-+91-9937148622 |

prerana_bgr@rediffmail.com |

  Thursday 18th June 2026 |

| | | |

R.N.I. Regd No. ODIODI/2010/46693

Breaking News

ଆବର୍ଜନା ଉଠାଇଲେ ଏନଏସି ଅଧ୍ୟକ୍ଷ, କାଉନସିଲର ଓ ଯୁବ ଗୋଷ୍ଠୀ, ସଫେଇ କର୍ମଚାରୀଙ୍କ ସହ ମୁହାଁ ମୁହିଁ ପରିସ୍ଥିତି ନାକେଦମ୍ ପୁଲିସ, ଦୁଇ ଘଣ୍ଟା ତୁଷୁରା - ବଲାଙ୍ଗୀର ରାସ୍ତା ଅବରୋଧ   (18-Jun-2026)       ||      ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜଙ୍କ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ଗତ ଦୁଇ ବର୍ଷରେ ରାଜ୍ୟ ସରକାରଙ୍କ ବିକାଶମୂଳକ ଯୋଜନା ଏବଂ ସଫଳତା ସମ୍ପର୍କରେ ଉପସ୍ଥାପନ କଲେ ମନ୍ତ୍ରୀ    (18-Jun-2026)       ||      ବଲାଙ୍ଗୀର ଜିଲ୍ଲା ଓକିଲ ସଂଘ ପକ୍ଷରୁ ସାଇବର୍ ଆଇନ ସମ୍ପର୍କିତ ଆଲୋଚନାଚକ୍ର ୨୧ ରେ    (18-Jun-2026)       ||      ବ୍ରାହ୍ମଣୀ ଗ୍ରାମରେ ମାଇକ୍ରୋ ଟୁରିଜିମ୍‌ ପ୍ରକଳ୍ପର ପରିଦର୍ଶନ କଲେ ପ୍ରଶାସନିକ ଦଳ    (18-Jun-2026)       ||      ଆନ୍ତର୍ଜାତୀୟ ଯୋଗ ଦିବସ ପାଳନ ନେଇ ପ୍ରସ୍ତୁତି ବୈଠକ   (18-Jun-2026)       ||      ଶିଶୁ ମଙ୍ଗଳ କମିଟି କୋର୍ଟ କ୍ୟାମ୍ପ: ବ୍ଲକ ସ୍ତରୀୟ ପିତୃ-ମାତୃହୀନ ଶିଶୁଙ୍କ ଉପସ୍ଥାପନା ଓ ପରାମର୍ଶ ଶିବିର   (18-Jun-2026)       ||      ମା ଜାଗୁଳାଇ ରାମଲୀଳା ସମିତି ପକ୍ଷରୁ ଦୁଇଦିନିଆ ରାମଲୀଳା ଉତ୍ସବ    (18-Jun-2026)       ||      ଆଗଲପୁର ବ୍ଲକ୍ ରେ ବିକାଶ ର ଧାରା ଓଡ଼ିଶା ସାରା କାର୍ଯକ୍ରମ   (17-Jun-2026)       ||      ବରପାଲି ୧୪୯ ତମ ଶୀତଳ ଷଷ୍ଠୀ ଯାତ୍ରାର ତୃତୀୟ ଦିବସ, ଭୈରବ ବାବାଙ୍କ ଗୁଆଗୁଣ୍ଡା ନିଉତା ସମ୍ପନ୍ନ   (17-Jun-2026)       ||      ବଲାଙ୍ଗିର ର ୯ ଗୋଟି ଶିତଳ ଷଷ୍ଠୀ ଅନୁଷ୍ଠାନକୁ ମୁଖ୍ୟମନ୍ତ୍ରୀଙ୍କ ୩୬ ଲକ୍ଷ ଟଙ୍କା ଅନୁଦାନ   (17-Jun-2026)       ||      ବଲାଙ୍ଗିର ସହରରେ ଅଘୋଷିତ ବିଦ୍ୟୁତ୍ କାଟ    (17-Jun-2026)       ||      ଲୋଇସିଂହା ରେ ବ୍ଲକ ସ୍ତରୀୟ କୃଷକ ସମ୍ବାଦ ବିକାଶ ର ଧାରା ଓଡିଶା ସାରା କାର୍ଯ୍ୟକ୍ରମ   (17-Jun-2026)       ||      ନୂତନ ମନ୍ଦିର ବିଗ୍ରହ ପ୍ରତିଷ୍ଠା ଉତ୍ସବ   (17-Jun-2026)       ||      ଟୋକନ ନ ସମସ୍ୟା; ମଙ୍ଗଳବାର ରାସ୍ତାରୋକ ସ୍ଥଗିତ   (17-Jun-2026)       ||      ନବମ ଓଡ଼ିଶା ପେନକାକ୍ ସିଲାଟ ଚମ୍ପିଆନସିପ୍‌ରେ ବଲାଙ୍ଗିରର ସଫଳତା; ୧୪ ପଦକ ହାସଲ   (17-Jun-2026)       ||      *ଚନ୍ଦାହାଣ୍ଡି ଠାରେ ଜନ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ*   (17-Jun-2026)       ||      *ସି.ଆର.ସି.ସି.,ବି.ଇ.ଓ.,ଵି.ଆର.ସି.ସି. ମିଳିତ ପରିଦର୍ଶନ-ବିଦ୍ୟାଳୟ ସ୍ତରୀୟ "ସୁରକ୍ଷା ଓ ନିରାପତ୍ତା ନିଶ୍ଚିତକରଣ-*   (17-Jun-2026)       ||      *କେରଣ୍ଡି ଗାଁରେ କାଳବୈଶାଖୀ ତାଣ୍ଡବ.... ଉପଡିଲା ଗଛ ଭାଙ୍ଗିଲା ଘର ଗୁଡିକର ଛପର*   (17-Jun-2026)       ||      ମହାରାଣା ପ୍ରତାପ: ବୀରତ୍ୱ ,ସ୍ୱାଭିମାନ ଏବଂ ଦେଶପ୍ରେମର ଏକ ଅମର ପ୍ରତୀକ।ତ୍ୟାଗ, ସାହସ ଏବଂ ସ୍ୱାଧୀନତାର ଏକ ଅନନ୍ୟା ଗାଥା। (ମହାରାଣା ପ୍ରତାପ ଙ୍କ ଜୟନ୍ତୀ ଅବସରରେ) -ସ୍ଵାମୀ ବିଜୟାନନ୍ଦଜୀ।   (17-Jun-2026)       ||      ଗ୍ରାମର ସମସ୍ୟା ନେଇ ବିଡିଓଙ୍କ ସହିତ ଆଲୋଚନା   (17-Jun-2026)       ||     

