-+91-9937148622 |

prerana_bgr@rediffmail.com |

  Tuesday 4th August 2026 |

| | | |

R.N.I. Regd No. ODIODI/2010/46693

Breaking News

ବନ୍ୟା ରେ କ୍ଷୟକ୍ଷତି ପୂରଣ ଦାବୀ ରେ ବିଜୁ ଜନତା ଦଳ ଲୋଇସିଂହା ପକ୍ଷରୁ ତହସିଲଦାର ଙ୍କୁ ଏକ ଦାବିପତ୍ର ପ୍ରଦାନ    (04-Aug-2026)       ||      ଏସ ଆଇ ଆର୍ ଉପରେ ରାଜନୈତିକ ଦଳର ପ୍ରତିନିଧିଙ୍କ ସହ ବୈଠକ ଅନୁଷ୍ଠିତ   (03-Aug-2026)       ||      ରଥଯାତ୍ରାରେ ବି.ଏମ. ଫାଉଣ୍ଡେସନ ପକ୍ଷରୁ ସେବା କାର୍ଯ୍ୟକ୍ରମ   (03-Aug-2026)       ||      ନୂତନ ଅଧ୍ୟକ୍ଷ ଗୟାଧର ମହାନ୍ତିଙ୍କୁ ଭବ୍ୟ ସ୍ଵାଗତ ସମ୍ବର୍ଦ୍ଧନା ଜ୍ଞାପନ   (03-Aug-2026)       ||      ବୁଢାଡଙ୍ଗର ପାହାଡକୁ ପର୍ଯ୍ୟଟନସ୍ଥଳୀ ମାନ୍ୟତାଦାବି ପ୍ରସଙ୍ଗ.. ପର୍ଯ୍ୟଟନବିଭାଗର ସଚିବ ବଲବନ୍ତ ସିଂଙ୍କୁ ଭେଟି ଦୃଢଦାବି ରଖିଲେ ପ୍ରତିନିଧିଦଳ   (03-Aug-2026)       ||      ଗଣିତ ଶିକ୍ଷକ ଅଭାବକୁ ନେଇ ଜିଲ୍ଲାପାଳଙ୍କ ନିକଟରେ ଦାବିପତ୍ର   (03-Aug-2026)       ||      *କେଲିଆ ଶୈବପୀଠ ରେ ବୋଲବମ ଭକ୍ତ ଙ୍କ ଭିଡ*   (03-Aug-2026)       ||      ମଣ୍ଟେସୋରୀ ପବ୍ଲିକ ସ୍କୁଲରେ ଇନଭେଶ୍ଚର୍ ସେରୀମୋନୀ ପାଳିତ   (03-Aug-2026)       ||      ଟେକାରିଜର୍ଭରେ ରହିଛି ଖୁବସୁନ୍ଦର ଜଳପ୍ରପାତ♦️ ଐତିହ୍ୟସମ୍ପନ୍ନ ବୁଢାଡଙ୍ଗର ପାହାଡକୁ ପର୍ଯ୍ୟଟନସ୍ଥଳୀର ମାନ୍ୟତା ଦିଆଯାଉ   (02-Aug-2026)       ||      କମଗାଁ ମହାବିଦ୍ୟାଳୟରେ ଦୁଇ ବରିଷ୍ଠ ଅଧ୍ୟାପକଙ୍କୁ ଭାବବିହ୍ୱଳ ବିଦାୟ   (02-Aug-2026)       ||      ଲୋଇସିଂହା