-+91-9937148622 |
prerana_bgr@rediffmail.com |
Wednesday 22nd April 2026 |
R.N.I. Regd No. ODIODI/2010/46693
Breaking News
26-May-2025
ବେଲପଡ଼ା(ତ୍ରିନାଥ ବାଗ): ବେଲପଡ଼ା ବ୍ଲକ ଅଧୀନ ବିଛୁବାହାଲି ଗାଁ ଡାକଘର ସମ୍ମୁଖ ତଥା ଗୌନ୍ତିଆପଡ଼ା ଯିବା ମୁଖ୍ୟ ରାସ୍ତାରେ ଗାତ ସୃଷ୍ଟିହୋଇ ବର୍ଷାପାଣି ଜମି ରହୁଛି I ପାନୀୟଜଳ ଯୋଗାଣ ନିମନ୍ତେ ପାଇପ୍ ବିଛାଇବା ପାଇଁ ରାସ୍ତାକୁ ଭାଙ୍ଗି ଦିଆଗଲା I ପାଇପ୍ କାମ ସରିବା ପରେ ପୂର୍ବରୁ ଯେପରି ସିମେଣ୍ଟ ରାସ୍ତା ଥିଲା ସେଭଲି କରିବା କଥା ହେଲେ ଠିକାଦାର ଭୁଲିଯାଇଥିବାରୁ ଏବେ ବହୁ ସମସ୍ୟା ଦେଖା ଦେଉଛି I ଅସରାଏ ବର୍ଷା ହେଲେ ଵି ପାଣି ଜମି ରହୁଥିବାରୁ ଯିବା ଆସିବାରେ ବହୁ ଅସୁବିଧା ହେଉଛି I ଯାହାକୁ ନେଇ ଅସନ୍ତୋଷ ଦେଖାଦେଇଛି I ବର୍ଷା ପୂର୍ବରୁ ତୁରନ୍ତ ଏହାର ମରାମତି କରିବାକୁ ଗ୍ରାମବାସୀଙ୍କ ପକ୍ଷରୁ ଦାବି ହେଉଛି I