-+91-9937148622 |

prerana_bgr@rediffmail.com |

  Thursday 10th September 2026 |

| | | |

R.N.I. Regd No. ODIODI/2010/46693

Breaking News

ପ୍ରେସ କ୍ଲବ ନିର୍ବାଚନକୁ ଅସିଦ୍ଧ ଓ ଅବୈଧ ଘୋଷଣା ପାଇଁ କୋର୍ଟରେ ମାମଲା: ପ୍ରତିପକ୍ଷଙ୍କୁ ଅଦାଲତରୁ ନୋଟିସ I   (10-Sep-2026)       ||      ନିଆଳି ଅଞ୍ଚଳର ଟାଟା ପାୱାର ଭିତ୍ତିଭୂମିର ସମୀକ୍ଷା କଲେ ମାନ୍ୟବର ଉପମୁଖ୍ୟମନ୍ତ୍ରୀ   (09-Sep-2026)       ||      ଝାଡଖଣ୍ଡ ଯଦି ରାଜସ୍ବ ହାସଲ କଲା ତେବେ ଓଡିଶା କରୁଥିଲା କଣ ? ♦️ ଏମଏମଡିଆର କଳା ଆଇନ ପ୍ରତ୍ୟାହାରକୁ ନେଇ କଂଗ୍ରେସ ବିଧାୟକ ଦଳର ଯୁଦ୍ଧ ଘୋଷଣା    (09-Sep-2026)       ||      ଓଡ଼ିଶା ପ୍ରଦେଶ କଂଗ୍ରେସ ସେବାଦଳର କର୍ମକର୍ତ୍ତା ଘୋଷିତ   (09-Sep-2026)       ||      ଭୁବନେଶ୍ୱରରେ ‘ବିକଶିତ ଭାରତ ଯୁବ ନେତୃତ୍ୱ ସଂଳାପ-୨୦୨୭’ର ଶୁଭାରମ୍ଭ: ଯୁବପିଢ଼ିଙ୍କୁ ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜଙ୍କ ଆହ୍ୱାନ   (09-Sep-2026)       ||      ପ୍ରଫେସର କୀର୍ତ୍ତି ଚନ୍ଦ୍ର ଙ୍କୁ ରାଷ୍ଟ୍ରୀୟ ଶିକ୍ଷକ ସମ୍ମାନ ରେ ସମ୍ମାନ    (09-Sep-2026)       ||      ଲୋୟର ସୁକତେଲକୁ ପଶ୍ଚିମ ଓଡ଼ିଶାର ପ୍ରମୁଖ ଜଳ-ପର୍ଯ୍ୟଟନ କେନ୍ଦ୍ର କରିବାକୁ ଦାବି♦️ ମୁଖ୍ୟମନ୍ତ୍ରୀଙ୍କୁ ବଲାଙ୍ଗିର ବିଧାୟକ କଳିକେଶ ନାରାୟଣ ସିଂହଦେଓଙ୍କ ଚିଠି    (09-Sep-2026)       ||      ମାୟାବର୍ହା ଉଚ୍ଚ ବିଦ୍ୟାଳୟଠାରେ ଯକ୍ଷ୍ମ| ମୁକ୍ତ ଭାରତ ଅଭିଯାନ ଆନୁକୂଲ୍ୟରେ ଏକ୍ସ-ରେ କାର୍ଯ୍ୟକ୍ରମ ।   (09-Sep-2026)       ||      ଦୁର୍ଘଟଣାରେ ଆହତ ମାଙ୍କଡ ଆଖି ବୁଜିଲା   (09-Sep-2026)       ||      ଲୋଇସିଂହା ରେଲ ଷ୍ଟେସନରୁ ଗଞ୍ଜେଇ ଜବତ, ଜଣେ ଗିରଫ   (09-Sep-2026)       ||      ଜିଲ୍ଲା କଂଗ୍ରେସ ସାଧାରଣ ସଂପାଦକ ଭାବେ ସରୋଜ କୁମାର ମେଶ୍ୱା ନିଯୁକ୍ତ   (09-Sep-2026)       ||      କେନ୍ଦ୍ର ସରକାର ର ଆଦିବାସୀ ବିରୋଧୀ ଏମ୍‌ଏମ୍‌ଡିଆର୍‌  ଆଇନ ପ୍ରତ୍ୟାହାର ପାଇଁ ରାଷ୍ଟ୍ରପତି ଙ୍କୁ ସ୍ମାରକପତ୍ର   (09-Sep-2026)       ||      ଭୀମଭୋଇ ଭିନ୍ନକ୍ଷମ ସାମର୍ଥ୍ୟ ଅଭିଯାନ ଶିବିର ଅନୁଷ୍ଠିତ    (09-Sep-2026)       ||      ନୁଆଁଖାଇ ପର୍ବ ପାଇଁ ତିନି ଦିନ ଛୁଟି ଦାବି କଲେ ନରସିଂହ   (09-Sep-2026)       ||      ଗଙ୍ଗାଧର ସାହିତ୍ୟ ଆଲୋଚନାଚକ୍ର   (09-Sep-2026)       ||      ପୁରୀ ଠାରୁ ଓଖା କୁ ଟ୍ରେନ ଚଲାଇବାକୁ ଦାବି    (09-Sep-2026)       ||      ବାଗବାଡ଼ି ରେ ଅନନ୍ତ ବ୍ରତ ଯାତ୍ରା ପାଇଁ କଂସ ବରଣ   (09-Sep-2026)       ||      ନୂଆଖାଇ ପୂର୍ବରୁ ଭତ୍ତା ଦିଅ, ନହେଲେ ଆନ୍ଦୋଳନ: ବିଜେଡି   (09-Sep-2026)       ||      ଓଡ଼ିଶା ଆଦର୍ଶ ବିଦ୍ୟାଳୟ, ପଥରଚେପାରେ ସଂସ୍କୃତ ସପ୍ତାହୋତ୍ସବ ଆୟୋଜିତ   (09-Sep-2026)       ||      *CRG ଚୟନରେ ପାରଦର୍ଶିତା ନେଇ ପ୍ରଶ୍ନ: ସିଆରସି ର ଏକ ପାଖିଆ ନିଷ୍ପର୍ତ୍ତି ରେ ଯୋଗ୍ୟତା ଓ ଅଭିଜ୍ଞତାକୁ ଗୁରୁତ୍ୱ ନାହିଁ*   (09-Sep-2026)       ||     