ବିଜେପି ନଗର ଓ ଗ୍ରାମୀଣ ମଣ୍ଡଳ ପକ୍ଷରୁ ବୃକ୍ଷରୋପଣ କାର୍ଯ୍ୟକ୍ରମ   (02-Aug-2026)       ||      ଲୋଇସିଂହା ବିଜେପି ନଗର ଉନ୍ନୟନ ଓ ଗ୍ରାମୀଣ ଅକ୍ଷରୁ ବୃକ୍ଷରୋପଣ କାର୍ଯ୍ୟକ୍ରମ   (02-Aug-2026)       ||      *ବିଜୁପଟ୍ଟନାୟକ ମହିଳା ଡ଼ିଗ୍ରୀ କଲେଜ ସେବା ନିବୃତ୍ତି ସମାରୋହ ଓ ସମ୍ବର୍ଦ୍ଧନା ସଭା*-   (02-Aug-2026)       ||      *ବୀର ମହାରାଜ ପୁର ବରିଷ୍ଠ ନାଗରିକ ସଂଘ ପ୍ରତିଷ୍ଠାତା ପ୍ରଶନ୍ନ ତ୍ରିପାଠୀ ଙ୍କ ପରଲୋକ*- *ଜିଲ୍ଲା ର ବିଭିନ୍ନ ଅଞ୍ଚଳ ରେ ଶୋକ*-   (02-Aug-2026)       ||      ପଶ୍ଚିମାଂଚଲ ଏକତା ମଞ୍ଚ ପକ୍ଷରୁ ୧୪ ରାଜ୍ୟ ସ୍ତରୀୟ ସମ୍ବଲପୁରୀ ଦିନ - ଗୁରୁ ସତ୍ୟନାରାୟଣ ସମ୍ବଲପୁରୀ ଡେରା ହେଲା ସମ୍ବଲପୁରୀ ମୟ - ନାଚଗୀତ ସହ ସମ୍ବଲପୁରୀ ଖାଦ୍ୟଖାଇ ସମ୍ବଲପୁରୀ ପାଳନ    (02-Aug-2026)       ||      ରାଜ୍ୟ ମନ୍ତ୍ରୀମଣ୍ଡଳ (କ୍ୟାବିନେଟ)ର ୪୫ତମ ବୈଠକ♦️      ବୈଠକରେ ୬ ଟି ବିଭାଗର ୧୧ ଟି ପ୍ରସ୍ତାବ ଆଲୋଚନା ପୂର୍ବକ ଅନୁମୋଦନ   (01-Aug-2026)       ||      ଜିଲ୍ଲାସ୍ତରୀୟ ଏ-୧ ଗ୍ରେଡ୍‌ଧାରୀ ଛାତ୍ରଛାତ୍ରୀଙ୍କୁ ସମ୍ବର୍ଦ୍ଧନା    (01-Aug-2026)       ||      ଜିଲ୍ଲାସ୍ତରୀୟ ଏ-୧ ଗ୍ରେଡ୍‌ଧାରୀ ଛାତ୍ରଛାତ୍ରୀଙ୍କୁ ସମ୍ବର୍ଦ୍ଧନା    (01-Aug-2026)       ||      ‘ଫିସକୋଫେଡ୍’ର ପ୍ରଥମ ମହିଳା ଉପାଧ୍ୟକ୍ଷା ଭାବେ ଜୟଶ୍ରୀ ଗଡ଼ନାୟକ ନିର୍ବାଚିତ    (01-Aug-2026)       ||      ଓଡ଼ିଶା ସ୍କୁଲ କଲେଜ ଶିକ୍ଷକ ଓ କର୍ମଚାରୀ ସମନ୍ୱୟ ସମିତି ତରଫରୁ ଜିଲ୍ଲା ସ୍ତରୀୟ କନଭେନସନ    (01-Aug-2026)       ||     

