-+91-9937148622 |

prerana_bgr@rediffmail.com |

  Saturday 31st October 2026 |

| | | |

R.N.I. Regd No. ODIODI/2010/46693

Breaking News

ମାନ୍ୟବର କେନ୍ଦ୍ରମନ୍ତ୍ରୀ ଡା. ବୀରେନ୍ଦ୍ର କୁମାରଙ୍କ ସିଆରସି ପରିଦର୍ଶନ   (30-Oct-2026)       ||      ଦିବ୍ୟାଙ୍ଗ ବ୍ୟକ୍ତିମାନଙ୍କ ସଶକ୍ତିକରଣ, ପୁନର୍ବାସ ଓ ସେମାନଙ୍କୁ ସ୍ୱାବଲମ୍ବୀ କରିବା ଉଦ୍ଦେଶ୍ୟରେ ବିଭିନ୍ନ କାର୍ଯ୍ୟକ୍ରମ    (30-Oct-2026)       ||      ସୁନ୍ଦରଗଡରେ ପିଏମ୍‌ କିଷାନ ଉତ୍ସବ ପାଳନ ପାଳିତ ଏବଂ ୨୪ତମ କିସ୍ତି ପ୍ରଦାନ   (30-Oct-2026)       ||      ଖାଲି ରାସ୍ତାରେ ଗାଡି ଦେଖି କଣ୍ଟାବାଞ୍ଜି ଏସଡିପିଓଙ୍କ ଫୋର୍ସ ପ୍ରଦର୍ଶନ !   (30-Oct-2026)       ||      ୧୦କୋଟି ଟଙ୍କାର ନିର୍ମାଣହେବ ୨କିମିର ରାସ୍ତା   (30-Oct-2026)       ||      ଭୋଟ ବଞ୍ଚାଅ ଦେଶ ବଞ୍ଚାଅ କୁ ନେଇ ର ସାମ୍ବାଦିକ ସମ୍ବିଳନୀ    (30-Oct-2026)       ||      ଦୁର୍ଘଟଣା ପିଛା ଛାଡୁ ନାହିଁ,ପୁଣି ସେହି ପାଉଁଶ ବୋଝେଇ ଗାଡି ପାଉଁଶ ବୋଝେଇ ଗାଡି ଦୁର୍ଘଟଣା ଗ୍ରସ୍ତ, ଭାଙ୍ଗିଲା ବ୍ୟାଙ୍କର ଗେଟ୍   (30-Oct-2026)       ||      ଏସଆରସି କଂଟ୍ରୋଲ ରୁମରେ ସ୍ଥିତି  ଗଂଜାମ ଓ ଗଜପତି ଜିଲ୍ଲାର ସ୍ଥିତି ସମୀକ୍ଷା♦️  ବାତ୍ୟା ପରବର୍ତ୍ତୀ ସ୍ଥିତିର ନିରନ୍ତର ଅନୁଧ୍ୟାନ ଓ ଜନସାଧାରଣଙ୍କ ସୁରକ୍ଷାକୁ ଗୁରୁତ୍ୱ    (29-Oct-2026)       ||      କଲେଜଛକ କଲ୍ୟାଣମଣ୍ଡପରେ ଚିତ୍ରକଳା ଓ ମଣ୍ଡାପିଠା ତିଆରି ପ୍ରତିଯୋଗିତା ଅନୁଷ୍ଠିତ   (29-Oct-2026)       ||      ସ୍ୱାସ୍ଥ୍ୟ ମନ୍ତ୍ରୀ ଓ ଯାଜପୁର ସାଂସଦଙ୍କ ସରକାର - ବିରୋଧୀ ଆଭିମୁଖ୍ୟକୁ ୮୦ ଲକ୍ଷ ପ୍ରକୃତ ଅନୁସୂଚିତ ଜାତି ଆନ୍ଦୋଳନ ଧମକ ସରକାରୀ ସୁପାରିଶ ବନାମ ରାଜନୈତିକ ହସ୍ତକ୍ଷେପ - କେକେଡି ବିରୋଧୀ ଲଢେଇ ଅଲ୍ ଓଡିଶା କେଉଁତ, କୌବର୍ତ୍ତ ଓ ଧୀବର ହଟାଓ ଆକ୍ସନ କମିଟି, ବଲାଙ୍ଗିର   (29-Oct-2026)       ||      ବୀରମୁଣ୍ଡାରେ ପାୱାର୍ ଗ୍ରୀଡ଼୍ କର୍ପୋରେସନ୍ ଅଫ୍ ଇଣ୍ଡିଆ ଲିମିଟେଡ଼୍ ବଲାଙ୍ଗିର ସବ୍‌ସେଷ୍ଟସନ ପକ୍ଷରୁ ଗ୍ରାମସଭା ଆୟୋଜିତ   (29-Oct-2026)       ||      ଅମଳ ବେଳେ ବାତ୍ୟା ମାଡ଼, ଉଜାଡ଼ିଲା ଚାଷୀଙ୍କ ସ୍ୱପ୍ନ : ପନିପରିବା ସହ ଧାନ ଫସଲ ନଷ୍ଟ ଆଶଙ୍କା, କ୍ଷୟକ୍ଷତି ଆକଳନ କରି ସହାୟତା ଦେବାକୁ ଦାବି   (29-Oct-2026)       ||      କଳା ଜଗତର ସର୍ବଶ୍ରେଷ୍ଠ କଳା ହେଉଛି ପାଲା : ଗୁରୁ ପାର୍ବତୀ ଭୋଇ   (29-Oct-2026)       ||      ମହଦାରେ ଦୁଇ ଟ୍ରକ୍ ମଧ୍ୟରେ ଭୟଙ୍କର ଧକ୍କା, ଗ୍ରାମବାସୀ ଓ ଉଦ୍ଧାରକାରିଙ୍କ ତତ୍ପରତାରେ ବଞ୍ଚିଗଲା ଜୀବନ   (29-Oct-2026)       ||      ବରଗଡ଼ ନଦୀପଡ଼ା ରେ ଗଜଲକ୍ଷ୍ମୀ ପୂଜା   (29-Oct-2026)       ||      ବଲାଙ୍ଗୀର ସହରର ରୁଗୁଡି ପଡା ଓ ନାଲଖଣ୍ଡି ପଡା ଠାରେ ମାଁ ଗଜଲକ୍ଷ୍ମୀଙ୍କ ପୂଜା ଧୁମଧାମ ରେ ପାଳିତ   (29-Oct-2026)       ||      ଟିଟିଲାଗଡ ଓମ୍ ଭ୍ୟାଲି ସ୍କୁଲ୍‌ରେ ଆସନ୍ତା କାଲି ଅନୁଷ୍ଠିତ ହେବ କ୍ୟାରିୟର ମେଳା - ଯୋଗଦେବେ ଦେଶର ୧୦ଟି ପ୍ରମୁଖ ବିଶ୍ୱବିଦ୍ୟାଳୟର ଛାତ୍ରଛାତ୍ରୀ    (29-Oct-2026)       ||      ବରୀ ବ୍ଲକରେ ଶିଶୁ ଶ୍ରମିକ ଚିହ୍ନଟ ଓ ଉଦ୍ଧାର ନିମନ୍ତେ ମିଳିତ ଚଢ଼ାଉ ଅଭିଯାନ   (29-Oct-2026)       ||      ପୁରୁଣା ସରକାରୀ ଡାକ୍ତରଖାନା ଷ୍ଟାଫ କ୍ୱାର୍ଟର ମରାମତିରେ ଚରମ ଅବହେଳା - ଅସମ୍ପୂର୍ଣ୍ଣ କାମ ଯୋଗୁଁ ଡାକ୍ତରଙ୍କ ପରିବାର ହେଉଛନ୍ତି ଅସୁବିଧାର ସମ୍ମୁଖୀନ    (29-Oct-2026)       ||      ପିପି ଏକାଡେମୀ ରେ ସଙ୍ଗୀତ ଓ କଲେଜଛକ କଲ୍ୟାଣ ମଣ୍ଡପ ରେ ରଙ୍ଗୋଲି ଲି ପ୍ରତିଯୋଗିତା   (28-Oct-2026)       ||     

