-+91-9937148622 |
prerana_bgr@rediffmail.com |
Friday 24th April 2026 |
R.N.I. Regd No. ODIODI/2010/46693
Breaking News
29-May-2025
କଣ୍ଟାମାଳ(ଜୟ କୁମାର ମହାରଣା): ବୌଦ୍ଧ ଜିଲ୍ଲା କଣ୍ଟାମାଳ ବ୍ଲକ ମନମୁଣ୍ଡା ନିୟନ୍ତ୍ରିତ ବଜାର କମିଟି ପ୍ରାଙ୍ଗଣରେ ବୁଧବାର ଦିନ ୧୧. ୩୦ ମିନିଟ ସମୟରେ ରବି ଧାନ କ୍ରୟ ଶୁଭାରମ୍ଭ ହୋଇ ଯାଇଛି | କଣ୍ଟାମାଳ ବିଧାୟକ କହ୍ନlଇ ଚରଣ ଡାଙ୍ଗ ମୁଖ୍ୟ ଅତିଥି ଭାବରେ ଯୋଗଦେଇ ଦେଇ ଶୁଭାରମ୍ଭ କରି ଥିଲେ | ସମ୍ମାନିତ ଅତିଥି ଭାବରେ ବୌଦ୍ଧ ଜିଲ୍ଲାପାଳ ସୁବ୍ରତ
କୁମାର ପଣ୍ଡା, ଅତିରିକ୍ତ ଜିଲ୍ଲାପାଳ ଅନିରୁଦ୍ଧ ପ୍ରଧାନ, ଉପ ଜିଲ୍ଲାପାଳ ପ୍ରବୀଣ କୁମାର ବାଣୁଆ, ସମବାୟ ସମିତି ସମୁହର ଉପ ନିବନ୍ଧକ ହାଡ଼ିବନ୍ଧୁ ମହାକୁଡ, ଜିଲ୍ଲା ଯୋଗାଣ ପାଇଁ ଶ୍ରୀନାଥ ହାଁସଦା, ଜିଲ୍ଲା ମିଲର ଆସୋସିଏସନ୍ ସଭାପତି ଅଶୋକ କୁମାର ଅଗ୍ରୱାଲ, ମନମୁଣ୍ଡା ପାକ୍ସ ସଭାପତି ଗିରିଜା ପ୍ରସାଦ ଦାନୀ ମଞ୍ଚାସୀନ ଥିଲେ l ପାରମ୍ପରିକ ପୂଜାର୍ଚ୍ଚନା
କରାଯାଇ ଧାନ କ୍ରୟ ଶୁଭାରମ୍ଭ ହୋଇଥିଲା | କୃଷକ ମାନଙ୍କୁ ନେଇ ସେଠାରେ ଅନୁଷ୍ଠିତ ସାଧାରଣ ସଭାରେ ଧାନ ବିକ୍ରୟ ପାଇଁ ଥିବା ନୀତି ନିୟମ ସମ୍ପର୍କରେ ଚାଷୀ ମାନଙ୍କୁ ସଚେତନ କରା ଯାଇଥିଲା l କାର୍ଯ୍ୟକ୍ରମ ଆୟୋଜନରେ ସହକାରୀ ନିବନ୍ଧକ ଫକୀର ଚରଣ ବାଘ, ନିୟନ୍ତ୍ରିତ ବଜାର କମିଟି ସମ୍ପାଦକ ଭାସ୍କର ଚନ୍ଦ୍ର ପାଣିଗ୍ରାହୀ, ମନମୁଣ୍ଡା ପାକ୍ସ ସମ୍ପାଦକ ମୃତ୍ୟୁଞ୍ଜୟ ହୋତା ଓ ଅନ୍ୟ ମାନେ ସହଯୋଗ କରିଥିଲେ |