HOME   ଜିଲ୍ଲା

ବରଗଡ଼ ଜିଲ୍ଲା ପ୍ରଭାରୀ ମନ୍ତ୍ରୀ ଶ୍ରୀ ମୁକେଶ ମହାଲିଙ୍ଗଙ୍କ ସମୀକ୍ଷା ବୈଠକ,,,,, ଲୋକ ପ୍ରତିନିଧି ଏବଂ ବିଭାଗୀୟ ଅଧିକାରୀଙ୍କ ସମନ୍ଵୟ ଜରୁରୀ : ମୁକେଶ ମହାଲିଙ୍ଗ

31-May-2025



ବରଗଡ଼:(ନିରଞ୍ଜନ ତ୍ରିପାଠୀ)- ଓଡିଶା ସରକାରଙ୍କ ବରଗଡ଼ ଜିଲ୍ଲା ପ୍ରଭାରୀ ମନ୍ତ୍ରୀ ତଥା ମାନ୍ୟବର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗୀୟ ମନ୍ତ୍ରୀ ଶ୍ରୀ ମୁକେଶ ମହାଲିଙ୍ଗ ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷଠାରେ ନିଜର ଦ୍ଵିତୀୟ ସମୀକ୍ଷା ବୈଠକରେ ସଭାପତିତ୍ବ କାରିବା ସହ ବିଭାଗୀୟ ଅଧିକାରୀଙ୍କ କାର୍ଯ୍ୟ  ସମୀକ୍ଷା କରିଛନ୍ତି। ମାନ୍ୟବର ମନ୍ତ୍ରୀ ଶ୍ରୀଯୁକ୍ତ ମହାଲିଙ୍ଗଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଉକ୍ତ ସମୀକ୍ଷା ବୈଠକରେ ମାନ୍ୟବର ବରଗଡ ସାଂସଦ ଶ୍ରୀଯୁକ୍ତ ପ୍ରଦୀପ ପୁରୋହିତଙ୍କ ସମେତ ମାନ୍ୟବର ବରଗଡ ବିଧାୟକ ଶ୍ରୀ ଅଶ୍ଵିନୀ କୁମାର ଷଡଙ୍ଗୀ,ମାନ୍ୟବର ବିଧାୟକ ଅତାବିରା ଶ୍ରୀ ନିହାର ରଞ୍ଜନ ମହାନନ୍ଦ, ମାନ୍ୟବର ବିଧାୟକ ଭଟଲି  ଶ୍ରୀ ଇରଶିଷ ଆଚାର୍ଯ୍ୟ, ବିଜେପୁର ନିର୍ବାଚନ ମଣ୍ଡଳୀର ମାନ୍ୟବର ବିଧାୟକ ଶ୍ରୀ ସନତ କୁମାର ଗଡତିୟା, ଜିଲ୍ଲାପାଳ ଶ୍ରୀ ଆଦିତ୍ୟ ଗୋୟଲ, ଆରକ୍ଷୀ ଅଧିକ୍ଷକ ଶ୍ରୀ ପ୍ରହଲ୍ଲାଦ ସହାୟ ମୀନା, ଜିଲ୍ଲା ପରିଷଦ ମୁଖ୍ୟ ଉନ୍ନୟନ ଅଧିକାରୀ ଶ୍ରୀ ଲଲାଟ କୁମାର ଲୁହା, ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ମହେନ୍ଦ୍ର ମହାପାତ୍ର ଏବଂ ମଧୁଛନ୍ଦା ସାହୁଙ୍କ ସହ ଜିଲ୍ଲାର ସମସ୍ତ ବିଭାଗୀୟ ଅଧିକାରୀ ଉପସ୍ଥିତ ଥିଲେ । ଜିଲ୍ଲାପାଳ ଶ୍ରୀ ଗୋୟଲ ସ୍ଵାଗତ ଅଭିଭାଷଣ ରଖିବା ପରେ ସମସ୍ତ ଅଧିକାରୀ ନିଜ ବିଭାଗୀୟ କାର୍ଯ୍ୟର ଅଗ୍ରଗତି ସମ୍ପର୍କରେ ସୂଚନା ପ୍ରଦାନ କରିଥିଲେ । ଏହି କ୍ରମରେ ମାନ୍ୟବର ମନ୍ତ୍ରୀଙ୍କ ନିର୍ଦ୍ଦେଶ କ୍ରମେ ପ୍ରଥମେ ବର୍ତ୍ତମାନ ଅଦିନିଆ ବର୍ଷା ଯୋଗୁଁ ଜିଲ୍ଲାର ଚାଷୀଙ୍କ କ୍ଷୟକ୍ଷତିର ଆକଳନ ପ୍ରକ୍ରିୟା ତଥା ରବି ଧାନ ସଂଗ୍ରହ ପ୍ରକ୍ରିୟା ବିଷୟରେ ଆଲୋଚନା ପରେ ମାନ୍ୟବର ମନ୍ତ୍ରୀ ଚାଷୀଙ୍କୁ ଅସୁବିଧାକୁ ଦୃଷ୍ଟିରେ ରଖି ଇନସୁରେନ୍ସ କମ୍ପାନୀ ଏବଂ ଯୋଏଣ୍ଟ ଭେରୀଫିକେଶ କମିଟି କ୍ଷୟକ୍ଷତିର ସଠିକ ଆକଳନ କରିଵା ପାଇଁ ନିର୍ଦେଶ ଦେଇଥିଲେ। ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ମହାପାତ୍ର ଜିଲ୍ଲାର ଭୂମି ଆବଣ୍ଟନ ତଥା ବସୁନ୍ଧରା ଯୋଜନାର କାର୍ଯ୍ୟକାରିତା ବିଷୟରେ ତଥ୍ୟ ଉପସ୍ଥାପନ କରିବାପରେ ଜିଲ୍ଲା ପରିଷଦ ମୁଖ୍ୟ ଉନ୍ନୟନ ଅଧିକାରୀ ଶ୍ରୀ ଲୁହା ଜିଲ୍ଲାପରିଷଦ ଅଧୀନରେ କାର୍ଯ୍ୟକାରୀ ହେଉଥିବା ପ୍ରଧାନ ମନ୍ତ୍ରୀ ଅବସ ଯୋଜନା, ମହାତ୍ମା ଗାନ୍ଧୀ ଜାତୀୟ ନିଶ୍ଚିତ କର୍ମ ନିଯୁକ୍ତି ଯୋଜନା, ସ୍ଵଚ୍ଛ ଭାରତ ମିଶନ ଭଳି ବିଭିନ୍ନ ଯୋଜନାର କାର୍ଯ୍ୟକାରିତା ତଥା ଅଗ୍ରଗତି ବିବରଣୀ ଉପସ୍ଥାପନ କରିଥିଲେ । ଏହାପରେ ମାନ୍ୟବର ମନ୍ତ୍ରୀ  ପାନୀୟ ଜଳ ଯୋଗାଣର ସ୍ଥିତି ପଚାରି ବୁଝିବା ସହ ବୃହତ ଜଳ ଯୋଗାଣ ପ୍ରକଳ୍ପ ଗୁଡିକର ସଫଳ ରୂପାଯନ ନିମନ୍ତେ ଜଳସ୍ତର/ଜଳ ଶ୍ରତର ପରିମାଣ ନିରୀକ୍ଷଣ କରିବା ପାଇଁ ନିର୍ଦ୍ଦେଶ ଦେଇ ଜାତୀୟ ରାଜପଥ, ଆରଡି ରାସ୍ତା, ବ୍ରିଜ ଏବଂ କଲଭୋର୍ଟ ନିର୍ମାଣ ନିମ୍ନତେ ଯୋଜନା ପ୍ରସ୍ତୁତ କରିବା ସହ ରାସ୍ତା ମଝିରେ ଥିବା ବିଜୁଳି ଖୁଣ୍ଟ ଗୁଡିକୁ  ସ୍ତାନାନ୍ତରଣ କରିବା ଏବଂ ଡ଼ିପ ବୋର ୱେଲ ଗୁଡିକରେ ଯଥାଶୀଘ୍ର ବିଜୁଳି ସଂଯୋଗ କରିବା ପାଇଁ ନିର୍ଦ୍ଧେଶ ଦେଇଥିଲେ । ମାନ୍ୟବର ମନ୍ତ୍ରୀ ଓଡିଶାର ଭାତ ହାଣ୍ଡି ବରଗଡ ଜିଲ୍ଲାର ଜଳସେଚନ ନିମନ୍ତେ ରହିଥିବା ବିଭିନ୍ନ ବୃହତ ଜଳସେଚନ ପ୍ରକଳ୍ପର କାର୍ଯ୍ୟକାରିତା ବିଷୟରେ ସମୀକ୍ଷା କରିବା ପରେ ସୁଭଦ୍ରା ଯୋଜନାର ପ୍ରଗତି ବିଷୟରେ ପଚାରିଵା ସହ ଆବାସିକ ବିଦ୍ୟାଳୟର ନିର୍ମାଣର ସମୀକ୍ଷା କାରୀ ଅନ୍ଵେଷା ହୋଷ୍ଟେଲ ବିଷୟରେ ପଚାରି ବୁଝିଥିଲେ ।  