HOME   ଜିଲ୍ଲା

ଘରୋଇ ଡାକ୍ତରଙ୍କ ଭୁଲ୍ ଚିକିତ୍ସା ଓ ଇଞ୍ଜେକସନ୍ ରିଆକ୍ସନ ଯୋଗୁଁ ଅଧ୍ୟାପକଙ୍କ ମୃତ୍ୟୁ ଅଭିଯୋଗ: ଥାନାରେ ଏଫ୍ ଆଇ ଆର୍ ନ ହୋଇ , ଷ୍ଟେସନ୍ ଡାଏରୀ  !ପୋଷ୍ଟମର୍ଟମ  କରାଗଲାନି  

25-May-2025



ପାଟଣାଗଡ: ଗତ ଅପ୍ରେଲ୍ ୨୪ ତାରିଖ ଦିନ ପାଟଣାଗଡ ନିବାସୀ କଣ୍ଟାବାଞ୍ଜି କଲେଜର ଜଣେ ସୁସ୍ଥ ସବଳ ଯୁବ  ଅଧ୍ୟାପକ ରାଜୀବ ମେହେରଙ୍କର ସାମାନ୍ଯ ଦୁର୍ବଳ ଲାଗିବାରୁ ସ୍ଥାନୀୟ ଏକ ଡା ଦିଲିପ କୁମାର ମେହେରଙ୍କ ଘରୋଇ କ୍ଲିନିକ୍ 'ସତ୍ୟ ପୋଲି କ୍ଲିନିକ୍' ରେ ସ୍ବାସ୍ଥ୍ୟପରୀକ୍ଷା କରିବାକୁ ଯାଇଥିବା ବେଳେ ଡା. ଦିଲିପ କୁମାର ମେହେର ବିଭିନ୍ନ ଟେଷ୍ଟ୍ କଲାପରେ ସାମାନ୍ଯ ଟାଇଫଏଡ ବାହାରିଛି କହି ଏକ ଇଞ୍ଜେକସନ୍ ଦେବା ପରେ  ଅକସ୍ମାତ୍ ତାଙ୍କର ମୃତ୍ୟୁ ଘଟିବା ଓ ତାଙ୍କୁ ତୁରନ୍ତ ଉକ୍ତ ଡାକ୍ତରଙ୍କ ସହ ସ୍ଥାନୀୟ ସରକାରୀ ଉପଖଣ୍ଡ ଡାକ୍ତରଖାନାକୁ ନିଆଯାଇ ଥିଲେ ହେଁ  ସେତେବେଳକୁ ତାଙ୍କର ମୃତ୍ୟୁ ଘଟି ସାରିଥିବା ପରିବାର ପକ୍ଷରୁ ଅଭିଯୋଗ କରାଯାଇଛି।  ସେଠାରେ ଉକ୍ତ ଘରୋଇ ଡାକ୍ତରଙ୍କ ନିର୍ଦ୍ଦେଶରେ ତାଙ୍କର ଇସିଜି କରାଯାଇ ଥିଲେ ହେଁ , ମୃତଦେହର ବ୍ଯବଚ୍ଛେଦ କରା ନ ଯାଇ ଫେରସ୍ତ କରି ଦିଆଯାଇଥିବା ଜଣାଯାଇଛି । 

