-+91-9937148622 |

prerana_bgr@rediffmail.com |

  Thursday 10th September 2026 |

| | | |

R.N.I. Regd No. ODIODI/2010/46693

Breaking News

*ଖବର ଆଜିର*  ତାରିଖ:୧୦/୦୯/୨୬, ଗୁରୁବାର    (10-Sep-2026)       ||      ପ୍ରେସ କ୍ଲବ ନିର୍ବାଚନକୁ ଅସିଦ୍ଧ ଓ ଅବୈଧ ଘୋଷଣା ପାଇଁ କୋର୍ଟରେ ମାମଲା: ପ୍ରତିପକ୍ଷଙ୍କୁ ଅଦାଲତରୁ ନୋଟିସ I   (10-Sep-2026)       ||      ନିଆଳି ଅଞ୍ଚଳର ଟାଟା ପାୱାର ଭିତ୍ତିଭୂମିର ସମୀକ୍ଷା କଲେ ମାନ୍ୟବର ଉପମୁଖ୍ୟମନ୍ତ୍ରୀ   (09-Sep-2026)       ||      ଝାଡଖଣ୍ଡ ଯଦି ରାଜସ୍ବ ହାସଲ କଲା ତେବେ ଓଡିଶା କରୁଥିଲା କଣ ? ♦️ ଏମଏମଡିଆର କଳା ଆଇନ ପ୍ରତ୍ୟାହାରକୁ ନେଇ କଂଗ୍ରେସ ବିଧାୟକ ଦଳର ଯୁଦ୍ଧ ଘୋଷଣା    (09-Sep-2026)       ||      ଓଡ଼ିଶା ପ୍ରଦେଶ କଂଗ୍ରେସ ସେବାଦଳର କର୍ମକର୍ତ୍ତା ଘୋଷିତ   (09-Sep-2026)       ||      ଭୁବନେଶ୍ୱରରେ ‘ବିକଶିତ ଭାରତ ଯୁବ ନେତୃତ୍ୱ ସଂଳାପ-୨୦୨୭’ର ଶୁଭାରମ୍ଭ: ଯୁବପିଢ଼ିଙ୍କୁ ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜଙ୍କ ଆହ୍ୱାନ   (09-Sep-2026)       ||      ପ୍ରଫେସର କୀର୍ତ୍ତି ଚନ୍ଦ୍ର ଙ୍କୁ ରାଷ୍ଟ୍ରୀୟ ଶିକ୍ଷକ ସମ୍ମାନ ରେ ସମ୍ମାନ    (09-Sep-2026)       ||      ଲୋୟର ସୁକତେଲକୁ ପଶ୍ଚିମ ଓଡ଼ିଶାର ପ୍ରମୁଖ ଜଳ-ପର୍ଯ୍ୟଟନ କେନ୍ଦ୍ର କରିବାକୁ ଦାବି♦️ ମୁଖ୍ୟମନ୍ତ୍ରୀଙ୍କୁ ବଲାଙ୍ଗିର ବିଧାୟକ କଳିକେଶ ନାରାୟଣ ସିଂହଦେଓଙ୍କ ଚିଠି    (09-Sep-2026)       ||      ମାୟାବର୍ହା ଉଚ୍ଚ ବିଦ୍ୟାଳୟଠାରେ ଯକ୍ଷ୍ମ| ମୁକ୍ତ ଭାରତ ଅଭିଯାନ ଆନୁକୂଲ୍ୟରେ ଏକ୍ସ-ରେ କାର୍ଯ୍ୟକ୍ରମ ।   (09-Sep-2026)       ||      ଦୁର୍ଘଟଣାରେ ଆହତ ମାଙ୍କଡ ଆଖି ବୁଜିଲା   (09-Sep-2026)       ||      ଲୋଇସିଂହା ରେଲ ଷ୍ଟେସନରୁ ଗଞ୍ଜେଇ ଜବତ, ଜଣେ ଗିରଫ   (09-Sep-2026)       ||      ଜିଲ୍ଲା କଂଗ୍ରେସ ସାଧାରଣ ସଂପାଦକ ଭାବେ ସରୋଜ କୁମାର ମେଶ୍ୱା ନିଯୁକ୍ତ   (09-Sep-2026)       ||      କେନ୍ଦ୍ର ସରକାର ର ଆଦିବାସୀ ବିରୋଧୀ ଏମ୍‌ଏମ୍‌ଡିଆର୍‌  ଆଇନ ପ୍ରତ୍ୟାହାର ପାଇଁ ରାଷ୍ଟ୍ରପତି ଙ୍କୁ ସ୍ମାରକପତ୍ର   (09-Sep-2026)       ||      ଭୀମଭୋଇ ଭିନ୍ନକ୍ଷମ ସାମର୍ଥ୍ୟ ଅଭିଯାନ ଶିବିର ଅନୁଷ୍ଠିତ    (09-Sep-2026)       ||      ନୁଆଁଖାଇ ପର୍ବ ପାଇଁ ତିନି ଦିନ ଛୁଟି ଦାବି କଲେ ନରସିଂହ   (09-Sep-2026)       ||      ଗଙ୍ଗାଧର ସାହିତ୍ୟ ଆଲୋଚନାଚକ୍ର   (09-Sep-2026)       ||      ପୁରୀ ଠାରୁ ଓଖା କୁ ଟ୍ରେନ ଚଲାଇବାକୁ ଦାବି    (09-Sep-2026)       ||      ବାଗବାଡ଼ି ରେ ଅନନ୍ତ ବ୍ରତ ଯାତ୍ରା ପାଇଁ କଂସ ବରଣ   (09-Sep-2026)       ||      ନୂଆଖାଇ ପୂର୍ବରୁ ଭତ୍ତା ଦିଅ, ନହେଲେ ଆନ୍ଦୋଳନ: ବିଜେଡି   (09-Sep-2026)       ||      ଓଡ଼ିଶା ଆଦର୍ଶ ବିଦ୍ୟାଳୟ, ପଥରଚେପାରେ ସଂସ୍କୃତ ସପ୍ତାହୋତ୍ସବ ଆୟୋଜିତ   (09-Sep-2026)       ||     

