-+91-9937148622 |
prerana_bgr@rediffmail.com |
Thursday 30th April 2026 |
R.N.I. Regd No. ODIODI/2010/46693
Breaking News
10-Jun-2025
ଦେଓଗାଁ (ପ୍ରେରଣା ଖବର): ବଲାଙ୍ଗୀର ଜିଲ୍ଲାର ଦେଓଗାଁ ବ୍ଲକ ଅନ୍ତର୍ଗତ ସାଲେପାଲି ଗ୍ରାମ ଗ୍ରାମ ମଙ୍ଗଳ ପାଠାଗାର ଦ୍ଵାରା ପରଚାଳିତ ବୟୋଜ୍ୟେଷ୍ଠ ନାଗରିକ ଆବାସର ଅନ୍ତେବାସୀ ଗଣ ଆଜି ସମ୍ବଲପୁର ସମଲେଶ୍ଵରୀ ମନ୍ଦିର ଦର୍ଶନ କରିବା ପାଇଁ ଯାଇଛନ୍ତି। ବଲାଙ୍ଗିର ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ ମଦନଜିତ୍ ହୋତା ଜିଲ୍ଲା ମୁଖ୍ୟ କାର୍ଯ୍ୟାଳୟରୁ ସବୁଜ ପତାକା ଦେଖାଇ ଅନ୍ତେବାସୀ ମାନଙ୍କ ଯାତ୍ରାର ଶୁଭ ମନାସି ଥିଲେ। ବଲାଙ୍ଗୀରର ସମାଜସେବୀ ଶୁଭ୍ରମ୍ କେଶରୀ ପ୍ରଧାନ ଓ ବିଚିତ୍ରାନନ୍ଦ ମହାନ୍ତି ଯୋଗାଯୋଗ କରି ଯାତ୍ରାର ସୁବିଧା କରିଥିଲେ। ବୟୋଜ୍ୟେଷ୍ଠ ନାଗରିକ ଆବାସର କର୍ମୀ ଶିବ ପ୍ରସାଦ ସାହୁ, ରମାକାନ୍ତ ସାହୁ, ସଞ୍ଜୁ ବିଶ୍ଵାଳ, ଚତୁର୍ଭୁଜ ଭୋଇ ଏବଂ କମିଟିର ହୃଦୟାନନ୍ଦ ଷଡ଼ଙ୍ଗୀ ସହଯୋଗୀ ଭାବରେ ଅନ୍ତେବାସୀଙ୍କ ସଙ୍ଗେ ଯାଇ ଥିଲେ।ପ୍ରତ୍ୟେକ ବର୍ଷ ଅନ୍ତେବାସୀ ମାନଙ୍କୁ। ବିଭିନ୍ନ ଦର୍ଶନୀୟ ସ୍ଥାନ ତଥା ତୀର୍ଥ ସ୍ଥାନ ମାନଙ୍କୁ ଭ୍ରମଣ ପାଇଁ ବ୍ୟବସ୍ଥା କରାଯାଇ ଥାଏ। ଏହାକୁ ବଲାଙ୍ଗୀର ତଥା ଆଖପାଖ ଅଞ୍ଚଳର ବୁଦ୍ଧିଜୀବୀ ଜ୍ଞାନୀ ଗୁଣୀ ଭୂରି ଭୂରି ପ୍ରଶଂସା କରି ଥିଲେ |