-+91-9937148622 |
prerana_bgr@rediffmail.com |
Friday 24th April 2026 |
R.N.I. Regd No. ODIODI/2010/46693
Breaking News
29-May-2025
କୁଚିଣ୍ଡା(ସିଲୁ ସୁନାନୀ): ଜାତୀୟ ସେବା ଯୋଜନା (NSS) କୁଚିଣ୍ଡା ମହାବିଦ୍ୟାଳୟ ପକ୍ଷରୁ ୭ ଦିନିଆ NEET (ନିଟ୍) ସ୍ଵତନ୍ତ୍ର ଶିବିର ଗତ ଏପ୍ରିଲ୍ ୨୩ ରୁ ୨୯ ତାରିଖ ପର୍ଯ୍ୟନ୍ତ ଅନୁଷ୍ଠିତ ହୋଇଥିଲା। ତେବେ ଗତକାଲି ଏହି ଶିବିରରେ ଅଂଶ ଗ୍ରହଣ କରିଥିବା ୫୦ ସ୍ବେଚ୍ଛାସେବୀଙ୍କୁ ମହାବିଦ୍ୟାଳୟ ଅଧ୍ୟକ୍ଷା ସୁଚିତ୍ରା ମିଶ୍ର ଓ ଏନ୍.ଏସ୍.ଏସ୍. ପ୍ରୋଗ୍ରମ୍ ଅଫିସର୍ ସୁଶ୍ରୀ ବେଲମତୀ କୁମୁରା ସମ୍ବର୍ଦ୍ଧିତ କରିଥିଲେ । ସୁଶ୍ରୀ କୁମୁରାଙ୍କ ନେତୃତ୍ୱରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ସ୍ଵେଚ୍ଛାସେବୀମାନେ ବିଭିନ୍ନ ସଚେତନତାମୂଳକ ବାର୍ତ୍ତା ଦେବା ସହିତ ପୋଷ୍ୟ ଗ୍ରାମ ଡିମିରିମୁଣ୍ଡା ସହିତ କୁଚିଣ୍ଡା ଆଖପାଖ ଗାଁରେ ଯୁବକମାନଙ୍କ ଶିକ୍ଷା ଓ ବେକାରୀ ସମସ୍ୟା ଉପରେ ତଥ୍ୟ ସଂଗ୍ରହ କରିଥିଲେ । ସୂଚନା ମୁତାବକ ଏହି ରିପୋର୍ଟ ଜାତୀୟ ସ୍ତରକୁ ପଠାଇବାର କାର୍ଯ୍ୟକ୍ରମ ରହିଅଛି । NSS ଆଞ୍ଚଳିକ ନିର୍ଦ୍ଦେଶିକା ସୁଶ୍ରୀ ସରିତା ପଟେଲଙ୍କ ନିର୍ଦ୍ଦେଶ କ୍ରମେ ସ୍ବେଚ୍ଛାସେବୀମାନେ ଗାଁ ଗାଁ ବୁଲି ତଥ୍ୟ ସଂଗ୍ରହ କରିଥିଲେ ।