ସମୀକ୍ଷାପରେ ମାନ୍ୟବର ମନ୍ତ୍ରୀ ଜିଲ୍ଲାର ସମସ୍ତ ଲୋକ ପ୍ରତିନିଧିଙ୍କ ସହଯୋଗରେ ସମସ୍ତ ପର୍ଯ୍ୟଟନ ସ୍ଥଳୀ ଗୁଡିକର ଚିହ୍ନଟ କରିବା ସହ ସେଗୁଡିର ଉନ୍ନତି ନିମନ୍ତେ ସରକାରଙ୍କୁ ପ୍ରସ୍ତାବ ପ୍ରେରଣ କରିବା ପାଇଁ ପ୍ରସ୍ତାବ ଦେବା ସହ  ଜିଲ୍ଲାର ସମସ୍ତ ଆୟୁଷ୍ମାନ ଆରୋଗ୍ୟ କେନ୍ଦ୍ର ଗୁଡିକର ସଠିକ ପରିଚାଳନା ପାଇଁ  ନିର୍ଦ୍ଦେଶ ଦେଇଥିଲେ।ଜିଲ୍ଲାରେ ପିଏମ ଶ୍ରୀ ସ୍କୁଲ ଏବଂ ଗୋଦାବରୀଶ ମିଶ୍ର ମୋଡେଲ ପ୍ରାଇମେରୀ ସ୍କୁଲ ଯୋଜନାକୁ ତ୍ୱରାନ୍ୱିତ କରିବା ସହ ପ୍ରତ୍ୟେକ ଜିଲ୍ଲାପରିଷଦ ଜୋନ ଅନୁଯାଇ ଅନ୍ୟୁନ ଗୋଟିଏ ଗୋଟିଏ ବିଦ୍ୟାଳୟରେ ଯୁକ୍ତ ଦୁଇ ପାଠ୍ୟକ୍ରମକୁ ଯୋଡିବା ପାଇଁ ନିର୍ଦ୍ଦେଶ ଦେଇ ବିକଳାଙ୍ଗ, ବୃଦ୍ଧ ତଥା ବିଧବା ଭତ୍ତା ପ୍ରଦାନ ବ୍ୟବସ୍ଥାକୁ ତ୍ୱରାନ୍ୱିତ କରିବାକୁ କହିଥିଲେ ଏତଦବ୍ୟତୀତ ମାନ୍ୟବର ମନ୍ତ୍ରୀ ୨୦୩୬ ସୁଦ୍ଧା ବିକଶିତ ଓଡ଼ିଶା ଓ ୨୦୪୭ ସୁଦ୍ଧା ବିକଶିତ ଭାରତ ଗଠନ ନିମନ୍ତେ ସରକାରଙ୍କ ରୋଡ ମ୍ୟାପକୁ ଦୃଷ୍ଠିରେ ରଖି ସ୍ଥାନୀୟ ଜନ ପ୍ରତିନିଧିଙ୍କ ସହ ସମନ୍ଵୟ ରଖି ସରକାରଙ୍କ ଜନ କଲ୍ୟାଣକାରୀ ଯୋଜନାର ସଫଳ ରୂପାନ୍ତରଣ ପାଇଁ ସମସ୍ତେ କାର୍ଯ୍ୟ କରିବାକୁ ଆହ୍ଵାନ ଦେଇ ଜିଲ୍ଲାର ସମସ୍ତ ଚାଷୀ,ବୁଣାକାର, କଳାକାର ଓ ଶ୍ରମିକ ମାନଙ୍କ ପାଇଁ ଉପଲବ୍ଧ ଥିବା ସରକାରୀ ଯୋଜନା ଗୁଡିକୁ ମିଶନ ମୋଡ଼ରେ କାର୍ଯ୍ୟକାରୀ କରିବାକୁ ନିର୍ଦ୍ଦେଶ ଦେଇଥିଲେ।ପରିସରରେ ସରକାରଙ୍କ ଏକ ବର୍ଷ ପୂର୍ତ୍ତି ପାଳନ ନିମନ୍ତେ ଜିଲ୍ଲା ପ୍ରଶାସନର ପ୍ରସ୍ତୁତିକୁ ସମୀକ୍ଷା କରି ସମସ୍ତ ସରକାରୀ ଯୋଜନା ସୁଫଳ ତଥା ଉପଲବ୍ଧି କୁ ଲୋକଙ୍କ ପାଖକୁ ପହଞ୍ଚାଇବା ପାଇଁ ମାନ୍ୟବର ମନ୍ତ୍ରୀ ନିର୍ଦ୍ଦେଶ ଦେଇଥିଲେ।ଏହି ଅବସରରେ  ବୈଠକରେ ଉପସ୍ଥିତ ସମସ୍ତ ବିଧାୟକ ନିଜ ନିଜ ଅଂଚଳର ସମସ୍ୟା ଗୁଡିକୁ ଉପସ୍ଥାପନା କରିବା ସହ ଶିଘ୍ର ସେଗୁଡିକର ସମାଧାନ ପାଇଁ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଥିଲେ ।