 ଏ ସମ୍ପର୍କରେ ପାଟଣାଗଡ ଥାନାରେ ଗତ ୨୮.୪.୨୦୨୫ ତାରିଖରେ ଏକ ଲିଖିତ ଏତଲା ଦିଆ ଯାଇଥିଲା । ସେଥି ନେଇ ତଦନ୍ତରେ ସେପରି କୌଣସି ତତ୍ପରତା ପ୍ରକାଶ  ନ ପାଇବାରୁ ଗତ ୧୦. ୫. ୨୦୨୫ ତାରିଖରେ ଉପରିସ୍ଥ  ଅଧିକାରୀ ଓ ଗତ ୧୯ ତାରିଖରେ ସ୍ବାସ୍ଥ୍ୟମନ୍ତ୍ରୀ ଡା ମୁକେଶ ମହାଲିଙ୍ଗଙ୍କୁ ଅଭିଯୋଗ କରାଯାଇଥିଲା। ମନ୍ତ୍ରୀଙ୍କ ନିର୍ଦ୍ଦେଶ କ୍ରମେ ବଲାଙ୍ଗୀର ଏସ୍ ପି ଅଭିଳାଷଜି ଙ୍କ ନିର୍ଦ୍ଦେଶରେ ପାଟଣାଗଡ ଏସ୍ ଡିପିଓ ସଦାନନ୍ଦ ପୂଜାରୀଙ୍କୁ ପୁଣି ଏହାର ସବସିକ୍ବେଣ୍ଟ୍   ଲିଖିତ ଅଭିଯୋଗ କରାଯାଇଥିଲେ ହେଁ, ପୁଲିସ ଏଭଳି ସମ୍ବେଦନଶୀଳ ଅଭିଯୋଗର ଏକ ଷ୍ଟେସନ ଡାଏରୀ ପୂର୍ବକ ସ୍ବାସ୍ଥ୍ୟବିଭାଗକୁ ସୂଚିତ କରିଦେଇ ଦାୟିତ୍ବ ସାରିଦେଇ ଥିବାରୁ ମୃତକଙ୍କ ପରିବାରବର୍ଗଙ୍କ  ପକ୍ଷରୁ ପୁଲିସ ତଦନ୍ତ ଓ କାର୍ଯ୍ୟାନୁଷ୍ଠାନ ପ୍ରତି ଅସନ୍ତୋଷ ପ୍ରକାଶ ପାଇଛି ।

 ଇତିମଧ୍ୟରେ ବଲାଙ୍ଗୀର ସିଡିଏମ୍ଓଙ୍କ ନିର୍ଦ୍ଦେଶକ୍ରମେ ଜଣେ ଏଡିଏମଓଙ୍କ ନେତୃତ୍ବରେ ଜଣେ ଡାକ୍ତରଙ୍କ ଏକ ଦୁଇଜଣିଆ ଟିମ୍ ଆସି ଉକ୍ତ କ୍ଲିନିକ୍ କୁ ଯାଇ ଏକତରଫା ତଦନ୍ତ କରି ଫେରିଯାଇଥିବା ପ୍ରକାଶ । ତେବେ ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓଙ୍କ ନିଜ ନିବାସ ସହରର ଏହି ଚର୍ଚ୍ଚିତ  ଘଟଣାକୁ ତାଙ୍କ ଗୋଚରକୁ ମଧ୍ଯ ଅଣାଯାଇ ଥିଲେ ହେଁ, ଏହାକୁ ଚପାଇ ଦିଆଯାଇଥିବା ଅଭିଯୋଗ ହେଉଛି । 

ମୃତକଙ୍କ ବଡଭାଇ ଅଶୋକ କୁମାର ମେହେର ଦେଇଥିବା ଲିଖିତ ଉକ୍ତ ବିଶଦ ଅଭିଯୋଗରୁ ପ୍ରକାଶ  ଯେ, ଆମର ଭାଇ ୰ ରାଜୀବ କୁମାର ମେହେର (ରାମଜୀ)ଙ୍କୁ ସ୍ଥାନୀୟ ଡାକ୍ତରଙ୍କ ଖାମ୍ ଖିଆଲି ଚିକିତ୍ସା ଓ ଅବହେଳା ଦ୍ବାରା ହୋଇଥିବା ଅକାଳ ମୃତ୍ୟୁ  ସମ୍ପର୍କରେ ।

