-+91-9937148622 |

prerana_bgr@rediffmail.com |

  Tuesday 21st April 2026 |

| | | |

R.N.I. Regd No. ODIODI/2010/46693

Breaking News

ନିଖିଳ ଓଡିଶା ଆଶା କର୍ମୀ ସଂଘ, ଟିଟିଲାଗଡ଼ ସହରାଞ୍ଚଳ କମିଟି ଓ ବ୍ଲକ କମିଟିର ମିଳିତ ବୈଠକ ଅନୁଷ୍ଠିତ    (20-Apr-2026)       ||      ଉତ୍କଳ  କଲେଜ ଅଫ ନର୍ସିଂ ଆଣ୍ଡ ମେଡିକାଲ ସାଇନ୍‌ସ ର  ବାର୍ଷିକୋତ୍ସବ ଓ ଶପଥଗ୍ରହଣ   (20-Apr-2026)       ||      ବଲାଙ୍ଗୀରର ଦିବ୍ୟମ କେଜ୍ରିୱାଲ ଇତିହାସ ସୃଷ୍ଟି କଲେ♦️ ୟୁ ୧୯ରେ ତିନୋଟି ସ୍ବର୍ଣ୍ଣ ସହ ଚମ୍ପିୟାନ    (20-Apr-2026)       ||      ଟିଟିଲାଗଡ଼ରେ ସାମ୍ବାଦିକଙ୍କୁ ଧମକ, ପୁଲିସ ନିକଟରେ ଅଭିଯୋଗ   (20-Apr-2026)       ||      "ସୁବର୍ଣ୍ଣପୁର ଠାରେ ରଥ ଯାତ୍ରା ପାଇଁ ରଥ କାଠ ଅନୁକୂଳ"- "ତିନି ଠାକୁର ଙ୍କ ନୂଆଁ ରଥ ନିର୍ମାଣ କାର୍ଯ୍ୟ ଆରମ୍ଭ" "ଦୀର୍ଘ ବର୍ଷ ପରେ ଭକ୍ତ ଦର୍ଶନ କରିବେ ନୂଆଁ ରଥ" -   (20-Apr-2026)       ||      *ବାଲ୍ୟ ବିବାହ ନିରାକରଣ ପାଇଁ ବ୍ଲକ ସ୍ତରୀୟ ସ୍ୱତନ୍ତ୍ର ବୈଠକ*-   (20-Apr-2026)       ||      *କେରଣ୍ଡି ଗ୍ରାମରେ ପ୍ରତିଷ୍ଠା ହେଲା ମାଁ ଠାକୁରାଣୀଙ୍କ ଭବ୍ୟ ମନ୍ଦିର*   (20-Apr-2026)       ||      ଦଶମ ସିବିଏସଇ ବୋର୍ଡ ପରୀକ୍ଷାରେ ଓଏଭି ଓ ଭିବିଷ୍ୟ ଛାତ୍ରଛାତ୍ରୀଙ୍କ ବାଜିମାତ।   (20-Apr-2026)       ||      ଠିକାଦାର ଓ ପୂର୍ତ୍ତ ବିଭାଗ ବଳପୂର୍ବକ କାମଆରମ୍ଭ କରିବା ପ୍ରତିବାଦରେ କ୍ଷତିଗ୍ରସ୍ତ ଜମିମାଲିକମାନେ ବରୀ ତହସିଲକାର୍ଯ୍ୟାଳୟ ସମ୍ମୁଖରେ ଧାରଣା   (20-Apr-2026)       ||      ସୁଦିପ୍ତା ମହାନ୍ତିଙ୍କ ବିୟୋଗରେ ପ୍ରବାସୀ ଓଡ଼ିଆ ମହଲରେ ଶୋକର ଛାୟା   (20-Apr-2026)       ||      ଜିଲ୍ଲାସ୍ତରୀୟ କବି ଶ୍ରୀଜୟଦେବ ଜୟନ୍ତୀ ଉତ୍ସବ ପାଳିତ    (20-Apr-2026)       ||      ବଲାଙ୍ଗିରରେ ଅକ୍ଷୟ ତୃତୀୟା, କୃଷକ ଦିବସ ଓ ଅକ୍ଷିମୁଠି ଅନୁକୂଳ ପାଳନ   (20-Apr-2026)       ||      ବରପାଲି ୧୪୯ ତମ ଶୀତଳ ଷଷ୍ଠୀ ଥାଳଉଠା ସମ୍ପନ୍ନ   (20-Apr-2026)       ||      ଅଜଣା ଗାଡ଼ି ଧକ୍କା ରେ ବାଇକ ଚାଳକ ମୃତ -   (20-Apr-2026)       ||      ବରପାଲିର ବରିଷ୍ଠ ସାମ୍ୱାଦିକ ପ୍ରଭୁ ଚରଣ ମହାନ୍ତିଙ୍କ ପତ୍ନୀ ବିୟୋଗ   (20-Apr-2026)       ||      ବାଗଡିଆରେ ନାମଯଜ୍ଞ ନେଇ କଳସ ଶୋଭାଯାତ୍ରା   (20-Apr-2026)       ||      ଡ଼ଭଲାରେ ରାତ୍ରିକାଳୀନ କ୍ରିକେଟ ମ୍ୟାଚ   (20-Apr-2026)       ||      ବ୍ରହ୍ମ ସମାଜ ପକ୍ଷରୁ ବିନିକାରେ ପର୍ଶୁରାମ ଜୟନ୍ତୀ ପାଲିତ   (20-Apr-2026)       ||      ଜିଲ୍ଲା ବିଜେପି ପକ୍ଷରୁ ମଲିକୁଦରେ ଡଃ ଆମ୍ବେଦକରଙ୍କ ଜୟନ୍ତୀ ପାଳିତ ।   (20-Apr-2026)       ||      *ଯୋରନ୍ଦାରୁ ୨୧ ଦିନର ପାଦଯାତ୍ରାରେ ମହିମା ଧର୍ମର ସାଧୁଙ୍କ ପାଦଯାତ୍ରା – ସାଧୁସନ୍ଥ ସେବାରେ ଯୁବକଙ୍କ ସହଯୋଗ*   (20-Apr-2026)       ||     

