-+91-9937148622 |
prerana_bgr@rediffmail.com |
Tuesday 5th May 2026 |
R.N.I. Regd No. ODIODI/2010/46693
Breaking News
07-Jun-2025
କଣ୍ଟାମାଳ(ଜୟ କୁମାର ମହାରଣା): ସଂକୀର୍ତ୍ତନ ଗ୍ରାମାଞ୍ଚଳ ଲୋକଙ୍କ ହୃଦୟର ସ୍ପନ୍ଦନ ବୋଲି ଶୁକ୍ରବାର ବୌଦ୍ଧ ଜିଲ୍ଲା କଣ୍ଟାମାଳ ବ୍ଲକ ହରିଶଙ୍କର କଳା ମଣ୍ଡପ ଠାରେ ଅନୁଷ୍ଠିତ ଉଦଯାପନୀ ସଂନ୍ଧ୍ୟାରେ ମୁଖ୍ୟଅତିଥି ଭାବେ ଯୋଗଦେଇ ବୌଦ୍ଧ ବିଧାୟକ ତଥା ଓଡିଶା ବିଧାନସଭା ସରକାରୀ ଦଳ
ମୁଖ୍ୟ ସଚେତକ ସରୋଜ ପ୍ରଧାନ ନିଜ ଅଭିଭାଷଣରେ କହିଥିଲେ l ତିନିଦିନ ଧରି ଚାଲିଥିବା ଏହି ୨୦ତମ ଲୋକ କଳା ତଥା ରାଜ୍ୟସ୍ତରୀୟ ସଂକୀର୍ତ୍ତନ ମହୋତ୍ସବ ଶୁକ୍ରବାର ବିଳମ୍ବିତ ରାତିରେ ହଜାର ହଜାର ଦର୍ଶକଙ୍କ ହୃଦୟକୁ ସ୍ପର୍ଶ କରି ଏକ ଆଧ୍ୟାତ୍ମିକ ପରିବେଶ ମଧ୍ୟରେ ଉଦଯାପିତ ହୋଇଯାଇଛି l ମହୋତ୍ସବ କମିଟି ଆବାହକ ଦିବ୍ୟଶଙ୍କର ରାଉତ ଙ୍କ ସଂଯୋଜନା ଓ କମିଟି ସଭାପତି ଭଗବାନ ମହାନ୍ତି ଙ୍କ ଅଧ୍ୟକ୍ଷତାରେ ଆୟୋଜିତ ସାଂସ୍କୃତିକ ସଭାରେ ବୌଦ୍ଧ ବିଧାୟକ ତଥା ସରକାରୀ ଦଳର ମୁଖ୍ୟ ସଚେତକ ଶ୍ରୀଯୁକ୍ତ ସରୋଜ କୁମାର ପ୍ରଧାନ ମୁଖ୍ୟଅତିଥି ଓ ସମ୍ମାନିତ
ଅତିଥିଭାବେ କଣ୍ଟାମାଳ ବିଧାୟକ କହେଁଇ ଚରଣ ଡାଙ୍ଗ, ଦୈନିକ ଖବର କାଗଜ ହୀରାଞ୍ଚଳ ର ସମ୍ପାଦକ ଯୁଗଳ କିଶୋର ସାମଲ, ସମ୍ପାଦକ ଓମପ୍ରକାଶ ମିଶ୍ର ପ୍ରମୁଖ ଯୋଗଦେଇ ସମ୍ପୂର୍ଣ୍ଣ ଆଧ୍ୟାତ୍ମିକ ଚିନ୍ତାଧାରାକୁ ନେଇ ଆୟୋଜିତ ଉକ୍ତ ସଂକୀର୍ତନ ମହୋତ୍ସବ ର ଆୟୋଜନ ସଂକୀର୍ତ୍ତନ କଳାକାର. ମାନଙ୍କୁ ନୂତନ ଦିଗଦର୍ଶନ ଦେଇଛି ବୋଲି କହିଥିଲେ l ଶେଷ ଦିବସରେ ସଂକୀର୍ତନଧାରା ରେ ସ୍ୱନାମଧନ୍ୟ ଗାୟକ ଡୋଳାମଣୀ ମାହାରଣା, ଇତିଶ୍ରୀ କର,ଚନ୍ଦନ ମାହାର, ସୁନିତା ପଟେଲ, ବାୟକ ବିଶ୍ଵାମିତ୍ର ପାଣ୍ଡେ ଙ୍କ କଳା ପ୍ରଦର୍ଶନରେ ହରିଶଙ୍କର କଳା ମଣ୍ଡପ ଦୁଲୁକି ଉଠିଥିଲା l ରଞ୍ଜନ ପାତ୍ର, ଶରତ କୁମାର ସାହୁ ସାଂସ୍କୃତିକ କାର୍ଯ୍ୟକ୍ରମ କୁ ପରିଚାଳନା କରିଥିଲେ lଓଡିଆ ଭାଷା ସାହିତ୍ୟ ଓ ସଂସ୍କୃତି ବିଭାଗ, ଓଡିଶା ସରକାର ଓ ଓଡିଶା ମାଇନିଙ୍ଗ କାର୍ପୋରେଷନ ତଥା ପ୍ରଗତି ଅନୁଷ୍ଠାନ ର ମିଳିତ ଆନୁକୂଲ୍ୟରେ ଉକ୍ତ ଉତ୍ସବ ଆୟୋଜିତ ହୋଇଥିଲା l ମହୋତ୍ସବ କାର୍ଯ୍ୟକ୍ରମକୁ ମହୋତ୍ସବ କମିଟିର ଧର୍ମେନ୍ଦ୍ର ରଣା, ପ୍ରଦୀପ ଦାସ,ଶରତ ସାହୁ,ସାନନ୍ଦ ମହାକୁଡ଼, ବିଶ୍ଵାମିତ୍ର ପାଢ଼ୀ,ମନୋଜ କୁମାର ରାଜହଂସ, ରାଜକିଶୋର ବାଘ,ଗଣେଶ ସାହୁ,ଅରୁଣ ରଣା,ଅକ୍ରୁର ସାହୁ ସମେତ କମିଟିର ସମସ୍ତ କର୍ମକର୍ତ୍ତା ପରିଚାଳନାରେ ସହଯୋଗ କରିଥିବାବେଳେ ବିଳମ୍ବିତ ରାତି ପର୍ଯ୍ୟନ୍ତ ଦର୍ଶକଙ୍କ ସମାଗମ ହୋଇଥିଲା l