ମହାଶୟ,  ଲେଖିବାର କାରଣ  ଏହିକି ଯେ ଆମର ଭାଇ ୰ ରାଜୀବ ମେହେର (ଡାକନାମ ରାମଜୀ) ପାଟଣାଗଡ,  ବୟସ ୫୦ ବର୍ଷ  ଅସୁସ୍ଥ ଅନୁଭବ କରିବାରୁ ସାନଭାଇ ପ୍ରେମାନନ୍ଦ ସହ ୨୪ . ୪ . ୨୦୨୪ ତାରିଖ ଦିନ ସକାଳ ୯ ଟାରେ ପାଟଣାଗଡ କଲେଜ ଛକ ପାଖରେ ଡା ଦିଲିପ ମେହେରଙ୍କ ' ସତ୍ୟ ପଲି କ୍ଲିନିକ୍ ' କୁ ଚେକ୍ ଅପ୍ ପାଇଁ ଗଲେ । ତାଙ୍କୁ କୌଣସି ଜ୍ବର ହେଉ ନ ଥିଲା , କେବଳ ଦୁର୍ବଳ ଲାଗୁଥିଲା ।  ସେଠାରେ ଡାକ୍ତର ଦିଲିପ ସକାଳ ୯ ଟା ୨୩ ରେ ତାଙ୍କର ପେସେଣ୍ଟ ୟୁ ଆଇ ଡି - ୨୦୨୫୦୪୨୪୦୧୩ ତାପରେ ପୁଣି ୧୧ ଟା ୦ ୭ ମିନିଟ୍ ରେ  ୟୁ ଏଚ୍ ଆଇ ଡି ନମ୍ବର ୨୦୨୫୦୪୨୪୦୨୦ରେ ଅନେକ ଟେଷ୍ଟ କରି ୧୧ ଟା ୩୨ ରେ ରିପୋର୍ଟ ଦେଲେ । ତାପରେ ଡିଏନଏସ ସାଲାଇନ ଦେଲେ ଓ କିଛି ସମୟ ପରେ ସାମାନ୍ଯ ଟାଇଫଏଡ୍ ବାହାରିଛି କହି ତାଙ୍କ ହାତରେ ସାଲାଇନ ପାଇଁ ଲାଗିଥିବା ଭେନ୍ ଫ୍ଲାମ୍ ରୁ ସାଲାଇନ ପାଇପ୍ ଖୋଲି ଦେଇ ଡାଇରେକ୍ଟ କିଛି ଇଞ୍ଜେକସନ ଇଞ୍ଜେକ୍ଟ କଲେ । ଇଞ୍ଜେକସନ୍ ଦେବାର କିଛି ମିନିଟ୍ ପରେ ରାଜୀବ ବାନ୍ତି କଲେ , ନିଃଶ୍ବାସ ନେବାରେ କଷ୍ଟ ହେଉଥିଲା ,ତାଙ୍କ ଗୋଡହାତ ଷ୍ଟିଫ୍ ହୋଇଗଲା , ଡକାହକା ଶୁଣିଲେ ନାହିଁ ଓ ନିସ୍ତେଜ ହେଇଗଲେ ।

ଡାକ୍ତର ଦିଲିପଙ୍କୁ ତାଙ୍କ କେବିନରୁ ଡାକିବାରୁ ସେ କହିଲେ ଯେ ହଜାରେ  ଦୁଇ ହଜାର ପେସେଣ୍ଟରେ ଦୁଇ ତିନି ଜଣକର ଏମିତି ରିଆକ୍ସନ୍ ହୁଏ । ଇସିଜି କରିବାକୁ ହେବ । ମୋ ପାଖରେ ଇସିଜି ହେବ ନାହିଁ  ଓ ଶୀଘ୍ର ହସ୍ପିଟାଲ ନେବାକୁ କହିଲେ । 

ରାଜୀବଙ୍କୁ ଦୁଇ କାନ୍ଧରେ ବୋହି ସିଡିରେ ଉତାରି ଗାଡି ପଛସିଟ୍ ରେ ଲଦିଲୁ । ଆଗ ସିଟ୍ ରେ ଡାକ୍ତର ଦିଲିପ ବସିଲେ ଓ ଏସ୍ ଡି ଏଚ୍ ପାଟଣାଗଡକୁ ନେଲେ ।  ସେଠାରେ ଗାଡିରୁ ବୋହିନେଇ  ହସ୍ପିଟାଲ ଭିତରକୁ ନେଲୁ । ସେତେବେଳକୁ ତାଙ୍କର ଶରୀରରେ ପ୍ରାଣ ନ ଥିଲା । 

