-+91-9937148622 |
prerana_bgr@rediffmail.com |
Monday 4th May 2026 |
R.N.I. Regd No. ODIODI/2010/46693
Breaking News
08-Jun-2025
ବରୀ (ରଞ୍ଜିତ ମହାନ୍ତି): ବରୀ ଶିକ୍ଷା ମଣ୍ଡଳ ଅଧୀନ ରାଉତ ସାହିସ୍ଥିତ ପଣ୍ଡିତ କୃପାସିନ୍ଧୁ ଉଚ୍ଚ ବିଦ୍ୟାଳୟର ରଜତ ଜୟନ୍ତୀ ସମାରୋହ ଶନିବାର ଉଦ୍ଘାଟିତ ହୋଇଯାଇଛି। ଏହାକୁ ଯାଜପୁର ରବୀନ୍ଦ୍ର ନାରାୟଣ ବେହେରା ଉଦ୍ଘାଟନ କରି ଥିଲେ। କାର୍ଯ୍ୟକ୍ରମରେ ଶିଳ୍ପ ମନ୍ତ୍ରୀ ସମ୍ପଦ ଚନ୍ଦ୍ର ସ୍ବାଇଁ ମୁଖ୍ୟଅତିଥ୍ ଭାବେ ଯୋଗଦେବାର କାର୍ଯ୍ୟସୂଚୀ ଥିଲେ ମଧ୍ୟ ସେ ଆସି ପାରି ନ ଥିଲେ। ସେହିପରି ଭାଜପା ବିଧାୟକ ପ୍ରାର୍ଥୀ ଉମେଶଚନ୍ଦ୍ର ଜେନା ଯୋଗଦେବାକୁ ସମ୍ମତି ସମ୍ମତି ଆସିଲେନି ଶିଳ୍ପ ମନ୍ତ୍ରୀ, ଅସନ୍ତୋଷ ବ୍ୟକ୍ତ କଲେ ସମାରୋହର କର୍ମକର୍ଷା ପ୍ରଦାନ କରିଥିଲେ ବି ଆସି ନ ଥିଲେ। ଫଳରେ ଏହାକୁ ନେଇ ରଜତ ଜୟନ୍ତୀ ସମାରୋହର କର୍ମକର୍ତ୍ତା, ଶିକ୍ଷାବିତ, ବୁଦ୍ଧିଜୀବୀ ମହଲରେ ଅସନ୍ତୋଷ ପ୍ରକାଶ ପାଇଥିଲା। ବିଶେଷ କରି ଉମେଶଙ୍କ ନିଜ ପଞ୍ଚାୟତରେ କାର୍ଯ୍ୟକ୍ରମହେଉଥିବା ବେଳେ ସେ ଅନୁପସ୍ଥିତ ରହିବା ହିବାକୁ ବହୁ ଲୋକ ନାପସନ୍ଦ କରି ଥିଲେ।। ପରେ ସ୍ଥାନୀୟ ଅତିଥିଙ୍କୁ ନେଇ କାର୍ଯ୍ୟକ୍ରମ କରାଯାଇ ଥିଲା। ସ୍ଥିରୀକୃତ କାର୍ଯ୍ୟକ୍ରମ ଅନୁଯାୟୀ ଅବସରପ୍ରାପ୍ତ । ଶିକ୍ଷୟିତ୍ରୀ ଶିକ୍ଷକ, ଶିକ୍ଷାବିତ୍ ଓ ବିଭିନ୍ନ କ୍ଷେତ୍ରରେ ପାରଦର୍ଶିତା ଲାଭ କରିଥିବା ବ୍ୟକ୍ତିବିଶେଷଙ୍କୁ ସମ୍ବନ୍ଧିତ କରାଯା ଯାଇଥିଲା। ଶେଷରେ ଛାତ୍ରୀଛାତ୍ରଙ୍କ ଦ୍ବାରା ନୃତ୍ଯ ଓ ସଂଗୀତ ପରିବେଷଣ କରାଯାଇଥିଲା। ଏନେଇ ମନ୍ତ୍ରୀ ସ୍ବାଇଁ ଓ ବିଧାୟକ ପ୍ରାର୍ଥୀ ଜେନାଙ୍କ ପ୍ରତିକ୍ରିୟା ମିଳି ପାରିନାହିଁ। ବିଦ୍ୟାଳୟର ରଜତ ଜୟନ୍ତୀ ଉତ୍ସବ ଉଦ୍ଘାଟନୀ ଅବସରରେ ସମ୍ବନ୍ଧିତ ହୋଇଥିବା ବ୍ୟକ୍ତିବିଶେଷ ।