HOME   ଜିଲ୍ଲା

ଜୟନ୍ତୀଙ୍କ ନେତୃତ୍ୱରେ ମହିଳା କଂଗ୍ରେସ ହେବ ସାଧାରଣ ଜନତାଙ୍କ ସ୍ୱର- ନରସିଂହ

28-Apr-2026



ବଲାଙ୍ଗିର(ପ୍ରେରଣା ଖବର): ସର୍ବଭାରତୀୟ ମହିଳା କଂଗ୍ରେସ ର ସଭାନେତ୍ରୀ ଅଳକା ଲାମ୍ବାଙ୍କ ଅନୁମୋଦନ କ୍ରମେ ବଲାଙ୍ଗିର ଜିଲ୍ଲା ସଭାନେତ୍ରୀ ଭାବେ ଆଗଲପୁର ବ୍ଲକର ନାରୀ ନେତ୍ରୀ ଜୟନ୍ତୀ ପଟେଲ ଜିଲ୍ଲା ମହିଳା କଂଗ୍ରେସର ସଭାନେତ୍ରୀ ଭାବେ ନିଯୁକ୍ତ ହୋଇଛନ୍ତି ।  ତାଙ୍କ ଏହି ନିଯୁକ୍ତି କୁ ନେଇ କଂଗ୍ରେସର ବରିଷ୍ଠ ନେତା ତଥା ପୂର୍ବତନ ମନ୍ତ୍ରୀ ନରସିଂହ ମିଶ୍ର  ସ୍ୱାଗତ କରିବା ସହ ଶ୍ରୀମତୀ ପଟେଲଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ସେ କହିଛନ୍ତି ଜୟନ୍ତୀ ପଟେଲ ଜଣେ ଲଢୁଆ ନେତ୍ରୀ, ଦିର୍ଘ ବର୍ଷ ହେବ ସେ ଅଂଚଳର କେବଳ ମହିଳା ନୁହନ୍ତି ଛାତ୍ର, ଯୁବକ, କୃଷକ ଓ ଶ୍ରମିକ ସମସ୍ତଙ୍କ ପାଇଁ ଅଧିକାର ର ଲଢେଇ ଲଢୁଛନ୍ତି । ସେ ଏକ କଂଗ୍ରେସ ପରିବାରରୁ ଆସିଥିବାରୁ ଏବଂ ପଂଚାୟତ ସ୍ତର ରାଜନୀତିରେ ବିଶେଷ ଅଭିଜ୍ଞତା ଥିବାରୁ ମହିଳା ସୁରକ୍ଷା ତଥା ଅଧିକାରର ଲଢେଇକୁ ଠିକ୍ ହିସାବରେ ନେତୃତ୍ୱ ନେବା ସହ ସାଧାରଣ ଜନତାଙ୍କ ସ୍ୱର ହୋଇ ଆଗାମୀ ଦିନରେ କାମ କରିବେ। ତାଙ୍କର ଏହି ଜିଲ୍ଲା ସଭାପତି ଭାବରେ ନୂତନ ନିଯୁକ୍ତି ନିଶ୍ଚିତ ଭାବରେ ବଲାଙ୍ଗିରର ରାଜନୈତିକ ଚିତ୍ରପଟରେ ବିଶେଷ ପ୍ରଭାବ ପକାଇବ। ଆହୁରି ମଧ୍ୟ ତାଙ୍କ ନିଯୁକ୍ତି ଯୋଗୁଁ ପୂର୍ବତନ ଜିଲ୍ଲା କଂଗ୍ରେସ ସଭାପତି ଦିଲିପ ବେହେରା, ଅଶୋକ ନନ୍ଦ, ମନୀଷ ମିଶ୍ର, ସନ୍ତକ ବହିଦାର, ନଗର ସଭାପତି ବୁଲୁ ଦାନୀ, ଅସୀତ ମିଶ୍ର, ଉମାଶଙ୍କର ପଣ୍ଡା, କୈଳାସ ମିଶ୍ର, ଅରବିନ୍ଦ ସାହୁ, ଚାଷୀନେତା ସାନନ୍ଦ ମିଶ୍ର, ଜୁଲୁ ପଟ୍ଟନାୟକ, ଯୁବ ନେତା ଅଙ୍କିତ ସାହୁ, ଲୋପନ ମିଶ୍ର, ନାସିର ଖାନ ପ୍ରମୁଖ ଶୁଭେଚ୍ଛା ବାର୍ତ୍ତା ଜଣାଇଛନ୍ତି। ସୂଚନାଯୋଗ୍ୟ ଯେ ଶ୍ରୀମତୀ ପଟେଲ ୨୦୧୨ ମସିହାରେ ରାଜନୀତିରେ ଯୋଗ ଦେଇ ଆଗଲପୁର ବ୍ଲକ ଉପରବାହାଲ ପଂଚାୟତର ସମିତି ସଭ୍ୟ ଭାବେ ନିର୍ବାଚିତ ହୋଇ ଆଗଲପୁର ବ୍ଲକର ଅଧ୍ୟକ୍ଷା ଭାବେ ସଫଳତା ସହ କାର୍ଯ୍ୟ ତୁଳାଇଥିଲେ । ପୁଣି ୨୦୧୭ ମସିହାରେ ସେ ବେନ୍ଦ୍ରା ପଂଚାୟତର ସମିତି ସଭ୍ୟ ଭାବେ ନିର୍ବାଚିତ ହୋଇଥିଲେ । ତାଙ୍କର ସ୍ୱାମୀ ମନମୋହନ ପଟେଲ ମଧ୍ୟ ପଂଚାୟତିରାଜ ରାଜନୀତିରେ ୨୦୦୨ ମସିହାରେ ସରପଂଚ, ୨୦୦୭ ମସିହାରେ ବ୍ଲକ ଉପାଧ୍ୟକ୍ଷ ତଥା ୨୦୧୭ ମସିହାରେ ବ୍ଲକ ଉପାଧ୍ୟକ୍ଷ ଭାବେ କାର୍ଯ୍ୟ ତୁଳାଇଥିଲେ। ତେଣୁ ଏକ ରାଜନୈତିକ ପରିବାର ରୁ ଶ୍ରୀମତି ପଟେଲ ଆସିଥିବାରୁ ଜିଲ୍ଲାର ମହିଳାମାନଙ୍କ ଅଧିକାରର ଲଢେଇରେ ସେ ଜିଲ୍ଲାର ସଠିକ ନେତୃତ୍ୱ ନେଇ ପାରିବେ ବୋଲି ସମସ୍ତଙ୍କ ଆଶା ।