HOME   ଜିଲ୍ଲା

*ଇଞ୍ଜିନିୟର ଅକ୍ଷୟ ସାମଲଙ୍କୁ ଅମୃତ କଳାକାର ପୁରସ୍କାର ପ୍ରଦାନ*

23-May-2025



 

ଭୁବନେଶ୍ବର ; କଳିଙ୍ଗ ଭାରତୀ ଏବଂ ଅକ୍ଷୟ ମିତ୍ର ପ୍ରତିଷ୍ଠାନର ପ୍ରତିଷ୍ଠାତା ଜାତୀୟ ସଭାପତି ଇଞ୍ଜିନିୟର ଅକ୍ଷୟ ସାମଲଙ୍କୁ ସମ୍ମାନସ୍ପଦ ଅମୃତ କଳାକାର ପୁରସ୍କାର ପ୍ରଦାନ କରାଯାଇଛି। ସୁଦୂର ହରିୟାଣାର ଗୁରୁଗ୍ରାମଠାରେ ଅବସ୍ଥାନ କରୁଥିବା ଇଂ. ସାମଲ ଓଡ଼ିଶା ମାଟି ଓ ଓଡ଼ିଆ ଭାଷାର ପ୍ରଚାର, ପ୍ରସାର ଓ ପ୍ରୋତ୍ସାହନ ପାଇଁ ତାଙ୍କର ଉଲ୍ଲେଖନୀୟ ଅବଦାନ ଦୃଷ୍ଟିରୁ ଏହି ପୁରସ୍କାର ପାଇଁ ବିବେଚିତ କରାଯାଇଥିବା ଅମୃତ କଳାକାର ଅନୁଷ୍ଠାନର ସଭାପତି ବସନ୍ତ କୁମାର ଦାସ ଏବଂ ସଂସ୍ଥାପକ ସମ୍ପାଦକ ରାଜ କିଶୋର ଗୋଚ୍ଛାୟତ ପ୍ରକାଶ କରିଛନ୍ତି। ସ୍ଥାନୀୟ ଜୟଦେବ ଭବନଠାରେ ଅମୃତ କଳାକାର ଦ୍ୱାରା ଆୟୋଜିତ 'ଆମ ମାଟି, ଆମ ଭାଷା” ଶୀର୍ଷକ ଏକ ଅନନ୍ୟ ସାଙ୍ଗୀତିକ କାର୍ଯ୍ୟକ୍ରମ ଅବସରରେ ଇଂ. ସାମଲଙ୍କୁ ବିଶିଷ୍ଟ ଅତିଥି ଓଡ଼ିଶା ସଂଗୀତ ନାଟକ ଏକାଡେମୀର ସଚିବ ଡ଼ଃ ଚନ୍ଦ୍ର ଶେଖର ହୋତା, ୱାର୍ଲଡ ଓଡିଶା ସୋସାଇଟିର ଅଧ୍ୟକ୍ଷ କିଶୋର ଦ୍ବିବେଦୀ, ପ୍ରତିଷ୍ଠିତ ପ୍ରକାଶକ ବନୋଜ ତ୍ରିପାଠୀ ଏବଂ ପ୍ରସିଦ୍ଧ କବି ଡ଼ଃ ଅଶୋକ କୁମାର ପୁହାଣ ପ୍ରମୁଖ ଏହି ପୁରସ୍କାର ପ୍ରଦାନ କରିଥିଲେ।