HOME   ଜିଲ୍ଲା

ଘରୋଇ ଡାକ୍ତରଙ୍କ ଭୁଲ୍ ଚିକିତ୍ସା ଓ ଇଞ୍ଜେକସନ୍ ରିଆକ୍ସନ ଯୋଗୁଁ ଅଧ୍ୟାପକଙ୍କ ମୃତ୍ୟୁ ଅଭିଯୋଗ: ଥାନାରେ ଏଫ୍ ଆଇ ଆର୍ ନ ହୋଇ , ଷ୍ଟେସନ୍ ଡାଏରୀ  !ପୋଷ୍ଟମର୍ଟମ  କରାଗଲାନି  

25-May-2025



ପାଟଣାଗଡ: ଗତ ଅପ୍ରେଲ୍ ୨୪ ତାରିଖ ଦିନ ପାଟଣାଗଡ ନିବାସୀ କଣ୍ଟାବାଞ୍ଜି କଲେଜର ଜଣେ ସୁସ୍ଥ ସବଳ ଯୁବ  ଅଧ୍ୟାପକ ରାଜୀବ ମେହେରଙ୍କର ସାମାନ୍ଯ ଦୁର୍ବଳ ଲାଗିବାରୁ ସ୍ଥାନୀୟ ଏକ ଡା ଦିଲିପ କୁମାର ମେହେରଙ୍କ ଘରୋଇ କ୍ଲିନିକ୍ 'ସତ୍ୟ ପୋଲି କ୍ଲିନିକ୍' ରେ ସ୍ବାସ୍ଥ୍ୟପରୀକ୍ଷା କରିବାକୁ ଯାଇଥିବା ବେଳେ ଡା. ଦିଲିପ କୁମାର ମେହେର ବିଭିନ୍ନ ଟେଷ୍ଟ୍ କଲାପରେ ସାମାନ୍ଯ ଟାଇଫଏଡ ବାହାରିଛି କହି ଏକ ଇଞ୍ଜେକସନ୍ ଦେବା ପରେ  ଅକସ୍ମାତ୍ ତାଙ୍କର ମୃତ୍ୟୁ ଘଟିବା ଓ ତାଙ୍କୁ ତୁରନ୍ତ ଉକ୍ତ ଡାକ୍ତରଙ୍କ ସହ ସ୍ଥାନୀୟ ସରକାରୀ ଉପଖଣ୍ଡ ଡାକ୍ତରଖାନାକୁ ନିଆଯାଇ ଥିଲେ ହେଁ  ସେତେବେଳକୁ ତାଙ୍କର ମୃତ୍ୟୁ ଘଟି ସାରିଥିବା ପରିବାର ପକ୍ଷରୁ ଅଭିଯୋଗ କରାଯାଇଛି।  ସେଠାରେ ଉକ୍ତ ଘରୋଇ ଡାକ୍ତରଙ୍କ ନିର୍ଦ୍ଦେଶରେ ତାଙ୍କର ଇସିଜି କରାଯାଇ ଥିଲେ ହେଁ , ମୃତଦେହର ବ୍ଯବଚ୍ଛେଦ କରା ନ ଯାଇ ଫେରସ୍ତ କରି ଦିଆଯାଇଥିବା ଜଣାଯାଇଛି । 