News Comment




Photo in News

Advertisment
Lastest News
  ଜିଲ୍ଲା  
ବନ୍ୟା ରେ କ୍ଷୟକ୍ଷତି ପୂରଣ ଦାବୀ ରେ ବିଜୁ ଜନତା ଦଳ ଲୋଇସିଂହା ପକ୍ଷରୁ ତହସିଲଦାର ଙ୍କୁ ଏକ ଦାବିପତ୍ର ପ୍ରଦାନ   04-Aug-2026
  ଜିଲ୍ଲା  
ଏସ ଆଇ ଆର୍ ଉପରେ ରାଜନୈତିକ ଦଳର ପ୍ରତିନିଧିଙ୍କ ସହ ବୈଠକ ଅନୁଷ୍ଠିତ   03-Aug-2026
  ଜିଲ୍ଲା  
ରଥଯାତ୍ରାରେ ବି.ଏମ. ଫାଉଣ୍ଡେସନ ପକ୍ଷରୁ ସେବା କାର୍ଯ୍ୟକ୍ରମ   03-Aug-2026
  ଜିଲ୍ଲା  
ନୂତନ ଅଧ୍ୟକ୍ଷ ଗୟାଧର ମହାନ୍ତିଙ୍କୁ ଭବ୍ୟ ସ୍ଵାଗତ ସମ୍ବର୍ଦ୍ଧନା ଜ୍ଞାପନ   03-Aug-2026
  ଜିଲ୍ଲା  
ବୁଢାଡଙ୍ଗର ପାହାଡକୁ ପର୍ଯ୍ୟଟନସ୍ଥଳୀ ମାନ୍ୟତାଦାବି ପ୍ରସଙ୍ଗ.. ପର୍ଯ୍ୟଟନବିଭାଗର ସଚିବ ବଲବନ୍ତ ସିଂଙ୍କୁ ଭେଟି ଦୃଢଦାବି ରଖିଲେ ପ୍ରତିନିଧିଦଳ   03-Aug-2026
  ଜିଲ୍ଲା  
ଗଣିତ ଶିକ୍ଷକ ଅଭାବକୁ ନେଇ ଜିଲ୍ଲାପାଳଙ୍କ ନିକଟରେ ଦାବିପତ୍ର   03-Aug-2026
  ଜିଲ୍ଲା  
*କେଲିଆ ଶୈବପୀଠ ରେ ବୋଲବମ ଭକ୍ତ ଙ୍କ ଭିଡ*   03-Aug-2026
  ଜିଲ୍ଲା  
ମଣ୍ଟେସୋରୀ ପବ୍ଲିକ ସ୍କୁଲରେ ଇନଭେଶ୍ଚର୍ ସେରୀମୋନୀ ପାଳିତ   03-Aug-2026
  ଜିଲ୍ଲା  
ଟେକାରିଜର୍ଭରେ ରହିଛି ଖୁବସୁନ୍ଦର ଜଳପ୍ରପାତ♦️ ଐତିହ୍ୟସମ୍ପନ୍ନ ବୁଢାଡଙ୍ଗର ପାହାଡକୁ ପର୍ଯ୍ୟଟନସ୍ଥଳୀର ମାନ୍ୟତା ଦିଆଯାଉ   02-Aug-2026
  ଜିଲ୍ଲା  
କମଗାଁ ମହାବିଦ୍ୟାଳୟରେ ଦୁଇ ବରିଷ୍ଠ ଅଧ୍ୟାପକଙ୍କୁ ଭାବବିହ୍ୱଳ ବିଦାୟ   02-Aug-2026
  ଜିଲ୍ଲା  
ଲୋଇସିଂହା ବିଜେପି ନଗର ଓ ଗ୍ରାମୀଣ ମଣ୍ଡଳ ପକ୍ଷରୁ ବୃକ୍ଷରୋପଣ କାର୍ଯ୍ୟକ୍ରମ   02-Aug-2026
  ଜିଲ୍ଲା  
ଲୋଇସିଂହା ବିଜେପି ନଗର ଉନ୍ନୟନ ଓ ଗ୍ରାମୀଣ ଅକ୍ଷରୁ ବୃକ୍ଷରୋପଣ କାର୍ଯ୍ୟକ୍ରମ   02-Aug-2026

You Might Also Like