-+91-9937148622 |
prerana_bgr@rediffmail.com |
Saturday 12th September 2026 |
R.N.I. Regd No. ODIODI/2010/46693
Breaking News
18-May-2025
ସରାଗାଡ ଅଞ୍ଚଳରେ ମାଳମାଳ ଇଟାଭାଟି ଗଢିଉଠିଛି।ଇଟାଭାଟିର ଉତ୍ତାପ ଯୋଗୁଁ ଭୀଷଣ ଗରମ ଅନୁଭୂତ ହେଉଛି। ଅନେକ ନାମୀଦାମୀ ବୃକ୍ଷ କଟି ଇଟାଭାଟିରେ ପାଉଁଶ ହୋଇଯାଉଛି ସରକାର କୋଟିକୋଟି ଟଙ୍କା ବୃକ୍ଷରୋପଣ, ଚାରା ଉତ୍ପାଦନ, ଜଙ୍ଗଲ ସଂରକ୍ଷଣ,ଜଂଗଲୀ ଜୀବଜନ୍ତୁ ମାନଙ୍କ ସୁରକ୍ଷା ପାଇଁ ଦେଉଥିବା ବେଳେ ଜଙ୍ଗଲ ବିଭାଗର ମନୋମୁଖୀ କାର୍ଯ୍ୟକଳାପ ଯୋଗୁଁ ପ୍ରାୟ ଜଙ୍ଗଲ ଶୂନ୍ୟ ହେବାକୁ ବସିଲାଣି।ଇଟାଭାଟିର ଉତ୍ତାପ ଅସହ୍ୟ କରି ସାରିଲାଣି।ଉତ୍ତାପ ସହ୍ୟ କରି ନ ପାରି ଜଂଗଲୀ ଜୀବଜନ୍ତୁ ଅନେକ ସମୟରେ ସହରମୁହା ହେଉଥିବା ଦେଖିବାକୁ ମିଳୁଛି। ଜଙ୍ଗଲ କଟି ପଦା ହେଉଥିବାରୁ ଏହି ଜଂଗଲୀ ଜୀବଜନ୍ତୁ ମାନେ ଖାଦ୍ୟ ନ ପାଇ ଖାଦ୍ୟ ଅନ୍ୱେଷଣ ରେ ସହରମୁହାଁ ହୋଇ ବିପଦର ସମ୍ମୁଖୀନ ହେଉଥିବା ସହ ବିପଦରେ ପକାଉଛନ୍ତି।ସରକାର ଖୋଲା
ଇଟାଭାଟି କରିବା ପାଇଁ ମନା କରିଥିବା ବେଳେ ବଲାଙ୍ଗିର ସହରର ତଳି ଅଞ୍ଚଳରେ,ଜଙ୍ଗଲଜମିରେ,ରାଜସ୍ବ ଜମିରେ,ପତ୍ରା ଜଙ୍ଗଲରେ, ତଥା ଜଙ୍ଗଲକୁ ଲାଗି ରହିଥିବା ପ୍ରଜା ମାନଙ୍କ ଜମିରେ ହଜାର ହଜାର ଇଟାଭାଟି ବଲାଙ୍ଗିର ଜିଲ୍ଲାର ସହର ଠୁଁ ଆରମ୍ଭ କରି ଗ୍ରାମାଞ୍ଚଳ ମାନଙ୍କରେ ଖୁଲମଖୁଲା ଇଟାଭାଟି ପୋଡ଼ା ଚାଲିଥିବାର ଦେଖିବାକୁ ମିଳୁଛି।ଏଥିପାଇଁ ସାରା ସହର ବାସିନ୍ଦା ଭୀଷଣ ଗରମରେ ଛଟପଟ ହେଉଥିବା ପରିଲକ୍ଷିତ ହେଉଛି।