HOME   ଜିଲ୍ଲା

ପାର୍ସଲ ବୋମା  ମାମଲା; ପୁଞ୍ଜିଲାଲ୍ ଦୋଷୀ ସାବ୍ୟସ୍ତ, ଆଜୀବନ କାରାଦଣ୍ଡାଦେଶ  : ହାଇକୋର୍ଟକୁ ଯିବେ ଅଭିଯୁକ୍ତ:  ମିଡିଆ ଟ୍ରାଏଲ୍ ଓ ଭିଡିଓ ସ୍ୱୀକାରୋକ୍ତିର  ପ୍ରଭାବ ?

30-May-2025



ପାଟଣାଗଡ(ମଳୟ ମିଶ୍ରଙ୍କ ରିପୋର୍ଟ) ଦୀର୍ଘ ୭ ବର୍ଷ ପରେ ବହୁଚର୍ଚ୍ଚିତ ପାଟଣାଗଡ ପାର୍ଶଲ ବୋମା ମାମଲାର ରାୟ ପ୍ରକାଶ ପାଇଛି । ଗତ ମେ ୨୮ ତାରିଖରେ ପାଟଣାଗଡ ଏ.ଡି.ଜେ  କୋର୍ଟ ଏହି ସମ୍ବେଦନଶୀଳ ମାମଲାର ଏକମାତ୍ର ଆସାମୀ ପୁଞ୍ଜିଲାଲ ମେହେରକୁ ବିଭିନ୍ନ ପର୍ଯ୍ୟାୟରେ ଆଜୀବନ କାରାଦଣ୍ଡ ସହ ୧ ଲକ୍ଷ ୭୦ ହଜାର ଟଙ୍କାର ଜୋରିମାନା ଦେବାକୁ ଦଣ୍ଡାଦେଶ ଦେଇଥିବା ପ୍ରକାଶ । ଉକ୍ତଦିନ ଏହା ଶୁଣିବାକୁ ସ୍ଥାନୀୟ କୋର୍ଟ  ପରିସର ଲୋକାରଣ୍ୟ ହୋଇ ଉଠିଥିଲା । 

