍ଲୀ(ପ୍ରେରଣା ଖବର): ସ୍ୱଚ୍ଛ ଭାରତ ମିଶନର ବ୍ରାଣ୍ଡ ଆମ୍ବାସଡ଼ର ସିଲଭର ଗାନ୍ଧୀ ଭାବରେ ପ୍ରସିଦ୍ଧ ମୋହନ ମହାପାତ୍ର, ନରେନ୍ଦ୍ର ମୋଦୀଙ୍କର ପ୍ରଧାନ ମନ୍ତ୍ରୀତ୍ୱ ସହିତ ତାଳ ଦେଇ ୨୦୧୪ ମସିହାରୁ ୨୦୨୫ ମସିହା ପର୍ଯ୍ୟନ୍ତ ଭାରତର ବିଭିନ୍ନ ସ୍ଥାନରେ କରିଥିବା ପଦଯାତ୍ରାର ନିକଟରେ ଏକାଦଶ ବର୍ଷର ପରିସମାପ୍ତି ପାଳନ କରିଛନ୍ତି । ସିଲଭର ଗାନ୍ଧୀ ଜୁନ୍ ୧୨ ତାରିଖରେ ମୋହନ ମାଝୀ ସରକାରଙ୍କର ଏକ ବର୍ଷ ପୂର୍ତ୍ତି ଅବସରରେ ଓଡ଼ିଶାର ବିଭିନ୍ନ ସ୍ଥାନରେ ତାଙ୍କର ପଦଯାତ୍ରାର ଏକ ବର୍ଷ ପୂର୍ତ୍ତି ମଧ୍ୟ ପାଳନ କରିଥିବା ଜଣାଯାଇଛି। ସିଲଭର ଗାନ୍ଧୀଙ୍କର ଏହି ନିରବଚ୍ଛିନ୍ନ ପଦଯାତ୍ରା

ପ୍ରକ୍ରିୟାର ମୁଖ୍ୟ ଲକ୍ଷ୍ୟ ହେଲା ପ୍ରଧାନ ମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କର ମହାମନ୍ତ୍ର ଯଥା ସ୍ଵଚ୍ଛ ଭାରତ, ମା' ପାଇଁ ଗଛଟିଏ ରୋପଣ ଏବଂ ପ୍ରତ୍ୟକ ଭାରତୀୟଙ୍କ ଘରେ ତ୍ରିରଙ୍ଗା ଉଡ଼ାଣ ଆଦିକୁ ପ୍ରଚାର, ପ୍ରସାର ଓ ଲୋକପ୍ରିୟ କରିବା। ନିଜକୁ ପ୍ରଧାନମନ୍ତ୍ରୀ ମୋଦୀଙ୍କର ସବୁଠୁ ବଡ଼ ପ୍ରଶଂସକ ବୋଲି ଅବତାରଣା କରି ସିଲଭର ଗାନ୍ଧୀ, ଏକ ବକ୍ତବ୍ୟରେ ମୋଦୀ ଦେଶର ଯଶସ୍ୱୀ ପ୍ରଧାନମନ୍ତ୍ରୀ ଭାବରେ ନିଜ ପଦବୀରେ ଏକାଦଶ ବର୍ଷର ଗରିମାମୟ କାର୍ଯ୍ୟକାଳ ପୂରଣ କରିଥିବାରୁ ତାଙ୍କୁ ଭବ୍ୟ ସ୍ଵାଗତ ସମ୍ବର୍ଦ୍ଧନା ଜ୍ଞାପନ କରିଛନ୍ତି। ମୋଦୀଙ୍କର ନିଃସ୍ୱାର୍ଥପର ଦେଶସେବା, ଦୂରଦୃଷ୍ଟି ସମ୍ପନ୍ନ ନେତୃତ୍ୱ, ରାଷ୍ଟ୍ର ଗଠନ ପାଇଁ ଅନବରତ ଉତ୍ସର୍ଗୀକୃତ ଉଦ୍ୟମ ଏବଂ ଭାରତବର୍ଷର ଆନ୍ତର୍ଜାତିକ ମର୍ଯ୍ୟାଦାକୁ ଉତ୍ଥାନ ପାଇଁ ଅପାର ପ୍ରତିବଦ୍ଧତା ଯୋଗୁଁ ସାରା ଦେଶ ତାଙ୍କ ନିକଟରେ ଚିର କୃତଜ୍ଞ ରହିବ ବୋଲି ଶ୍ରୀ ଗାନ୍ଧୀ ସୁଚାଇଛନ୍ତି। 

