-+91-9937148622 |
prerana_bgr@rediffmail.com |
Friday 15th May 2026 |
R.N.I. Regd No. ODIODI/2010/46693
Breaking News
03-Jun-2025
ଅମ୍ବାଭୋନା(ପ୍ରକାଶ ଚନ୍ଦ୍ର ରଥ)ବରଗଡ ଜିଲ୍ଲା ଅମ୍ବାଭୋନା ବ୍ଲକ ଅନ୍ତର୍ଗତ କଣ୍ଡପଲା ଗ୍ରାମପଞ୍ଚାୟତ ର ଜଣା ଶୁଣା ବିଶିଷ୍ଟ ଶିକ୍ଷାବିତ କଣ୍ଡପଲା ଗ୍ରାମ ର ଦୁଲାରସିଂ ନାୟକ ଙ୍କ ର ୮୭ ବର୍ଷ ବୟସ ରେ ପରଲୋକ ଘଟିଯାଇଛି।ତାଙ୍କର ଦେହ ଅସୁସ୍ଥତା ଅନୁଭବ ହେବାରୁ ତାଙ୍କୁ ବରଗଡ ସ୍ଥିତ ଏକ ଘରୋଇ ଚିକିତ୍ସାଳୟ ରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଥିଲା। ସେଠାରେ ତାଙ୍କର ଚିକିତ୍ସାଧୀନ ଅବସ୍ଥା ରେ ମୃତ୍ୟୁ ଘଟିଥିଲା। ସେ ତାଙ୍କର ପୁତ୍ର ବରୁଣ କୁମାର ନାୟକ, ପୁତ୍ର ବଧୁ ଅମ୍ବାଭୋନା ଜୋନ ୧ ର ଜିଲ୍ଲାପରିଷଦ ନୀଳକୁମାରୀ ନାୟକ,ନାତି ନାତୁଣୀ ସୌମ୍ୟା, ହୃଦିତ୍ୟ ଓ ଦୁଇ ଝିଅ ଙ୍କୁ ଶୋକ ସାଗରରେ ଛାଡ଼ି ଇହ ଧାମ ତ୍ୟାଗ କରିଛନ୍ତି। ଅଞ୍ଚଳରେ ବିଶିଷ୍ଟ ଶିକ୍ଷାବିତ, ରାଜନୀତିଜ୍ଞ, ସମାଜ ସେବୀ ଓ ଅଞ୍ଚଳ ବାସୀ ଙ୍କ ମହଳ ରେ ଶୋକ ର ଛାୟା ଖେଳିଯାଇଛି।