ଡାକ୍ତର ଦିଲିପ  ଇସିଜି କରିବାକୁ ବାଧ୍ଯ କଲେ । ଇସିଜିରେ ଆଉକିଛି ରିଡିଂ ଆସିଲାନାହିଁ ।  ସେଠାରେ ନିଯୁକ୍ତ ଥିବା ଡାକ୍ତର ରାଜୀବଙ୍କୁ ମୃତ ଘୋଷଣା କରି ଡିସଚାର୍ଜ କରିଦେଲେ ।

ପ୍ରକାଶ ଥାଉ କି , ଏହି ଘଟଣା ଦିନ ହିଁ ଡାକ୍ତର ଦିଲିପ ତାଙ୍କର ଇସିଜି ମେସିନକୁ ଅନ୍ୟ ରୋଗୀଙ୍କ ଚିକିତ୍ସାରେ ବ୍ୟବହାର କରିଥିଲେ ।  

ଏସଡିଏଚକୁ ନେବା ବାଟରେ ଗାଡି ଭିତରେ ଦିଲିପ ନିଜର ପ୍ରେସକ୍ରିପସନକୁ ପ୍ରେମାନନ୍ଦ ଠାରୁ ମାଗିନେଲେ ଓ ଆଉ ଫେରାଇ ନ ଥିଲେ ।

ଡାକ୍ତର ଦିଲିପ ୯ଟା ୩୦ ମିନିଟରୁ ୧୨ ଟା ୩୦ ଯାଏ ସୁସ୍ଥ ଥିବା ରାଜୀବଙ୍କୁ ଇଞ୍ଜେକସନ ଦେବା ପରେ ହିଁ ସେ ଜୀବନ ହାରିବା ଡାକ୍ତରଙ୍କ ଚିକିତ୍ସା ପଦ୍ଧତି ଉପରେ ସନ୍ଦେହ ସୃଷ୍ଟିକରୁଛି 

ତହିଁ ପରଦିନ ପ୍ରେମାନନ୍ଦ ଡାକ୍ତର ଦିଲିପଙ୍କୁ ପ୍ରେସକ୍ରିପସନ ମାଗିବାରୁ ସେ ସେଥିରେ କଟାଛଟା କରି ଚିକିତ୍ସା କରି ନଥିବା କିଛିକଥାଗୁଡିକୁ ମଧ୍ଯ  ଆଇ. ଇ . ଲୋରାଜୋପାମ ୨ ଏ , ୦୨ ଇନହାଲେସନ, ଆଡ୍ରିନାଲାଇନ ୨ ଏ ଇତ୍ୟାଦି ପ୍ରେସକ୍ରିପସନରେ ଯୋଡି ଓ ଅନ୍ୟ ୨ ନୂଆ ପୃଷ୍ଠାରେ ଏସଡିଏଚର ଚିକିତ୍ସା ଲେଖି ଦସ୍ତଖତ ସିଲ୍ କରି ଦେଇଛନ୍ତି ।

ଏଣୁ ଏହିସବୁ ଘଟନା , ଯଥା ଇଞ୍ଜେକସନ ଠିକ୍ ଦିଆଯାଇ ନ ଥିବା ଓ ତାପରେ ରିଆକସନକୁ ଚିକିତ୍ସା ନ କରି ସମୟ ନଷ୍ଟ କରି ନିଜ ଦୋଷକୁ ଲୁଚାଇବା ପାଇଁ ଏସଡିଏଚକୁ ମୃତବତ୍ ଶରୀରକୁ ନେବା , ପ୍ରେସକ୍ରିପସନ୍ ମାଗିନେବା , ପରଦିନ ଆଉଏକ ପ୍ରେସକ୍ରିପସନରେ ୨୪ ତାରିଖକୁ ଓଭରରାଇଟିଂ କରି ୨୫ ଲେଖିବା , ସେହିଦିନ ତାଙ୍କର ଇସିଜି ମେସିନରେ ଅନ୍ୟ ପେସେଣ୍ଟକୁ ଇସିଜି ଟେଷ୍ଟ କରି ମଧ୍ଯ ରାଜୀବଙ୍କ ଇସିଜି ନ କରିବା , ରାଜୀବଙ୍କ ଆସନ୍ନ ମୃତ୍ୟୁ ଜାଣିବା ପରେ ନିଜର ଓ କ୍ଲିନିକ୍ ର ବଦନାମକୁ ଲୁଚାଇବାକୁ ଏସଡିଏଚ୍ , ପାଟଣାଗଡକୁ ତରବରିଆ ଭାବେ ସିଫ୍ଟ କରିବା , ଏସଡିଏଚ୍ ଚିକିତ୍ସାକୁ ପରଦିନ ବର୍ଣ୍ଣନା କରି ଦୀର୍ଘ ଏକପୃଷ୍ଠା ଲେଖି ଦସ୍ତଖତ କରିବା ଆଦି ଡାକ୍ତରଙ୍କ ଅବହେଳା ତଥା ଭୁଲ୍ ଚିକିତ୍ସା ଉପରେ ସନ୍ଦେହ ସୃଷ୍ଟି କରୁଛି । 

