-+91-9937148622 |
prerana_bgr@rediffmail.com |
Friday 11th September 2026 |
R.N.I. Regd No. ODIODI/2010/46693
Breaking News
01-Jun-2025
ବୌଦ୍ଧ(ଜୟାନନ୍ଦ ମିଶ୍ର):ବୌଦ୍ଧ ରାଜବାଟି ସ୍ଥିତ ମାହେଶ୍ୱରୀ ସଂସ୍କୃତି ଭବନ ଠାରେ ଜିଲ୍ଲା ଯୁବ ଡ଼ୁମାଳ ବିକାଶ ପରିଷଦ, ବୌଦ୍ଧ ଆନୁକୂଲ୍ୟରେ ଅବସରପ୍ରାପ୍ତ ଏ ଆର ସି ଏସ ହାଡିବନ୍ଧୁ ମହାଖୁଡ଼ଙ୍କୁ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଥିଲା I ସର୍ବ ପ୍ରଥମେ ଇଷ୍ଟଦେବୀ ମାହେଶ୍ୱରୀ ପୀଠରେ ଦେହେରୀ ପୁରୁଷୋତ୍ତମ ମହାକୁଡ଼ଙ୍କ ଦ୍ୱାରା ପୂଜାର୍ଚ୍ଚନା ସହିତ ଦର୍ଶନ କରାଯାଇଥିଲା I ପରିଷଦର ସ୍ଥାୟୀ ସଭାପତି ଶମ୍ଭୁ ଗିରିଙ୍କ ସଭାପତିତ୍ୱରେ ଏକ ସଭା ଆୟୋଜନ ହୋଇଥିଲା I ସମ୍ପାଦକ କୃତ୍ତିବାସ ପଲିଆଙ୍କ ସଂଯୋଜନାକ୍ରମେ ପରିଷଦର ପ୍ରତିଷ୍ଠିତI ଉପଦେଷ୍ଟା
ବିଶିକେସନ ପ୍ରଧାନଙ୍କ ବକ୍ତବ୍ୟରେ ଶ୍ରୀ ମହାକୁଡ଼ ଜଣେ ଦରଦୀ ମଣିଷ, ଜଣେ ସୁ ସାହିତ୍ୟିକ, ଗାଳ୍ପିକ, ଲେଖକ, କବି, ଉଦଘୋଷକ ଭାବେ ସୁ ପରିଚିତ ବ୍ୟକ୍ତି ଅଟନ୍ତି I ତାଙ୍କର ଉଦ୍ୟମରେ ବୌଦ୍ଧ ଜିଲ୍ଲା ଓ ରାଜ୍ୟରେ ସାହିତ୍ୟ, ସଂସ୍କୃତି ଉପରେ କାର୍ଯ୍ୟ ଉଚ୍ଚ ପ୍ରଶଂସିତ I ଅବସର ପରେ ବଳକା ସମୟ ସମାଜ ହିତ ନିମନ୍ତେ କାର୍ଯ୍ୟ କରିବା ପାଇଁ ପରାମର୍ଶ ଦେଇଥିଲେ I ଏହି ଅବସରରେ ଶ୍ରୀ ମହାଖୁଡ଼ ତାଙ୍କର ଚାକିରୀ ଜୀବନ ଶେଷ ହୋଇଗଲା ସିନା ବର୍ତ୍ତମାନ ସେ ସମାଜ ସେବା କରିବା ପାଇଁ କହିଥିଲେ l ଅନ୍ୟ ମାନଙ୍କ ମଧ୍ୟରେ ପରିଷଦର ଉପ ସଭାପତି ଶୁଶିଲ କୁମାର ଦେହୁରୀ, କାର୍ଯ୍ୟକାରୀ ସଦସ୍ୟ ପ୍ରମୋଦ କୁମାର ପ୍ରଧାନ, ପଙ୍କଜ କୁମାର ମହାକୁଡ଼, ସୌମିତ୍ରୀ ପ୍ରସାଦ ପଲିଆ, ନିର୍ଗୁଣ ମହାକୁଡ଼, ଗଦାଧର ମହାକୁଡ଼, ଦୁର୍ଯ୍ୟୋଧନ ମହାକୁଡ଼ ପ୍ରମୁଖ ଶ୍ରୀ ମହାଖୁଡ଼ଙ୍କ କାର୍ଯ୍ୟଧାରା ଉପରେ ପ୍ରଶଂସା କରିଥିଲେ I ଏହି ଅବସରରେ ବୌଦ୍ଧ ରାଜବାଟି ସ୍ଥିତ ମାହେଶ୍ୱରୀ ସଂସ୍କୃତି ଭବନ ଠାରେ ଅତିଥି ଭବନ, ଶୌଚାଳୟ, କଲ୍ୟାଣ ମଣ୍ଡପ କରିବା ପାଇଁ ବୌଦ୍ଧ ବିଧାୟକ, ସାଂସଦ କନ୍ଧମାଳ ଓ ମୁଖ୍ୟମନ୍ତ୍ରୀଙ୍କୁ ଆବେଦନ କରିବା ନିମନ୍ତେ ପ୍ରସ୍ତାବ ଗୃହିତ ହୋଇଥିଲା l ଆସନ୍ତା ଦିନରେ ପରିଷଦ ଦ୍ୱାରା ରକ୍ତଦାନ ଶିବିର ଆୟୋଜନ, ରାଜ୍ୟ ସ୍ତରୀୟ ଯୁବ ମହିଳା ସମାବେଶ ସହିତ ଭୁବନେଶ୍ୱର ଓ ପୁରୀ ଠାରେ ସରକାରୀ ଜମି ଓ ଆର୍ଥିକ ଅନୁଦାନ ଯୋଗାଇ ଦେବା ପାଇଁ ଏକ ପ୍ରତିନିଧି ଦଳ ମୁଖ୍ୟମନ୍ତ୍ରୀଙ୍କୁ ଭେଟିବା ପାଇଁ ସ୍ଥିର କରାଗଲା l ଶେଷରେ ଶିକ୍ଷକ ସନ୍ତୋଷ କୁମାର କର୍ଣ୍ଣ ଧନ୍ୟବାଦ ଅର୍ପଣ କରିଥିଲେ l