ଇଂ. ଅକ୍ଷୟ ସାମଲ ତାଙ୍କର ଉତ୍କୃଷ୍ଟ ଜନସେବା ଏବଂ ଉତ୍ସର୍ଗୀକୃତ ମାନବ କଲ୍ୟାଣ କାର୍ଯ୍ୟକ୍ରମ ପାଇଁ ଜାତୀୟ ଓ ଆନ୍ତର୍ଜାତୀୟ ସ୍ତରରେ ବେଶ ସୁନାମ ଅର୍ଜନ କରିଛନ୍ତି। ଇଂ. ସାମଲଙ୍କର ତତ୍ତ୍ଵାବଧାନରେ କଳିଙ୍ଗ ଭାରତୀ ପ୍ରତିଷ୍ଠାନ ଜାତୀୟ ରାଜଧାନୀ କ୍ଷେତ୍ରରେ ଓଡ଼ିଶାର କଳା, ସାହିତ୍ୟ, ସଂସ୍କୃତି, ଭାଷା, ସ୍ଥାପତ୍ୟ, ଭାସ୍କର୍ଯ୍ୟ, ହସ୍ତକଳା, ଖାଦ୍ୟ ସାମଗ୍ରୀ ଏବଂ ପରିପାଟୀକୁ ଦୀର୍ଘ ତିନି ଦଶନ୍ଧି ଧରି ଲୋକପ୍ରିୟ କରିବାରେ ମହତ୍ତ୍ଵପୂର୍ଣ୍ଣ ଭୂମିକା ନିର୍ବାହ କରି ଆସୁଥିବା ଲକ୍ଷ୍ୟ କରାଯାଇଛି। କଳିଙ୍ଗ ମ୍ୟାନେଜମେଣ୍ଟ କନସଲଟାନ୍ସିର ସଂସ୍ଥାପକ ଇଂ. ସାମଲ ଏହି ସଂସ୍ଥା ଜରିଆରେ ମୁଖ୍ୟତଃ ତାଙ୍କର ଜନ୍ମମାଟି ମାହାଙ୍ଗା ଅଞ୍ଚଳର ତିନିଶହରୁ ଉର୍ଦ୍ଧ୍ବ ଯୁବକ ଯୁବତୀଙ୍କୁ ସ୍ଥାୟୀ ନିଯୁକ୍ତି ପ୍ରଦାନ କରିପାରିଛନ୍ତି। ଇଂ. ସାମଲ କୋଭିଡ ମହାମାରୀ କାଳରେ ସମୟକ୍ରମେ ଉପଯୁକ୍ତ ଚିକିତ୍ସା ଯୋଗାଇ ଦେଇ ଶତାଧିକ ଦୁର୍ଲଭ ଜୀବନକୁ ନିଶ୍ଚିତ ମୃତ୍ୟୁ ମୁଖରୁ ରକ୍ଷା କରିବାରେ ସକ୍ଷମ ହୋଇଥିବା ଜଣାଯାଇଥିଲା। ପେଶାରେ ଜଣେ ପ୍ରଡକ୍ସନ ଇଞ୍ଜିନିୟର ଭାବରେ ଦୀର୍ଘ ୨୩ ବର୍ଷ କାଳ ବିଭିନ୍ନ ନାମି ଦାମୀ କମ୍ପାନୀରେ ଉଚ୍ଚ ପଦପଦବୀରେ ଅବସ୍ଥାପିତ ହୋଇ କାର୍ଯ୍ୟ କରିବା ପରେ ନିଜର ଜନ୍ମଭୂମିର ସେବା କରିବା ଉଦ୍ଦେଶ୍ୟରେ ଇଂ. ସାମଲ ଚାକିରୀରୁ ଅବ୍ୟାହତି ନେଇଛନ୍ତି । ରାଷ୍ଟ୍ରୀୟ ପ୍ରବାସୀ ଓଡ଼ିଆ ପରିବାରର ପ୍ରତିଷ୍ଠାତା ସଭାପତି, ଉତ୍କଳ ଜ୍ୟୋତି ଦାତବ୍ୟ ସଙ୍ଗଠନର ପ୍ରତିଷ୍ଠାତା ସାଧାରଣ ସମ୍ପାଦକ ଏବଂ ସାରା ଦେଶର ୨୧ଟି ଜଗନ୍ନାଥ ମନ୍ଦିରର ପରିଚାଳନା କମିଟି ସହିତ ସକ୍ରିୟ ଭାବରେ ସମ୍ପୃକ୍ତ ରହିଆସିଥିବା ଇଂ. ସାମଲଙ୍କର ଜାତୀୟ ସ୍ତରରେ ପ୍ରବାସୀ ଓଡ଼ିଆମାନଙ୍କର ସର୍ବାଙ୍ଗୀନ ବିକାଶ କ୍ଷେତ୍ରରେ ବ୍ୟାପକ ଅବଦାନ ରହିଛି। ଇଂ ସାମଲଙ୍କ ଦ୍ୱାରା ନୂଆଦିଲ୍ଲୀ ଠାରେ ଆୟୋଜିତ ଆନ୍ତର୍ଜାତିକ ଜଗନ୍ନାଥ ମହୋତ୍ସବରେ ଛଟି ଦେଶର ଶ୍ରଦ୍ଧାଳୁ ଏବଂ ଗଜପତି ମହାରାଜା ଶ୍ରୀ ଦିବ୍ୟ ସିଂହ ଦେବ ଓ ଭାରତ ରତ୍ନ ପୂର୍ବତନ ରାଷ୍ଟ୍ରପତି ପ୍ରଣବ ମୁଖାର୍ଜୀ ପ୍ରମୁଖ ଯୋଗ ଦେଇଥିଲେ ।