 ଏ ସମ୍ପର୍କରେ ପାଟଣାଗଡ ଥାନାରେ ଗତ ୨୮.୪.୨୦୨୫ ତାରିଖରେ ଏକ ଲିଖିତ ଏତଲା ଦିଆ ଯାଇଥିଲା । ସେଥି ନେଇ ତଦନ୍ତରେ ସେପରି କୌଣସି ତତ୍ପରତା ପ୍ରକାଶ  ନ ପାଇବାରୁ ଗତ ୧୦. ୫. ୨୦୨୫ ତାରିଖରେ ଉପରିସ୍ଥ  ଅଧିକାରୀ ଓ ଗତ ୧୯ ତାରିଖରେ ସ୍ବାସ୍ଥ୍ୟମନ୍ତ୍ରୀ ଡା ମୁକେଶ ମହାଲିଙ୍ଗଙ୍କୁ ଅଭିଯୋଗ କରାଯାଇଥିଲା। ମନ୍ତ୍ରୀଙ୍କ ନିର୍ଦ୍ଦେଶ କ୍ରମେ ବଲାଙ୍ଗୀର ଏସ୍ ପି ଅଭିଳାଷଜି ଙ୍କ ନିର୍ଦ୍ଦେଶରେ ପାଟଣାଗଡ ଏସ୍ ଡିପିଓ ସଦାନନ୍ଦ ପୂଜାରୀଙ୍କୁ ପୁଣି ଏହାର ସବସିକ୍ବେଣ୍ଟ୍   ଲିଖିତ ଅଭିଯୋଗ କରାଯାଇଥିଲେ ହେଁ, ପୁଲିସ ଏଭଳି ସମ୍ବେଦନଶୀଳ ଅଭିଯୋଗର ଏକ ଷ୍ଟେସନ ଡାଏରୀ ପୂର୍ବକ ସ୍ବାସ୍ଥ୍ୟବିଭାଗକୁ ସୂଚିତ କରିଦେଇ ଦାୟିତ୍ବ ସାରିଦେଇ ଥିବାରୁ ମୃତକଙ୍କ ପରିବାରବର୍ଗଙ୍କ  ପକ୍ଷରୁ ପୁଲିସ ତଦନ୍ତ ଓ କାର୍ଯ୍ୟାନୁଷ୍ଠାନ ପ୍ରତି ଅସନ୍ତୋଷ ପ୍ରକାଶ ପାଇଛି ।

 ଇତିମଧ୍ୟରେ ବଲାଙ୍ଗୀର ସିଡିଏମ୍ଓଙ୍କ ନିର୍ଦ୍ଦେଶକ୍ରମେ ଜଣେ ଏଡିଏମଓଙ୍କ ନେତୃତ୍ବରେ ଜଣେ ଡାକ୍ତରଙ୍କ ଏକ ଦୁଇଜଣିଆ ଟିମ୍ ଆସି ଉକ୍ତ କ୍ଲିନିକ୍ କୁ ଯାଇ ଏକତରଫା ତଦନ୍ତ କରି ଫେରିଯାଇଥିବା ପ୍ରକାଶ । ତେବେ ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓଙ୍କ ନିଜ ନିବାସ ସହରର ଏହି ଚର୍ଚ୍ଚିତ  ଘଟଣାକୁ ତାଙ୍କ ଗୋଚରକୁ ମଧ୍ଯ ଅଣାଯାଇ ଥିଲେ ହେଁ, ଏହାକୁ ଚପାଇ ଦିଆଯାଇଥିବା ଅଭିଯୋଗ ହେଉଛି । 

ମୃତକଙ୍କ ବଡଭାଇ ଅଶୋକ କୁମାର ମେହେର ଦେଇଥିବା ଲିଖିତ ଉକ୍ତ ବିଶଦ ଅଭିଯୋଗରୁ ପ୍ରକାଶ  ଯେ, ଆମର ଭାଇ ୰ ରାଜୀବ କୁମାର ମେହେର (ରାମଜୀ)ଙ୍କୁ ସ୍ଥାନୀୟ ଡାକ୍ତରଙ୍କ ଖାମ୍ ଖିଆଲି ଚିକିତ୍ସା ଓ ଅବହେଳା ଦ୍ବାରା ହୋଇଥିବା ଅକାଳ ମୃତ୍ୟୁ  ସମ୍ପର୍କରେ ।

