-+91-9937148622 |
prerana_bgr@rediffmail.com |
Monday 29th June 2026 |
R.N.I. Regd No. ODIODI/2010/46693
Breaking News
22-Jan-2021
ଢେଙ୍କାନାଳ, (ପ୍ରେରଣା ଖବର) : ଢେଙ୍କାନାଳ ଟାଉନ ପୁଲିସ ଏକ ବ୍ରାଉନ ସୁଗାର ଆଡ୍ଡା ଉପରେ ଚଢ଼ାଉ କରିଛି। ବିଶେଷ ସୁତ୍ରରୁ ଖବର ପାଇ ଟାଉନ ଥାନା ପୁଲିସ ସହରର ରାମେଶ୍ୱରପୁର ଅଞ୍ଚଳରେ ଅଚାନକ ଚଢ଼ାଉ କରିଥିଲା । ତେବେ ଏହି ଚଢ଼ାଉ ବେଳେ ବ୍ରାଉନ ସୁଗାର ବିକ୍ରି କରୁଥିବା ଜଣେ ଯୁବକକୁ ଲୁଲିସ ଗିରଫ କରିଛି । ଅନ୍ୟମାନେ ଖବର ପାଇ ଫେରାର ହୋଇଯାଇଛନ୍ତି ।
ଏହି ଚଢ଼ାଉରେ ପୁଲିସ ୧୦. ୪୪ ଗ୍ରାମର ବ୍ରାଉନ ସୁଗାର, ଡିଜିଟାଲ ଓଜନ ମେସିନ, ଆଲୁମିନିୟମ ଫଏଲ ,୬୬ଖଣ୍ଡ ରଙ୍ଗୀନ କାଗଜ ଓ ମୋବାଇଲ ସହ ୨ ଲକ୍ଷ ୯୩ ହଜାର ଟଙ୍କା ଜବତ କରିବାରେ ସକ୍ଷମ ହୋଇଛି ପୋଲିସ । ବ୍ରାଉନ ସୁଗାର ବିକ୍ରି କରୁଥିବା ଜଣେ ଯୁବକକୁ ପୁକିସ ଗିରଫ କରିଛି। ତେବେ ଫେରାର ମାନଙ୍କୁ ଠାବ କରିବାକୁ ପୁଲିସ ଗିରଫ ଯୁବକର ନାମ ଗୋପନ ରଖି ଅଧିକ ତଦନ୍ତ ଚଲାଇଛି ।