ଉଲ୍ଲେଖଯୋଗ୍ଯ ଯେ, ଏହି ମାମଲାର ରାୟ ପ୍ରକାଶ ଅପେକ୍ଷାରେ ରାୟ ସଂରକ୍ଷିତ ଥିଲାବଳେ ଠାରୁ ଶେଷମୁହୂର୍ତ୍ତ ପର୍ଯ୍ୟନ୍ତ ଘନଘନ ମିଡିଆ ଟ୍ରାଏଲ୍ ଚାଲିଥିଲା । ବିଶେଷ କରି ପୂର୍ବରୁ କ୍ରାଇମବ୍ରାଞ୍ଚ କୋର୍ଟରେ ଦାଖଲ କରିଥିବା ଏକ ଭିଡିଓର ଡେମୋ  ଏଥିରେ ଭାଇରାଲ୍ ହୋଇଥିଲା । ଅବଜେକସନ୍ ସହ ଏହି କୋର୍ଟ ଗ୍ରହଣ କରି ଲକ୍ ରଖିଥିବା ଅଗ୍ରହଣୀୟ ଅପ୍ରମାଣ ଓ ଅଭିଯୁକ୍ତ ଅସ୍ବୀକାର କରିଥିବା ଭିଡ଼ିଓକୁ କିଏ କେଉଁଠୁ କିପରି ରାୟପ୍ରକାଶ ପୂର୍ବରୁ କି ଉଦ୍ଦେଶ୍ୟ ସାଧନ ନିମନ୍ତେ ଏପରି ପ୍ରସାରିତ କଲା, ଏହା ଆପତ୍ତିଜନକ ହେଲେ ହେଁ, ଆପାତତଃ ଏଥିରେ ଅଭିଯୁକ୍ତ ଦୋଷସ୍ବୀକାର କରି ପସ୍ତାଉ ଥିବାର ଓ ଅବଲୀଳାକ୍ରମେ ବୋମା ତିଆରି କରୁଥିବାର ଡେମୋ ପ୍ରସ୍ତୁତ କରିବା କ୍ରାଇମବ୍ରାଞ୍ଚ ବନାମ ଏହାର ତଦନ୍ତ ମୁଖ୍ଯ ତତ୍କାଳୀନ ଏଡିଜି ଅରୁଣ ବୋଥ୍ରାଙ୍କର ବିଚକ୍ଷଣ ଦକ୍ଷତାର ଫଳ ବୋଲି ଅନସ୍ବୀକାର୍ଯ୍ୟ l  ତେବେ ଏହି ଭିଡିଓ ବିଚାର ପ୍ରକ୍ରିୟାକୁ ପ୍ରଭାବିତ କରିଥାଇପାରେ କି ନା ଭିନ୍ନ କଥା। କିନ୍ତୁ ଆରମ୍ଭରୁ ଅଦ୍ୟାବଧି ପଦଟିଏ ନିଜ ପୁତ୍ରସମ କଲିଗ ଙ୍କ ନବବିବାହିତ ପୁଅବୋହୁଙ୍କ ସମେତ ଜଣେ ନିରପରାଧିନୀ ବୃଦ୍ଧାଙ୍କ ମର୍ମନ୍ତୁଦ ପ୍ରାଣହାନୀ ନିମନ୍ତେ ସମବେଦନା ବା ଅନୁଶୋଚନା ପ୍ରକାଶ କରି ନଥିବା ଏବଂ ତଥାପି ଉକ୍ତ ଭିଡିଓରେ ଆସ୍ଫାଳନ ପ୍ରକାଶ କରୁଥିବା ଏହି ନୃଶଂସ ଯୋଜନାବଦ୍ଧ ହତ୍ୟାକାଣ୍ଡର କୋଲଡ ବ୍ଲଡେଡ୍ କ୍ରିମିନାଲ ଅଭିଯୁକ୍ତ ପୁଞ୍ଜିଲାଲ୍ ହିଁ ପ୍ରକୃତ ଦୋଷୀ ବୋଲି ପ୍ରମାଣିତ ହୋଇଯାଇଥିବାର କୁହାଯାଇଛି । ଜଣେ ଅଧ୍ୟାପନା ବୃତ୍ତିଧାରୀ  ଉଚ୍ଚଶିକ୍ଷିତ ବ୍ୟକ୍ତିଙ୍କର ଈର୍ଷା ଓ ଅସୂୟାର ପରିଣତି ଯେ ଏପରି ହୋଇପାରେଏହା ଦେଖି ଲୋକେ ଆଶ୍ଚର୍ଯ୍ୟାନ୍ବିତ ହେଉଛନ୍ତି । ଏଣୁ ପୀଡିତ ପୁତ୍ରହରା ପିତାମାତାଙ୍କ ସମେତ ପ୍ରାୟ ସମସ୍ତେ ଆଜୀବନ କାରାଦଣ୍ଡ ବଦଳରେ ଆସାମୀକୁ ଫାଶୀ ହେବ ବୋଲି ଆଶାକରୁଥିବା ପ୍ରକାଶ । 