ବଲାଙ୍ଗିର ଜିଲ୍ଲା ଲୋଇସିଂହା ରେଞ୍ଜ ଅନ୍ତର୍ଗତ ସରଗାଡ ସେକ୍ସନ ଅଞ୍ଚଳରେ ମାଳମାଳ ଇଟାଭାଟି ଗଢି ଉଠିଥିବା ବେଳେ ଜଙ୍ଗଲ କର୍ମଚାରୀ କରୁଛନ୍ତି କଣ ବୋଲି ସାଧାରଣରେ ପ୍ରଶ୍ନ ହୁଏ।ଏହି ସେକ୍ସନ ଅନ୍ତର୍ଗତ ବ୍ରାହ୍ମଣୀପାଲି, ଖଲିଆପାଲି, କୁସମେଲ ଏବଂ ଆଖପାଖ ଅଞ୍ଚଳରେ ଇଟାଭାଟି ପୋଡ଼ା ଚାଲିଥିବା ଜୋର୍ ଚର୍ଚ୍ଚା ହେଉଛି। ଉପରୋକ୍ତ ସମ୍ବେଦନଶୀଳ ବିଷୟକୁ ନେଇ ନିକଟରେ ବଲାଙ୍ଗିର ଜଙ୍ଗଲ ବିଭାଗର ଡିଏଫ୍ଓ ଭାବେ ଯୋଗ ଦେଇଥିବା ଅଜିତ ବିଶିଙ୍କୁ ଭେଟି ସମସ୍ତ ବିଷୟ ଅବଗତ କରାଯାଇଥିଲା।ସେ ପୂର୍ବରୁ ଏଠାରେ ଏସିଏଫ୍ ଭାବରେ କାର୍ଯ୍ୟରତ ଥିଲେ।ସେ ବଲାଙ୍ଗିର ଜଙ୍ଗଲ ବିଭାଗ ବିଷୟରେ ବେଶ୍ ଜାଣିଛନ୍ତି।ସେ ଜଣେ ଅନୁଭବି ଡ଼ିଫଓ। ଅବଶ୍ୟ ସେ ବଲାଙ୍ଗିରରେ ଡ଼ିଫଓ ପଦବୀରେ ଯୋଗଦାନ କରିବାର ମାତ୍ର କେଇଦିନ ହୋଇଛି। ଏଣୁ ସେ ଏ ସମସ୍ତ ବିଷୟ ଉପରେ ଗୁରୁତ୍ଵ ଦେଇ ଦୃଷ୍ଟାନ୍ତ ମୂଳକ ପଦକ୍ଷେପ ନେବେ ବୋଲି ପ୍ରତିଶ୍ରୁତି ଦେଇଛନ୍ତି।ଏହି ବିଭାଗରେ କାର୍ଯ୍ୟରତ ଥିବା କିଛି କର୍ମଚାରୀ ଯେଉଁମାନେ ବଲାଙ୍ଗିର ଠାରୁ ପ୍ରାୟ ୭୦/୮୦ କିଲୋମିଟର ଦୂରରେ ଫରେଷ୍ଟର କିମ୍ବା ଅନ୍ୟ ପଦପଦବୀ ରେ ଅଛନ୍ତି ସେମାନେ ପ୍ରାୟ ସମୟ ବଲାଙ୍ଗିରର ଚା ' ପାନ ଦୋକାନରେ ବସି ଖଟି କରୁଥିବାର ଅନେକ ସମୟରେ ଚର୍ଚ୍ଚା ହେଉଛି।ତେବେ ଏମାନେ ତାଙ୍କ କାର୍ଯ୍ୟ କେତେବେଳେ କରୁଛନ୍ତି ଏହା ମଧ୍ୟ ଚର୍ଚ୍ଚା ହୁଏ।ଯଦି ଏହା ସତ ତେବେ ବିଭାଗ ପ୍ରତି ସାଂଘାତିକ।
ରାଜ୍ୟ ସରକାର ଲାଲ ଇଟାଭାଟିକୁ ମନା କରିଥିବା ବେଳେ ବଲାଙ୍ଗିର ଜିଲ୍ଲାରେ ହଜାର ହଜାର ଇଟାଭାଟି ପୋଡ଼ା ଚାଲିଛି।ରାଜସ୍ବ ବିଭାଗ ନୀରବ ରହିଥିବା ଏବଂ କାଁ ଭାଁ ସ୍ୱଳ୍ପ ରାଜସ୍ବ ଆଦାୟ କରି ଚୁପ୍ ରହିଯାଉଥିବା ବିଭାଗ ପ୍ରତି ଅଙ୍ଗୁଳି ନିର୍ଦ୍ଦେଶ କରୁଛି।ଏମାନଙ୍କ ଉପରେ ଜିଲ୍ଲା ପ୍ରଶାସନର ଅଙ୍କୁଶ ନାହିଁ।ରାଜସ୍ବ ବିଭାଗ ଫାଇନ କାଟି ସାରିଲା ପରେ ଇଟାଭାଟିକୁ ସମ୍ପୂର୍ଣ ଧ୍ଵଂସ ନ କରି ଛାଡ଼ି ଦେଉଥିବାରୁ ଇଟାଭାଟି ମାଲିକ ମାନେ ରାଜସ୍ବ ଦେଇ ଇଟା ପୋଡୁ ଥିବା ଦେଖିବାକୁ ମିଳୁଛି।ସରକାରୀ ନିୟମ ଅନୁଯାୟୀ ଇଟା ଭାଟିରୁ ରାଜସ୍ବ ଅସୁଲ କରି ଭାଟି ପୋଡ଼ିବା ପାଇଁ ନିୟମ ଅଛି କି ବୋଲି ସାଧାରଣରେ