ଏକଦା ୮ ନମ୍ବର ଜାତୀୟ ରାଜପଥରେ ଦୁର୍ଘଟଣାର ସମ୍ମୁଖୀନ ହୋଇ ମୃତ୍ୟୁବରଣ କରିଥିବା ଜୈନିକ ବ୍ୟକ୍ତିଙ୍କର ଗରିବ ଓ ଅସହାୟ ବିଧବା ପତ୍ନୀଙ୍କୁ ଘଟଣାର ପ୍ରମୁଖ ସାକ୍ଷୀ ହିସାବରେ ଶ୍ରୀ ସାମଲ, ଦୀର୍ଘ ୮ ବର୍ଷ ଧରି କୋର୍ଟ ରେ ମକଦ୍ଦମା ଲଢ଼ି ସନ୍ତୋଷ ଜନକ କ୍ଷତି ପୂରଣ ପ୍ରଦାନ କରାଇ ଖୁବ୍ ସୁନାମ ଅର୍ଜନ କରିଛନ୍ତି। ଇଂ. ସାମଲ ନିଜର ଜନ୍ମମାଟି ମାହାଙ୍ଗାର ସର୍ବାଙ୍ଗୀନ ଉନ୍ନୟନ ଅଭିପ୍ରାୟରେ ନିକଟରେ ଅକ୍ଷୟ ମିତ୍ର ପ୍ରତିଷ୍ଠାନର ସ୍ଥାପନା କରିଛନ୍ତି। ଇଂ ସାମଲ ଭୂମିପୁତ୍ର ହୋଇଥିବାରୁ ମାହାଙ୍ଗାର ତୃଣମୂଳ ସ୍ତରର ସମସ୍ୟା ଓ ସେଗୁଡ଼ିକର ସମାଧାନର ସୂତ୍ର ସମ୍ପର୍କରେ ଅଙ୍ଗାଙ୍ଗୀ ଭାବେ ପରିଚିତ ଅଛନ୍ତି। ଅକ୍ଷୟ ମିତ୍ର ଅନୁଷ୍ଠାନ ଜରିଆରେ ଇଂ. ସାମଲ ମାହାଙ୍ଗା ଅଞ୍ଚଳର ଥିବା ତାଙ୍କର ଅସଂଖ୍ଯ ପ୍ରସଂଶକ ଓ ସମର୍ଥକମାନଙ୍କୁ ନେଇ ସେହି ଇଲାକାରେ ଶିକ୍ଷା, କୃଷି, ଶିଳ୍ପ ତଥା ସ୍ୱାସ୍ଥ୍ୟ ଆଦି କ୍ଷେତ୍ରରେ ବୈପ୍ଳବିକ ପରିବର୍ତ୍ତନ ଆଣିବା ସହିତ ଯୁବକ, ମହିଳା ଏବଂ କୃଷକ ମାନଙ୍କୁ ସ୍ୱାବଲମ୍ବୀ କରାଇ ନୂଆ ମାହାଙ୍ଗା ଗଢି ତୋଳିବା ପାଇଁ ତାଙ୍କର ସ୍ବପ୍ନ ଓ ଯୋଜନା ଥିବା ପ୍ରକାଶ କରିଛନ୍ତି


