-+91-9937148622 |
prerana_bgr@rediffmail.com |
Friday 11th September 2026 |
R.N.I. Regd No. ODIODI/2010/46693
Breaking News
01-Jun-2025
ବଲାଙ୍ଗୀର(ପ୍ରେରଣା ଖବର): ପବିତ୍ର ଶୀତଳଷଷ୍ଠୀ ଉପଲକ୍ଷେ ବଲାଙ୍ଗୀର ସଦର ବ୍ଲକ ଅର୍ନ୍ତଗତ ସରକାରୀ ଉନ୍ନୀତ ଉଚ୍ଚ ବିଦ୍ୟାଳୟ ଚିକଲବାହାଲର ଜୁନିୟର ରେଡ଼କ୍ରସ ପରାମର୍ଶଦାତା ପ୍ରସନ୍ନ ଗଡତ୍ଯାଙ୍କ ତତ୍ବାବଧାନରେ ଚିକଲବାହାଲ ଗ୍ରାମରେ ଦୁଇ ଦିନ ଯାଏ ଜୁନିୟର ରେଡକ୍ରସ ତରଫରୁ ସାମାଜିକ ସେବା ଶିବିର ଅନୁଷ୍ଠିତ ହୋଇଥିଲା। ଏଥିରେ ପାନୀୟ ଜଳ ବଣ୍ଟନ ସହିତ ପ୍ରାଥମିକ ଚିକିତ୍ସାର ସେବା ପ୍ରଦାନ କରାଯାଇଥିଲା। ଏହି ସେବା ଶିବିରକୁ ସ୍ଥାନୀୟ ସରପଞ୍ଚ ସୁରେନ୍ଦ୍ର ବିଶ୍ବାଳ ଉଦଘାଟନ କରିଥିବାବେଳେ ପ୍ରହଲ୍ଲାଦ ପଧାନ ଓ ବୀରବର ଜେନା ମୁଖ୍ୟ ଅତିଥି ଭାବେ ଯୋଗଦେଇ ଜୁନିୟର ରେଡ଼କ୍ରସର ଏହି କାର୍ଯ୍ୟକ୍ରମକୁ ପ୍ରଶଂସା କରିଥିଲେ । ବିଦ୍ୟାଳୟର ପ୍ରଧାନ ଶିକ୍ଷକ ରାଜପ୍ରସାଦ ପ୍ରଧାନ ସମ୍ମାନୀତ ଅତିଥି ଭାବେ ଯୋଗଦେଇ ଜୁନିୟର ମାନଙ୍କୁ ଉତ୍ସାହିତ କରିଥିଲେ। ଏହି କାର୍ଯ୍ୟକ୍ରମରେ ଜୁନିୟର ରେଡ଼କ୍ରସର ଜ୍ୟୋତିର୍ମୟ ଜେନା,ମଞ୍ଜିଲ ସେଠ୍, ଲିଙ୍ଗରାଜ ପଧାନ,ରାକେଶ ମଲ୍ଲିକ, ଚିନ୍ମୟୀ ପଧାନ,ପ୍ରମିତ ବିଶ୍ଵାଳ,ବିଶ୍ବ ରଞ୍ଜନ ତ୍ରିପାଠୀ,ଦୀପ୍ତିମୟୀ ନନ୍ଦ, ଚିନ୍ମୟୀ ସାହୁ,ସ୍ନେହା ଭୋଇ,ସୁପ୍ରିୟା ସାହୁ,ସରିତା ତୁମୁନିଆ,କଷାଗିନୀ ଭୁଏ ଓ ଗୌତମ ଷାଣ୍ଢ ଉପସ୍ଥିତ ରହି ସେବା ପ୍ରଦାନ କରିଥିଲେ। ପରେ ପରେ ଶ୍ରୀ ଶ୍ରୀ ଧବଳେଶ୍ବର ବାବା ବୋଲବମ୍ ସେବା ସଂଘ ଜୁନିୟର ରେଡ଼କ୍ରସ ସହ ଯୋଡ଼ି ହୋଇ ସେବା ପ୍ରଦାନ କରିଥିଲେ ।