ମହାଶୟ,  ଲେଖିବାର କାରଣ  ଏହିକି ଯେ ଆମର ଭାଇ ୰ ରାଜୀବ ମେହେର (ଡାକନାମ ରାମଜୀ) ପାଟଣାଗଡ,  ବୟସ ୫୦ ବର୍ଷ  ଅସୁସ୍ଥ ଅନୁଭବ କରିବାରୁ ସାନଭାଇ ପ୍ରେମାନନ୍ଦ ସହ ୨୪ . ୪ . ୨୦୨୪ ତାରିଖ ଦିନ ସକାଳ ୯ ଟାରେ ପାଟଣାଗଡ କଲେଜ ଛକ ପାଖରେ ଡା ଦିଲିପ ମେହେରଙ୍କ ' ସତ୍ୟ ପଲି କ୍ଲିନିକ୍ ' କୁ ଚେକ୍ ଅପ୍ ପାଇଁ ଗଲେ । ତାଙ୍କୁ କୌଣସି ଜ୍ବର ହେଉ ନ ଥିଲା , କେବଳ ଦୁର୍ବଳ ଲାଗୁଥିଲା ।  ସେଠାରେ ଡାକ୍ତର ଦିଲିପ ସକାଳ ୯ ଟା ୨୩ ରେ ତାଙ୍କର ପେସେଣ୍ଟ ୟୁ ଆଇ ଡି - ୨୦୨୫୦୪୨୪୦୧୩ ତାପରେ ପୁଣି ୧୧ ଟା ୦ ୭ ମିନିଟ୍ ରେ  ୟୁ ଏଚ୍ ଆଇ ଡି ନମ୍ବର ୨୦୨୫୦୪୨୪୦୨୦ରେ ଅନେକ ଟେଷ୍ଟ କରି ୧୧ ଟା ୩୨ ରେ ରିପୋର୍ଟ ଦେଲେ । ତାପରେ ଡିଏନଏସ ସାଲାଇନ ଦେଲେ ଓ କିଛି ସମୟ ପରେ ସାମାନ୍ଯ ଟାଇଫଏଡ୍ ବାହାରିଛି କହି ତାଙ୍କ ହାତରେ ସାଲାଇନ ପାଇଁ ଲାଗିଥିବା ଭେନ୍ ଫ୍ଲାମ୍ ରୁ ସାଲାଇନ ପାଇପ୍ ଖୋଲି ଦେଇ ଡାଇରେକ୍ଟ କିଛି ଇଞ୍ଜେକସନ ଇଞ୍ଜେକ୍ଟ କଲେ । ଇଞ୍ଜେକସନ୍ ଦେବାର କିଛି ମିନିଟ୍ ପରେ ରାଜୀବ ବାନ୍ତି କଲେ , ନିଃଶ୍ବାସ ନେବାରେ କଷ୍ଟ ହେଉଥିଲା ,ତାଙ୍କ ଗୋଡହାତ ଷ୍ଟିଫ୍ ହୋଇଗଲା , ଡକାହକା ଶୁଣିଲେ ନାହିଁ ଓ ନିସ୍ତେଜ ହେଇଗଲେ ।

ଡାକ୍ତର ଦିଲିପଙ୍କୁ ତାଙ୍କ କେବିନରୁ ଡାକିବାରୁ ସେ କହିଲେ ଯେ ହଜାରେ  ଦୁଇ ହଜାର ପେସେଣ୍ଟରେ ଦୁଇ ତିନି ଜଣକର ଏମିତି ରିଆକ୍ସନ୍ ହୁଏ । ଇସିଜି କରିବାକୁ ହେବ । ମୋ ପାଖରେ ଇସିଜି ହେବ ନାହିଁ  ଓ ଶୀଘ୍ର ହସ୍ପିଟାଲ ନେବାକୁ କହିଲେ । 

ରାଜୀବଙ୍କୁ ଦୁଇ କାନ୍ଧରେ ବୋହି ସିଡିରେ ଉତାରି ଗାଡି ପଛସିଟ୍ ରେ ଲଦିଲୁ । ଆଗ ସିଟ୍ ରେ ଡାକ୍ତର ଦିଲିପ ବସିଲେ ଓ ଏସ୍ ଡି ଏଚ୍ ପାଟଣାଗଡକୁ ନେଲେ ।  ସେଠାରେ ଗାଡିରୁ ବୋହିନେଇ  ହସ୍ପିଟାଲ ଭିତରକୁ ନେଲୁ । ସେତେବେଳକୁ ତାଙ୍କର ଶରୀରରେ ପ୍ରାଣ ନ ଥିଲା । 

ଡାକ୍ତର ଦିଲିପ  ଇସିଜି କରିବାକୁ ବାଧ୍ଯ କଲେ । ଇସିଜିରେ ଆଉକିଛି ରିଡିଂ ଆସିଲାନାହିଁ ।  ସେଠାରେ ନିଯୁକ୍ତ ଥିବା ଡାକ୍ତର ରାଜୀବଙ୍କୁ ମୃତ ଘୋଷଣା କରି ଡିସଚାର୍ଜ କରିଦେଲେ ।

ପ୍ରକାଶ ଥାଉ କି , ଏହି ଘଟଣା ଦିନ ହିଁ ଡାକ୍ତର ଦିଲିପ ତାଙ୍କର ଇସିଜି ମେସିନକୁ ଅନ୍ୟ ରୋଗୀଙ୍କ ଚିକିତ୍ସାରେ ବ୍ୟବହାର କରିଥିଲେ ।  

ଏସଡିଏଚକୁ ନେବା ବାଟରେ ଗାଡି ଭିତରେ ଦିଲିପ ନିଜର ପ୍ରେସକ୍ରିପସନକୁ ପ୍ରେମାନନ୍ଦ ଠାରୁ ମାଗିନେଲେ ଓ ଆଉ ଫେରାଇ ନ ଥିଲେ ।

ଡାକ୍ତର ଦିଲିପ ୯ଟା ୩୦ ମିନିଟରୁ ୧୨ ଟା ୩୦ ଯାଏ ସୁସ୍ଥ ଥିବା ରାଜୀବଙ୍କୁ ଇଞ୍ଜେକସନ ଦେବା ପରେ ହିଁ ସେ ଜୀବନ ହାରିବା ଡାକ୍ତରଙ୍କ ଚିକିତ୍ସା ପଦ୍ଧତି ଉପରେ ସନ୍ଦେହ ସୃଷ୍ଟିକରୁଛି 

ତହିଁ ପରଦିନ ପ୍ରେମାନନ୍ଦ ଡାକ୍ତର ଦିଲିପଙ୍କୁ ପ୍ରେସକ୍ରିପସନ ମାଗିବାରୁ ସେ ସେଥିରେ କଟାଛଟା କରି ଚିକିତ୍ସା କରି ନଥିବା କିଛିକଥାଗୁଡିକୁ ମଧ୍ଯ  ଆଇ. ଇ . ଲୋରାଜୋପାମ ୨ ଏ , ୦୨ ଇନହାଲେସନ, ଆଡ୍ରିନାଲାଇନ ୨ ଏ ଇତ୍ୟାଦି ପ୍ରେସକ୍ରିପସନରେ ଯୋଡି ଓ ଅନ୍ୟ ୨ ନୂଆ ପୃଷ୍ଠାରେ ଏସଡିଏଚର ଚିକିତ୍ସା ଲେଖି ଦସ୍ତଖତ ସିଲ୍ କରି ଦେଇଛନ୍ତି ।

ଏଣୁ ଏହିସବୁ ଘଟନା , ଯଥା ଇଞ୍ଜେକସନ ଠିକ୍ ଦିଆଯାଇ ନ ଥିବା ଓ ତାପରେ ରିଆକସନକୁ ଚିକିତ୍ସା ନ କରି ସମୟ ନଷ୍ଟ କରି ନିଜ ଦୋଷକୁ ଲୁଚାଇବା ପାଇଁ ଏସଡିଏଚକୁ ମୃତବତ୍ ଶରୀରକୁ ନେବା , ପ୍ରେସକ୍ରିପସନ୍ ମାଗିନେବା , ପରଦିନ ଆଉଏକ ପ୍ରେସକ୍ରିପସନରେ ୨୪ ତାରିଖକୁ ଓଭରରାଇଟିଂ କରି ୨୫ ଲେଖିବା , ସେହିଦିନ ତାଙ୍କର ଇସିଜି ମେସିନରେ ଅନ୍ୟ ପେସେଣ୍ଟକୁ ଇସିଜି ଟେଷ୍ଟ କରି ମଧ୍ଯ ରାଜୀବଙ୍କ ଇସିଜି ନ କରିବା , ରାଜୀବଙ୍କ ଆସନ୍ନ ମୃତ୍ୟୁ ଜାଣିବା ପରେ ନିଜର ଓ କ୍ଲିନିକ୍ ର ବଦନାମକୁ ଲୁଚାଇବାକୁ ଏସଡିଏଚ୍ , ପାଟଣାଗଡକୁ ତରବରିଆ ଭାବେ ସିଫ୍ଟ କରିବା , ଏସଡିଏଚ୍ ଚିକିତ୍ସାକୁ ପରଦିନ ବର୍ଣ୍ଣନା କରି ଦୀର୍ଘ ଏକପୃଷ୍ଠା ଲେଖି ଦସ୍ତଖତ କରିବା ଆଦି ଡାକ୍ତରଙ୍କ ଅବହେଳା ତଥା ଭୁଲ୍ ଚିକିତ୍ସା ଉପରେ ସନ୍ଦେହ ସୃଷ୍ଟି କରୁଛି । 