ଏହାର ବିହିତ ତଦନ୍ତ ଉପଯୁକ୍ତ ଅଧିକାରୀଙ୍କ ଦ୍ବାରା କରି ମୁଖ୍ୟରାସ୍ତାରେ ଥିବା ତାଙ୍କର ପୋଲି କ୍ଲିନିକ୍ ର ପଞ୍ଜିକରଣ ବୈଧତା ଆଦିର ଯାଞ୍ଚ୍ କରାଯାଇ ଉପଯୁକ୍ତ ପଦକ୍ଷେପ ନେବାକୁ ବିନୀତ ଅନୁରୋଧ,  ଯେପରି ଭବିଷ୍ୟତରେ କୌଣସି ନିରୀହ ଲୋକର ଆଉ ଜୀବନ ନ ଯାଉ । ୨୮ । ୪ । ୨୦୨୫ ଦିନ ପାଟଣାଗଡ ଥାନାରେ ଏ ବିଷୟରେ ଏତଲା ଦିଆଯାଇଛି । ' ବୋଲି ଏହି ଅଭିଯୋଗରେ ପ୍ରକାଶ  । 

ଆହୁରିମଧ୍ୟ  ମୃତକଙ୍କ ସମ୍ପର୍କୀୟଙ୍କ  ପକ୍ଷରୁ କ୍ଷୋଭପ୍ରକାଶ କରାଯାଇଛି ଯେ , ଶାଗ ପନିପରିବାର କଥା ସାମ୍ବାଦିକମାନେ ଲେଖି ଖବର ପ୍ରକାଶ କରୁଥିବା ବେଳେ ଏଭଳି ଏକ ଗୁରୁତର ସମ୍ବେଦନଶୀଳ ବହୁଚର୍ଚ୍ଚିତ ଅଭିଯୋଗ ସମ୍ପର୍କରେ ଅଦ୍ୟାବଧି ଧାଡିଏ ବି ବାହାରିଲା ନାହିଁ !

ଏ ସମ୍ପର୍କରେ ପଚାରିବାରୁ ସତ୍ୟ ପଲି କ୍ଲିନିକ୍ ର  ଡା ଦିଲିପ କୁମାର ମେହେର ଅଭିଯୋଗକୁ ଅସ୍ୱୀକାର କରିଛନ୍ତି ।  ଅଭିଯୋଗ ସମ୍ପର୍କରେ ସେ କହିଛନ୍ତି ଯେ, ରୋଗୀର ପିଲାଦିନରୁ ଫିଡ୍ସ ସମସ୍ୟା ଥିଲା। କ୍ଲିନିକ୍ ରେ ସେ ଇଞ୍ଜେକସନ ଦେବାପରେ ଗୁରୁତର ହୋଇପଡିବାରୁ ତାଙ୍କ ଲୋକଙ୍କ ସହ ମୁଁ ପେସେଣ୍ଟ୍ କୁ ନିକଟସ୍ଥ ସରକାରୀ ଉପଖଣ୍ଡ ହାସପାତାଳକୁ ନେଇଥିଲି। ପେସେଣ୍ଟ ନିଜେ ଚାଲି ହାସପାତାଳକୁ ଯାଇଥିଲା ଓ ଏହା ହାସପାତାଳର ସିସି ଟିଭିରେ ଫଟୋର ରେକର୍ଡ ଅଛି । ହସ୍ପିଟାଲ ବେଡରେ ରୋଗୀର ପୁଣି ଫିଡ୍ସ ହେଲା ଓ ମୃତ୍ୟୁ ଘଟିଛି ।  ସେଠାକାର ଡାକ୍ତର ଡା ଫ୍ଲୋରା ପଣ୍ଡା ଡେଥ୍ ଘୋଷଣା କରିଥିଲେ । ମୁଁ ଠିକ୍ ଚିକିତ୍ସା କରିଥିଲି । ତେବେ ତଦନ୍ତ ପରେ ଏହା ଜଣାପଡିବ । '

ଏ ସମ୍ପର୍କରେ ପାଟଣାଗଡ ଉପଖଣ୍ଡ ହାସପାତାଳର ଚିକିତ୍ସାଧିକାରୀ ଡା ପୀତବାସ ସା କହିଛନ୍ତି ଯେ , ହସ୍ପିଟାଲରେ ହିଁ ଉକ୍ତ ରୋଗୀର ମୃତ୍ଯୁ ଘଟିଛି ଓ ତା'ର ଫିଡ୍ସ ଥିଲା । 

ତା'ହେଲେ ତାହାର ପୋଷ୍ଟମର୍ଟମ କାହିଁକି କରାଗଲା ନାହିଁ ବୋଲି ପଚାରିବାରୁ ସେ ସଫେଇ ଦେଇଥିଲେ ଯେ, ସେଭଳି କୌଣସିପ୍ରକାର ଅଭିଯୋଗ ବା ଫାଉଲ୍ ପ୍ଲେ'ର କଥା ନଥିଲା l

