-+91-9937148622 |
prerana_bgr@rediffmail.com |
Saturday 12th September 2026 |
R.N.I. Regd No. ODIODI/2010/46693
Breaking News
26-May-2025
ନବରଙ୍ଗପୁର -(ମିହିର ଶଙ୍କର ପାତ୍ର)
ପବିତ୍ର ସାବିତ୍ରୀ ବ୍ରତ ଅବସରରେ ସମଗ୍ର ରାଜ୍ୟ ଚଳଚଞ୍ଚଳ ହୋଇଉଠିଥିବା ବେଳେ ଏଥିରୁ ବାଦ ପଡିନି ଡାବୁଗାଁ ଅଞ୍ଚଳ । ସଖାଲୁ ଉଠି ବିବାହିତା ମହିଳାମାନେ ଉପବାସ ଧାରଣ କରି ପୁଷ୍ପ ଫଳମୂଳ ସହ, ଶଙ୍ଖା, ସିନ୍ଦୁର ଧରି ବିଭିନ୍ନ ମନ୍ଦିରଯାଇ ପୂଜା କରିବା ସହ ଅପରାହ୍ନ 2ଘଣ୍ଟା ସମୟରେ ଘରମାନଙ୍କରେ ପବିତ୍ର ସାବିତ୍ରୀ ବ୍ରତ କଲେ। ସାବିତ୍ରୀ ନିଜର ପତିବ୍ରତା ବଳରେ ଯମରାଜଙ୍କ ଠାରୁ ସ୍ବାମୀ ସତ୍ୟବାନଙ୍କୁ ମୃତ୍ୟୁମୁଖରୁ ବଞ୍ଚାଇ ପାରିଥିଲେ । ଏଥିପାଇଁ ଆଜି ସଧବା ନାରୀମାନେ ସାବିତ୍ରୀ ବ୍ରତ ଧାରଣ କରି ପ୍ରଭୁଙ୍କ ନିକଟରେ ନିଜ ସ୍ବାମୀଙ୍କର ନିରୋଗ ତଥା ଦୀର୍ଘ ଜୀବନ କାମନା କରିଥାନ୍ତି।ବ୍ରତ ସରିବା ପରେ ମହିଳା ମାନେ ସ୍ୱାମୀଙ୍କ ଆଶ୍ରିବାଦ ନେଇ ଫଳମୂଳ ଖାଇଥିବା ମଧ୍ୟ ଦେଖିବାକୁ ମିଳିଲା।