News Comment




Photo in News

Advertisment
Lastest News
  ଜିଲ୍ଲା  
ଆବର୍ଜନା ଉଠାଇଲେ ଏନଏସି ଅଧ୍ୟକ୍ଷ, କାଉନସିଲର ଓ ଯୁବ ଗୋଷ୍ଠୀ, ସଫେଇ କର୍ମଚାରୀଙ୍କ ସହ ମୁହାଁ ମୁହିଁ ପରିସ୍ଥିତି ନାକେଦମ୍ ପୁଲିସ, ଦୁଇ ଘଣ୍ଟା ତୁଷୁରା - ବଲାଙ୍ଗୀର ରାସ୍ତା ଅବରୋଧ   18-Jun-2026
  ଜିଲ୍ଲା  
ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜଙ୍କ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ଗତ ଦୁଇ ବର୍ଷରେ ରାଜ୍ୟ ସରକାରଙ୍କ ବିକାଶମୂଳକ ଯୋଜନା ଏବଂ ସଫଳତା ସମ୍ପର୍କରେ ଉପସ୍ଥାପନ କଲେ ମନ୍ତ୍ରୀ   18-Jun-2026
  ରାଜ୍ୟ  
ବଲାଙ୍ଗୀର ଜିଲ୍ଲା ଓକିଲ ସଂଘ ପକ୍ଷରୁ ସାଇବର୍ ଆଇନ ସମ୍ପର୍କିତ ଆଲୋଚନାଚକ୍ର ୨୧ ରେ   18-Jun-2026
  ଜିଲ୍ଲା  
ବ୍ରାହ୍ମଣୀ ଗ୍ରାମରେ ମାଇକ୍ରୋ ଟୁରିଜିମ୍‌ ପ୍ରକଳ୍ପର ପରିଦର୍ଶନ କଲେ ପ୍ରଶାସନିକ ଦଳ   18-Jun-2026
  ଜିଲ୍ଲା  
ଆନ୍ତର୍ଜାତୀୟ ଯୋଗ ଦିବସ ପାଳନ ନେଇ ପ୍ରସ୍ତୁତି ବୈଠକ   18-Jun-2026
  ଜିଲ୍ଲା  
ଶିଶୁ ମଙ୍ଗଳ କମିଟି କୋର୍ଟ କ୍ୟାମ୍ପ: ବ୍ଲକ ସ୍ତରୀୟ ପିତୃ-ମାତୃହୀନ ଶିଶୁଙ୍କ ଉପସ୍ଥାପନା ଓ ପରାମର୍ଶ ଶିବିର   18-Jun-2026
  ଜିଲ୍ଲା  
ମା ଜାଗୁଳାଇ ରାମଲୀଳା ସମିତି ପକ୍ଷରୁ ଦୁଇଦିନିଆ ରାମଲୀଳା ଉତ୍ସବ   18-Jun-2026
  ଜିଲ୍ଲା  
ଆଗଲପୁର ବ୍ଲକ୍ ରେ ବିକାଶ ର ଧାରା ଓଡ଼ିଶା ସାରା କାର୍ଯକ୍ରମ   17-Jun-2026
  ଜିଲ୍ଲା  
ବରପାଲି ୧୪୯ ତମ ଶୀତଳ ଷଷ୍ଠୀ ଯାତ୍ରାର ତୃତୀୟ ଦିବସ, ଭୈରବ ବାବାଙ୍କ ଗୁଆଗୁଣ୍ଡା ନିଉତା ସମ୍ପନ୍ନ   17-Jun-2026
  ଜିଲ୍ଲା  
ବଲାଙ୍ଗିର ର ୯ ଗୋଟି ଶିତଳ ଷଷ୍ଠୀ ଅନୁଷ୍ଠାନକୁ ମୁଖ୍ୟମନ୍ତ୍ରୀଙ୍କ ୩୬ ଲକ୍ଷ ଟଙ୍କା ଅନୁଦାନ   17-Jun-2026
  ଜିଲ୍ଲା  
ବଲାଙ୍ଗିର ସହରରେ ଅଘୋଷିତ ବିଦ୍ୟୁତ୍ କାଟ   17-Jun-2026
  ଜିଲ୍ଲା  
ଲୋଇସିଂହା ରେ ବ୍ଲକ ସ୍ତରୀୟ କୃଷକ ସମ୍ବାଦ ବିକାଶ ର ଧାରା ଓଡିଶା ସାରା କାର୍ଯ୍ୟକ୍ରମ   17-Jun-2026

You Might Also Like