ଶ୍ରୀ ଗାନ୍ଧୀଙ୍କର ରାଜଧାନୀ ନୂଆଦିଲ୍ଲୀ, ଗୁଜୁରାଟର ଗାନ୍ଧୀନଗର, ହରିଆଣାର କୁରୁକ୍ଷେତ୍ର ଆଦି ସ୍ଥାନରେ ଜାତୀୟ ସ୍ତରର ଐତିହାସିକ ପଦଯାତ୍ରାଗୁଡ଼ିକର ଉଦଘାଟନ ଓ ଉଦଯାପନ ଉତ୍ସବରେ ବିଶିଷ୍ଟ ଅତିଥି ଭାବରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ମନୋହର ଲାଲ ଖଟ୍ଟର, ଗୁଜୁରାଟର ମୁଖ୍ୟମନ୍ତ୍ରୀ ଭୂପେନ୍ଦ୍ର ଭାଇ ପଟେଲ, ହରିଆଣାର ମନ୍ତ୍ରୀ ସୁବାଷ ସୁଧା, ଉତ୍ତର ପୂର୍ବ ଦିଲ୍ଲୀର ସାଂସଦ ମନୋଜ ତିୱାରୀ, ବିଜେପି ନେତ୍ରୀ ମୃଦୁଳା ଠାକୁର ପ୍ରଧାନ ଓ ଦିଲ୍ଲୀ ହାଉଜଖାସ ଜଗନ୍ନାଥ ମନ୍ଦିର ପରିଚାଳନା କମିଟି ନୀଳାଚଳ ସେବା ସଙ୍ଘର ସମ୍ପାଦକ ରବୀନ୍ଦ୍ରନାଥ ପ୍ରଧାନ ପ୍ରମୁଖ ଯୋଗ ଦେଇଥିଲେ।ଉତ୍କଳ ସଙ୍ଗୀତ ମହାବିଦ୍ୟାଳୟ, ଉତ୍କଳ ସଂସ୍କୃତି ବିଶ୍ୱବିଦ୍ୟାଳୟ  ଏବଂ ନୂଆଦିଲ୍ଲୀ ସ୍ଥିତ ନେସନାଲ୍ ସ୍କୁଲ ଅଫ ଡ୍ରାମାରେ ଶିକ୍ଷା ପ୍ରାପ୍ତ, ତିରିଶ ବର୍ଷିୟ ମୋହନ ମହାପାତ୍ରଙ୍କ ଚେହେରା ଆଶ୍ଚର୍ଯ୍ୟଜନକ ଭାବେ ମହାତ୍ମା ଗାନ୍ଧୀଙ୍କର ରୂପ ସହିତ ବହୁ ଭାବରେ ଖାପ ଖାଉଛି। ଗାନ୍ଧୀଙ୍କର ଆଦର୍ଶ ଓ ଦର୍ଶନର ପ୍ରସାରଣ ପାଇଁ ସେ ନିଜ ଦେହରେ ରୂପା ରଙ୍ଗ

ଲେପନ କରି ଗାନ୍ଧୀ ଧୋତି ପିନ୍ଧି ବୁଲୁଥିବାର ଦେଖାଯାଇଥାଏ। ତାଙ୍କର ଆକର୍ଷକ ଚେହେରାର ସୁଯୋଗ ନେଇ ସେ ସ୍ଵଚ୍ଛ ଭାରତ ଅଭିଯାନ, କୋଭିଡ-୧୯ ଆତଙ୍କ ଏବଂ ମଦ ବିରୋଧୀ ଆନ୍ଦୋଳନ ସମ୍ପର୍କରେ ଜନ ସଚେତନତା ସୃଷ୍ଟି କରୁଥିବାର ନଜିର ରହିଛି। ଶ୍ରୀ ମହାପାତ୍ରଙ୍କ ଜୀବନ କାହାଣୀକୁ ଆଧାର କରି ବଲିଉଡରେ ହିନ୍ଦୀ ଭାଷାରେ 'ସିଲଭର ଗାନ୍ଧୀ' ନାମକ ଏକ ଚଳଚ୍ଚିତ୍ର ମଧ୍ଯ ନିର୍ମାଣ କରାଯାଇଛି। 