ନିଶ୍ଚିତ ଭାବେ ପୁଞ୍ଜିଲାଲ୍ ଠାରୁ ଏହି ଚାଞ୍ଚଲ୍ୟକର ସ୍ବୀକାରୋକ୍ତି ଆଦାୟ କରିବାରେ ଅରୁଣ ବୋଥ୍ରାଙ୍କର ସମସ୍ତ ଶ୍ରେୟ ରହିଛି ।ପୁଲିସ କଷ୍ଟଡିରେ ଥିଲାବେଳର ଏଭଳି ଭିଡିଓ ଇତ୍ୟାଦି ଅଦାଲତର ଗ୍ରହଣୀୟ ନ ହେଲେ ହେଁ  ଓ  ଏହି ଅପରାଧ ଘଟାଇବାରେ ଆସାମୀ ସବୁପ୍ରକାର ଚତୁରତା ଅବଲମ୍ବନ କରିଥିବା ସ୍ଥଳେ ଜଣେ ବି ପ୍ରତ୍ୟକ୍ଷଦର୍ଶୀ ନ ଥିବା ସହିତ କେବଳ ପାରିପାର୍ଶ୍ବିକ, ବୈଞ୍ଜାନିକ ଓ ବୈଷୟିକ ତଥ୍ଯ ପ୍ରମାଣ ଠୁଳ କରି ଅଭିଯୁକ୍ତକୁ ଦୋଷୀ ସାବ୍ଯସ୍ତ ନିମନ୍ତେ କୋର୍ଟକୁ ଯୋଗାଇଥିବା ନିମନ୍ତେ ସରକାରୀ ପକ୍ଷ ଅନୁଯାୟୀ ଏହା ଓଡ଼ିଶା କ୍ରାଇମବ୍ରାଞ୍ଚ ବନାମ ବୋଥ୍ରାଙ୍କର ଏକ ଐତିହାସିକ ସଫଳତା ବୋଲି କୁହାଯିବାରେ ଆଦୌ ଦ୍ବିରୁକ୍ତି ନାହିଁ  । 