ପ୍ରଶ୍ନ ହୁଏ।ବର୍ଷ ବର୍ଷ ଧରି ଇଟାଭାଟି କରୁଥିବାରୁ ମୃତ୍ତିକା କ୍ଷୟ ହେଉଥିବା ଜଣାପଡେ।ତେବେ ମୃତ୍ତିକା ସଂରକ୍ଷଣ କରିବା ରାଜସ୍ବ ବିଭାଗର ଦାୟିତ୍ଵ ନୁହେଁ କି ? ଅପରପକ୍ଷେ ଜଙ୍ଗଲ ବିଭାଗ ର ଜଙ୍ଗଲ ଧ୍ବଂସ ହେଉଥିଲେ ମଧ୍ୟ ଜଙ୍ଗଲ ନିୟମ ଅନୁଯାୟୀ ସେମାନେ କାଠ ପଡ଼ିଥିଲେ ଧରି ପାରିବେ ନାହିଁ। କାଠ ନେବା ବେଳେ ଧରିବେ।କାଠ ଡିପୋ ରୁ ଆଣି ଇଟା ପୋଡ଼ିଲେ ବିଭାଗର କିଛି ଆପତ୍ତି ନାହିଁ।ତେବେ ଗୋଟିଏ ଇଟାଭାଟିରେ କେତେ ପରିମାଣର କାଠ ବ୍ୟବହାର ହୁଏ ଏବଂ କାଠ ଡିପୋ ଗୋଟିଏ ଇଟାଭାଟି କୁ କେତେ ପରିମାଣର କାଠ ଦେବାର କ୍ଷମତା ଅଛି ତଦନ୍ତ ସାପେକ୍ଷ।ଅନ୍ୟପକ୍ଷେ ବିଦ୍ୟୁତ୍ ବିଭାଗ ର ମୁଖ୍ୟ ଦାୟିତ୍ଵ ଥିବା ବେଳେ ବେଆଇନ ବିଦ୍ୟୁତ୍ ସଂଯୋଗ ପ୍ରତି ଧ୍ୟାନ ନ ଥିବା ପରିଲକ୍ଷିତ ହୁଏ।ଇଟା ଭାଟି ମାନଙ୍କରେ ଦୂରରେ ଥିବା ଟ୍ରାନ୍ସଫରମରରୁ ବିଦ୍ୟୁତ୍ ସଂଯୋଗ କରି ଇଟାଭାଟି ମାନଙ୍କରେ ଲାଗିଥିବା ଏବଂ ଅନେକ ଜନ ଜୀବନ ପ୍ରତି ବିପଦ ଥିବା ବେଳେ ବିଦ୍ୟୁତ୍ ବିଭାଗ ଏଠି କରୁଛି କଣ ବୋଲି ପ୍ରଶ୍ନ ହୁଏ।ବିଗତ ବର୍ଷ ମାନଙ୍କରେ ଅନେକ ହାତୀ ବିଦ୍ୟୁତ୍ ତାର ସଂସ୍ପର୍ଶରେ ଆସି ମୃତ୍ୟୁବରଣ କରିଥିବାବେଳେ ଜଙ୍ଗଲ ବିଭାଗ ନା ବିଦ୍ୟୁତ୍ ବିଭାଗ ସଚେତନ ହୋଇଛନ୍ତି।ଆଉ କେତେ ଜଂଗଲୀ ଜୀବ ବିଦ୍ୟୁତ୍ ତାର ସଂସ୍ପର୍ଶରେ ମୃତ୍ୟୁବରଣ କଲେ ଉପରୋକ୍ତ ବିଭାଗ ମାନେ ସଚେତନ ହେବେ ବୋଲି ଚର୍ଚ୍ଚା ହୁଏ।ଏଣୁ ବେଳ ଥାଉ ଥାଉ ଉପରୋକ୍ତ ବିଭାଗ ଯଦି ସଚେତନ ନ ହୁଅନ୍ତି ତେବେ ଆଗାମୀ ଦିନରେ ଜଙ୍ଗଲ ପଦା ହେବା ସହ ଜଂଗଲୀ ଜୀବଜନ୍ତୁଙ୍କ ପ୍ରାଣହାନି, ରାଜସ୍ଵହାନି ଏବଂ ବିଦ୍ୟୁତ୍ ଅପଚୟକୁ କେହି ରୋକି ପାରିବେ ନାହିଁ। ଏଣୁ ସାଧୁ ସାବଧାନ।