ଏହାର ବିହିତ ତଦନ୍ତ ଉପଯୁକ୍ତ ଅଧିକାରୀଙ୍କ ଦ୍ବାରା କରି ମୁଖ୍ୟରାସ୍ତାରେ ଥିବା ତାଙ୍କର ପୋଲି କ୍ଲିନିକ୍ ର ପଞ୍ଜିକରଣ ବୈଧତା ଆଦିର ଯାଞ୍ଚ୍ କରାଯାଇ ଉପଯୁକ୍ତ ପଦକ୍ଷେପ ନେବାକୁ ବିନୀତ ଅନୁରୋଧ,  ଯେପରି ଭବିଷ୍ୟତରେ କୌଣସି ନିରୀହ ଲୋକର ଆଉ ଜୀବନ ନ ଯାଉ । ୨୮ । ୪ । ୨୦୨୫ ଦିନ ପାଟଣାଗଡ ଥାନାରେ ଏ ବିଷୟରେ ଏତଲା ଦିଆଯାଇଛି । ' ବୋଲି ଏହି ଅଭିଯୋଗରେ ପ୍ରକାଶ  । 

ଆହୁରିମଧ୍ୟ  ମୃତକଙ୍କ ସମ୍ପର୍କୀୟଙ୍କ  ପକ୍ଷରୁ କ୍ଷୋଭପ୍ରକାଶ କରାଯାଇଛି ଯେ , ଶାଗ ପନିପରିବାର କଥା ସାମ୍ବାଦିକମାନେ ଲେଖି ଖବର ପ୍ରକାଶ କରୁଥିବା ବେଳେ ଏଭଳି ଏକ ଗୁରୁତର ସମ୍ବେଦନଶୀଳ ବହୁଚର୍ଚ୍ଚିତ ଅଭିଯୋଗ ସମ୍ପର୍କରେ ଅଦ୍ୟାବଧି ଧାଡିଏ ବି ବାହାରିଲା ନାହିଁ !

ଏ ସମ୍ପର୍କରେ ପଚାରିବାରୁ ସତ୍ୟ ପଲି କ୍ଲିନିକ୍ ର  ଡା ଦିଲିପ କୁମାର ମେହେର ଅଭିଯୋଗକୁ ଅସ୍ୱୀକାର କରିଛନ୍ତି ।  ଅଭିଯୋଗ ସମ୍ପର୍କରେ ସେ କହିଛନ୍ତି ଯେ, ରୋଗୀର ପିଲାଦିନରୁ ଫିଡ୍ସ ସମସ୍ୟା ଥିଲା। କ୍ଲିନିକ୍ ରେ ସେ ଇଞ୍ଜେକସନ ଦେବାପରେ ଗୁରୁତର ହୋଇପଡିବାରୁ ତାଙ୍କ ଲୋକଙ୍କ ସହ ମୁଁ ପେସେଣ୍ଟ୍ କୁ ନିକଟସ୍ଥ ସରକାରୀ ଉପଖଣ୍ଡ ହାସପାତାଳକୁ ନେଇଥିଲି। ପେସେଣ୍ଟ ନିଜେ ଚାଲି ହାସପାତାଳକୁ ଯାଇଥିଲା ଓ ଏହା ହାସପାତାଳର ସିସି ଟିଭିରେ ଫଟୋର ରେକର୍ଡ ଅଛି । ହସ୍ପିଟାଲ ବେଡରେ ରୋଗୀର ପୁଣି ଫିଡ୍ସ ହେଲା ଓ ମୃତ୍ୟୁ ଘଟିଛି ।  ସେଠାକାର ଡାକ୍ତର ଡା ଫ୍ଲୋରା ପଣ୍ଡା ଡେଥ୍ ଘୋଷଣା କରିଥିଲେ । ମୁଁ ଠିକ୍ ଚିକିତ୍ସା କରିଥିଲି । ତେବେ ତଦନ୍ତ ପରେ ଏହା ଜଣାପଡିବ । '

ଏ ସମ୍ପର୍କରେ ପାଟଣାଗଡ ଉପଖଣ୍ଡ ହାସପାତାଳର ଚିକିତ୍ସାଧିକାରୀ ଡା ପୀତବାସ ସା କହିଛନ୍ତି ଯେ , ହସ୍ପିଟାଲରେ ହିଁ ଉକ୍ତ ରୋଗୀର ମୃତ୍ଯୁ ଘଟିଛି ଓ ତା'ର ଫିଡ୍ସ ଥିଲା । 

ତା'ହେଲେ ତାହାର ପୋଷ୍ଟମର୍ଟମ କାହିଁକି କରାଗଲା ନାହିଁ ବୋଲି ପଚାରିବାରୁ ସେ ସଫେଇ ଦେଇଥିଲେ ଯେ, ସେଭଳି କୌଣସିପ୍ରକାର ଅଭିଯୋଗ ବା ଫାଉଲ୍ ପ୍ଲେ'ର କଥା ନଥିଲା l