ଏହାପରେ ଦୋଷୀ ଆସାମୀ ପାଟଣାଗଡ ଏଡିଜେଙ୍କ ଏହି ରାୟ ଉପରେ ଉପର ଅଦାଲତକୁ ଯିବ ବୋଲି ପ୍ରକାଶ ପାଇଛି । ଏହା ଜଣେ ଆସାମୀର ନ୍ୟାୟିକ ଅଧିକାର ।  ତେବେ ଆମ ପକ୍ଷରୁ ବାରମ୍ବାର ଅଭିଯୁକ୍ତ ର ଲୋକଙ୍କ ଠାରୁ ମାତ୍ର ଗୋଟିଏ ଉତ୍ତର  ଆଶା କରାଯାଇ ଆସିଥିଲା ଯେ , ଭିଡିଓରେ ରହିଥିବା ଅଭିଯୁକ୍ତର ସ୍ୱୀକାରୋକ୍ତି ଓ ଡେମୋ କେଉଁ ପରିସ୍ଥିତିରେ ସେ କରିଥିଲେ  ? ଏ ରିପୋର୍ଟ ଲେଖାହେବା ପର୍ଯ୍ୟନ୍ତ ଏହାର ସଠିକ୍ ଉତ୍ତର ମିଳିପାରିନାହିଁ  ! ଅଭିଯୁକ୍ତର ପତ୍ନୀଙ୍କ ଠାରୁ ' ସେ ଯାହା କହିଛନ୍ତି ' ବୋଲି ଏକ ଅସ୍ଷଷ୍ଚ ଉତ୍ତର ମିଳିଥିଲା କେବଳ ଯାହା । ଯଦିଓ ଅଭିଯୁକ୍ତ ଅଦାଲତରେ ଏହାର ଡେମୋ ପ୍ରଦର୍ଶନ ପରେ ଅସ୍ବୀକାର କରିଥିବା ପ୍ରକାଶ ।  ରାୟପ୍ରକାଶ ପରେ ' ମୋତେ ଫସାଇ ଦିଆଯାଇଛି' / ମୋତେ ବରବାଦ କରିଦେଲେ ' ବୋଲି ସେ ଗଣମାଧ୍ୟମ ଆଗରେ ଚିଲ୍ଲେଇ ଥିବା ଓ ଗଣମାଧ୍ୟମ ପ୍ରତିନିଧିଙ୍କ ଉପରେ ବର୍ଷିଥିବା ପ୍ରକାଶ  ।  ଆହୁରି ମଧ୍ଯ ରାୟସଂରକ୍ଷିତ ଥିଲାବେଳେ ଏଭଳି ଘନ ଘନ ଉକ୍ତ ଭିଡିଓର ବେଆଇନ ପ୍ରସାରଣ ବା ଭାଇରାଲ୍ ବିରୋଧରେ ଗଣମାଧ୍ୟମରେ ଅଭିଯୁକ୍ତର ପତ୍ନୀ ଓ ପୁଅ ' ଏହା କିଏ କେଉଁ ଉଦ୍ଦେଶ୍ୟରେ କରୁଛି ଓ ଭିଡିଓଟି ଏକ ଏଡିଟ୍ ଭିଡିଓ ବୋଲି ଅଭିଯୋଗ ଉଠାଇଥିଲେ । ପ୍ରତିପକ୍ଷ ଓକିଲ ମଧ୍ଯ  ଏହା ବିରୁଦ୍ଧରେ ସାମ୍ବାଦିକ ସମ୍ମିଳନୀରେ ପ୍ରତିବାଦ ପ୍ରକାଶ କରିଥିବା ସହ କୋର୍ଟକୁ ଏକ ପିଟିସନ୍ ପଠାଇ ଥିଲେ ହେଁ , ବିଚାର ପ୍ରକ୍ରିୟା ସରି ରାୟସଂରକ୍ଷିତ ଥିବାରୁ ଆଉ ସମୟ ନଥିବା ଦର୍ଶାଇ ଏହା ଗ୍ରହଣ କରାଗଲାନି ବୋଲି ପ୍ରକାଶ ।

ତେବେ ପ୍ରତିପକ୍ଷ ଓକିଲଙ୍କ ଅନୁଯାୟୀ , ଏହି ମାମଲାର ଅନ୍ଯାନ୍ଯ ଏକାଧିକ ସମଅଭିଯୋଗକୁ ପ୍ରୋସିକ୍ୟୁସନ୍ ପକ୍ଷରୁ କୋର୍ଟକୁ ଅବଗତ କରା ନଯାଇ କେବଳ ଏହିସବୁ ଅସଂଗତ ତଥ୍ଯ ଦିଆଯାଇଥିବାରୁ ତା'ରି ଉପରେ ହିଁ କୋର୍ଟ ରାୟ ଦେଇଛନ୍ତି  ଓ ଆମେ ତାକୁ ସମ୍ମାନ ଦେଲେ ମଧ୍ଯ ଉପରକୋର୍ଟକୁ ଯିବୁ । ଅଭିଯୋଗକାରୀ ମଧ୍ଯ ସେମାନେ ଗଲେ, ,ଆମେ ବି ଯିବୁ ' ବୋଲି ପ୍ରକାଶ କରିଛନ୍ତି ।

