-+91-9937148622 |
prerana_bgr@rediffmail.com |
Thursday 17th September 2026 |
R.N.I. Regd No. ODIODI/2010/46693
Breaking News
11-Jun-2025
ସୁବର୍ଣ୍ଣପୁର (ମନୋରଞ୍ଜନ ତ୍ରିପାଠୀ)
ସୁବର୍ଣ୍ଣପୁର ଜିଲ୍ଲା ଅବସରପ୍ରାପ୍ତ ସୈନିକ ସଂଗଠନ ପକ୍ଷରୁ ଏକ ତ୍ରିରଙ୍ଗା ଯାତ୍ରା ଅନୁଷ୍ଠିତ ହୋଇଯାଇଛି। ସଭାପତି ଭୋଜରାଜ ଦଣ୍ଡସେନା ଙ୍କ ନେତୃତ୍ବରେ ଅନୁଷ୍ଠିତ ଏହି ତ୍ରିରଙ୍ଗା ଯାତ୍ରା ଇଷ୍ଟଦେବୀ ମାଁ ସୁରେଶ୍ଵରୀ ମନ୍ଦିର ଠାରୁ ଆରମ୍ଭ ହୋଇ ନଗର ପରିକ୍ରମା ସହ ବିଜୁପଟ୍ଟନାୟକ ଛକଠାରେ ପହଞ୍ଚିଥିଲା ପରେ ପୁଣି ପଟାଭାଡି ବୀରସୁରେନ୍ଦ୍ର ସାଏ ଛକ ଦେଇ ଜିଲ୍ଲାପାଳ ଙ୍କ କାର୍ଯ୍ୟାଳୟରେ ପହଞ୍ଚି ସେଠାରେ ଅତିରିକ୍ତ ଜିଲ୍ଲାପାଳ ରାଜେନ୍ଦ୍ର ମାଝୀ ଙ୍କ ସହ ଆଲୋଚନା କରିଥିଲେ। ଅପରେସନ୍ ସିନ୍ଦୂର ରେ ଭାରତୀୟ ସେନାର କାର୍ଯ୍ୟାନୁଷ୍ଠାନ କୁ ଭୁରିଭୁରି ପ୍ରଶଂସା କରାଯାଇ ଅଧିକରୁ ଅଧିକ ଯୁବକ ସେନାବାହିନୀରେ ଯୋଗଦେଇ ଦେଶ ମାତୃକାର ସେବାରେ ଲାଗିବାକୁ ସମସ୍ତ ଙ୍କୁ ଆହ୍ୱାନ ଦେଇଥିଲେ।ଆଜିର ଏହି ତ୍ରିରଙ୍ଗା ଯାତ୍ରା ରେ ସଂପାଦକ ବିକ୍ରମାଦିତ୍ୟ ମହାକୁଡ଼,ସଂଜୟ ଷଡ଼ଙ୍ଗୀ, ଶୁଭେନ୍ଦୁ ପଣ୍ଡା, ଅଶ୍ଵିନୀ ହୋତା,ବିଶିଷ୍ଟ ମହାକୁର, ଶ୍ୟାମସୁନ୍ଦର ଭୋଇ, ବିନୋଦ ବିହାରୀ ଭୋଇ,ମୁକେଶ ଚନ୍ଦ୍ର ବାଗ, ବିଷ୍ଣୁ ବାରିକ,ଦୈତାରୀ ବେହେରା, ମହେନ୍ଦ୍ର ମାଝୀ,ଦୁର୍ବାଦଳ ପୂଜାରୀ, ବସନ୍ତ ସାହୁ, ସହଦେବ ପୁଟେଲ, କୃଷ୍ଣ ଚନ୍ଦ୍ର ମିଶ୍ର,ସୁବାଷ ଚନ୍ଦ୍ର ଗୁରୁ, ସନ୍ତୋଷ ପାତ୍ର,ଅନିଲ ପ୍ରଧାନ ପ୍ରମୁଖ ଙ୍କସହ ସୋନପୁର କଲେଜ ଏନସିସି କ୍ୟାଡେଟ୍ ଓ ଇ ଏସ୍ଏସ୍ ସିକ୍ୟୁରିଟି ସଂସ୍ଥାର ଅନେକ ପର୍ସନାଲ୍ ଯୋଗଦେଇଥିଲେ।