-+91-9937148622 |
prerana_bgr@rediffmail.com |
Saturday 31st October 2026 |
R.N.I. Regd No. ODIODI/2010/46693
Breaking News
25-May-2025
ଗୁଡଭେଲା/ତୁଷୁରା(ପଞ୍ଚାନନ ନାଏକ): ତୁଷୁରା ମାରୱାଡି ଯୁବାମଞ୍ଚ ଓ ଜାଗୃତି ଶାଖାର ଆନୁକୂଲ୍ୟରେ ଶ୍ରୀ ମହାବୀର ବିକଳାଙ୍ଗ ସହାୟତା ସମିତି, ରାଞ୍ଚିର ମିଳିତ ତତ୍ତ୍ବାବଧାନରେ ବଲାଙ୍ଗୀର ଜିଲ୍ଲା ତୁଷୁରା ଅଗ୍ରସେନ ଭବନ ଠାରେ ରବିବାର ନିଃଶୁଳ୍କ ଅଙ୍ଗ ପ୍ରତ୍ୟାରୋପଣ ଶିବର ଉଦଘାଟିତ ହୋଇ ଯାଇଛି। ଏହି ଶିବରକୁ ବଲାଙ୍ଗୀର ଗାୟତ୍ରୀ ଶକ୍ତିପୀଠର
ସଂପାଦକ ଡା ସୁରେଶ କୁମାର ସଡଙ୍ଗୀ ମୁଖ୍ଯ ଅତିଥି ଭାବେ ଯୋଗଦେଇ ଆନୁଷ୍ଠାନିକ ଭାବେ ଉଦଘାଟନ କରିଥିଲେ। ମାରୱାଡି ଯୁବାମଞ୍ଚର ସଂସ୍ଥାପକ ଓ ଉପାଧ୍ୟକ୍ଷ ବିଷ୍ଣୁ ପ୍ରସାଦ କେଡିଆ ମୁଖ୍ଯ ବକ୍ତା ଭାବେ ଯୋଗ ଦେଇଥିବା ବେଳେ ତୁଷୁରା ଏନଏସି ଅଧ୍ୟକ୍ଷ ଅଜୟ କୁମାର ଜୟଶ୍ବାଳ ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ। ମଣ୍ଡଳ ଉପାଧ୍ୟକ୍ଷ ବିକାଶ କେଡିଆ
ସଭାପତିତ୍ବ କରିଥିବା ବେଳେ ଜାଗୃତି ଶାଖାର ସଭାନେତ୍ରୀ ମଞ୍ଜୁ କେଡିଆ ମଞ୍ଚାସୀନ ଥିଲେ । ମାରୱାଡି ଯୁବାମଞ୍ଚର ସଭାପତି ରୋହିତ ଅଗ୍ରୱାଲ ମଞ୍ଚ ପରିଚାଳନ କରିବା ସହ ଧନ୍ୟବାଦ ଅର୍ପଣ କରିଥିଲେ। ଏହି ଶିବିରରେ ୪୫ଜଣ ଭିନ୍ନକ୍ଷମ ରେଜିଷ୍ଟ୍ରେସନ କରିଥିବା ବେଳେ ସମସ୍ତଙ୍କୁ ଆବଶ୍ୟକୀୟ ଯନ୍ତ୍ରପାତି, ସାମଗ୍ରୀ ପ୍ରଦାନ କରାଯାଇଥିଲା। ଏହି ଶିବିର ସୋମବାର ପର୍ଯ୍ୟନ୍ତ ଚାଳିବ ବୋଳି ଆଯୋଜକ କମିଟି ପକ୍ଷରୁ ପ୍ରକାଶ।