ସେ ଯାହାହେଉ,ଏହି ପ୍ରସଙ୍ଗଟି ଦେଶବ୍ୟାପୀ ଚର୍ଚ୍ଚିତ ହୋଇଛି ।


News Comment




Photo in News

Advertisment
Lastest News
  ଜିଲ୍ଲା  
*ଖବର ଆଜିର*  ତାରିଖ:୧୦/୦୯/୨୬, ଗୁରୁବାର    10-Sep-2026
ପ୍ରେସ କ୍ଲବ ନିର୍ବାଚନକୁ ଅସିଦ୍ଧ ଓ ଅବୈଧ ଘୋଷଣା ପାଇଁ କୋର୍ଟରେ ମାମଲା: ପ୍ରତିପକ୍ଷଙ୍କୁ ଅଦାଲତରୁ ନୋଟିସ I   10-Sep-2026
  ଜିଲ୍ଲା  
ନିଆଳି ଅଞ୍ଚଳର ଟାଟା ପାୱାର ଭିତ୍ତିଭୂମିର ସମୀକ୍ଷା କଲେ ମାନ୍ୟବର ଉପମୁଖ୍ୟମନ୍ତ୍ରୀ   09-Sep-2026
  ଜିଲ୍ଲା  
ଝାଡଖଣ୍ଡ ଯଦି ରାଜସ୍ବ ହାସଲ କଲା ତେବେ ଓଡିଶା କରୁଥିଲା କଣ ? ♦️ ଏମଏମଡିଆର କଳା ଆଇନ ପ୍ରତ୍ୟାହାରକୁ ନେଇ କଂଗ୍ରେସ ବିଧାୟକ ଦଳର ଯୁଦ୍ଧ ଘୋଷଣା   09-Sep-2026
  ଜିଲ୍ଲା  
ଓଡ଼ିଶା ପ୍ରଦେଶ କଂଗ୍ରେସ ସେବାଦଳର କର୍ମକର୍ତ୍ତା ଘୋଷିତ   09-Sep-2026
  ଜିଲ୍ଲା  
ଭୁବନେଶ୍ୱରରେ ‘ବିକଶିତ ଭାରତ ଯୁବ ନେତୃତ୍ୱ ସଂଳାପ-୨୦୨୭’ର ଶୁଭାରମ୍ଭ: ଯୁବପିଢ଼ିଙ୍କୁ ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜଙ୍କ ଆହ୍ୱାନ   09-Sep-2026
  ଜିଲ୍ଲା  
ପ୍ରଫେସର କୀର୍ତ୍ତି ଚନ୍ଦ୍ର ଙ୍କୁ ରାଷ୍ଟ୍ରୀୟ ଶିକ୍ଷକ ସମ୍ମାନ ରେ ସମ୍ମାନ    09-Sep-2026
  ରାଜ୍ୟ  
ଲୋୟର ସୁକତେଲକୁ ପଶ୍ଚିମ ଓଡ଼ିଶାର ପ୍ରମୁଖ ଜଳ-ପର୍ଯ୍ୟଟନ କେନ୍ଦ୍ର କରିବାକୁ ଦାବି♦️ ମୁଖ୍ୟମନ୍ତ୍ରୀଙ୍କୁ ବଲାଙ୍ଗିର ବିଧାୟକ କଳିକେଶ ନାରାୟଣ ସିଂହଦେଓଙ୍କ ଚିଠି   09-Sep-2026
  ଜିଲ୍ଲା  
ମାୟାବର୍ହା ଉଚ୍ଚ ବିଦ୍ୟାଳୟଠାରେ ଯକ୍ଷ୍ମ| ମୁକ୍ତ ଭାରତ ଅଭିଯାନ ଆନୁକୂଲ୍ୟରେ ଏକ୍ସ-ରେ କାର୍ଯ୍ୟକ୍ରମ ।   09-Sep-2026
  ଜିଲ୍ଲା  
ଦୁର୍ଘଟଣାରେ ଆହତ ମାଙ୍କଡ ଆଖି ବୁଜିଲା   09-Sep-2026
  ଜିଲ୍ଲା  
ଲୋଇସିଂହା ରେଲ ଷ୍ଟେସନରୁ ଗଞ୍ଜେଇ ଜବତ, ଜଣେ ଗିରଫ   09-Sep-2026
  ଜିଲ୍ଲା  
ଜିଲ୍ଲା କଂଗ୍ରେସ ସାଧାରଣ ସଂପାଦକ ଭାବେ ସରୋଜ କୁମାର ମେଶ୍ୱା ନିଯୁକ୍ତ   09-Sep-2026

You Might Also Like