 କିନ୍ତୁ ଏସଡିଏଚରେ ଇସିଜି ମେସିନ୍ ନ ଥିବାରୁ ଓ ଟେକେନିସିଆନ ନ ଥିବାରୁ ଉକ୍ତ ଦିନ ଏକ ବାହାରୁ ଅଣାଯାଇଥିବା ଇସିଜି ମେସିନରେ ଜଣେ ତଥାକଥିତ ଅପରେଟର କେଶବ ମେହେରଙ୍କ ଦ୍ବାରା ସେଠାରେ ମଲାପରେ ଇସିଜି କରାଯାଇଥିବା ଓ ରିଡିଂ ନେଇ ନଥିବା ଓ ଉକ୍ତ ଅପରେଟର ମଧ୍ଯ ମୃତଦେହକୁ କାହିଁକି ଆଉ ଅଯଥାରେ ଇସିଜି କରାଯିବ ? '- ବୋଲି କହିଥିବା ମୃତକଙ୍କ ପରିବାରବର୍ଗଙ୍କ ପକ୍ଷରୁ ପ୍ରକାଶ  । ଅବଶ୍ଯ ଉକ୍ତ  ଅପରେଟରଙ୍କର ମତାମତ ନିଆଯାଇପାରିନାହିଁ  ।

ମୃତ୍ଯୁର କାରଣ ସମ୍ପର୍କରେ  ପରିବାରବର୍ଗଙ୍କ ପକ୍ଷରୁ ସାଲାଇନରେ  ଫିନ୍ ସେଫ୍ ଇଞ୍ଜେକସନ୍ ୨ ଗ୍ରାମ୍ ଦେବାର ଓ   ଲୋରାଜୋପାମ୍ ର ଓଭର୍ ଡୋଜ୍ ସିଧାସଳଖ ଇଞ୍ଜେକସନରେ ଦିଆଯିବାରୁ ରିଆକ୍ସନ ହୋଇ ରୋଗୀ ଗୁରୁତର ହୋଇପଡି ମୃତ୍ଯୁ ଘଟିଥିବା ଅଭିଯୋଗକୁ ଡା ଦିଲିପ ଡାକ୍ତରୀ ଚିକିତ୍ସାର ଟେକନିକାଲ ବିଷୟକୁ ସେମାନେ କ'ଣ ଜାଣିବେ ? ଯାହା କହିଦେଲେ ହେବ କି ? ' ବୋଲି ଖଣ୍ଡନ କରିଛନ୍ତି  । ତେବେ ପାଟଣାଗଡ ସରକାରୀ ଉପଖଣ୍ଡ ହାସପାତାଳରେ ମୃତ୍ୟୁ ଘଟିଥିବା ଓ ପୋଷ୍ଟମର୍ଟମ କରାଯାଇ ନ ଥିବା ଉକ୍ତ ଯୁବକଙ୍କ ମୃତ୍ୟୁ ଉକ୍ତ ଘରୋଇ ଡାକ୍ତର ପ୍ୟାଡ୍ ରେ ଗତ ୨୪ । ୪ । ୨୦୨୫ ତାରିଖକୁ କଟାଯାଇ ୨୫ । ୪ । ୨୦୨୫ ତାରିଖ ବୋଲି ଲେଖିଥିବା ମୃତ୍ୟୁର କାରଣ ' କାର୍ଡିଆକ୍ ଆରେଷ୍ଟ୍ , ଆଫ୍ ଟର୍ ଜିପି ସି ଏସ୍ , ଇଣ୍ଟର ଫିଭର , କେଲୋ ଚାଇଲ୍ଡ ହୁଡ୍ ଏପିଲେପ୍ସି ଇତ୍ୟାଦି ଦର୍ଶାଯାଇଛି । 

ସେ ଯାହାହେଉ  , 'ଆମ ଲୋକର ମୃତ୍ଯୁ ତ ଘଟିଛି ' ଓ ଏଥିପାଇଁ ଡାକ୍ତରଙ୍କ ଭୁଲ୍ ଚିକିତ୍ସା ଇ ଦାୟୀ ' ବୋଲି ମୃତକଙ୍କ ପରିବାରବର୍ଗଙ୍କ ପକ୍ଷରୁ କୁହାଯାଇଛି । ଆହୁରି ମଧ୍ଯ ଏହି ଡାକ୍ତରଙ୍କ ଭୁଲ୍ ଚିକିତ୍ସା ଯୋଗୁଁ ଆହୁରି ଅନେକ ରୋଗୀଙ୍କର ମୃତ୍ଯୁ ଘଟିଲାଣି ବୋଲି ଶୁଣାଯାଉଥିବା ମୃତକଙ୍କ ପରିବାରବର୍ଗଙ୍କ ପକ୍ଷରୁ କୁହାଯାଉଥିବା ବେଳେ ଅଭିଯୁକ୍ତ ଡାକ୍ତରଙ୍କ ପକ୍ଷରୁ ଅସ୍ବୀକାର କରାଯାଇଛି ।

