-+91-9937148622 |
prerana_bgr@rediffmail.com |
Friday 11th September 2026 |
R.N.I. Regd No. ODIODI/2010/46693
Breaking News
01-Jun-2025
ନବରଙ୍ଗପୁର( ମିହିର ଶଙ୍କର ପାତ୍ର) ବିଧିବଦ୍ଧ ଭାବେ ଆଜି ନବରଙ୍ଗପୁର ଜିଲ୍ଲା ନୋଟାରୀ ସଂଘ ଗଠନ କରା ଯାଇଛି। ସମସ୍ତଙ୍କ ସହମତି ରେ ବରିଷ୍ଠ ନୋଟାରୀ ଦିଲିପ୍ କୁମାର ବେହେରା ଙ୍କୁ ସଭାପତି ଭାବେ ମନୋନୀତ କରା ଯାଉଛି। ଏହି ପରି ୩ ଜଣଙ୍କୁ ଉପ ସଭାପତି, ଜଣେ ସଂପାଦକ, ତିନି ଜଣ ସହ ସମ୍ପାଦକ, ଜଣେ କୋଷାଧ୍ୟକ୍ଷ, ଦୁଇ ଜଣ କାର୍ଯ୍ୟକାରୀ ସଦସ୍ୟ ଏବଂ ସାତ ଜଣ ଙ୍କୁ ଉପଦେଷ୍ଟା ଭାବେ ମନୋନୀତ କରା ଯାଉଛି। ଏହି ଅବସରରେ ଦିଲିପ୍ କୁମାର ବେହେରାଙ୍କ ଅଧ୍ୟକ୍ଷତାରେ ଏକ ବୈଠକ ଅନୁଷ୍ଠିତ ହୋଇଥିଲା। ବରିଷ୍ଠ ନୋଟାରୀ କେ ଚନ୍ଦ୍ର ଶେଖର ରେଡି ଓ ଉମାଶଙ୍କର ତ୍ରିପାଠୀ ମଧ୍ୟ ଉପସ୍ଥିତ ରହି ବୈଠକ ର ମାନବୃଦ୍ଧି କରିଥିଲେ। ବୈଠକ କୁ ସନ୍ତୋଷ କୁମାର ମିଶ୍ର ଓ ରାମ ପାତ୍ର ପରିଚାଳନା କରିଥିଲେ। ଅନ୍ୟ ମାନଙ୍କ ମଧ୍ୟରେ ସମରେସ୍ ଗନ୍ତାୟତ, ଅନୁପମା ମଲିକ, ସାନ୍ତୁନୁ ବାହିନୀ ପତି, ଖାଲିଦ ଜିଲ୍ଲାନୀ, ସୁଭାଷ ଚନ୍ଦ୍ର ପାଳ, ଜୟନ୍ତ କୁମାର ପାତ୍ର, ଅଶୋକ ପାଢୀ, ମାନସ ତ୍ରିପାଠୀ, ଦିବ୍ୟରଞ୍ଜନ ପାତ୍ର, ପୁରୁଷୋତ୍ତମ ସାମନ୍ତ, କୃଷ୍ଣ ନନ୍ଦ, ମିହିର ଶଙ୍କର ପାତ୍ର, ମନୋହର ମହାନ୍ତି, କାଳି କୃଷ୍ଣ ନନ୍ଦ, ମହମ୍ମଦ ହୁସେନ, ଦିଲିପ୍ ବିଷୟୀ ଓ ଅନ୍ୟମାନେ ଉପସ୍ଥିତ ଥିଲେ। ନଟାରୀ ସଂଘ ର ପଞ୍ଜିକରଣ ଓ ବିଭିନ୍ନ ସମସ୍ୟା ଉପରେ ଆଲୋଚନା କରା ଯାଇଥିଲା। ଦ୍ବିତୀୟ ବୈଠକ ଉମରକୋଟ ରେ କରିବା ପାଇଁ ନିଷ୍ପତ୍ତି ନିଆ ଯାଇଛି।