 କିନ୍ତୁ ଏସଡିଏଚରେ ଇସିଜି ମେସିନ୍ ନ ଥିବାରୁ ଓ ଟେକେନିସିଆନ ନ ଥିବାରୁ ଉକ୍ତ ଦିନ ଏକ ବାହାରୁ ଅଣାଯାଇଥିବା ଇସିଜି ମେସିନରେ ଜଣେ ତଥାକଥିତ ଅପରେଟର କେଶବ ମେହେରଙ୍କ ଦ୍ବାରା ସେଠାରେ ମଲାପରେ ଇସିଜି କରାଯାଇଥିବା ଓ ରିଡିଂ ନେଇ ନଥିବା ଓ ଉକ୍ତ ଅପରେଟର ମଧ୍ଯ ମୃତଦେହକୁ କାହିଁକି ଆଉ ଅଯଥାରେ ଇସିଜି କରାଯିବ ? '- ବୋଲି କହିଥିବା ମୃତକଙ୍କ ପରିବାରବର୍ଗଙ୍କ ପକ୍ଷରୁ ପ୍ରକାଶ  । ଅବଶ୍ଯ ଉକ୍ତ  ଅପରେଟରଙ୍କର ମତାମତ ନିଆଯାଇପାରିନାହିଁ  ।

ମୃତ୍ଯୁର କାରଣ ସମ୍ପର୍କରେ  ପରିବାରବର୍ଗଙ୍କ ପକ୍ଷରୁ ସାଲାଇନରେ  ଫିନ୍ ସେଫ୍ ଇଞ୍ଜେକସନ୍ ୨ ଗ୍ରାମ୍ ଦେବାର ଓ   ଲୋରାଜୋପାମ୍ ର ଓଭର୍ ଡୋଜ୍ ସିଧାସଳଖ ଇଞ୍ଜେକସନରେ ଦିଆଯିବାରୁ ରିଆକ୍ସନ ହୋଇ ରୋଗୀ ଗୁରୁତର ହୋଇପଡି ମୃତ୍ଯୁ ଘଟିଥିବା ଅଭିଯୋଗକୁ ଡା ଦିଲିପ ଡାକ୍ତରୀ ଚିକିତ୍ସାର ଟେକନିକାଲ ବିଷୟକୁ ସେମାନେ କ'ଣ ଜାଣିବେ ? ଯାହା କହିଦେଲେ ହେବ କି ? ' ବୋଲି ଖଣ୍ଡନ କରିଛନ୍ତି  । ତେବେ ପାଟଣାଗଡ ସରକାରୀ ଉପଖଣ୍ଡ ହାସପାତାଳରେ ମୃତ୍ୟୁ ଘଟିଥିବା ଓ ପୋଷ୍ଟମର୍ଟମ କରାଯାଇ ନ ଥିବା ଉକ୍ତ ଯୁବକଙ୍କ ମୃତ୍ୟୁ ଉକ୍ତ ଘରୋଇ ଡାକ୍ତର ପ୍ୟାଡ୍ ରେ ଗତ ୨୪ । ୪ । ୨୦୨୫ ତାରିଖକୁ କଟାଯାଇ ୨୫ । ୪ । ୨୦୨୫ ତାରିଖ ବୋଲି ଲେଖିଥିବା ମୃତ୍ୟୁର କାରଣ ' କାର୍ଡିଆକ୍ ଆରେଷ୍ଟ୍ , ଆଫ୍ ଟର୍ ଜିପି ସି ଏସ୍ , ଇଣ୍ଟର ଫିଭର , କେଲୋ ଚାଇଲ୍ଡ ହୁଡ୍ ଏପିଲେପ୍ସି ଇତ୍ୟାଦି ଦର୍ଶାଯାଇଛି । 

ସେ ଯାହାହେଉ  , 'ଆମ ଲୋକର ମୃତ୍ଯୁ ତ ଘଟିଛି ' ଓ ଏଥିପାଇଁ ଡାକ୍ତରଙ୍କ ଭୁଲ୍ ଚିକିତ୍ସା ଇ ଦାୟୀ ' ବୋଲି ମୃତକଙ୍କ ପରିବାରବର୍ଗଙ୍କ ପକ୍ଷରୁ କୁହାଯାଇଛି । ଆହୁରି ମଧ୍ଯ ଏହି ଡାକ୍ତରଙ୍କ ଭୁଲ୍ ଚିକିତ୍ସା ଯୋଗୁଁ ଆହୁରି ଅନେକ ରୋଗୀଙ୍କର ମୃତ୍ଯୁ ଘଟିଲାଣି ବୋଲି ଶୁଣାଯାଉଥିବା ମୃତକଙ୍କ ପରିବାରବର୍ଗଙ୍କ ପକ୍ଷରୁ କୁହାଯାଉଥିବା ବେଳେ ଅଭିଯୁକ୍ତ ଡାକ୍ତରଙ୍କ ପକ୍ଷରୁ ଅସ୍ବୀକାର କରାଯାଇଛି ।