ପୁଲିସ ଏହାର ତଦନ୍ତ କରୁଛି ଓ ଘଟଣାଟି ଅଞ୍ଚଳରେ ଚର୍ଚ୍ଚାର ବିଷୟ ହୋଇଛି ।


News Comment




Photo in News

Advertisment
Lastest News
  ଜିଲ୍ଲା  
ମାନ୍ୟବର କେନ୍ଦ୍ରମନ୍ତ୍ରୀ ଡା. ବୀରେନ୍ଦ୍ର କୁମାରଙ୍କ ସିଆରସି ପରିଦର୍ଶନ   30-Oct-2026
  ରାଜ୍ୟ  
ଦିବ୍ୟାଙ୍ଗ ବ୍ୟକ୍ତିମାନଙ୍କ ସଶକ୍ତିକରଣ, ପୁନର୍ବାସ ଓ ସେମାନଙ୍କୁ ସ୍ୱାବଲମ୍ବୀ କରିବା ଉଦ୍ଦେଶ୍ୟରେ ବିଭିନ୍ନ କାର୍ଯ୍ୟକ୍ରମ   30-Oct-2026
  ଜିଲ୍ଲା  
ସୁନ୍ଦରଗଡରେ ପିଏମ୍‌ କିଷାନ ଉତ୍ସବ ପାଳନ ପାଳିତ ଏବଂ ୨୪ତମ କିସ୍ତି ପ୍ରଦାନ   30-Oct-2026
  ଜିଲ୍ଲା  
ଖାଲି ରାସ୍ତାରେ ଗାଡି ଦେଖି କଣ୍ଟାବାଞ୍ଜି ଏସଡିପିଓଙ୍କ ଫୋର୍ସ ପ୍ରଦର୍ଶନ !   30-Oct-2026
  ଜିଲ୍ଲା  
୧୦କୋଟି ଟଙ୍କାର ନିର୍ମାଣହେବ ୨କିମିର ରାସ୍ତା   30-Oct-2026
  ଜିଲ୍ଲା  
ଭୋଟ ବଞ୍ଚାଅ ଦେଶ ବଞ୍ଚାଅ କୁ ନେଇ ର ସାମ୍ବାଦିକ ସମ୍ବିଳନୀ   30-Oct-2026
  ଜିଲ୍ଲା  
ଦୁର୍ଘଟଣା ପିଛା ଛାଡୁ ନାହିଁ,ପୁଣି ସେହି ପାଉଁଶ ବୋଝେଇ ଗାଡି ପାଉଁଶ ବୋଝେଇ ଗାଡି ଦୁର୍ଘଟଣା ଗ୍ରସ୍ତ, ଭାଙ୍ଗିଲା ବ୍ୟାଙ୍କର ଗେଟ୍   30-Oct-2026
  ମହାନଗର  
ଏସଆରସି କଂଟ୍ରୋଲ ରୁମରେ ସ୍ଥିତି  ଗଂଜାମ ଓ ଗଜପତି ଜିଲ୍ଲାର ସ୍ଥିତି ସମୀକ୍ଷା♦️  ବାତ୍ୟା ପରବର୍ତ୍ତୀ ସ୍ଥିତିର ନିରନ୍ତର ଅନୁଧ୍ୟାନ ଓ ଜନସାଧାରଣଙ୍କ ସୁରକ୍ଷାକୁ ଗୁରୁତ୍ୱ    29-Oct-2026
  ରାଜ୍ୟ  
କଲେଜଛକ କଲ୍ୟାଣମଣ୍ଡପରେ ଚିତ୍ରକଳା ଓ ମଣ୍ଡାପିଠା ତିଆରି ପ୍ରତିଯୋଗିତା ଅନୁଷ୍ଠିତ   29-Oct-2026
  ଜିଲ୍ଲା  
ସ୍ୱାସ୍ଥ୍ୟ ମନ୍ତ୍ରୀ ଓ ଯାଜପୁର ସାଂସଦଙ୍କ ସରକାର - ବିରୋଧୀ ଆଭିମୁଖ୍ୟକୁ ୮୦ ଲକ୍ଷ ପ୍ରକୃତ ଅନୁସୂଚିତ ଜାତି ଆନ୍ଦୋଳନ ଧମକ ସରକାରୀ ସୁପାରିଶ ବନାମ ରାଜନୈତିକ ହସ୍ତକ୍ଷେପ - କେକେଡି ବିରୋଧୀ ଲଢେଇ ଅଲ୍ ଓଡିଶା କେଉଁତ, କୌବର୍ତ୍ତ ଓ ଧୀବର ହଟାଓ ଆକ୍ସନ କମିଟି, ବଲାଙ୍ଗିର   29-Oct-2026
  ଜିଲ୍ଲା  
ବୀରମୁଣ୍ଡାରେ ପାୱାର୍ ଗ୍ରୀଡ଼୍ କର୍ପୋରେସନ୍ ଅଫ୍ ଇଣ୍ଡିଆ ଲିମିଟେଡ଼୍ ବଲାଙ୍ଗିର ସବ୍‌ସେଷ୍ଟସନ ପକ୍ଷରୁ ଗ୍ରାମସଭା ଆୟୋଜିତ   29-Oct-2026
  ଜିଲ୍ଲା  
ଅମଳ ବେଳେ ବାତ୍ୟା ମାଡ଼, ଉଜାଡ଼ିଲା ଚାଷୀଙ୍କ ସ୍ୱପ୍ନ : ପନିପରିବା ସହ ଧାନ ଫସଲ ନଷ୍ଟ ଆଶଙ୍କା, କ୍ଷୟକ୍ଷତି ଆକଳନ କରି ସହାୟତା ଦେବାକୁ ଦାବି   29-Oct-2026

You Might Also Like