-+91-9937148622 |
prerana_bgr@rediffmail.com |
Friday 6th March 2026 |
R.N.I. Regd No. ODIODI/2010/46693
Breaking News
31-May-2025
ଲୋଇସିଂହା, (ବିନୋଦ ଦୀପ) ଲୋଇସିଂହା ବ୍ଲକ ବୁଢ଼ୀପଦର ଗ୍ରାମରେ ଜିଲ୍ଲା କୃଷି ବିଭାଗ ତରଫରୁ ବିକଶିତ ସଂକଳ୍ପ ଅଭିଯାନ କୃଷିରଥର ଶୁଭାରମ୍ଭ ହୋଇଛି । ଚାଷୀଙ୍କୁ ନୂତନ ଫସଲ ଉତ୍ପାଦନ ପାଇଁ ପ୍ରଯୁକ୍ତି ବିଦ୍ୟା ପ୍ରଦାନ, କୃଷିକ୍ଷେତ୍ରରେ ସଚେତନତା ସୃଷ୍ଟି, ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ବିଭିନ୍ନ ବିକାଶମୂଳକ ଯୋଜନା ବିଷୟରେ ସଚେତନ କରିବା ପାଇଁ କୃଷି ବୈଜ୍ଞାନିକଙ୍କ ସହିତ ଆଲୋଚନା କରିବା ଏହି କାର୍ଯ୍ୟକ୍ରମର ମୂଳ ଲକ୍ଷ୍ୟ । ଏହି ଅବସରରେ ସ୍ଥାନୀୟ ପଞ୍ଚାୟତ କାର୍ଯ୍ୟାଳୟ ପରିସରରେ ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଜିଲ୍ଲା କୃଷି ଅଧିକାରୀ ପ୍ରମୋଦ କୁମାର ବଡ଼ପଣ୍ଡା ଯୋଗ ଦେଇଥିବା ବେଳେ ସମ୍ମାନିତ ଅତିଥି ଭାବେ ସରପଞ୍ଚ ଲକ୍ଷ୍ମୀ ପଧାନ, ବ୍ଲକ କୃଷି ଅଧିକାରିଣୀ ମାମିନା ଭୋଇ, ସହକାରୀ କୃଷି ଅଧିକାରୀ ରୋହନ କୁମାର ସାହୁ, ଜଳଛାୟା ପ୍ରକଳ୍ପ ଉପ ନିର୍ଦ୍ଦେଶକ ବିକାଶ କୁମ୍ଭାର, ସାଂସଦ ପ୍ରତିନିଧି ବାଳକୃଷ୍ଣ ଧରୁଆ, ବିଧାୟକ ପ୍ରତିନିଧି ଗୌରାଙ୍ଗ ନାଏକ, ସହକାରୀ ଉଦ୍ୟାନ କୃଷି ଅଧିକାରୀ ସମ୍ବିଧାନ ଭୁଏଙ୍କ ସମେତ କୃଷି ବିଜ୍ଞାନ କେନ୍ଦ୍ରର ବୈଜ୍ଞାନିକ ମାନେ ଉପସ୍ଥିତ ଥିଲେ ।
ଏହି ଅଭିଯାନ ଆସନ୍ତା ଜୁନ ୧୨ ତାରିଖ ପର୍ଯ୍ୟନ୍ତ ୧୫ ଦିନ ଧରି ଚାଲିବ । ଏଥିରେ କୃଷି ବିଭାଗ ସମେତ ଓୟୁଏଟି ର ବୈଜ୍ଞାନିକ ମାନେ ଗାଁ ପରିଦର୍ଶନ କରି ଚାଷୀମାନଙ୍କ ସହିତ ଆଲୋଚନା କରିବେ । ଭିଏଡବ୍ଲୁ ସବନମ ବେଗମ୍, ସୁବ୍ରତ ପଟେଲ, ଇନ୍ଦ୍ରାଣୀ ସାହୁ, କୃଷକ ସାଥୀ ମନୋଜ ପଧାନ, ବେଦପତି ପଧାନ, ସମାଜସେବୀ ଯୁଧିଷ୍ଠିର ପଧାନ, ସୁକାନ୍ତି ମହାନନ୍ଦ ପ୍ରମୁଖ ଉପସ୍ଥିତ ଥିବାବେଳେ ଶେଷରେ ବ୍ଲକ କୃଷି ଅଧିକାରୀ ମାମିନା ଭୋଇ ଧନ୍ୟବାଦ ଅର୍ପଣ କରିଥିଲେ l