ପୁଲିସ ଏହାର ତଦନ୍ତ କରୁଛି ଓ ଘଟଣାଟି ଅଞ୍ଚଳରେ ଚର୍ଚ୍ଚାର ବିଷୟ ହୋଇଛି ।


News Comment




Photo in News

Advertisment
Lastest News
  ଜିଲ୍ଲା  
ନିଖିଳ ଓଡିଶା ଆଶା କର୍ମୀ ସଂଘ, ଟିଟିଲାଗଡ଼ ସହରାଞ୍ଚଳ କମିଟି ଓ ବ୍ଲକ କମିଟିର ମିଳିତ ବୈଠକ ଅନୁଷ୍ଠିତ   20-Apr-2026
ଉତ୍କଳ  କଲେଜ ଅଫ ନର୍ସିଂ ଆଣ୍ଡ ମେଡିକାଲ ସାଇନ୍‌ସ ର  ବାର୍ଷିକୋତ୍ସବ ଓ ଶପଥଗ୍ରହଣ   20-Apr-2026
  ରାଜ୍ୟ  
ବଲାଙ୍ଗୀରର ଦିବ୍ୟମ କେଜ୍ରିୱାଲ ଇତିହାସ ସୃଷ୍ଟି କଲେ♦️ ୟୁ ୧୯ରେ ତିନୋଟି ସ୍ବର୍ଣ୍ଣ ସହ ଚମ୍ପିୟାନ   20-Apr-2026
  ଜିଲ୍ଲା  
ଟିଟିଲାଗଡ଼ରେ ସାମ୍ବାଦିକଙ୍କୁ ଧମକ, ପୁଲିସ ନିକଟରେ ଅଭିଯୋଗ   20-Apr-2026
  ଜିଲ୍ଲା  
"ସୁବର୍ଣ୍ଣପୁର ଠାରେ ରଥ ଯାତ୍ରା ପାଇଁ ରଥ କାଠ ଅନୁକୂଳ"- "ତିନି ଠାକୁର ଙ୍କ ନୂଆଁ ରଥ ନିର୍ମାଣ କାର୍ଯ୍ୟ ଆରମ୍ଭ" "ଦୀର୍ଘ ବର୍ଷ ପରେ ଭକ୍ତ ଦର୍ଶନ କରିବେ ନୂଆଁ ରଥ" -   20-Apr-2026
  ଜିଲ୍ଲା  
*ବାଲ୍ୟ ବିବାହ ନିରାକରଣ ପାଇଁ ବ୍ଲକ ସ୍ତରୀୟ ସ୍ୱତନ୍ତ୍ର ବୈଠକ*-   20-Apr-2026
  ଜିଲ୍ଲା  
*କେରଣ୍ଡି ଗ୍ରାମରେ ପ୍ରତିଷ୍ଠା ହେଲା ମାଁ ଠାକୁରାଣୀଙ୍କ ଭବ୍ୟ ମନ୍ଦିର*   20-Apr-2026
  ଜିଲ୍ଲା  
ଦଶମ ସିବିଏସଇ ବୋର୍ଡ ପରୀକ୍ଷାରେ ଓଏଭି ଓ ଭିବିଷ୍ୟ ଛାତ୍ରଛାତ୍ରୀଙ୍କ ବାଜିମାତ।   20-Apr-2026
  ଜିଲ୍ଲା  
ଠିକାଦାର ଓ ପୂର୍ତ୍ତ ବିଭାଗ ବଳପୂର୍ବକ କାମଆରମ୍ଭ କରିବା ପ୍ରତିବାଦରେ କ୍ଷତିଗ୍ରସ୍ତ ଜମିମାଲିକମାନେ ବରୀ ତହସିଲକାର୍ଯ୍ୟାଳୟ ସମ୍ମୁଖରେ ଧାରଣା   20-Apr-2026
  ଜିଲ୍ଲା  
ସୁଦିପ୍ତା ମହାନ୍ତିଙ୍କ ବିୟୋଗରେ ପ୍ରବାସୀ ଓଡ଼ିଆ ମହଲରେ ଶୋକର ଛାୟା   20-Apr-2026
  ଜିଲ୍ଲା  
ଜିଲ୍ଲାସ୍ତରୀୟ କବି ଶ୍ରୀଜୟଦେବ ଜୟନ୍ତୀ ଉତ୍ସବ ପାଳିତ   20-Apr-2026
  ଜିଲ୍ଲା  
ବଲାଙ୍ଗିରରେ ଅକ୍ଷୟ ତୃତୀୟା, କୃଷକ ଦିବସ ଓ ଅକ୍ଷିମୁଠି ଅନୁକୂଳ ପାଳନ   20-Apr-2026

You Might Also Like