-+91-9937148622 |
prerana_bgr@rediffmail.com |
Friday 11th September 2026 |
R.N.I. Regd No. ODIODI/2010/46693
Breaking News
01-Jun-2025
ବଲାଙ୍ଗୀର(ପ୍ରେରଣା ଖବର): ଆଜି ବଲାଙ୍ଗୀର ପୌର ପରିଷଦ ପାଣ୍ଠିରୁ ନିର୍ମିତ ସାମ୍ବାଦିକ ସଂଘର ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ଯର ଶୁଭ ଉଦ୍ଘାଟନ କରିଛନ୍ତି ବଲାଙ୍ଗୀର ବିଧାୟକ କଳିକେଶ ନାରାୟଣ ସିଂଦେଓ l ସାମ୍ବାଦିକ ଭବନ ଠାରେ ୧୫ ଲକ୍ଷ ଟଙ୍କା ସରକାରୀ ଅନୁଦାନରେ ସାମ୍ବାଦିକ ଭବନ ର ବିଭିନ୍ନ ଉନ୍ନୟନମୂଳକ କାମ କରାଯିବ l ସାମ୍ବାଦିକ ସଂଘର ସଭାପତି ଶିବପ୍ରସାଦ ପରିଡା ଓ ସମ୍ପାଦକ ଶିଶିର କାନ୍ତ ସତପଥୀଙ୍କ ଆବାହକତ୍ବରେ ଅନୁଷ୍ଠିତ ଏହି ଉଦଘାଟନୀ ସଭାରେ ସମ୍ମାନିତ ଅତିଥି ଭାବରେ ବଲାଙ୍ଗୀର ମୁନିସିପାଲିଟି ପୌରାଧ୍ୟକ୍ଷା ଲିକା ସାହୁ ଯୋଗ ଦେଇଥିଲେ l ଏହି କାର୍ଯ୍ୟକ୍ରମରେ ଜିଲ୍ଲା ସାମ୍ବାଦିକ ସଂଘ ର ସମସ୍ତ ସଭ୍ଯ ଉପସ୍ଥିତ ଥିଲେ l