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କର ଶୁଦ୍ଧପୂତ ଜୀବନ ଏବଂ ଆଦର୍ଶଭରା କର୍ମକ୍ଷେତ୍ର, ତାଙ୍କୁ ବ୍ୟାପକ ଭାବେ ପ୍ରଭାବିତ କରିଥିବା ସିଲଭର ଗାନ୍ଧୀ ଗଣମାଧ୍ୟମ ନିକଟରେ ପ୍ରକାଶ କରିଛନ୍ତି। ମୋଦୀଙ୍କର ବାର୍ତ୍ତାଗୁଡ଼ିକୁ ପ୍ରତ୍ୟେକ ଭାରତୀୟଙ୍କ ନିକଟରେ ପହୁଞ୍ଚାଇବା ସକାଶେ ସେ ଏହିପରି କଷ୍ଟକର ପଦଯାତ୍ରାର ସାହାରା ନେଉଥିବା ଶ୍ରୀ ଗାନ୍ଧୀ ଦର୍ଶାଇଛନ୍ତି।


News Comment




Photo in News

Advertisment
Lastest News
  ରାଜ୍ୟ  
ଆଞ୍ଚଳିକ ବରିଷ୍ଠ ନାଗରିକ ମଞ୍ଚ ର ପ୍ରତିଭା ସମ୍ନାନ ସମାରୋହ,   13-Sep-2026
  ଜିଲ୍ଲା  
ବ୍ଲକ୍ କଲୋନୀ କ୍ଲଷ୍ଟରସ୍ତରୀୟ ତୃତୀୟ ମାସିକ ବୈଠକ ଅନୁଷ୍ଠିତ   13-Sep-2026
  ଜିଲ୍ଲା  
ଭଞ୍ଜନଗର ପୋଲିସ କୁ ବଡ ସଫଳତା : ବ୍ୟାପକ ନକଲି ମଦ ଜବତ   13-Sep-2026
  ଜିଲ୍ଲା  
କ୍ଲଷ୍ଟର ସ୍ତରୀୟ ମାସିକ ବୈଠକ ଅନୁଷ୍ଠିତ   13-Sep-2026
  ଜିଲ୍ଲା  
କୁଡ଼ାପଡ଼ା ସ୍କୁଲରେ ସ୍ୱଚ୍ଛତା ପକ୍ଷ ପାଳନ   13-Sep-2026
  ଜିଲ୍ଲା  
ଗଞ୍ଜାମରେ ପାର୍ବଣପୂର୍ବରୁ ଫୁଟିଲା ଗୁଳି   13-Sep-2026
  ଜିଲ୍ଲା  
ଟିଟିଲାଗଡରେ ଫିକା ପଡିଛି ନୂଆଁଖାଇ ବଜାର - ବଜାର ଖାଁ ଖାଁ - ବ୍ୟବସାୟୀ ଚିନ୍ତାରେ   13-Sep-2026
  ଜିଲ୍ଲା  
ସ୍ବର୍ଗତ ଉମେଶ ଚନ୍ଦ୍ର ମହାନ୍ତିଙ୍କ ଦ୍ୱାଦଶରେ ଯୋଗଦେଲେ ସହରର ବିଭିନ୍ନ ମାନ୍ୟଗଣ୍ୟ ବ୍ୟକ୍ତି   13-Sep-2026
  ଜିଲ୍ଲା  
ଧରପଗଡ ପରେ ବଢୁଛି ଓମ୍ଫେଡ୍ ପନିର ଓ ଉତ୍ପାଦର ଚାହିଦା ‘ଗୁଣବତ୍ତାରେ କୌଣସି ସାଲିସ୍ କରାଯିବ ନାହିଁ’-ପରିଚାଳନା ନିର୍ଦେଶକ   13-Sep-2026
  ଜିଲ୍ଲା  
ଶ୍ରୀ ଦାଦିଜି ମନ୍ଦିର ଟ୍ରଷ୍ଟ ପ୍ରଭାବତୀ ପବ୍ଲିକ ସ୍କୁଲରେ ଦୁଇ ଦିନିଆ ଦକ୍ଷତା ବିକାଶ କାର୍ଯ୍ୟକ୍ରମ   13-Sep-2026
  ଜିଲ୍ଲା  
ରେଟାମୁଣ୍ଡା ୟୁଥ୍ କ୍ଲବ ଆନୁକୁଲ୍ୟରେ ୫୦ ତମ ଫୁଟବଲ୍ ଟୁର୍ଣ୍ଣlମେଣ୍ଟ ଉଦଯାପିତ, ଆମ୍ବେଦକର ଏଫ୍ସି ବରଗଡ ଚମ୍ପିୟାନ   13-Sep-2026
  ରାଜ୍ୟ  
ପ୍ରତିଭାର ଆଲୋକରେ ଉଦ୍‌ଭାସିତ ହେଲା ପଥରଚେପା ଆଦର୍ଶ ବିଦ୍ୟାଳୟର ୧୨ତମ ପ୍ରତିଷ୍ଠା ଦିବସ   13-Sep-2026

You Might Also Like