News Comment




Photo in News

Advertisment
Lastest News
ପ୍ରେସ କ୍ଲବ ନିର୍ବାଚନକୁ ଅସିଦ୍ଧ ଓ ଅବୈଧ ଘୋଷଣା ପାଇଁ କୋର୍ଟରେ ମାମଲା: ପ୍ରତିପକ୍ଷଙ୍କୁ ଅଦାଲତରୁ ନୋଟିସ I   10-Sep-2026
  ଜିଲ୍ଲା  
ନିଆଳି ଅଞ୍ଚଳର ଟାଟା ପାୱାର ଭିତ୍ତିଭୂମିର ସମୀକ୍ଷା କଲେ ମାନ୍ୟବର ଉପମୁଖ୍ୟମନ୍ତ୍ରୀ   09-Sep-2026
  ଜିଲ୍ଲା  
ଝାଡଖଣ୍ଡ ଯଦି ରାଜସ୍ବ ହାସଲ କଲା ତେବେ ଓଡିଶା କରୁଥିଲା କଣ ? ♦️ ଏମଏମଡିଆର କଳା ଆଇନ ପ୍ରତ୍ୟାହାରକୁ ନେଇ କଂଗ୍ରେସ ବିଧାୟକ ଦଳର ଯୁଦ୍ଧ ଘୋଷଣା   09-Sep-2026
  ଜିଲ୍ଲା  
ଓଡ଼ିଶା ପ୍ରଦେଶ କଂଗ୍ରେସ ସେବାଦଳର କର୍ମକର୍ତ୍ତା ଘୋଷିତ   09-Sep-2026
  ଜିଲ୍ଲା  
ଭୁବନେଶ୍ୱରରେ ‘ବିକଶିତ ଭାରତ ଯୁବ ନେତୃତ୍ୱ ସଂଳାପ-୨୦୨୭’ର ଶୁଭାରମ୍ଭ: ଯୁବପିଢ଼ିଙ୍କୁ ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜଙ୍କ ଆହ୍ୱାନ   09-Sep-2026
  ଜିଲ୍ଲା  
ପ୍ରଫେସର କୀର୍ତ୍ତି ଚନ୍ଦ୍ର ଙ୍କୁ ରାଷ୍ଟ୍ରୀୟ ଶିକ୍ଷକ ସମ୍ମାନ ରେ ସମ୍ମାନ    09-Sep-2026
  ରାଜ୍ୟ  
ଲୋୟର ସୁକତେଲକୁ ପଶ୍ଚିମ ଓଡ଼ିଶାର ପ୍ରମୁଖ ଜଳ-ପର୍ଯ୍ୟଟନ କେନ୍ଦ୍ର କରିବାକୁ ଦାବି♦️ ମୁଖ୍ୟମନ୍ତ୍ରୀଙ୍କୁ ବଲାଙ୍ଗିର ବିଧାୟକ କଳିକେଶ ନାରାୟଣ ସିଂହଦେଓଙ୍କ ଚିଠି   09-Sep-2026
  ଜିଲ୍ଲା  
ମାୟାବର୍ହା ଉଚ୍ଚ ବିଦ୍ୟାଳୟଠାରେ ଯକ୍ଷ୍ମ| ମୁକ୍ତ ଭାରତ ଅଭିଯାନ ଆନୁକୂଲ୍ୟରେ ଏକ୍ସ-ରେ କାର୍ଯ୍ୟକ୍ରମ ।   09-Sep-2026
  ଜିଲ୍ଲା  
ଦୁର୍ଘଟଣାରେ ଆହତ ମାଙ୍କଡ ଆଖି ବୁଜିଲା   09-Sep-2026
  ଜିଲ୍ଲା  
ଲୋଇସିଂହା ରେଲ ଷ୍ଟେସନରୁ ଗଞ୍ଜେଇ ଜବତ, ଜଣେ ଗିରଫ   09-Sep-2026
  ଜିଲ୍ଲା  
ଜିଲ୍ଲା କଂଗ୍ରେସ ସାଧାରଣ ସଂପାଦକ ଭାବେ ସରୋଜ କୁମାର ମେଶ୍ୱା ନିଯୁକ୍ତ   09-Sep-2026
  ଜିଲ୍ଲା  
କେନ୍ଦ୍ର ସରକାର ର ଆଦିବାସୀ ବିରୋଧୀ ଏମ୍‌ଏମ୍‌ଡିଆର୍‌  ଆଇନ ପ୍ରତ୍ୟାହାର ପାଇଁ ରାଷ୍ଟ୍ରପତି ଙ୍କୁ ସ୍ମାରକପତ୍ର   09-Sep-2026

You Might Also Like